Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍ନେହ ର ବନ୍ଧନ ରକ୍ଷାବନ୍ଧନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍ନେହ ର ବନ୍ଧନ ରକ୍ଷାବନ୍ଧନ

-କାଳି ଦାସ-

ଭାଇ ଭଉଣୀଙ୍କ ସ୍ନେହ ର ନିଦର୍ଶନ ହେଲା ରକ୍ଷାବନ୍ଧନ ।ସମୟ ର ସ୍ରୋତ ରେ ଭାଇ ଭଉଣୀ ନିଜ ନିଜ ର ସଂସାର ର ଦୁଃଖ ସୁଖ ଭିତରେ ବୁଡିଯାଇଛନ୍ତି ।ପରିଚୟ ବଦଳିଯାଇଛି,ଆବଶ୍ୟକତା ମଧ୍ୟ ଅଲଗା ହୋଇଯାଇଛି,ଅନେକ ସମସ୍ୟା ଦେଇ ଗତିକରିଛନ୍ତି ।ବୟସ ର ଚାବୁକ ଖାଇ ମଜବୁତ ହୋଇଛନ୍ତି କିନ୍ତୁ ଭିତରେ କେଉଠି ନା କେଉଠି ସେହି ଶୈଶବ ଲୁଚି ରହିଛି ।“ରାକ୍ଷୀ” ଆସିଗଲେ ପୁଣି ମନେପଡେ ସେହିଶୈଶବ,ଯେତେବେଳେ ସେମାନେ ଏକାଠି ବଢିଛନ୍ତି,ଖାଇଛନ୍ତି,ଖେଳିଛନ୍ତି ଝଗଡା ମଧ୍ୟ କରିଛନ୍ତି ।ଯେଉଁ ଜୀବନ କୁ ସେମାନେ ପଛ ରେ ଛାଡି ଦେଇ ଆଗେଇ ଆସିଛନ୍ତି ରାକ୍ଷୀ ପୂର୍ଣ୍ଣିମା ସେହି ସବୁ ସ୍ମୃତି କୁ ସାଉଣ୍ଟି ନେଇ ରାକ୍ଷୀ ର ରଙ୍ଗୀନ ସୂତା ରେ ବାନ୍ଧି ସତେ ଯେମିତି ଭାଇ ଭଉଣୀଙ୍କ ଆଗରେ ଅଜାଡି ଦିଏ । ଚତୁର୍ମାସ୍ୟା ର ପ୍ରଥମ ମାସ ହେଲା ଶ୍ରାବଣ ମାସ ଏବଂ ଶ୍ରାବଣ ମାସ ର ପୂର୍ଣ୍ଣିମା କୁ ଆମେ ରାକ୍ଷୀ ପୂର୍ଣ୍ଣିମା ରୂପେ ପାଳନ କରୁ ।ଶ୍ରାବଣ ପୂର୍ଣ୍ଣିମା କୁ ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କହିଥାଉ ।ଶ୍ରାବଣ ପୂର୍ଣ୍ଣିମା ହେଉଛି ବଳଦେବଙ୍କ ଜନ୍ମଦିନ ।ବଳଦେବ ଙ୍କୁ ହଲଧର ମଧ୍ୟ କୁହାଯାଏ ।ଶ୍ରାବଣ ପୂର୍ଣ୍ଣିମା ରେ ହଳଲଙ୍ଗଳ କୁ ପୂଜା କରାଯାଏ ।ଭଗବାନ ଶ୍ରୀ କୃଷ୍ଣ ଓ ଭଗବାନ ବଳରାମ ଉଭୟେ ଏହି ଅବତାର ରେ ଗାଈ ସହିତ ଜଡିତ ଥିଲେ ।ବୃନ୍ଦାବନ ରେ ଭଗବାନ ଶ୍ରୀ କୃଷ୍ଣ ଏବଂ ଭଗବାନ ବଳରାମ ଗାଈ ଚରେଇବା ର ଉଲ୍ଲେଖ ରହିଛି ତେଣୁ ବଳରାମଙ୍କ ପ୍ରିୟ ଗାଈ , ବାଛୁରି ଓ ବଳଦ କୁ ଏହି ଦିନ ରେ ପୂଜା କରାଯାଇଥାଏ ପିଠା ଖୁଆ ଯାଇଥାଏ ।ଭାରତୀୟ ସଂସ୍କୃତି ରେ କୃଷି ଓ ଗାଈ ଉଭୟଙ୍କର ମହତ୍ୱ ରହିଛି ।ଜନବସତି କହିଲେ ଆମେ ବୁଝୁ ଗୋଟିଏ ଗାଁ ଯାହାର ଚାରି ପଟେ ଧାନ କ୍ଷେତ, ସକାଳେ ଗାଁ ରୁ ବହୁରିଥିବା ଗାଈ ପଲ ଓ ଗୋଧୂଳି ବେଳା ରେ ଚରି ଫେରି ଆସୁଥିବା ଗାଈ ଦଳ ଏବଂ ତାଙ୍କ ପଛରେ ଲମ୍ବା ବାଡି ଧରି ଓଡଉଥିବା ଗୌଡ଼ ।ଗାଁ ର ସେହି ଛବି ଧୀରେ ଧୀରେ ବଦଳି ଯାଉଛି କିନ୍ତୁ ଆମ ସଂସ୍କୃତି ରେ ଗାଈ ଓ କୃଷି ର ମହତ୍ୱ ସବୁ ଦିନ ରହିଛି । ଶ୍ରାବଣ ପୂର୍ଣ୍ଣିମା ଆସିବା ପୂର୍ବ ରୁ ଦୋକାନ ବଜାର ରେ ରଙ୍ଗ ବେରଙ୍ଗ ର ରାକ୍ଷୀ ଦେଖିବା କୁ ମିଳିଥାଏ ।ଦୂର ରେ ଥିବା ଭାଇ ପାଇଁ ଭଉଣୀ ମାନେ ବହୁ ଆଗରୁ ରାକ୍ଷୀ କିଣି ପଠାଇଥାନ୍ତି ।ଭଉଣୀ ପଠାଇଥିବା ରାକ୍ଷୀ କୁ ରାକ୍ଷୀ ପୂର୍ଣ୍ଣିମା ଦିନ ଭାଇ ମାନେ ହାତ ରେ ବାନ୍ଧିଥାନ୍ତି । ରାକ୍ଷୀ ବାନ୍ଧିବା ପଛରେ ଭହୁଣୀ ର ଭାଇ ପାଇଁ ରହି ଥିବା ସ୍ନେହ ଜଣା ପଡେ । ଭଉଣୀ ଭାଇ ର ରକ୍ଷା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାଏ ତା ସହିତ ଭଉଣୀ ର ରକ୍ଷା ପାଇଁ ଭାଇ ମଧ୍ୟ ଆଗଭର ହେବ ବୋଲି ବଚନବଦ୍ଧ ହୋଇଥାଏ ।ରାଜପୁତ ରାଣୀ କର୍ଣ୍ଣବତି ୧୫୩୪ ଶତାବ୍ଦୀ ରେ ମୋଗଲ ସମ୍ରାଟ ହ୍ୟୁମାଉନଙ୍କ ପାଖ କୁ ରାକ୍ଷୀ ପଠାଇଥିଲେ ।ରାଣୀ କର୍ଣ୍ଣବତି ଚିତୋର ର ରାଜା ରାଣା ସଂଗ୍ରାମ ସିଂଙ୍କ ପତ୍ନୀ ଥିଲେ ।ରାଜା ସଂଗ୍ରାମ ସିଂଙ୍କ ମୃତ୍ୟୁ ପରେ ତତ୍କାଳୀନ ଗୁଜରାଟ ର ଶାସକ ସୁଲତାନ ବାହାଦୁର ସାହା ଚିତୋର କୁ ଆକ୍ରମଣ କରିଥିଲେ । ରାଣୀ କର୍ଣ୍ଣବତି ଜାଣିଥିଲେ ଯେ ବାହାଦୁର ସାହାଙ୍କ ଶକ୍ତି ଆଗରେ ଚିତୋର ର ଶକ୍ତି କମ ତେଣୁ ହ୍ୟୁମାଉନଙ୍କ ପାଖ କୁ ରାକ୍ଷୀ ପଠାଇ ଜଣେ ଭଉଣୀ ର ଧର୍ମ ପାଳନ କରିଥିଲେ । ହ୍ୟୁମାଉନ ରାକ୍ଷୀ ପାଇବା ସଙ୍ଗେ ସଙ୍ଗେ ଭଉଣୀ ର ରାଜ୍ୟ କୁ ବଞ୍ଚେଇବା ପାଇଁ ଚିତୋର ଅଭିମୁଖେ ଯାତ୍ରା କରିଥିଲେ କିନ୍ତୁ ହ୍ୟୁମାଉନଙ୍କ ପହଞ୍ଚିବା ଡେରି ହୋଇଯାଇଥିଲା ।ଚିତୋର ର ରାଜପୁତ ମାନେ ନିଜର ପ୍ରାଣ ବଳି ଦେଇ ଯୁଦ୍ଧ କରିଥିଲେ ଏବଂ ରାଣୀ କର୍ଣ୍ଣବତି ଜହରବ୍ରତ ପାଳନ କରିସାରିଥିଲେ ।ଏହି ପରମ୍ପରା କୁ ଆଖି ରେ ରଖି ଆଜି ମଧ୍ୟ ମହିଳା ମାନେ ରାଜନେତା, ସମାଜ ସେବକ ଓ ଅନ୍ୟ କ୍ଷମତା ଶୀଳ ବ୍ୟକ୍ତି ଯେମିତି ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ହାତ ରେ ରାକ୍ଷୀ ବାନ୍ଧି ଥାନ୍ତି । ରାକ୍ଷୀ ପର୍ବ କୁ ମୁଖ୍ୟତଃ ଜୈନ ଧର୍ମ ର ଲୋକ ଏବଂ ହିନ୍ଦୁ ଧର୍ମ ର ଲୋକମାନେ ପାଳନ କରିଥାନ୍ତି ।ସହର ବଜାର ର ମିଠା ଦୋକାନ,ଫଳ ଦୋକାନ ଗୁଡିକ ରେ ରାକ୍ଷୀ ପୂର୍ଣ୍ଣିମା ଆସିଗଲେ ଭିଡ ଜମିଯାଏ । ଲୋକମାନେ ମିଠା ଓ ଫଳ ନେଇ ଘର କୁ ଯାଇଥାନ୍ତି । ଭଉଣୀ ମାନେ ଭାଇଙ୍କୁ ମିଠା ଖୁଆଇଥାନ୍ତି ଭାଇ ହାତ ରେ ରାକ୍ଷୀ ବାନ୍ଧିଥାନ୍ତି ଆଳତି ର ଥାଳି ଧରି ଭାଇଙ୍କୁ ଅଳତି ମଧ୍ୟ କରିଥାନ୍ତି ।ରାକ୍ଷୀ ଅବସର ରେ ଭଉଣୀ ମାନେ ଭାଇଙ୍କୁ ଓ ଭାଇମାନେ ଭଉଣୀଙ୍କୁ ଉପହାର ଦେଇଥାନ୍ତି ।ପୁରୀଜଗନ୍ନାଥ ମନ୍ଦିର ରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଇଥାଏ ।ପାଟରା ବିଶୋଇ ସେବାୟତ,ଭଗବାନ ବଳଭଦ୍ର ଓ ଭଗବାନ ଜଗନ୍ନାଥଙ୍କ ପାଇଁ ପାଟ ରାକ୍ଷୀ ତିଆରି କରିଥାଏ । ଦେବୀ ସୁଭଦ୍ରା ତାଙ୍କର ଦୁଇ ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କୁ ଏହି ରାକ୍ଷୀ ବାନ୍ଧିଥାନ୍ତି ।ଭଗବାନ ବଳଭଦ୍ର ଙ୍କ ପାଇଁ ନୀଳ ଏବଂ ବାଇଗଣି ରଙ୍ଗ ର ରାକ୍ଷୀ ତିଆରି କରାଯାଇଥାଏ ।ଜଗନ୍ନାଥଙ୍କ ପାଇଁ ଲାଲ ଓ ହଳଦିଆ ରଙ୍ଗ ର ରାକ୍ଷୀ ପ୍ରସ୍ତୁତ କରାଯାଇଥାଏ । ଏହି ଦିନ ଜଗନ୍ନାଥ ଓ ବଳଭଦ୍ରଙ୍କୁ ଗୁଆ ମାଳ ଦିଆଯାଇଥାଏ । ଓଡିଶା ରେ ଘରେ ଘରେ ରାକ୍ଷୀ ପୂର୍ଣ୍ଣିମା ରେ ମଣ୍ଡା ମିଠା ତିଆରି କରାଯାଇଥାଏ ।ଗଞ୍ଜାମ ଜିଲ୍ଲା ର ଗାଁ ମାନଙ୍କରେ ବିଭିର୍ନ୍ନ ଖେଳ ର ପ୍ରତିଯୋଗୀତା ର ପରମ୍ପରା ରହିଛି ।ଯେଉଁମାନେ ଖେଳ ର ପ୍ରତିଯୋଗୀତା ରେ କୃତ୍ତକାର୍ଯ୍ୟ ହୋଇଥାନ୍ତି ସେମାନଙ୍କୁ ପୁରସ୍କାର ସହିତ ସମ୍ମାନିତ ମଧ୍ୟ କରାଯାଇଥାଏ । ଆମ ଜୀବନ ବିଭିର୍ନ୍ନ ସମ୍ପର୍କ କୁ ନେଇ ପରିପୂର୍ଣ୍ଣ । ଭାଇ ଭଉଣୀଙ୍କ ସମ୍ପର୍କ ସବୁଠାରୁ ନିଆରା ।ଭାଇ ଭଉଣୀ ବନ୍ଧୁ ହୋଇ ଖେଳିଛନ୍ତି,କେତେ ଖରା ରେ ସିଝିଛନ୍ତି,କେତେ ବର୍ଷା ରେ ଭିଜିଛନ୍ତି,ଶିତ ରେ ଥରିଛନ୍ତି,ହାତଧରା ଧରି ହୋଇ ବଡ ହୋଇଛନ୍ତି । ଘର ର ଚାରି କାନ୍ଥ ଭିତରୁ ମିଶି କରି ବାହାର କୁ ପାଦ ବଢାଇଛନ୍ତି ସଂଘର୍ଷ କରିବାପାଇଁ ।ବେଳେ ବେଳେ ହାରି ଛନ୍ତି ବେଳେ ବେଳେ ଜିତିଛନ୍ତି ।ସେହି ସ୍ମୃତି ଯାହା ଭୁଲିବା ର ନୁହେଁ ତାକୁ ନେଇ ଆସେ ରାକ୍ଷୀ ପୂର୍ଣ୍ଣିମା ।

ବ୍ରହ୍ମପୁର, ଖୋଡ଼ାସିଙ୍ଗ କଳିଙ୍ଗନଗର

Leave a Reply