Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଶ୍ରୀଜଗନ୍ନାଥଙ୍କ ରାକ୍ଷୀ ଭଉଣୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀଜଗନ୍ନାଥଙ୍କ ରାକ୍ଷୀ ଭଉଣୀ

-ଅର୍ଜୁନୀ ଚରଣ ବେହେରା –

ବହୁ ଦିନ ତଳର କଥା କ୍ଷ ଶ୍ରୀକ୍ଷେତ୍ର ଯିବା ପଥରେ ଗ୍ରାମଟିଏ ପଡ଼େ ପାଟପୁର କ୍ଷ ସେହି ଗ୍ରାମରେ ବାସ କରୁଥିଲେ,ଏକ ଅତ୍ୟନ୍ତ ଗରିବ ପରିବାର କ୍ଷ ପତି, ପତ୍ନୀ,ପୁଅ ଓ ଗୋଟିଏ ଝିଅକୁ ନେଇ ପରିବାରଟି ଅତି କଷ୍ଟରେ ଦିନ ବିତାଉଥିଲେ କ୍ଷ ଝିଅଟିର ନାମ ମାଳତୀ କ୍ଷ ଗୃହ ସ୍ୱାମୀ ଜଣକ ମୁଲ ଲାଗି ଯେତିକି କମାନ୍ତି ସେଇଥିରେ ପରିବାରର ଗୁଜୁରାଣ ମେଣ୍ଟି ଥାଏ କ୍ଷ ଅଭାବୀ ସଂସାରରେ କେଉଁ ଦିନ ଥାଏ ତ କେଉଁଦିନ ପୁଣି ନଥାଏ କ୍ଷ ହେଲେ ଏତିକି ସୁଖ ମଧ୍ୟ ବିଧାତା ସହିଲା ନାହିଁ କ୍ଷ ଦିନେ ସଞ୍ଜବେଳେ ଗୃହସ୍ୱାମୀ ମୂଲ ଲାଗି ଘରକୁ ଫେରୁଛନ୍ତି କୁଆଡ଼ୁ ଗୋଟେ ନାଗସର୍ପ ଆସି ତାଙ୍କ ଗୋଡ଼କୁ କାମୁଡ଼ିଦେଲା କ୍ଷ ସେ ଘରେ ଆସି ପହଞ୍ଚୁ ପହଞ୍ଚୁ ଉତ୍କଟ ବିଷ ଜ୍ୱାଳାରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା କ୍ଷ ପୋଷଣାହାରୀ ସ୍ୱାମୀ ଚାଲି ଗଲା !! ସ୍ତ୍ରୀ ଲୋକଟି କରେ କଅଣ, ନିଜେ ଅଣ୍ଟା ଭିଡ଼ିଲା, ବାର ପାଇଟି କରି ପରିବାର ପୋଷଣ ପାଇଁ କ୍ଷ ଘରେ ମାତ୍ର ପାଞ୍ଚବର୍ଷର ପୁଅ ଓ ତିନିବର୍ଷର ଝିଅ, କଷ୍ଟେ ମଷ୍ଟେ ଅଭାବୀ ସଂସାରଟା କୌଣସି ମତେ ଚଳି ଯାଏ କ୍ଷ କିନ୍ତୁ ବିଧାତା ପୁଣି ବାମ ହେଲା କ୍ଷ ଏ ସୁଖ ମଧ୍ୟ ତାଙ୍କର ଆଉ ବେଶିଦିନ ରହିଲା ନାହିଁ କ୍ଷ ପୁଅଟି ହଠାତ୍ ଦିନେ ଦନ୍ତାଘାତରେ ଆର ପାରିକୁ ଚାଲିଗଲା କ୍ଷ ପୁଅକୁ ହରାଇ ମାଆ ଜଣକ ଦାରୁଣ ଦୁଃଖରେ ଭାଙ୍ଗିପଡ଼ିଲେ କ୍ଷ ଭୋକେ ଉପାସେ ଦିନ ବିତି ଚାଲିଲା କ୍ଷ କିଛି ଦିନ ପରେ ଆସିଲା ଭାଇ ଭଉଣୀଙ୍କ ଅତୁଟ ସ୍ନେହବନ୍ଧନର ପର୍ବ ରକ୍ଷାବନ୍ଧନ, ରାକ୍ଷୀ ପୂର୍ଣ୍ଣିମା କ୍ଷ ମାଳତୀର ସାଙ୍ଗ ସାଥୀ ମାନେ ରାକ୍ଷୀ କିଣୁ ଥାନ୍ତି ଦେଖି, ମାଳତୀ ଯାଇ ମାଆ ପାଖରେ ଅଳିକଲା, ମାଆ ମୋତେ ବି ପଇସା ଦେ ମୁଁ ରାକ୍ଷୀ କିଣିବି କ୍ଷ ଝିଅର ଅଳି ଦେଖି ମାଆ ମଇଳା ଲୁଗା କାନିରେ ବନ୍ଧା ହୋଇଥିବା ଦଶ ପଇସିଟିଏ ଖୋଲି ଝିଅକୁ ଧରାଇ ଦେଲେ । ପରଦିନ ମାଳତୀ ରାକ୍ଷୀ କିଣିବାକୁ ବଜାର ଯାଇ ଜାଣିବାକୁ ପାଇଲା ଯେ ଏ ରାକ୍ଷୀ, ଭାଇ ମାନଙ୍କ ହାତରେ ଭଉଣୀ ମାନେ ବାନ୍ଧନ୍ତି କ୍ଷ ଭଉଣୀମାନେ ନିଜର ରକ୍ଷା କବଚ ଭାଇର ଶୁଭ ମନାସୀ ରାକ୍ଷୀ ବାନ୍ଧନ୍ତି କ୍ଷ ପୁଣି ସେ ଲୋକଙ୍କ ପାଖରୁ ଶୁଣିଲା ଏହି ପର୍ବର ସୁନ୍ଦର ସୁନ୍ଦର ପୁରାଣ କାହାଣୀ କ୍ଷ ମାଳତୀ ରାକ୍ଷୀ କିଣିଲା ହେଲେ ତା\’ ମୁଣ୍ଡରେ ଚିନ୍ତା ପଶିଲା ମୋର ଭାଇ କାହିଁ ! କାହାକୁ ନେଇ ମୁଁ ଏ ରାକ୍ଷୀ ବାନ୍ଧିବି ! ଏହିପରି କେତେ କଅଣ !!! ମାଆ ସନ୍ଧ୍ୟାରେ ପାଇଟି ସାରି ଫେରି ଆସିବାରୁ ମାଳତୀ ଯାଇ ମାଆ ପାଖରେ ଜିଗର କଲା, କହ ମୋ ଭାଇ କାହିଁ,ମୁଁ ତା ହାତରେ ରାକ୍ଷୀ ବାନ୍ଧିବି କ୍ଷ ମାଆ ଆଖିରୁ ଝରି ପଡ଼ିଲା ଦୁଇବୁନ୍ଦା ଲୁହ କ୍ଷ ସେ ଝିଅକୁ ବୁଝାଇବା ପାଇଁ କହିଲେ, ଜଗା ହେଉଛି ତୋ\’ର ଭାଇ କ୍ଷ ଜଗା ଭାଇ ତୋର ଶ୍ରୀମନ୍ଦିରରେ ରହେ କ୍ଷ ତୁ ତାଆରି ହାତରେ ଯାଇ ରାକ୍ଷୀ ବାନ୍ଧ କ୍ଷ ପରଦିନ ରାକ୍ଷୀ ପୂର୍ଣ୍ଣିମା କ୍ଷ ମାଳତୀ ମାଆ କହିବା ଅନୁସାରେ, ବଡ଼ି ଭୋରରୁ ଉଠି ରାକ୍ଷୀଟିକୁ ଧରି ଚାଲିଲା ଶ୍ରୀମନ୍ଦିରକୁ ଜଗାଭାଇ ହାତରେ ବାନ୍ଧିବ ବୋଲି କ୍ଷ ବାଟ ପଚାରି ପଚାରି କୁନି ଝିଅ ମାଳତୀ ଯାଇ, ଶ୍ରୀମନ୍ଦିରରେ ପହଞ୍ଚିଲା କ୍ଷ ନିର୍ବୋଧ ଶିଶୁଟି ପଣ୍ଡା ପଢ଼ିଆରୀ ସମସ୍ତଙ୍କୁ ପଚାରିଲା, ମୋ ଜଗା ଭାଇ କିଏ ଟିକେ ଚିହ୍ନାଇ ଦିଅ କ୍ଷ ମୁଁ ତା\’ ହାତରେ ରାକ୍ଷୀ ବାନ୍ଧିବି କ୍ଷ ସିଏ ଏହି ଶ୍ରୀମନ୍ଦିରରେ ରହେ କ୍ଷ କୁନିପିଲାଟି କଥାକୁ କାହିଁକି ବା କିଏ ଧ୍ୟାନଦେବ କ୍ଷ ସେଦିନ ରାତିରେ ଠାକୁରଙ୍କ ପହୁଡ଼ ପଡ଼ିଲା କ୍ଷ କାହାରି ଠାରୁ କିଛି ଉତ୍ତର ନପାଇ ମାଳତୀ ମନ ଦୁଃଖରେ ସିଂହ ଦ୍ୱାରର ଗୋଟିଏ କୋଣରେ ମୁହଁ ମାଡ଼ି ହୋଇ ଶୋଇପଡ଼ିଲା କ୍ଷ ଆଖିକୁ କୋଉ ନିଦ ଆସୁଛି ଯେ ! ମନ ଭିତରେ ଜଗା ଭାଇ ଆଉ ତା ହାତରେ ରାକ୍ଷୀ ବାନ୍ଧିବା ଚିନ୍ତା କ୍ଷ ଭାବଗ୍ରାହୀ ପ୍ରଭୁ ଅବୋଧ ଝିଅଟିର ଭାବକୁ ବୁଝିଲେ କ୍ଷ ନିଶାର୍ଦ୍ଧରେ ପ୍ରଭୁ ଆସି ପହଞ୍ଚିଗଲେ ମାଳତୀ ନିକଟରେ କ୍ଷ ତା\’ ମୁଣ୍ଡରେ ହାତ ବୁଲେଇ କହିଲେ,\”ମାଳତୀ ଏବେ ଉଠ,ମୁଁ ପରା ତୋ ଜଗା ଭାଇ,ଆ, ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା କ୍ଷ ଦିନ ସାରା ଇଆଡ଼େ ଅଛୁ ତୋ ବୋଉ ପରା ତୋତେ ଦିନସାରା ଖୋଜି କାନ୍ଦୁଛି\”କ୍ଷ ମାଳତୀର ଖୁସି କହିଲେ ନସରେ କ୍ଷ \”ଜଗା ଭାଇ, ମୋ ଜଗାଭାଇ\” କହି ସେ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଦେଲା ଓ କହିଲା,\’ଜଗାଇ ମୁଁ ଘରକୁ ଯାଉଛି, ତମେ ଟିକେ ମୋ ସାଙ୍ଗରେ ଆସୁନାହଁ କ୍ଷ ରାତି ପାହିନାହିଁ ମୋତେ ଭାରି ଡର ଲାଗୁଛି ପା\’ କ୍ଷ ଜଗାଭାଇ କହିଲା ହଉ ତୁ ଏବେ ଏକାଏକା ଯା କ୍ଷ କିଛି ଭୟ କରନାହିଁ କ୍ଷ ମୋର ଅନ୍ୟ କାମ ଅଛି ମୁଁ ତୋ ସହିତ ଯାଇ ପାରୁ ନାହିଁ କ୍ଷ ତୋତେ ଯେଉଁଠି ଡର ଲାଗିବ ମୋତେ ଡାକିବୁ ମୁଁ ପହଞ୍ଚି ଯିବି କ୍ଷ ମାଳତୀ ଖୁସିରେ ଯାଇ ଘରେ ପହଞ୍ଚିବାରୁ ତା\’ର ମାଆ ଚିତ୍କାର କରି କହିଲେ, ଆଲୋ ପାଗଳୀ ତୁ କୁଆଡ଼େ ଯାଇଥିଲୁ କି, ମୁଁ ତୋତେ ଖୋଜି ଖୋଜି ହାଲିଆ କ୍ଷ ମାଳତୀ ହସିହସି ସବୁକଥା କହିଗଲା କ୍ଷ ଆଉ କହିଲା ମୁଁ ମୋ ଜଗାଭାଇ ହାତରେ ରାକ୍ଷୀ ବାନ୍ଧି ଆସିଛି । ମାଆ କହିଲେ,\’ ଦୂର୍ ପାଗଳୀଟା, କଅଣ ବୋଲି କଅଣ କହିଯାଉଛୁ ତୁ । ପରଦିନ ସିନ୍ଦୁରା ଫାଟିଲା କ୍ଷ ମଣିମା ମଣିମା ଡାକ ଦେଇ ସେବକମାନେ ମହାପ୍ରଭୁଙ୍କ ପହଡ଼ ଫିଟାଇ ଦେଲେ କ୍ଷ କିନ୍ତୁ ଏ କଅଣ ! ଆଜି ରାକ୍ଷୀ ପୂର୍ଣ୍ଣିମା କ୍ଷ କିନ୍ତୁ, ନୀତି କାନ୍ତି ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଭୁଜରେ ରାକ୍ଷୀ କ୍ଷ ଏ ରାକ୍ଷୀ ବାନ୍ଧିଲା କିଏ ! ବାନ୍ଧିଲା କିଏ!! ଖବର ଦିଆଗଲା ଠାକୁର ରାଜାଙ୍କୁ କ୍ଷ ରାଜା ସଙ୍ଗେ ସଙ୍ଗେ ଆସି ମନ୍ଦିରରେ ପହଞ୍ଚିଲେ ଓ ସେବାୟତ ମାନଙ୍କୁ ପଚାରିଲେ ପହଡ଼ ପରେ କିଏ ଆସିଥିଲା କାଲି ମନ୍ଦିରକୁ? ସମସ୍ତେ ପରସ୍ପର ଆଡ଼କୁ ଚାହାଁ ଚାହିଁ ହୋଇ କହିଲେ, ଆମେ ଜାଣିନାହୁଁ ! ଆମେ ଜାଣି ନାହୁଁ !!! କିଛି ଉପାୟ ନପାଇ, ଏହାର ରହସ୍ୟ ଜାଣିବାକୁ ଗଜପତି ଅଧିଆ ପଡ଼ିଲେ ମହାପ୍ରଭୁଙ୍କ ପାଖରେ କ୍ଷ ସ୍ୱପ୍ନାଦେଶରେ ମହାପ୍ରଭୁ ଜଣାଇଦେଲେ, ରାଜା ! ପାଟପୁର ଗ୍ରାମର ମାଳତୀ ମୋର ଭଉଣୀ, କାଲି ସେ ଆସିଥିଲା, ମୋତେ ରାକ୍ଷୀ ପିନ୍ଧାଇବା ପାଇଁ, ଜଗା ଭାଇ କେଉଁଠି ଅଛି କହି କେତେ ଖୋଜିଲା, ହେଲେ ତମେମାନେ କେହି ମଧ୍ୟ ତା\’ର ମୋ ସହ ଦେଖା କରେଇଲ ନାହିଁ କ୍ଷ ରାତିରେ ମାଳତୀ ସିଂହ ଦ୍ୱାର ପାଖରେ ଶୋଇଥିଲା, ମୁଁ ଯାଇ ତା\’ ହାତରୁ ରାକ୍ଷୀ ପିନ୍ଧି ଆସିଛି କ୍ଷ ରାଜା ସେବକ ମାନଙ୍କଠାରୁ ପଚାରି ଜାଣିବାକୁପାଇଲେ ଯେ କାଲି ଜଣେ ପାଞ୍ଚ ବର୍ଷର ଝିଅ ଶ୍ରୀମନ୍ଦିର ଭିତରେ ତା ଜଗା ଭାଇକୁ ଖୋଜି ବୁଲୁଥିଲା । ରାଜା ଆଉ କାଳ ବିଳମ୍ବ ନକରି ଯାଇ ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀର ଦରିଦ୍ର କୁଡ଼ିଆରେ । ତ୍ରସ୍ତ ମାଳତୀର ମାଆ ରାଜାଙ୍କ ପାଦ ତଳେ ପଡ଼ି କହିଲେ,\” ମୋର କିଛି ଅପରାଧ ହୋଇ ଯାଇଛି, ମୋତେ କ୍ଷମା କରନ୍ତୁ, ଛାମୁ କ୍ଷ ମୋ ଝିଅ ମାଳତୀ ଗତକାଲି ଶ୍ରୀମନ୍ଦିରକୁ ଯାଇଥିଲା,ବୋଧହୁଏ ସେ କିଛି ଅନ୍ୟାୟ, ଅନୀତି କରିଛି’ । ରାଜାଙ୍କର ଆଉ ତିଳେମାତ୍ର ସନ୍ଦେହ ରହିଲାନାହିଁ ଯେ ଏହି ମହିଳାଙ୍କ ଝିଅ ମାଳତୀ କାଲି ରାତିରେ ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇ ଆସିଛି କ୍ଷ ରାଜା ମାଳତୀର ମାଆ ମୁଣ୍ଡ ଉପରେ ହାତ ରଖିଦେଲେ ଓ କହିଲେ,ମାଆ,ସତେ କେଡ଼େ ସୋଭାଗ୍ୟବତୀ ଲୋ ତୁ ! ତୋ\’ ଝିଅ ମାଳତୀ, କାଲି ମହାପ୍ରଭୁଙ୍କୁ ଯାଇ ରାକ୍ଷୀ ପିନ୍ଧାଇଆସିଛି, ଯୁଗ ଯୁଗଧରି ମୁନୀ ଋଷି ମାନେ ଯାହାଙ୍କ ଦର୍ଶନ ପାଇ ପାରି ନାହାଁନ୍ତି, ତୋ ଝିଅ ତାଙ୍କୁ ସ୍ୱ ହସ୍ତରେ ରାକ୍ଷୀ ବାନ୍ଧିଆସିଛି କ୍ଷ ମହାରାଜା ମାଳତୀକୁ ଡାକି କହିଲେ, ଭଉଣୀ ! ତୁ ଆମ କୋଟି ଓଡ଼ିଆର ମଉଡ଼ ମଣି \”କ୍ଷ ମାଳତୀ ପରିବାରକୁ ମହାରାଜା ଧନ ଧାନ୍ୟ ଦାନ କରି ସେହିଠାରେ ଘୋଷଣା କଲେ,\’ ଏ ପାଟପୁର ଗ୍ରାମର ନାମ ଏଣିକି \’ମାଳତୀ ପାଟପୁର\’ ହେବ କ୍ଷ ସେହି ପାଟପୁର ଗ୍ରାମ ଅଦ୍ୟାପି ମାଳତୀପାଟପୁର ନାମରେ ବିଦ୍ୟମାନ ହୋଇ ରହିଛି କ୍ଷ ଏବେ ସେଠି ଗଢ଼ି ଉଠିଛି ନୂଆ ବସଆଡ୍ଡା ଓ ମାଳତୀପାଟପୁର ରେଳ ଷ୍ଟେସନ କ୍ଷ ସେ ଦିନ ଗଜପତି ମହାରାଜାଙ୍କ ମାଳତୀ ପାଟପୁର ନାମ କରଣରେ ଲୋକମାନେ କୁହାକୁହି ହେଉଥିଲେ :- ଧନ୍ୟଲୋ ମାଳତୀ ତୁହି ଜଗାର ଭଉଣୀ କ୍ଷ ରାକ୍ଷୀ ପିନ୍ଧାଇଲୁ ନୀଳାଚଳ ନୀଳମଣି

Leave a Reply