Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିମରେ ସୌନ୍ଦର୍ଯ୍ୟ ଉପଚାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିମରେ ସୌନ୍ଦର୍ଯ୍ୟ ଉପଚାର

କେଶ ପାଚିବା ହେଉ ଅବା ଚେହେରାରେ ବ୍ରଣ ଭଳି ଛୋଟ ଛୋଟ ସମସ୍ୟା ମହିଳାଙ୍କ ପାଇଁ ଚିନ୍ତାର କାରଣ ପାଲଟିଥାଏ । ଏଥିରୁ ମୁକ୍ତି ପାଇଁ ମହଙ୍ଗା ଉତ୍ପାଦର ବ୍ୟବହାର କରିଥାନ୍ତି । ତଥାପି କିଛି ଫାଇଦା ମିଳିନଥାଏ । ଏପରିସ୍ଥଳରେ ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ନିମର ଉପଯୋଗ କରିପାରିବେ । କେଶ ବୃଦ୍ଧି ପାଇଁ: ନିମ ତେଲ ଖପୁରୀରେ ରକ୍ତ ସଞ୍ଚାଳନ ବୃଦ୍ଧି କରିବା ସହ କେଶ ଘନ କରିବାରେ ସାହାଯ୍ୟ କରିଥାଏ । ଏହାଛଡ଼ା ଦୁଇ ମୁହାଁ କେଶକୁ ପୁନଶ୍ଚ ନୂଆ ରୂପ ଦେଇଥାଏ । କେଶ ମଜଭୁତ୍ କରିବା ସହ କଳା କରିଥାଏ । ସପ୍ତାହକୁ ଦୁଇ ଥର ଶୋଇବା ପୂର୍ବରୁ ନିମ ତେଲ ଲଗାଇ ମାଲିସ୍ କରନ୍ତୁ । ସକାଳୁ ଉଠି ଧୋଇଦିଅନ୍ତୁ । ଫରକ୍ ଆପଣାଛାଏଁ ଦେଖିପାରିବେ । ଏଥିରେ ମହଜୁଦ୍ ଔଷଧୀୟ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରୂପି ଏବଂ ଉକୁଣୀ ସମସ୍ୟା ଦୂର କରିଥାଏ । କେଶ ପାଇଁ ଉପଯୋଗୀ: ନିମ ପତ୍ର ଚୋବାଇବା ଦ୍ୱାରା କେଶକୁ ବିଶେଷ ଫାଇଦା ମିଳିଥାଏ । ଏଥିରେ ଥିବା ଆଣ୍ଟି ଫଙ୍ଗଲ୍ ଗୁଣ କେଶସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ । ଏଥିପାଇଁ ନିମ ପତ୍ରକୁ ପାଣିରେ ଫୁଟାନ୍ତୁ । ଏହି ପାଣିକୁ କେଶ ଧୋଇବା ବେଳେ ବ୍ୟବହାର କରେ ଲାଭ ମିଳିଥାଏ । ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି: ଧୂଳି, ଖରା ଏବଂ ପ୍ରଦୂଷଣ ଯୋଗୁ ଅନେକ ସମୟରେ ତ୍ୱଚାରେ ବ୍ରଣ ଉଠିଥାଏ । ନଚେତ୍ କୌଣସି ଆଘାତ ଯୋଗୁ ଚେହେରାରେ ଦାଗ ରହିଯାଏ । ଏଥିରୁ ରକ୍ଷା ପାଇବାକୁ ମହଙ୍ଗା କ୍ରିମ୍ ପରିବର୍ତ୍ତେ ନିମ ତେଲ ବେଶ୍ ଲାଭଦାୟକ ।

Leave a Reply