Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ

 ହିନ୍ଦୁ ଧର୍ମରେ ବିଭିତ୍ତ ପଶୁପକ୍ଷୀ ବହୁ ଦେବୀଦେବତାଙ୍କ ସହ ଜଡ଼ିତ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ପଶୁପକ୍ଷୀଙ୍କର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି । ପଶୁପକ୍ଷୀଙ୍କ ମଧ୍ୟରେ ଅନିଷ୍ଟ ଦୂର କରିବାର କ୍ଷମତା ରହିଛି ବୋଲି ମାନ୍ୟତା ରହିଛି । ଗୋ ମାତାଙ୍କ ଠାରେ ବହୁ ଦେବାଦେବୀ ବାସ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ପ୍ରଭୁ ଶ୍ରୀକୃଷ୍ଣ ମଧ୍ୟ ଗୋ ମାତାଙ୍କ ସେବା କରି ତାଙ୍କୁ ପବିତ୍ର ବୋଲି କହିଛନ୍ତି । ଜାଣନ୍ତୁ ପଶୁପକ୍ଷୀଙ୍କ ସେବା କରିବା ଦ୍ୱାରା କେଉଁ ସମସ୍ୟା ଦୂର ହୋଇଥାଏ ।  ଗୋ ସେବା କରିବା ଦ୍ୱାରା ଜୀବନରେ ବହୁ ସୁଖ ପ୍ରାପ୍ତି ହୋଇଥାଏ । ଏଥିରେ ଭଗବାନ ବିଷ୍ଣୁ ଓ ମା\’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି । ପ୍ରତ୍ୟେକ ଦିନ ଗାଈଙ୍କୁ ରୁଟି ଖୁଆଇବା ଉଚିତ ।  ଘରେ ଶୁଆ ରଖିବା ଦ୍ୱାରା ନକରାତ୍ମକ ଶକ୍‌ତି ଦୂର ହୋଇଥାଏ ।  ଏପରି ମଧ୍ୟ କୁହାଯାଏ ଯେଉଁ ଭୂମିରେ ଘର ତିଆରି କରାଯାଏ, ସେଠାରେ ପୂର୍ବରୁ ଗୋମାତାଙ୍କୁ ଓ ବାଛୁରୀକୁ ରହିଲେ ସେହି ସ୍ଥାନ ପବିତ୍ର ହୋଇଯାଏ ।  କୁକୁରକୁ ପ୍ରତିଦିନ ଖାଇବାକୁ ଦେବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ।  କାଉଙ୍କୁ ଖାଇବାକୁ ଦେବା ଦ୍ୱାରା ବହୁ ଅନିଷ୍ଟ ଦୂର ହୋଇଥାଏ ।  ମାଛ ଅର୍ଥାତ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ମଧ୍ୟ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ ।  ଘରେ ପିତଳରେ ର୍ନିମିତ ବେଙ୍ଗ ରଖିବା ଦ୍ୱାରା ରୋଗରୁ ରକ୍ଷା ମିଳିଥାଏ ।  ଠେକୁଆ ରଖିବା ଦ୍ୱାରା ଘରେ ଥିବା ପିଲାଙ୍କ ପାଇଁ ଏହା ଶୁଭଙ୍କର ।  ଗୃହରେ ତମ୍ବାରେ ର୍ନିମିତ କଇଁଛ ରଖିବା ଦ୍ୱାରା ବୈଭବ ପ୍ରାପ୍ତି ହୋଇଥାଏ ।

Leave a Reply