Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚାଉଳ ବରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚାଉଳ ବରା

ଆବଶ୍ୟକ ସାମଗ୍ରୀ: ଚାଉଳ, କଞ୍ଚା ଲଙ୍କା, ଅଦା, ତେଲ, ଲୁଣ, ଜୁଆଣି, ବିରି, ଖାଇବା ସୋଢ଼ା ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚାଉଳ ଓ ବିରିକୁ କିଛି ସମୟ ଭିଜାଇ ରଖି ଦିଅନ୍ତୁ । ଏହା ଭିଜିଗଲା ପରେ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖି ଦିଅନ୍ତୁ । ପରେ ଗ୍ରାଇଣ୍ଡିଂ କରିଥିବା ବିରିକୁ ୩ରୁ ୪ ମିନିଟ୍ ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଭେଣ୍ଟୁନ୍ତୁ । ପରେ ଗ୍ରାଇଣ୍ଡିଂ କରି ରଖିଥିବା ଚାଉଳ ସହ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ଦିଅନ୍ତୁ । ପରେ ତାକୁ ବାହାରକୁ ଆଣି ସେଥିରେ କଞ୍ଚା ଲଙ୍କା ଓ ଅଦା ଛେଚା, ଜୁଆଣି, ଅଳ୍ପ ଖାଇବା ସୋଢ଼ା ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ । ପରେ କରେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେଲା ପରେ ଗୋଳାଇ ରଖିଥିବା ମିଶ୍ରଣକୁ ବରା ଆକାରରେ ଛାଣନ୍ତୁ । ଏହା ହୋଇଗଲା ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ଏହାକୁ ଟମାଟୋ ଚଟଣି ଓ ତେନ୍ତୁଣି ଚଟଣି ସହ ସହ ଖାଆନ୍ତୁ । ପ୍ରସ୍ତୁତ ହୋଇଗଲା ଚାଉଳ ବରା

Leave a Reply