Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଘରେ ହାତୀ ଚିତ୍ର ରଖିବାର ମହତ୍ତ୍ୱ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଘରେ ହାତୀ ଚିତ୍ର ରଖିବାର ମହତ୍ତ୍ୱ

ଘରେ ସୁଖଶାନ୍ତିର ମାହୋଲ୍ ସମସ୍ତେ ଚାହାନ୍ତି । ଅନେକ ସମୟରେ ପରସ୍ପର ବୁଝାମଣାର ଅଭାବ ଏବଂ ନକାରାତ୍ମକ ବିଚାର ଯୋଗୁ ଘରେ ଅଶାନ୍ତି ଲାଗିରହେ । ଏହି ଅଶାନ୍ତି ଦୂର ପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀ ଚିତ୍ର ରଖିବାର ଥାଏ ବେଶ୍ ମହତ୍ତ୍ୱ । ଘରେ ସୁଖଶାନ୍ତି ଆଣିବାକୁ ଚାହୁଁଥିଲେ ହାତୀର ଏଭଳି ମୂର୍ତ୍ତି କିମ୍ବା ଫଟୋ ରଖିବେ ଯେଉଁଥିରେ ଶୁଣ୍ଢ ତଳକୁ ଝୁଲି ରହିଥିବ । ଘରେ ଶୁଣ୍ଢ ଉପରକୁ ଉଠି ରହିଥିବା ହାତୀ ମୂର୍ତ୍ତି କିମ୍ବା ଫଟୋ ରଖିଲେ ଧନ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଦାମ୍ପତ୍ୟ ଜୀବନରେ ମତାନ୍ତର ଶେଷ କରିବାକୁ ଚାହୁଁଥିଲେ ଶୟନ କକ୍ଷରେ ଗୋଟିଏ ହାତୀ ଥିବା ଫଟୋ କିମ୍ବା ହାତୀକୁ ନିଜ ଛୁଆଙ୍କ ସହ ଥିବାର ଫଟୋ ରଖିବା ଉଚିତ୍ । ସନ୍ତାନ ପ୍ରାପ୍ତି କରିବାର ଇଚ୍ଛା ସମ୍ପନ୍ନ କରିବାକୁ ଚାହୁଁଥିଲେ ୭ଟି ହାତୀ ଥିବା ଫଟୋ କିମ୍ବା ମୂର୍ତ୍ତିକୁ ଶୟନ କକ୍ଷରେ ରଖନ୍ତୁ । ସବୁ ଅଭିଭାବକଙ୍କ ଇଚ୍ଛା ସେମାନଙ୍କ ସନ୍ତାନ ଆଜ୍ଞାକାରୀ ହୁଅନ୍ତୁ । ପଢ଼ାଲେଖାରେ ହୁସିଆର୍ ହୁଅନ୍ତୁ । ଏଥିପାଇଁ ପିଲାଙ୍କ ପଢ଼ା ଟେବୁଲ୍ ଉପରେ ହାତୀ ମୂର୍ତ୍ତି କିମ୍ବା ଫଟେରଖନ୍ତୁ ।

Leave a Reply