Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସଫଳତାର ସରଳ ମନ୍ତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସଫଳତାର ସରଳ ମନ୍ତ୍ର

ଆମ ଜୀବନରେ କିଛି ନା କିଛି ଅସୁବିଧା ସବୁବେଳେ ଲାଗି ରହିଛି । ସେହି ଅସୁବିଧାକୁ ଦୂର କରିବାକୁ ଆମେ ଯଥା ସମ୍ଭବ ଚେଷ୍ଟା କରିଥାଉ । ଅନେକ ସମୟରେ ସଫଳତା ମିଳେ ତ ଅନେକ ସଫଳତା ମିଳେ ନା । ଆମେ ହତୋତ୍ସାହ ହୋଇପଡୁ । ତେବେ ଏ ନେଇ ବିଶେଷ ଚିନ୍ତା କରନ୍ତୁ ନାହିଁ । ଏହାର ସମାଧାନ ସୂତ୍ର ରହିଛି । ଟଙ୍କା ପଇସା ମାମଲାରେ ଆପଣ ଯଦି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତା ହେଲେ ଆସନ୍ତୁ ଜାଣିବା କେମିତି ଏହି ସମସ୍ୟାରୁ ମୁକ୍ତି ମିଳିବ । ଉଜ୍ଜୟିନୀର ଜଣେ ବିଶିଷ୍ଟ ପଣ୍ଡିତ ପ୍ରଫୁଲ୍ଳ ଭଟ୍ଟଙ୍କ ଅନୁସାରେ ଏମିତି କିଛି ସହଜ ଜ୍ୟୋତିଷ ଉପାୟ ଅଛି । ଯାହା ଦ୍ୱାରା ଆପଣଙ୍କ ଅସୁବିଧା ଦୂର ହୋଇଯିବ । ଅଟକି ରହିଥିବା ଟଙ୍କା ଫେରିପାଇବାକୁ ଆପଣ ଆପଣାନ୍ତୁ ଏହି ଉପାୟ । ଶୁକ୍ଳପକ୍ଷର କୌଣସି ସୋମବାରରୁ ଦୀର୍ଘ ୨୧ ଦିନ ପର୍ଯ୍ୟନ୍ତ ଲଗାତର ଏମିତି କିଛି ନିୟମ ମାନନ୍ତୁ ଯାହାଦ୍ୱାରା ଅଟକି ରହିଥିବା ଟଙ୍କା ମିଳିଯିବ । ସେ ନିୟମ ସମ୍ପର୍କରେ ଜାଣିବାକୁ ଆପଣ ଉତ୍ସୁକ ହୋଇପଡ଼ିବେଣି । ତା’ ହେଲେ ପଢ଼ନ୍ତୁ । ସକାଳୁ ଉଠି ଶୀଘ୍ର ଗାଧୋଇ ସାରି ଗୋଟିଏ ଢାଳରେ ପରିଷ୍କାର ପାଣି ନେଇ ସେଥିରେ ୫ଟି ଗୋଲାପ ଫୁଲ ପକାନ୍ତୁ । ତା’ ପରେ ସେହି ପାଣି =କୁ ନେଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ । ଭଗବାନ ସୂର୍ଯ୍ୟଙ୍କ ପାଖରେ ନିଜର ସମସ୍ୟା ନିରାକରଣ ପାଇଁ ପ୍ରାର୍ଥନା କରନ୍ତୁ । ଖୁବ ଶୀଘ୍ର ଆପଣଙ୍କ ଅଟକି ରହିଥିବା ଟଙ୍କା ପ୍ରାପ୍ତ ହେବ । ସଫଳତା ପାଇବା ପାଇଁ ପ୍ରତି ବୁଧବାର ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ନମସ୍କାର କରନ୍ତୁ । ଏହା ପରେ ଏକ ନାଲି ସୁତାନେଇ ‘ଓଁ ଗଂ ଗଣପତୟେ ନମଃ’ ମନ୍ତ୍ର ପଢ଼ି ସାତଟି ଗଣ୍ଠି ପକାନ୍ତୁ । ତା’ ପରେ ଏହି ସୂତାକୁ ତାବିଜ ସହ ପରିଧାନ କରନ୍ତୁ । ଆଉ ପ୍ରତି ବୁଧବାର ସେହି ତାବିଜ ବାହାର କରି ତାକୁ ଧୂପ ଦୀପ ଦେଖାଇ ପୁଣି ଥରେ ଧାରଣ କରନ୍ତୁ । ଏହି ତାବିଜକୁ ପିନ୍ଧି ଆପଣ ଯେକୌଣସି କାମ କରିବାକୁ ଯିବେ ସେଥିରେ ନିଶ୍ଚିତ ସଫଳତା ପାଇବେ । ସୁଖ ଓ ସମୃଦ୍ଧି ବୃଦ୍ଧି କରିବା ପାଇଁ ପ୍ରତି ଦିନ ସକାଳେ ଗାଧୋଇ ସାରିବା ପରେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ । ଜଳ ଅର୍ପଣ କରିବା ପରେ ତୁଳସୀ ଗଛ ମୂଳରେ ଗାଈର ଶୁଦ୍ଧ ଘିଅର ଦୀପ ଜଳାନ୍ତୁ । ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତ ବଢ଼ିବା ସହ ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ ।

Leave a Reply