Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ଲଦାଖରେ ରାହୁଲ ଗାନ୍ଧୀ ଦେଇଥିବା ବକ୍ତବ୍ୟକୁ ନେଇ ବିବାଦ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲଦାଖରେ ରାହୁଲ ଗାନ୍ଧୀ ଦେଇଥିବା ବକ୍ତବ୍ୟକୁ ନେଇ ବିବାଦ


ଡ. ସମନ୍ୱୟ ନନ୍ଦ
କଂଗ୍ରେସର ପୂର୍ବତନ ସଭାପତି ଓ କର୍ତା ଧର୍ତା ରାହୁଲ ଗାନ୍ଧୀ ବର୍ତମାନ ଲଦାଖ ଗସ୍ତରେ ଅଛନ୍ତି । ସେ ବିଭିନ୍ନ ସମୟରେ ଯେଉଁ ବକ୍ତବ୍ୟ ଦେଇଥାନ୍ତି ସେଥିରେ ଅନେକ ପ୍ରକାର ବିବାଦ ଦେଖା ଦେଇଥାଏ । ଚଳିତ ଲଦାଖ ଗସ୍ତ ସମୟରେ ମଧ୍ୟ ସେ ଏପରି ଏକ ବକ୍ତବ୍ୟ ପ୍ରଦାନ କରିଛନ୍ତି ଯାହାକୁ ନେଇ ପୁଣି ଥରେ ବିବାଦ ଦେଖା ଦେଇଛି । ସେ ଲଦାଖ ଯାଇ କହିଛନ୍ତି ଯେ “ଚୀନ ଭାରତ ମଧ୍ୟରେ ଅନୁପ୍ରବେଶ କରିଛି । ଏଠାକାର ଲୋକ ମାନେ କହୁଛନ୍ତି ଯେ ଚୀନର ସେନା ଭାରତ ମଧ୍ୟରେ ପ୍ରବେଶ କରିଛି । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ଯେ କେହି ଭାରତରେ ଅନୁପ୍ରବେଶ କରି ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଯାହା କହୁଛନ୍ତି ତାହା ସତ ନୁହେଁ । ଏଠାରେ ଆପଣ ଯାହାଙ୍କୁ ମଧ୍ୟ ପଚାରନ୍ତୁ ସେହି ସମାନ କଥା କହିବ । ”
ରାହୁଲ ଗାନ୍ଧୀଙ୍କ ଚୀନ ସମ୍ପର୍କରେ ବକ୍ତବ୍ୟ ସମ୍ପର୍କରେ ଦୃଷ୍ଟି ଦେଉଥିବା ଲୋକ ମାନେ ଭଲ ଭାବେ ଜାଣନ୍ତି ଯେ ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ଏଭଳି କଥା କହୁନାହାନ୍ତି । ସେ ଏହି କଥାକୁ ବାରମ୍ବାର ଦୋହରାଇ ଚାଲିଛନ୍ତି । ଏହା ପୂର୍ବରୁ ସେ ଏହି ସମାନ କଥାକୁ କହି ଭାରତ ସରକାରଙ୍କୁ କାଠଗଡାରେ ଠିଆ କରାଉଛନ୍ତି । ଗଲୱାନ ଉପତ୍ୟକାରେ ଯେତେବେଳେ ଭାରତୀୟ ସୈନିକ ମାନେ ବୀରତ୍ୱର ସହ ଚୀନର ଲାଲ ସେନା ସହ ଲଢିଥିଲେ ଓ ପ୍ରତ୍ୟେକ ଇଂଚ ଜମିର ସୁରକ୍ଷା ପାଇଁ ନିଜର ସର୍ବୋଚ୍ଚ ବଳିଦାନ ଦେଇଥିଲେ ସେତେବେଳେ ମଧ୍ୟ ରାହୁଲ ଗାନ୍ଧୀ ଏହି ସମାନ କଥା କହିଥିଲେ । ସେତେବେଳେ ମଧ୍ୟ ସେ କହିଥିଲେ ଯେ ଚୀନ ଭାରତରେ ଅନୁପ୍ରବେଶ କରି ଭାରତୀୟ ଭୂମି ଉପରେ କବଜା କରିଛି । ଏହା ବାସ୍ତବରେ ଭାରତର ବୀର ସୈନିକ ମାନଙ୍କର ମନୋବଳକୁ ହ୍ରାସ କରିବା ଭଳି ଥିଲା । ଏହା ପରେ ମଧ୍ୟ ସେ ଏହି ପ୍ରସଙ୍ଗରେ ଚୁପ ରହି ନାହାନ୍ତି । ଯେତେବେଳେ ଯେଉଁ ଠାରେ ତାଙ୍କୁ ସୁଯୋଗ ମିଳିଛି ସେ ସେହି ସମାନ ବକ୍ତବ୍ୟ ଦେଇ ଚାଲିଛନ୍ତି । ଏବେ ଲଦାଖ ଯାଇ ସେ ସେହି ପୁରୁଣା ବକ୍ତବ୍ୟକୁ ପୁଣି ଥରେ ଦୋହରାଇଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଯେ ରାହୁଲ ଗାନ୍ଧୀ ଏହି କଥାକୁ ବାରମ୍ବାର କାହିଁକି କହୁଛନ୍ତି । ସେ କଣ ଇତିହାସ ପଢି ନାହାନ୍ତି । ବିଶେଷ ଭାବେ ତାଙ୍କର ପିତାଙ୍କ ଅଜା ଅର୍ଥାତ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଂଡିତ ଜବାହର ଲାଲ ନେହେରୁଙ୍କ ସମୟରେ ୧୯୬୨ ମସିହାରେ ଚୀନ କିଭଳି ଭାବେ ଭାରତ ଉପରେ ଆକ୍ରମଣ କରି ହଜାର ହଜାର ବର୍ଗ ମାଇଲ ଭାରତୀୟ ଭୂମି ଉପରେ କବଜା କରି ନେଇଛି ତାହା କଣ ସେ ଜାଣନ୍ତି । ନେହେରୁଙ୍କ ଅଦୂରଦର୍ଶିତା କାରଣରୁ ପ୍ରଥମେ ତିବତ ତାର ସ୍ୱାଧୀନତା ହରାଇଥିଲା । ଏହା ସତ୍ୱେ ନେହେରୁ କିଛି ଶିଖି ନ ଥିଲେ । ଏହା ପରେ ସେ ହିନ୍ଦୀ- ଚୀନୀ ଭାଈ- ଭାଈର ଗୀତରେ ନାଚୁଥିବା ବେଳେ ୧୯୬୨ ମସିହାରେ ଚୀନ ସମ୍ପୂର୍ଣ ପ୍ରସ୍ତୁତି ସହ ଭାରତ ଉପରେ ଆକ୍ରମଣ କରି ଦେଇଥିଲା । ଏହା କଣ ରାହୁଲ ଗାନ୍ଧୀ ଜାଣି ନାହାନ୍ତି ।
ଚୀନ ଦ୍ୱାରା ତିବତ ଉପରେ ଅଧିକାର କରାଯିବା ବେଳେ ସରଦାର ପଟେଲଙ୍କ ଚେତାବନୀ ସତ୍ୱେ ନେହରୁ ଚୁପ ରହିଥିଲେ । ତିବତ ଉପରେ ଅଧିକାର କରିବା ଆରମ୍ଭ କରିବା ପରେ ପରେ ହିଁ ଚୀନ ତାର ଅସଲ ରୂପ ଦେଖାଇବା ଆରମ୍ଭ କରି ଦେଇଥିଲା । ସିକ୍ୟାଙ୍ଗ ଓ ତିବତକୁ ଯୋଡିବା ପାଇଁ ଚୀନ ଲଦାଖ ସ୍ଥିତ ଭାରତୀୟ ଅଂଚଳରେ ସଡକ ନିର୍ମାଣ କାମ ଆରମ୍ଭ କରି ଦେଇଥିଲା । ହେଲେ ପଣ୍ଡିତ ନେହେରୁ ଏହି କଥାକୁ ଲୁଚାଇ ରଖିଥିଲେ ଓ ସାର୍ବଜନୀନ କରି ନ ଥିଲେ । କିନ୍ତୁ ଏହି ସଡକ ନିର୍ମାଣ କାମ ସରିବା ପରେ ୧୯୫୩-୫୪ ମସିହାରେ ଚୀନ ନିଜେ ହିଁ ଏହି ସଡକ ନିର୍ମାଣ କାମ ସମାପ୍ତ ହେବା ସମ୍ପର୍କରେ ଘୋଷଣା କରି ଦେଇଥିଲା । ସେତେବେଳେ ପଣ୍ଡିତ ନେହେରୁଙ୍କ ପାଖରେ ଲୁଚାଇବା ପାଇଁ ଆଉ କିଛି ନ ଥିଲା । ଚୀନର ଘୋଷଣା ସାମନାକୁ ଆସିଲା ପରେ ସଂସଦରେ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ପଣ୍ଡିତ ନେହେରୁଙ୍କ ନିକଟରେ କୌଣସି ଉତର ନ ଥିଲା । ସେ କ୍ରୋଧରେ ଜର୍ଜରିତ ହୋଇ କହିଥିଲେ ଯେ “ଚୀନ ଭାରତର ଯେଉଁ ଅଂଚଳକୁ ଅଧିକାର କରି ରାସ୍ତା ନିର୍ମାଣ କରିଛି ସେଥିରେ ଦୂବ ଘାସ ମଧ୍ୟ କଅଁଳେ ନାହିଁ । ” ଏହାର ଉତରରେ ସେତେବେଳେ ସାଂସଦ ମହାବୀର ତ୍ୟାଗୀ କହିଥିଲେ ଯେ “ପଣ୍ଡିତ ନେହେରୁ ମହୋଦୟ, ମୋ ମୁଣ୍ଡରେ କେଶ ନାହିଁ, ତା ହେଲେ ମୁଁ ମୁଣ୍ଡକୁ ମଧ୍ୟ ଆପଣ କାଟି ଚୀନକୁ ପ୍ରଦାନ କରି ଦେଉ ନାହାନ୍ତି । ”
ସେତେବେଳକୁ ଚୀନ ତିବତ ସହ ଭାରତର ଲଦାଖରେ ମଧ୍ୟ ଅତିକ୍ରମଣ କରିବାରେ ବ୍ୟସ୍ତ ଥିଲା । ହେଲେ ପଣ୍ଡିତ ନେହେରୁ ଦେଶବାସୀଙ୍କୁ ଏହା ଲୁଚାଉଥିଲେ , ଘାସ କଅଁଳେ ନାହିଁ ବୋଲି କଳଙ୍କିତ ବକ୍ତବ୍ୟ ଦେଉଥିଲେ । ଏହା ପରେ ୧୯୬୨ ମସିହାରେ ଚୀନ ପ୍ରତ୍ୟକ୍ଷ ଭାବେ ଭାରତ ଉପରେ ଆକ୍ରମଣ କରି ଦେଇଥିଲା । ଏହି ଯୁଦ୍ଧରେ କଣ ହେଲା, ଭାରତ ତାର କେତେ ଭୂମି ହରାଇଲା ସେ ସମ୍ପର୍କରେ ଉଲ୍ଲେଖ କରିବାର ବିଶେଷ ଆବଶ୍ୟକତା ନାହିଁ । ଏହି ବିଷୟ କଣ ରାହୁଲଙ୍କୁ ଜଣା ନାହିଁ ।
ତେବେ ଚୀନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ ବର୍ତମାନର କଂଗ୍ରେସ ଦଳର ଭୂମିକା ମଧ୍ୟ ସନ୍ଦେହାସ୍ପଦ ରହିଛି । ଦେଶରେ ଯେତେବେଳେ କଂଗ୍ରେସ ସରକାର ଥିଲା ଓ ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଲେ କଂଗ୍ରେସ ଦଳ ଓ ଚୀନର ସରକାରୀ ଦଳ ଅର୍ଥାତ ଚାଇନିଜ କମ୍ୟୁନିଷ୍ଟ ପାର୍ଟି (ସିସିପି) ସହ ଏକ ଏମଓୟୁ ହୋଇଥିଲା । ଏକ ଭାରତର ଶତ୍ରୁ ଦେଶ ଚୀନକୁ ଚଳାଉଥିବା କମ୍ୟୁନିଷ୍ଟ ପାର୍ଟି ସହ କଂଗ୍ରେସ ଦଳ କାହିଁକି ଏମଓୟୁ କରିଥିଲା ? ଏହି ଏମଓୟୁ କେଉଁ ଉଦ୍ଦେଶ୍ୟରେ ହୋଇଥିଲା ? ଏହା ଆଜି ଯାଏ ଗୁପ୍ତ ରହିଛି । ବାରମ୍ବାର ଦାବି ସତ୍ୱେ କଂଗ୍ରେସ ଦଳ ଏ ସମ୍ପର୍କିତ ବିବରଣୀକୁ ସାର୍ବଜନୀନ କାହିଁକି କରୁ ନାହିଁ ?
କେବଳ ସେତିକି ନୁହେଁ ଆହୁରି ଏକ ବିପଜ୍ଜନକ କଥା ମଧ୍ୟ ସାମନାକୁ ଆସିଥିଲା । ରାଜୀବ ଗାନ୍ଧୀ ଫାଉଂଡେସନକୁ ୨୦୦୫ରୁ ୨୦୦୭ ମସିହା ମଧ୍ୟରେ ଚୀନର ଦୂତାବାସରୁ ୧.୩୫ କୋଟି ଟଙ୍କା ମିଳିଥିଲା । ଦେଶର ଗୃହ ମନ୍ତ୍ରୀ ଅମିତ ଶାହ ସଂସଦରେ ନିଜେ ଏହାକୁ କହିଥିଲେ । ଦେଶର ନିୟମରେ ଉଲ୍ଲଂଘନ କରି ଏହି ଧନରାଶି ନିଆଯାଇଥିବାରୁ ରାଜୀବ ଗାନ୍ଧୀ ଫାଉଂଡେସନର ଏଫସିଆରଏ ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଛି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଚୀନ ରାଜୀବ ଗାନ୍ଧୀ ଫାଉଂଡେସନକୁ ଅର୍ଥ କାହିଁକି ଦେଉଥିଲା ? ଏକ ଶତ୍ରୁ ଦେଶରୁ ଭାରତର ପ୍ରମୁଖ ରାଜନୈତିକ ଦଳର ଫାଉଂଡେସନ ଅର୍ଥ ଗ୍ରହଣ କରିବା କେତେଦୂର ଠିକ ?
ଏହା ପୂର୍ବରୁ ଡୋକଲାମ ବିବାଦ ବେଳେ ଉଭୟ ଦେଶ ମଧ୍ୟରେ ଉତେଜନାପୂର୍ଣ ପରିସ୍ଥିତି ସମୟରେ ରାହୁଲ ଗାନ୍ଧୀ ନୂଆଦିଲ୍ଲୀ ସ୍ଥିତ ଚୀନର ଦୂତାବାସ ଯାଇ ସେଠାରେ ଚୀନର ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ । ଭାରତ ଉପରେ ଆକ୍ରମଣ କରିଥିବା ଏକ ଦେଶର ରାଷ୍ଟ୍ରଦୂତଙ୍କୁ ରାତିର ଅନ୍ଧକାରରେ ଲୁଚି ଯାଇ ଭେଟିବାର କାରଣ କଣ ଥିଲା ? ଏହା ମଧ୍ୟ ଆଜି ଯାଏ ଅନୁତରିତ ରହିଛି ।
ତେଣୁ କଂଗ୍ରେସ ଦଳର ଚୀନର କମ୍ୟୁନିଷ୍ଟ ପାର୍ଟି ସହ ଏମଓୟୁ ହସ୍ତାକ୍ଷର ହେବା , ରାଜୀବ ଗାନ୍ଧୀ ଫାଉଂଡେସନକୁ ଚୀନରୁ ଅର୍ଥ ହାସଲ ହେବା, ଭାରତ ଚୀନ ମଧ୍ୟରେ ଉତେଜନାପୂର୍ଣ ପରିସ୍ଥିତି ବେଳେ ଚୀନର ରାଷ୍ଟ୍ରଦୂତଙ୍କୁ ଭେଟିବା ଓ ଲଦାଖରେ ଚୀନ ସେନା ଅନୁପ୍ରବେଶ କରିଛି ବୋଲି ରାହୁଲଗାନ୍ଧୀ ବାରମ୍ବାର ବକ୍ତବ୍ୟ ଦେବା କାରଣରୁ ଅନେକ ସନ୍ଦେହ ତିଆରି ହେଉଛି । ଏହି ସନ୍ଦେହ ଦୂର ହେବା ଆବଶ୍ୟକ ।
ଯେତେବେଳେ କଂଗ୍ରେସ ନେତୃତ୍ୱରେ ୟୁପିଏ ୧ ଓ ୟୁପିଏ ୨ର ଶାସନ ଥିଲା ସେତେବେଳେ ଚୀନର ସୀମାରେ ଭାରତ କୌଣସି ପ୍ରକାର ଭିତିଭୂମି ନିର୍ମାଣ କରୁ ନଥିଲା .ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଏ,କେ ଅଂଟୋନୀ ସଂସଦରେ ନିଜେ ସ୍ୱୀକାର କରିଛନ୍ତି । ତାଙ୍କର ତର୍କ ଥିଲା ଯେ ଯଦି ଆମେ ସୀମାରେ ଭିତିଭୂମି ତିଆରି କରି ଦେବା ତେବେ ଚୀନ ଆମ ଉପରେ ଆକ୍ରମଣ କରି ଆମର ଭିତିଭୂମିକୁ ବ୍ୟବହାର କରି ଭାରତ ମଧ୍ୟ ପଶି ଆସି ପାରିବ । ତେଣୁ ଆମେ ଭିତିଭୂମି ତିଆରି କରୁ ନାହିଁ । କଂଗ୍ରେସ ସରକାରଙ୍କ ବଡ ବିଚିତ୍ର ତର୍କ ଥିଲା । ହେଲେ ବର୍ତମାନ ସ୍ଥିତି ବଦଳିଛି । ୨୦୧୪ ମସିହା ପର ଠାରୁ ବର୍ତମାନ ସରକାର ସୀମାନ୍ତ ଅଂଚଳରେ ଭିତିଭୂମି ବିକାଶରେ ଲାଗିଛି, ପୂର୍ବବର୍ତୀ ସରକାରଙ୍କ ଭଳି କାମ କରୁ ନାହିଁ । ବର୍ତମାନ ସରକାର ଚୀନର ମୁକାବିଲା କରୁଛି । ଡୋକଲାମ ଠାରୁ ଆରମ୍ଭ କରି ଗଲୱାନ ଓ ବର୍ତମାନ ଯାଏ ବର୍ତମାନ ସରକାର ଚୀନର ଜବାବ ତାରି ଭାଷାରେ ଦେଉଛି ।
ବିରୋଧୀ ଦଳ ଭାବେ ରାହୁଲ ଗାନ୍ଧୀ ସରକାରଙ୍କୁ ବିରୋଧ କରିବା ଆବଶ୍ୟକ ଏଥିରେ ଦ୍ୱିମତ ହେବାର ନାହିଁ । ବିରୋଧ ପାଇଁ ଅନେକ ପ୍ରସଙ୍ଗ ରହିଛି । ହେଲେ ଚୀନ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପରିପକ୍ୱତା ଦେଖାଇବା ଉଚିତ ଓ ‘ଭାରତ ଏକଜୁଟ ଅଛି’ ଭଳି ବାର୍ତା ଦେବା ଉଚିତ । ଚୀନକୁ ସହାୟତା କରିବା ଭଳି କୌଣସି ବକ୍ତବ୍ୟ ଦେବା ଠିକ ନୁହେଁ ବୋଲି ମନେ ହୁଏ ।

Leave a Reply