Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଲରା ଖାଉଥିଲେ ଜାଣିରଖନ୍ତୁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଲରା ଖାଉଥିଲେ ଜାଣିରଖନ୍ତୁ

ସ୍ୱାଦରେ ପିତା କଲରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ନିୟମିତ କିମ୍ବା ସପ୍ତାହକୁ ୨ଥର ଏହାର ସେବନ କଲେ ମଧୁମେହ ସହ ଅନ୍ୟ ରୋଗ ମଧ୍ୟ ଶରୀର ଠାରୁ ଦୂରେଇ ରହିଥାଏ । ସ୍ୱାସ୍ଥ୍ୟ ପାଇଁ ଏହା ଉପକାରୀ ହେବା ସହ ଏପରି କିଛି ଖାଦ୍ୟ ରହିଛି, ଯାହାକୁ କଲରା ସହ ଏକାଠି ଖାଇବା ଉଚିତ ନୁହେଁ । ନଚେତ୍ ଏହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ । ଜାଣନ୍ତୁ.. କଲରା ଖାଇବା ପରେ ଆଦୌ କ୍ଷୀର ପିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ୱାରା ପେଟରେ କୋଷ୍ଠକାଠିନ୍ୟ, ଯନ୍ତ୍ରଣା, ଜଳାପୋଡା ଭଳି ସମସ୍ୟା ହୋଇଥାଏ । ଭେଣ୍ଡି – କଲରା ଖାଇବା ପରେ ଭେଣ୍ଡି ମଧ୍ୟ ଖାଆନ୍ତୁ ନାହିଁ । ଏହାଦ୍ୱାରା ଖାଦ୍ୟ ହଜମରେ ସମସ୍ୟା ହେବା ସହ ସଠିକ ଭାବେ ହଜମ ହୋଇପାରିନଥାଏ । ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ । କଲରା ଖାଇବା ପରେ କିମ୍ବା କଲରା ସହ ଆମ୍ବ ମଧ୍ୟ ଖାଇବା ଉଚିତ ନୁହେଁ । ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ବାନ୍ତି, ଗଳା ଓ ଛାତିରେ ଜଳାପୋଡା,ଏସିଡିଟି ଭଳି ସମସ୍ୟା ସୃଷ୍ଟି କରିଥାଏ । ଏସବୁ ହଜମ ହେବାକୁ ଅଧିକ ସମୟ ଲାଗିଥାଏ । କଲରା ଖାଇବା ପରେ ମୂଳା କିମ୍ବା ମୂଳାରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ । ମୂଳା ଓ କଲରାର ଗୁଣ ଭିନ୍ନ । ଏହା ଏସିଡିଟି ସହ ଅନ୍ୟ ସମସ୍ୟା ସୃଷ୍ଟି କରିଥାଏ । କଲରା ସହ କିମ୍ବା କଲରା ଖାଇବା ପରେ ଦହିର ଆଦୌ ସେବନ କରନ୍ତୁ ନାହିଁ । କଲରା ସେବନ କରିବା ପରେ ଦହି ଖାଇଲେ ତ୍ୱଚା , ଚର୍ମ କୁଣ୍ଡାଇ ହେବା ଭଳି ସମସ୍ୟା ମଧ୍ୟ ହୋଇଥାଏ ।

Leave a Reply