Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତମ୍ବାପାତ୍ରର ବିଶେଷତ୍ୱ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତମ୍ବାପାତ୍ରର ବିଶେଷତ୍ୱ

ଭାରତୀୟ ପରମ୍ପରା ଅନୁସାରେ ତମ୍ବା ପାତ୍ରରେ ପାଣି ପିଆଯାଇଥାଏ । ଯାହାର ବହୁତ କିଛି ଫାଇବା ରହିଥାଏ । ଏହି କଥାର ସତ୍ୟତା ଥିବା ମେଡିକାଲ ରିପୋର୍ଟରୁ ପ୍ରକାଶ ପାଇଛି । ସାଧାରଣ ଭାବେ ଆମେ ସମସ୍ତେ ଷ୍ଟିଲ, କାଚ ତଥା ପ୍ଲାଷ୍ଟିକ ଗ୍ଲାସରେ ପାଣି ପିଇଥାଉ । କିନ୍ତୁ କଣ ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ । ଆମେ ଅନେକ ଥର ଆମ ଗୁରୁଜନଙ୍କଠୁ ଏହି ଉପଦେଶ ଶୁଣିବାକୁ ପାଉ ଯେ ତମ୍ବା ତଥା କପର ଗ୍ଲାସରେ ପାଣି ପିଇଲେ ଏହା ଆମ ଶରୀର ପାଇଁ ଭଲ ହୋଇଥାଏ । କିନ୍ତୁ ଆମେ ତାହାର ଫାଇଦା ସମ୍ପର୍କରେ ଜାଣିନଥାଉ । ଭାରତୀୟ ପରମ୍ପରା ଅନୁସାରେ ତମ୍ବା ପାତ୍ରରେ ପାଣି ପିଆଯାଇଥାଏ । ଯାହାର ବହୁତ କିଛି ଫାଇବା ରହିଥାଏ । ବର୍ତ୍ତମାନ ଏହି କଥାର ସତ୍ୟତା ଥିବା ମେଡିକାଲ ରିପୋର୍ଟରୁ ପ୍ରକାଶ ପାଇଛି । ତେବେ ଆମ ପୂର୍ବଜ ମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଉପାୟ ଗୁଡିକ ଆମେ ପଛରେ ପକାଇ ଆଗକୁ ବଢିବାରେ ଲାଗିଛେ, ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ । ଯଦି ଆମେ ପୁଣିଥିରେ ସେହି ସବୁ ଉପାୟ ଗୁଡିକ ଗ୍ରହଣ କରିବେ ତେବେ ଆମ ଶରୀରରେ କୌଣସି ପ୍ରକାର ରୋଗ ପ୍ରବେଶ କରିବ ନାହିଁ ଏବଂ ଶରୀରକୁ ବିଭିନ୍ନ ପ୍ରକାରର ଉପକାର ମିଳିବ । ଏହିପରି ଏକ ଉପାୟ ହେଉଛି ଏକ ତମ୍ବା ପାତ୍ରରେ ରାତିରେ ପାଣି ରଖି ସେହି ପାଣିକୁ ସକାଳେ ପିଇବା । ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାସହ ଆୟୁର୍ବେଦ ମଧ୍ୟ କହେ କି ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା ବହୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ତେବେ ସାଇଣ୍ଟିଫିକ ଦୃଷ୍ଟିରୁ ଏହି ପାଣିକୁ ପିଇବା ଦ୍ୱାରା ବ୍ୟାକ୍ଟେରିଆ ଓ ଦୂଷିତ ପଦାର୍ଥକୁ ମରିବାର କ୍ଷମତା ରଖଥାଏ । ଏହି ପାଣିରେ ତମ୍ବାର ତତ୍ତ୍ୱ ମିଶିଯାଏ । ଯାହା ଆମ ଶରୀରରେ ଥିବା ହାନିକାରକ ପଦାର୍ଥକୁ ନଷ୍ଟ କରିଦିଏ । ଏମିତିରେ ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ । ଏବେ ଜାଣନ୍ତୁ ଏହି ପାତ୍ରରେ ପାଣି ପିଇବା ଦ୍ୱାରା କେଉଁ ଫାଇଦା ମିଳେ.. ଗ୍ୟାସ ସମସ୍ୟାରୁ ମୁକ୍ତି: ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ୱାରା ଏସିଡିଟି କିମ୍ବା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବାସହ ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ । କୋଲଷ୍ଟୋଲ ପରିମାଣ କମ୍ ହୋଇଥାଏ : ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ୱାରା ଶରୀରରେ କୋଲଷ୍ଟୋଲ ପରିମାଣ କମ୍ ହେବାସହ ହାର୍ଟ ମଜବୁତ୍ ହୋଇଥାଏ । ରକ୍ତ ହିନତାରୁ ମିଳିଥାଏ ମୁକ୍ତି : ତମ୍ବା ପାତ୍ରରେ ଅତି କମରେ ୮ ଘଣ୍ଟା ପର୍ଯ୍‌ଯନ୍ତ ପାଣି ରଖି ସେହି ପାଣିକୁ ପିଇବା ଦ୍ୱାରା ଏନିମିୟା ତଥା ରକ୍ତ ହିନତା ରୋଗକୁ ମୁକ୍ତି ମିଳିଥାଏ । ଏହି ପାଣିରେ ଭରପୁର ଥିବା କପର ଆପଣଙ୍କ ଶରୀରରେ ଥିବା ରକ୍ତ ହିନତାକୁ ଦୂର କରିବାରେ ସାହାଯ୍‌ଯ କରିଥାଏ । କ୍ୟାନ୍ସରରୁ ରକ୍ଷା ପାଇବା: ତମ୍ବା ପାତ୍ରରେ ରଖାଯାଇଥିବା ପାଣି ରେ ପର୍ଯ୍‌ଯାପ୍ତ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ୍ ରହିଥାଏ, ଯାହା ବୟସ ଛାପକୁ ଲୁଚାଇବା ସହ କ୍ୟାନସର ଭଳି ଗମ୍ଭୀର ରୋଗରୁ ଲଢିବା ପାଇଁ ସହାୟକ ହୋଇଥାଏ । କେଶ ଝଡିବା କମ୍ ହୋଇଥାଏ: ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ୱାରା କେଶ ଝଡିବା କମ୍ ହୋଇଥାଏ । ଓଜନ କମିବାରେ ସହାୟ ହୋଇଥାଏ : ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଫଳରେ ଓଜନ କମ୍ ହୋଇଥାଏ । ଏହାସହ ଶରୀରକୁ ବହୁ ପ୍ରକାରର ପ୍ରତିକାର ମିଳିଥାଏ ।

Leave a Reply