Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବନାନ୍ତୁ ବନ୍ଧା କୋବି ମଟର ସବ୍‌ଜି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବନାନ୍ତୁ ବନ୍ଧା କୋବି ମଟର ସବ୍‌ଜି

ଏହାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ । ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ । ଆବଶ୍ୟକ ସାମଗ୍ରୀ :-୨୫୦ ଗ୍ରାମ୍ ବନ୍ଧା କୋବି, ୧ କପ୍ ମଟର, ୨ କପ୍ ଟମାଟୋ ପ୍ୟୁରି, ୧ ଛୋଟ ଚାମଚ ହଳଦୀ, ୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର, ୧ ଛୋଟ ଚାମଚ ଧନିଆ ପାଉଡର, ୧ ଛୋଟ ଚାମଚ ଜିରା, ୧/୨ ଛୋଟ ଚାମଚ ଲୁଣ, ଆବଶ୍ୟକ ଅନୁସାରେ କଟା ହୋଇଥିବା ଧନିଆ ପତ୍ର, ୧ ଛୋଟ ଚାମଚ କଟା କଞ୍ଚା ଲଙ୍କା, ଆବଶ୍ୟକ ଅନୁସାରେ ଅଦା (କଦ୍ଦୁକସ୍ ହୋଇଥିବା), ତଡକା ପାଇଁ ତେଲ (ଆବଶ୍ୟକ ଅନୁସାରେ) । ପ୍ରସ୍ତୁତି ପ୍ରଣାଳୀ: ସର୍ବପ୍ରଥମେ ବନ୍ଧା କୋବିକୁ ଛୋଟ ସାଇଜର କାଟି ଭଲଭାବେ ଧୋଇନେଇ ଗୋଟେ ଗିନାରେ ରଖନ୍ତୁ । ଏବେ ଏକ କଡା ନିଅନ୍ତୁ ଏବଂ ଏହାକୁ ଗରମ କରନ୍ତୁ । ଗରମ କଡାରେ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହୋଇଗଲେ ଏଥରେ କଞ୍ଚା ଲଙ୍କା ଏବଂ ଅଦା ପକାଇ ଭାଜନ୍ତୁ । ଏବେ କାଟି ରଖିଥିବା ବନ୍ଧା କୋବି ପକାନ୍ତୁ ଏବଂ ଏହାକୁ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଯେତେବେଳେ ବନ୍ଧାକୋବି ଭା ବନ୍ଧା କୋବି ମଟର ସବ୍‌ଜି ଘ ସିଝିଯାଇ ନରମ ହୋଇଯିବ ସେତେବେଳେ ଏଥିରେ ମଟର ପକାନ୍ତୁ । ସ୍ୱାଦାନୁସାରେ ବିଟ୍ ଲୁଣ ପକାଇ ଦିଅନ୍ତୁ । ଏବେ ଏହିସବୁ ସାମଗ୍ରୀକୁ ଭଲଭାବେ ମିଶାଇ ଗ୍ୟାସକୁ ଧୀମା ଆଞ୍ଚରେ କରି ପରିବାକୁ ସିଝିବାକୁ ୨ ମିନିଟ ଛାଡି ଦିଅନ୍ତୁ । ଏବେ ଏଥିରେ ଟମାଟୋ ପ୍ୟୁରୀ ପକାନ୍ତୁ ଏବଂ ଭଲଭାବେ ମିଶାନ୍ତୁ । ଅତିକମରେ ୫ ରୁ ୬ ମିନିଟ୍‌? ପର୍ଯ୍ୟନ୍ତ ଧୀମା ଆଞ୍ଚରେ ସିଝିବାକୁ ଛାଡନ୍ତୁ । ଏହାପରେ ପରିବାରେ ହଳଦୀ, ଲଙ୍କା ପାଉଡର ଏବଂ ଧନିଆ ପାଉଡର ପକାଇ ଭଲଭାବେ ଚଲାନ୍ତୁ ଏବଂ ଘୋଡାଇ ୨ ମିନିଟ୍ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ । ଏବେ ଢ଼ାଙ୍କୁଣୀ ଖୋଲନ୍ତୁ ଏବଂ ୨ ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମରେ ପରିବାକୁ ଭଲଭାବେ ସିଝିବାକୁ ଛାଡନ୍ତୁ । ଏବେ ଆପଣଙ୍କର ବନ୍ଧାକୋବି ମଟର ସବଜି ପ୍ରସ୍ତୁତ ହୋଇଯାଇଛି । ଆପଣ ଏହାକୁ କଟା ଧନିଆ ପତ୍ରରେ ସଜାଇ ସର୍ଭ କରିପାରିବେ । ଏହି ସବଜି ଗରମ ଗରମ ରୁଟି ଏବଂ ପରଟା ସହିତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ ।

Leave a Reply