Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇରାନ ଦ୍ୱାରା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇରାନ ଦ୍ୱାରା ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ


-ଡ. ସମନ୍ୱୟ ନନ୍ଦ-
ପାକିସ୍ତାନର ସ୍ଥିତି ଏପରି ହୋଇ ସାରିଲାଣି ଯେ ଯେ କେହି ବି ତାର ଗାଲ ଉପରେ ଚାପୁଡା ମାରି ଚାଲି ଯାଉଛି । ପାକିସ୍ତାନ ଚାପୁଡା ଖାଇବା ପରେ ମଧ୍ୟ ଚିତ୍କାର କରିବା ଭଳି ସ୍ଥିତିରେ ନାହିଁ । ଚୁପ ଚାପ ଏହି ଚାପୁଡାକୁ ସହିବା ଓ ନୀରବତା ଅବଲମ୍ବ କରିବାକୁ ବାଧ୍ୟ ହେଉଛି । କିଛି ଦିନର ବ୍ୟବଧାନ ପରେ ଇରାନ ପୁଣି ଥରେ ପାକିସ୍ତାନ ଭିତରେ ପ୍ରବେଶ କରି ଏକ ସର୍ଜିକାଲ ଷ୍ଟ୍ରାଇକ କରିଛି । ପାକିସ୍ତାନରେ ସକ୍ରିୟ ଥିବା ଏକ ଆତଙ୍କବାଦୀ ସଂଗଠନ ‘ଜୈଶ ଅଲ ଅଦଲ’ର ଏକ କ୍ୟାମ୍ପ ଉପରେ ଇରାନ ସର୍ଜିକାଲ ଷ୍ଟ୍ରାଇକ କରିଛି ଓ ଏଥିରେ ଏହି ସଂଗଠନର ପ୍ରମୁଖ କମାଣ୍ଡର ଇସମାଇଲ ଶାହବକ୍ସ ଓ ତାର କିଛି ସାଥୀଙ୍କୁ ନିପାତ କରି ଦେଇଛି । ଏହି ସର୍ଜିକାଲ ଷ୍ଟ୍ରାଇକ କରି ସାରିବା ପରେ ଇରାନର ସରକାର ହିଁ ନିଜେ ଏ ସମ୍ପର୍କରେ ଘୋଷଣା କରି ଦେଇଛନ୍ତି । ପାକିସ୍ତାନୀ ସରକାର ଓ ପାକିସ୍ତାନୀ ଗଣମାଧ୍ୟମରେ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟଜନକ ନୀରବତା ଅବଲମ୍ବନ କରାଯାଉଥିବା ଦେଖିବାକୁ ମିଳିଛି ।
ଇରାନ ସର୍ଜିକାଲ ଷ୍ଟ୍ରାଇକ କରି ଯେଉଁ ଆତଙ୍କବାଦୀ ସଂଗଠନ ‘ଜୈଶ ଅଲ ଅଦଲ’ କୁ ଟାର୍ଗେଟ କରିଛି ତାହାକୁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ହିଁ ତିଆରି କରିଛି । ଠିକ ସେହିପରି ତିଆରି କରିଛି ଯେପରିକି ଆଇଏସଆଇ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଲଶ୍କର ଏ ତୋଇବା, ଜୈଶ- ଏ – ମୋହମ୍ମଦ ପରି ଆତଙ୍କବାଦୀ ସଂଗଠନ ତିଆରି କରିଛି । ପଡୋଶୀ ଦେଶ ମାନଙ୍କୁ ଅସ୍ଥିର କରିବାକୁ ପାକିସ୍ତାନୀ ସେନା, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସବୁବେଳେ ଆତଙ୍କବାଦକୁ ଷ୍ଟେଟ ପଲିସି ଭାବେ ବ୍ୟବହାର କରି ଆସିଛି ।
‘ଜୈଶ ଅଲ ଅଦଲ’ ସଂସ୍ଥା ହେଉଛି ଏକ ସୁନ୍ନୀ ମାନଙ୍କର ଆତଙ୍କବାଦୀ ସଂଗଠନ । ଏହା ପାକିସ୍ତାନ- ଇରାନ ସୀମାରେ ସକ୍ରିୟ ରହିଛି । ଶିୟା ବହୁଳ ଇରାନରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ଓ ସେମାନଙ୍କୁ ହତ୍ୟା କରିବା ହେଉଛି ଏହି ଆତଙ୍କବାଦୀ ସଂଗଠନର ମୂଳ ଉଦ୍ଦେଶ୍ୟ । ଏହି ସଂସ୍ଥା ଇରାନରେ ଅନେକ ଆତଙ୍କବାଦୀ ଘଟଣା ଘଟାଇଛି ଓ ଅନେକ ଲୋକଙ୍କ ଜୀବନ ନେଇଛି ।
ଆତଙ୍କବାଦୀ ସଂଗଠନ ‘ଜୈଶ ଅଲ ଅଦଲ’ ତାର ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ମଧ୍ୟ ଜଣା । ଭାରତୀୟ ନାଗରିକ କୁଲଭୂଷଣ ଯାଦଭଙ୍କୁ ‘ଜୈଶ ଅଲ ଅଦଲ’ ହିଁ ଇରାନରୁ ଅପହରଣ କରି ନେଇ ପାକିସ୍ତାନକୁ ପ୍ରଦାନ କରିଥିଲା ।
ଭାରତ ପାକିସ୍ତାନ ବିରୁଦ୍ଧରେ ଷଡଯନ୍ତ୍ର କରୁଛି ବୋଲି ନ୍ୟାରେଟିଭ ତିଆରି କରିବାକୁ ଆଇଏସଆଇ ଯେଉଁ କାହାଣୀ ଗଢିଥିଲା ତାକୁ ପୂରା କରିବା ପାଇଁ କୌଣସି ଭାରତୀୟର ଆବଶ୍ୟକତା ଥିଲା । ‘ଜୈଶ ଅଲ ଅଦଲ’ ଆଇଏସଆଇର ଏହି ଆବଶ୍ୟକତାକୁ ପୂର୍ଣ କରିବାକୁ କୁଲଭୂଷଣଙ୍କୁ ଇରାନରୁ ଅପହରଣ କରି ତାକୁ ଆଇଏସଆଇକୁ ପ୍ରଦାନ କରିଥିଲା । ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୁଷଣ ଇରାନର ଚାହାବାର ଅଂଚଳରେ ବ୍ୟବସାୟ କରୁଥିଲେ । ‘ଜୈଶ ଅଲ ଅଦଲ’ ତାଙ୍କୁ ସେଠାରୁ ଅପହରଣ କରି ଆଇଏସଆଇକୁ ଦେଇଥିଲା । ଏହା ପରେ ପାକିସ୍ତାନ କୁଲଭୂଷଣଙ୍କୁ ଗୁପ୍ତଚର ବୋଲି ପ୍ରଚାରିତ କରିଥିଲା ଓ ପାକିସ୍ତାନର ଏକ ସେନାର କୋର୍ଟ ତାଙ୍କୁ ଫାସି ଦଣ୍ଡ ଦେଇଥିଲେ । ତେବେ ଭାରତର ଚାପ କାରଣରୁ ପାକିସ୍ତାନ ବର୍ତମାନ ସୁଦ୍ଧା କୁଲଭୂଷଣଙ୍କୁ ପାକିସ୍ତାନ ଫାସି ଦେଇ ପାରି ନାହିଁ । କୁଲଭୂଷଣଙ୍କ ଏହି ଅପହରଣର ମାଷ୍ଟରମାଇଂଡ ଥିଲା ଏହି ସଂଗଠନର ପ୍ରମୁଖ କମାଣ୍ଡର ଇସମାଇଲ ଶାହବକ୍ସ । ତେବେ ସର୍ଜିକାଲ ଷ୍ଟ୍ରାଇକ କରି ଇରାନ ଇସମାଇଲକୁ ନିପାତ କରି ଦେଇଛି । ତେଣୁ ଭାରତକୁ ଯେଉଁ କାମ କରିବାର ଥିଲା ଇରାନ ତାହାକୁ କରି ଦେଇଛି ଯାହାକି ଭାରତ ପାଇଁ ଅତ୍ୟନ୍ତ ପ୍ରସନ୍ନତାର ବିଷୟ ।
ପ୍ରଥମ ଥର ପାଇଁ ପାକିସ୍ତାନ ବିରୁଦ୍ଧରେ ଇରାନ ସର୍ଜିକାଲ ଷ୍ଟାଇକ କରି ନାହିଁ । ଏହା ପୂର୍ବରୁ ମଧ୍ୟ ଜାନୁଆରୀ ମାସରେ ଇରାନ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା । ସେତେବେଳେ ଭାରତ ଖୋଲାଖୋଲି ଭାବେ ଇରାନର ଏହି ଷ୍ଟ୍ରାଇକର ସମର୍ଥନରେ ବାହାରିଥିଲା ଓ କହିଥିଲା ଆତ୍ମରକ୍ଷା ପାଇଁ ଇରାନ ଯାହା କରିଛି ତାହା ଠିକ୍ ।
ଭାରତ ବିରୋଧରେ ପ୍ରତ୍ୟକ୍ଷ ଯୁଦ୍ଧରେ ବାରମ୍ବାର ପରାଜିତ ହେବା ପରେ ପାକିସ୍ତାନ ଆତଙ୍କବାଦ ଜରିଆରେ ଭାରତକୁ ଅସ୍ଥିର କରିବାର ଯୋଜନା କରିଥିଲା । ୯୦ଦଶକ ପର ଠାରୁ ପାକିସ୍ତାନ ଏହି ସମାନ ରଣନୀତି ନେଇ କାମ କରୁଛି । ପାକିସ୍ତାନୀ ଆଇଏସଆଇ କାଶ୍ମୀରରେ ଆତଙ୍କବାଦ ଜରିଆରେ ଭାରତକୁ ଅସ୍ଥିର କରିବାକୁ ବିପୁଳ ସମ୍ବଳ ପ୍ରୟୋଗ କରି ଆସୁଛି ।
ତେବେ ପାକିସ୍ତାନ ଏବେ ତାର କର୍ମର ଫଳ ନିଜେ ଭୋଗୁଛି । ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ହେଉ ବୋଲି ପାକିସ୍ତାନ ଲାଗିଥିଲା ଓ ତାଲିବାନର ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ କବଜା ହେବା ପରେ ପାକିସ୍ତାନରେ ଲୋକ ମାନେ ଖୁସିରେ ମିଠା ବାଂଟି ଥିଲେ । ମାତ୍ର ତାଲିବାନର ପାକିସ୍ତାନରେ ଥିବା ଶାଖା ତେହେରିକ-ଏ- ତାଲିବାନ ପାକିସ୍ତାନ (ଟିଟିପି) ବର୍ତମାନ ପ୍ରତି ଦିନ ଆକ୍ରମଣ କରୁଛି ଓ ପ୍ରତିଦିନ ପାକିସ୍ତାନୀ ସେନା ଓ ପୋଲିସର ଜବାନ ମୃତ୍ୟୁବରଣ କରୁଛନ୍ତି । କେବଳ ସେତିକି ନୁହେଁ ତାଲିବାନ ମଧ୍ୟ ସ୍ପଷ୍ଟ କରି ସାରିଲାଣି ଯେ ପାକିସ୍ତାନ ଓ ଆଫଗାନିସ୍ତାନର ସୀମା ବୋଲି କୁହାଯାଉଥିବା ଡୁରାଣ୍ଡ ଲାଇନକୁ ସେମାନେ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । କାରଣ ସେମାନଙ୍କର କହିବା କଥା ପାକିସ୍ତାନର ଅନେକ ଅଂଚଳ ଆଫାଗାନିସ୍ତାନର । ତେଣୁ ତାଲିବାନ ପକ୍ଷରୁ ପାକିସ୍ତାନ ଦ୍ୱାରା ତିଆରି କରାଯାଇଥିବା କଂଟା ବାଡକୁ ହଟାଇବାର ଘଟଣା ସାମନାକୁ ଆସୁଛି । ଠିକ ସେହିପରି ବଲୋଚ ମାନଙ୍କର ସ୍ୱାଧୀନତା ଆନ୍ଦୋଳନ କାରଣରୁ ସେମାନେ ମଧ୍ୟ ବଲୋଚିସ୍ତାନରେ ପାକିସ୍ତାନୀ ଓ ସେନା ଓ ପୋଲିସ ଉପରେ ନିୟମିତ ଆକ୍ରମଣ କରୁଛନ୍ତି । ଆମେରିକା ମଧ୍ୟ ପାକିସ୍ତାନ ଉପରେ ମଝିରେ ମଝିରେ ଡ୍ରୋନ ଜରିଆରେ ଆକ୍ରମଣ କରିଥାଏ । ଏହା ସତ୍ୟ ଯେ ଡ୍ରୋନ ଜରିଆରେ ପାକିସ୍ତାନରେ ଆକ୍ରମଣ କରିବା ପରେ ଆମେରିକା ପାକିସ୍ତାନୀ ସେନା ଓ ସରକାରଙ୍କୁ କିଛି ଡଲାର ଦେଇ ମୁଁହ ଚୁପ କରାଇ ଦେଇଥାଏ । ଏବେ ପାକିସ୍ତାନରେ ପଶି ପ୍ରବେଶ କରିବା ମାମଲାରେ ଇରାନ ମଧ୍ୟ ସାମିଲ ହୋଇଯାଇଛି । ପାକିସ୍ତାନର ବର୍ତମାନ ରାଜନୈତିକ ସ୍ଥିରତା ନାହିଁ । ଅନେକ ଦିନ ହେଲା ନିର୍ବାଚନ ହେବା ସତ୍ୱେ ଏବେ ସୁଦ୍ଧା କିଏ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବ ତାହା ସ୍ଥିର ହୋଇ ପାରୁ ନାହିଁ । ପାକିସ୍ତାନୀ ସେନାର ବିଶ୍ୱସନୀୟତା ମଧ୍ୟ ଢେର କମି ସାରିଛି । ପାକିସ୍ତାନର ଆର୍ôଥକ ସ୍ଥିତି ମଧ୍ୟ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି । ତେଣୁ ପାକିସ୍ତାନ ଅନ୍ୟ ଦେଶ ମାନଙ୍କୁ ବିଶେଷ ଭାବେ ଭାରତକୁ ହଇରାଣ କରିବାକୁ ଯେଉଁ କାମ କରୁଛି ତାର ଫଳ ନିଜେ ଏବେ ଭୋଗ କରୁଛି । ଆଗାମୀ ଦିନରେ ତାର ସ୍ଥିତି ଆହୁରି ଭୟଙ୍କର ହେବ, ଏଥିରେ କାହାକୁ ସନ୍ଦେହ ରହିବା ଉଚିତ ନୁହେଁ ।

Leave a Reply