Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖାଲି ପେଟରେ ଖାଆନ୍ତୁ ଭୃସଙ୍ଗ ପତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖାଲି ପେଟରେ ଖାଆନ୍ତୁ ଭୃସଙ୍ଗ ପତ୍ର

ଭାରତୀୟ ରୋଷେଇରେ ଭୃସଙ୍ଗ ପତ୍ର ବହୁଳ ମାତ୍ରାରେ ବ୍ୟବହୃତ ହୋଇଥାଏ । ଭୃସଙ୍ଗ ପତ୍ରରେ ଯେକୌଣସି ଖାଦ୍ୟର ସ୍ୱାଦକୁ ଉନ୍ନତ କରାଯାଇପାରେ । ଏହି ଗଛକୁ ପ୍ରାୟତଃ ଲୋକ ନିଜ ଘରେ ଲଗାଇଥାନ୍ତି । ଫସଫରସ୍‌, କ୍ୟାଲସିୟମ୍‌, ଆଇରନ୍‌, କପ,ର୍ ଭିଟାମିନ୍ ଏବଂ ମ୍ୟାଗ୍ନେସିୟମ୍ ପରି ନ୍ୟୁଟ୍ରିଏଣ୍ଟ୍ସ ଭୃସଙ୍ଗ ପତ୍ରରେ ମିଳିଥାଏ, ଯାହା ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ । ପ୍ରତିଦିନ ସକାଳେ ୩ ରୁ ୪ ଟି ଭୃସଙ୍ଗ ପତ୍ର ଚୋବାଇଲେ ଏହା କିପରି ଲାଭଦାୟକ ହେବ ଆସନ୍ତୁ ଜାଣିବା । ଦୃଷ୍ଟି ଶକ୍ତି ବଢାଇଥାଏ : ଭୃସଙ୍ଗ ପତ୍ର ଖାଇବା ଦ୍ୱାରା, ଅନ୍ଧାରକଣା କିମ୍ବା ଆଖି ସହିତ ଜଡିତ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ଦୂର ହୋଇଥାଏ । କାରଣ ଏଥିରେ ଆବଶ୍ୟକୀୟ ପୁଷ୍ଟିକର ଭିଟାମିନ୍ ଏ ମିଳିଥାଏ ଯାହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଲାଭ ଦାୟକ: ମଧୁମେହ ରୋଗୀଙ୍କୁ ପ୍ରାୟତଃ ଭୃସଙ୍ଗ ପତ୍ର ଚୋବାଇବାକୁ ପରାମର୍ଶ ଦିଆଯାଏ । କାରଣ ଏଥିରେ ହାଇପୋଗ୍ଲାଇସେମିକ୍ ଗୁଣ ରହିଥାଏ ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ହଜମ ପ୍ରକ୍ରିୟାରେ ଉନ୍ନତି : ଭୃସଙ୍ଗ ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଚୋବାଇବା ଉଚିତ୍ । କାରଣ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ଏବଂ କୋଷ୍ଠକାଠିନ୍ୟ, ଅମ୍ଳତା, ପେଟ ଫୁଲିବା ଭଳି ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଇନ୍‌ଫେକ୍ସନ୍‌ରୁ ମୁକ୍ତି: ଭୃସଙ୍ଗ ପତ୍ରରେ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣ ମିଳିଥାଏ, ଯାହା ଅନେକ ପ୍ରକାରର ସଂକ୍ରମଣକୁ ରୋକିଥାଏ ଏବଂ ରୋଗ ହେବାର ଆଶଙ୍କା ଦୂର କରିଥାଏ । ଓଜନ କମ୍ ହୋଇଥାଏ: ଭୃସଙ୍ଗ ପତ୍ର ଓଜନ କମାଇବା ଏବଂ ପେଂ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଇଥିଲ ଏସିଟେଟ, ମହାନିମ୍ବାଇନ୍ ଏବଂ ଡିକ୍ଲୋରୋମେଟେନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ ।

Leave a Reply