Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହଳଦୀ ଏବଂ ଉଷୁମ ପାଣି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହଳଦୀ ଏବଂ ଉଷୁମ ପାଣି

ହଳଦୀ ପାଣି ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଶରୀରର ଅତିରିକ୍ତ ଚର୍ବି କମ୍ ହୋଇଥାଏ ବୋଲି ଆମେ ସମେସ୍ତ ଜାଣନ୍ତି । ମାତ୍ର ଚର୍ବି ଖସାଇବାର ଏହା ଏକମାତ୍ର ଉପାୟ ନୁହେଁ । ଆହୁରି ବି ଅନେକ ଉପାୟ ରହିଛି । ଯଦି ଆପଣ ଏହି ଉଷୁମ ପାଣୀ, ଲେମ୍ବୁ ମିଶ୍ରଣରେ ଟିକେ ହଳଦୀ ମିଶାଇ ପିଇବା ଆରମ୍ଭ କରିବେ, ତେବେ ଆପଣଙ୍କ ଶରୀରରେ ରହିଥିବା ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ଖୁବ୍ ସହଜରେ ହୋଇଯିବ । ଗୋଟେ ଗ୍ଲାସ୍‌ରେ ଅଧା ଲେମ୍ବୁ ଚିପୁଡ଼ି ସେଥିରେ ହଳଦୀ ଏବଂ ଉଷୁମ ପାଣି ମିଶାନ୍ତୁ । ଏହା ପରେ ସେଥିରେ ୧/୪ ଟି ଚାମଚ ମହୁ ମିଶାନ୍ତୁ । ତପରେ ଏହାକୁ ପିଅନ୍ତୁ । ପ୍ରତିଦିନ ଏପରି କରିବା ଦ୍ୱାରା ଆପଣଙ୍କ ଶରୀରକୁ କ’ଣ ସବୁ ଫାଇଦା ମିଳିବ ଆସନ୍ତୁ ଜାଣିବା । : ହଳଦୀ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ । ଯଦି ସକାଳୁ ଉଠି ଆପଣମାନେ ହଳଦୀ, ଲେମ୍ବୁ ଏବଂ ମହୁକୁ ଉଷୁମ ପାଣିରେ ମିଶାଇ ପିଉଛନ୍ତି, ତେବେ ଅପଣଙ୍କ ମସ୍ତିଷ୍କ ଶାନ୍ତ ଏବଂ ସକ୍ରିୟ ହୋଇ ଯାଇଥାଏ । ଯଦି ଆପଣଙ୍କର ସ୍ମରଣ ଶକ୍ତି ହ୍ରାସ ସମସ୍ୟା ରହିଛି, ତେବେ ଏହି ମିଶ୍ରଣକୁ ପିଇବା ଆରମ୍ଭ କରନ୍ତୁ । : ଏହି ମିଶ୍ରଣକୁ ପିଇବା ଦ୍ୱାରା ଯକୃତ ସୁସ୍ଥ ମଧ୍ୟ ରହିଥାଏ ।: ନିୟମିତ ଭାବରେ ଏହି ମିଶ୍ରଣକୁ ସେବନ କରିବା ଦ୍ୱାରା ପେଟଜନିତ ସମସ୍ୟା ଦୂର ହେବା ସହ ପାଚନକ୍ରିୟା ସୁସ୍ଥ ରହିଥାଏ । : ହଳଦୀରେ କରକ୍ୟୁରିନ୍ ନାମକ କେମିକାଲ ରହିଥାଏ, ଯାହା କର୍କଟ ରୋଗ ସୃଷ୍ଟିକାରୀ କୋଷିକାଗୁଡ଼ିକ ସହ ଲଢ଼ିଥାଏ ।

Leave a Reply