Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହୋଷଧୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହୋଷଧୀ

ପ୍ରତ୍ୟେକ ପରିବାରର ରୋଷେଇ ଘରେ ମେଥି ନିଶ୍ଚୟ ରହିଥାଏ । କେବଳ ରୋଷଇ ଘରେ କାହିଁକି, ଠାକୁର ଘରେ ବି ରହିଥାଏ । ଏହାର ପ୍ରୟୋଗରେ ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍‌, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗର ନିରାକରଣ ହୋଇଥାଏ । ଆପଣ ଯଦି ସବୁବେଳେ ମେଥି ପ୍ରୟୋଗ କରିପାରୁନାହାନ୍ତି ତେବେ ମେଥି ଶାଗ ଖାଇବା ଦ୍ୱାରା ଏସବୁ ସମସ୍ୟାକୁ ଦୂରେଇ ଦେଇ ପାରିବେ । ବିଶେଷ କରି ଏହି ଶାଗ ପେଟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିଥାଏ । ଗ୍ୟାସ୍‌ଷ୍ଟ୍ରିକ୍‌ରୁ ନେଇ ପେଟ ସମ୍ବନ୍ଧିତ ଯେତେ ସବୁ ଯନ୍ତ୍ରଣାକୁ ମେଥି ଶାଗ ଖାଇ ଦୂରେଇ ଦେଇ ହୁଏ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ । ତେଣୁ, ଆପଣ ଦୈନନ୍ଦିନ ଖାଦ୍ୟରେ ମେଥି ଶାଗକୁ ସାମିଲ୍ କରାଇପାରନ୍ତି । ଏହି ଶାଗକୁ ଭାଜିକି ଖାଇବାରୁ ନେଇ ସୋରିଷ ବେସର ଦେଇ ମଧ୍ୟ ତରକାରୀ କରି ଖାଇପାରିବେ । ଏହା ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖେ । ଏହା ଏକ ଆଣ୍ଟି-ବାୟୋଟିକ୍ ଉପାଦାନ ପରି କାମ କରିଥାଏ । ଏହା ବିଶେଷ କରି ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରେ । ଏହା ଖାଇବାକୁ ଯେତେ ସୁଆଦିଆ ଏହାର ଗୁଣ ତା’ଠାରୁ ଆହୁରି ଅଧିକ । ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ମେଥି ଶାଗ ଖୁବ୍ ଭଲ । ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା ଆଦି ପାଇଁ ମେଥି ଶାଗ ଖାଇବା ନିତାନ୍ତ ଜରୁରୀ । ମେଥି ଶାଗ ଖାଇବା ଦ୍ୱାରା ପେଟ ସଫା ରହିଥାଏ ।

Leave a Reply