Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ମୁସଲିମ ଲିଗ ଦ୍ୱାରା ମୋପଲା ହିନ୍ଦୁ ନରସଂହାର ଦୋହରାଇବାର ଚେତାବନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁସଲିମ ଲିଗ ଦ୍ୱାରା ମୋପଲା ହିନ୍ଦୁ ନରସଂହାର ଦୋହରାଇବାର ଚେତାବନୀ


-ଡ. ସମନ୍ୱୟ ନନ୍ଦ-
ଭାରତକୁ ବିଭାଜନ କରି ଏକ ନୂଆ ଦେଶ ପାକିସ୍ତାନ ଗଠନ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲା ମୋହମ୍ମଦ ଅଲୀ ଜିନ୍ନାଙ୍କ ପାର୍ଟି ମୁସଲିମ ଲିଗ । ପାକିସ୍ତାନ ଗଠନ ହେବା ପରେ ଏହି ପାର୍ଟୀ ଭାରତରୁ ସମାପ୍ତ ହୋଇଯିବ ବୋଲି ଆଶା କରା ଯାଉଥିଲା । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଏହି ପାର୍ଟି ଓ ଏହି ବିଚାର ଦେଶରୁ ସମାପ୍ତ ହୋଇ ଯାଇ ନ ଥିଲା । ବରଂ ଏହି ପାର୍ଟି ଓ ବିଚାର ଭାରତକୁ ବିଭାଜିତ ସାରିବା ପରେ ମଧ୍ୟ ଭାରତରେ ରହିଥିଲା । ଏହି ମୁସଲିମ ଲିଗର ସର୍ବାଧିକ ପ୍ରଭାବ କେରଳରେ ରହିଛି । କେରଳରେ କଂଗ୍ରେସ ନେତୃତ୍ୱାଧୀନ ମେଂଟ ୟୁଡିଏଫରେ ମୁସଲିମ ଲିଗ ଦଳ ସହଯୋଗୀ ଦଳ ଭାବେ ରହିଛି । ସରଳ ଅର୍ଥରେ କହିବାକୁ ଗଲେ ଭାରତକୁ ଖଣ୍ଡ ବିଖଣ୍ଡିତ କରିଥିବା ମୁସଲିମ ଲିଗ ସହ କଂଗ୍ରେସ ଦଳ ମେଂଟ କରିଛି ଓ ଅନେକ ଥର ସରକାରରେ ମଧ୍ୟ ଆସିଛି ।
ଏବେ କେରଳର କାସରଗୋଡ ଜିଲ୍ଲାରେ ମୁସଲିମ ଲିଗ ପକ୍ଷରୁ ଏକ ରାଲୀ ବାହାର କରାଯାଇ ସେଥିରେ ଯାହା ସ୍ଲୋଗାନ ମାନ ଦିଆ ଯାଇଥିଲା ତାହା ଖୁବ ଆପତିଜନକ ଥିଲା । ଏହି ରାଲୀ ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ କରିବାକୁ ହେଉଥିବା ପ୍ରୟାସ ବିରୁଦ୍ଧରେ ଥିଲା । ଏହି ରାଲୀକୁ ମୁସଲିମ ଲିଗର ଛାମୁଆ ଯୁବ ଶାଖା ମୁସଲିମ ୟୁଥ ଲିଗ ପକ୍ଷରୁ ଆୟୋଜିତ କରାଯାଇଥିଲା ।
ଏହି ରାଲୀରେ ଅତ୍ୟନ୍ତ ଉତେଜନା ସୃଷ୍ଟିକାରୀ ସ୍ଲୋଗାନ ମାନ ଦିଆଯାଇଥିଲା । ୟୁନିଫର୍ମ ସିଭିଲ କୋଡ ବିରୁଦ୍ଧରେ ହୋଇଥିବା ଏହି ରାଲୀରେ ସାମିଲ ଲୋକ ମାନେ ସ୍ଲୋଗାନ ଦେଇ କହିଥିଲେ, ‘ହିନ୍ଦୁ ମାନଙ୍କୁ ସେମାନଙ୍କର ମନ୍ଦିର ସାମନାରେ ହିଁ ଫାସିରେ ଲଟକାଇ ଦିଆ ଯିବ’ । ’ହିନ୍ଦୁ ମାନଙ୍କୁ ଜୀବନ୍ତ ଜଳାଇ ଦିଆଯିବ’ ।
ଏହି ରାଲୀରେ ଦିଆଯାଇଥିବା ଏହି ସ୍ଲୋଗାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇସଲାମିକ ଓ କମ୍ୟୁନିଷ୍ଟ ଦେଶ ମାନଙ୍କରେ ବିରୋଧ କରିବାର ଅଧିକାର କାହାକୁ ଦିଆ ଯାଇ ନ ଥାଏ ହେଲେ ଭାରତ ଭଳି ଗଣତନ୍ତ୍ରରେ ଶାନ୍ତିପୂର୍ଣ ଓ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିବାର ଅଧିକାର ସମସ୍ତଙ୍କର ରହିଛି । କିନ୍ତୁ ବିରୋଧ କରିବା ନାମରେ ହିନ୍ଦୁ ମାନଙ୍କ ପ୍ରତି ଏଭଳି ନାରାବାଜୀ କରିବାର ଅଧିକାର କାହାକୁ ଦିଆଯାଇ ପାରିବ ନାହିଁ । ସମାଜରେ ଏଭଳି ଘୃଣା ପ୍ରଚାର କରୁଥିବା ଲୋକ ମାନଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବା ରାଜ୍ୟ ସରକାର ଓ ପ୍ରଶାସନର କାର୍ଯ୍ୟ ।
କେରଳର ମୁସଲିମ ଲିଗ ପକ୍ଷରୁ ଆୟୋଜିତ ଏହି ରାଲୀରେ ଯେଭଳି ଭାବେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ନାରାବାଜୀ କରାଯାଇଥିଲା, ବୋଧ ହୁଏ ସେମାନେ ଏପରି ନାରାବାଜୀ କରି ମୋପଲା ହିନ୍ଦୁ ନରସଂହାରକୁ ପୁଣି ଥରେ ଦୋହରାଇବାକୁ ଧମକ ଦେଉଛନ୍ତି । କେରଳର ହିନ୍ଦୁ ମାନେ ଏହି କଟ୍ଟରପନ୍ଥୀ ମୁସଲମାନ ମାନଙ୍କର ଅତ୍ୟାଚାର ଓ ନିର୍ଯ୍ୟାତନାକୁ ସହିଛନ୍ତି । କେରଳରେ ହିନ୍ଦୁ ମାନଙ୍କ ପ୍ରତି ଅତ୍ୟାଚାରର ଘଟଣା ବେଶୀ ପୁରୁଣା ନୁହେଁ । ପାଖାପାଖି ଶହେ ବର୍ଷ ପୁରୁଣା କଥା । ୧୦୨୧ ମସିହାରେ ଖିଲାଫତ ଆନ୍ଦୋଳନ ଆଳରେ କେରଳରେ ମୁସଲମାନ ମାନେ ହିନ୍ଦୁ ମାନଙ୍କ ଉପରେ ଯେଉଁ ନରସଂହାର କରିଥିଲେ ତାହାକୁ ପଢି ଆଜି ମଧ୍ୟ ଲୋମ ଟାଙ୍କୁରି ଉଠେ ।
ଦୁର୍ଭାଗ୍ୟର କଥା ହେଲା ଯେ, ଭାରତ ସ୍ୱାଧୀନ ହେବା ପରେ କମ୍ୟୁନିଷ୍ଟ ଐତିହାସିକ ମାନେ ଏହି ହିନ୍ଦୁ ନରସଂହାରକୁ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ ଓ ଜମିଦାର ମାନଙ୍କ ବିରୁଦ୍ଧରେ କୃଷକ ମାନଙ୍କ ବିଦ୍ରୋହ ବୋଲି ପ୍ରଚାରିତ କରି ଆସିଛନ୍ତିା ବାସ୍ତବରେ ଏହା ଏକ ହିନ୍ଦୁ ଜନ ସଂହାର ଥିଲା ଯେଉଁଥିରେ ମୋପଲା ମୁସଲମାନ ଓ ତାଙ୍କର ନେତା ମାନେ ଅନ୍ୟୁନ ୧୦ ହଜାର ହିନ୍ଦୁଙ୍କୁ ହତ୍ୟା କରିଥିଲେ ଓ ହଜାର ହଜାର ହିନ୍ଦୁଙ୍କୁ ଇସଲାମରେ ଜୋରଜବରଦସ୍ତି ଧର୍ମାନ୍ତରିତ କରାଇଥିଲେ । ମହିଳା ମାନଙ୍କ ସହ ଅତ୍ୟନ୍ତ ପୈଶାଚିକ କାର୍ଯ୍ୟ କରା ଯାଇଥିଲା । ୧୯୨୧ ମସିହାରେ ପାଖା ପାଖି ଛଅ ମାସ ଧରି ଏହି ମାରକାଟ କରା ଯାଇଥିଲା । ଅତି କମରେ ଦଶ ଲକ୍ଷ ହିନ୍ଦୁ ଏହି ଅଂଚଳ ଛାଡି ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ଦୀର୍ଘ ୬ ମାସ ଧରି ମାରକାଟ ଚାଲିଥିଲା । ଏହି ସମୟ ମଧ୍ୟରେ ମୋପଲା ନରସଂହାରରେ ପାଖାପାଖି ଦଶ ହଜାର ହିନ୍ଦୁଙ୍କୁ ହତ୍ୟା କରା ଯିବା ଓ ହଜାର ହଜାର ହିନ୍ଦୁଙ୍କୁ ଜୋର ଜବରଦସ୍ତି ଇସଲାମରେ ମତାନ୍ତରିତ କରିବାର ଆଧିକାରିକ ରେକର୍ଡ ମିଳେ । ହେଲେ ବେସରକାରୀ ଭାବେ ଏହାର ସଂଖ୍ୟା ଖୁବ ଅଧିକ ।
ତେଣୁ କେରଳର ମୁସଲିମ ଲିଗ ପକ୍ଷରୁ ୟୁନିଫର୍ମ ସିଭିଲ କୋଡକୁ ବିରୋଧ କରିବାକୁ ନେଇ ଆୟୋଜିତ ରାଲୀରେ ଯେଭଳି ଭାବେ ହିନ୍ଦୁ ମାନଙ୍କୁ ଧମକ ଦିଆଯାଇଛି ସେଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ ଶହେ ବର୍ଷ ପୁରୁଣା ହିନ୍ଦୁ ନରସଂହାରକୁ ସେମାନେ ଦୋହରାଇବାକୁ ଚେତାବନୀ ଦେଉଛନ୍ତି ।
ତେବେ ଏହାକୁ ନେଇ କେରଳ ସରକାର ଓ କେରଳର ଓ ଦେଶର ଅନ୍ୟ ରାଜନୈତିକ ଦଳ ମାନଙ୍କର କଣ ପ୍ରତିକ୍ରିୟା ରହିଛି ? କେରଳରେ କମ୍ୟୁନିଷ୍ଟ ସରକାର ରହିଛି । କେରଳର ସରକାରଙ୍କୁ ଏହି ଭଳି ହିନ୍ଦୁ ମାନଙ୍କ ବିରୁଦ୍ଧରେ ଖୋଲାଖୋଲି ହିଂସା କରିବା ଭଳି ନାରାବାଜୀ କରିଥିବା ଲୋକ ମାନଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରିବା କଥା । ହେଲେ କେରଳର କମ୍ୟୁନିଷ୍ଟ ସରକାର ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରି ନାହାନ୍ତି । କମ୍ୟୁନିଷ୍ଟ ମାନଙ୍କର ମନରେ ହିନ୍ଦୁ ବିରୋଧ ଭରି ହୋଇ ରହିଥିବା କଥାକୁ କେରଳର କମ୍ୟୁନିଷ୍ଟ ସରକାର ତାଙ୍କର କୃତ୍ୟରୁ ପ୍ରମାଣିତ କରୁଛନ୍ତି ।
ଏବେ କଂଗ୍ରେସ ଦଳର ପ୍ରତିକ୍ରିୟା ଉପରେ ଆଲୋଚନା କରିବା । ତେଣୁ କଂଗ୍ରେସର ଆଭିମୁଖ୍ୟ ଏଠାରେ ଖୁବ ଗୁରୁତ୍ୱ ବହନ କରୁଛି । କଂଗ୍ରେସ ଦଳ ମଧ୍ୟ ଏହାକୁ ନିନ୍ଦା କିମ୍ବା ଭର୍ତ୍ସନା କରି ନାହିଁ । ମୁସଲିମ ଲିଗ ହେଉଛି କଂଗ୍ରେସର ସହଯୋଗୀ ଦଳ । କଂଗ୍ରେସ ନେତା ଉତ୍ତର ପ୍ରଦେଶର ଆମେଠୀରୁ ପରାଜିତ ହେବାର ଆଶଙ୍କା ଦେଖି କେରଳର ୱାଇନାଡ ଆସନରୁ ପ୍ରାର୍ଥୀ ହୋଇ ଲୋକସଭା ଯାଇଥିଲେ । ଅବଶ୍ୟ ଏବେ ତାଙ୍କର ସଦସ୍ୟତା ଚାଲିଯାଇଛି । ସେ ଭଲ ଭାବେ ଜାଣିଛନ୍ତି. ୱାଇନାଡ ଆସନରେ ବିଜୟୀ ହେବାରେ ମୁସଲିମ ଲିଗର କେତେ ସହଯୋଗ ରହିଥିଲା । ମୁସଲିମ ଲିଗର ସହଯୋଗ ବିନା ସେ ଲୋକସଭାକୁ ନିର୍ବାଚିତ ହୋଇ ପାରି ନ ଥାନ୍ତେ । ତେଣୁ ସେ ବୋଧ ହୁଏ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଖୋଲାଖୋଲି ହିଂସା କଥା କୁହା ଯାଉଥିବା ସତ୍ୱେ ସେ ଚୁପ ରହିବା ଶ୍ରେୟସ୍କର ମଣିଛନ୍ତି ।
ତେବେ ଆଉ ଏକ ଗୁରୁତ୍ୱପୂର୍ଣ କଥା ଏଠାରେ ଆସୁଛି । ରାହୁଲ ଗାନ୍ଧୀ ବାରମ୍ବାର କହି ଆସୁଛନ୍ତି ଯେ ଘୃଣା ବଦଳରେ ସେ ମୋହବତ୍ ର ଦୋକାନ (ପ୍ରେମର ଦୋକାନ) ଖୋଲିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ନିଶ୍ଚିତ ଭାବେ ପଚରା ଯିବ ତାଙ୍କ ମେଂଟର ସହଯୋଗୀ ଦଳ ମୁସଲିମ ଲିଗ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଖୋଲାଖୋଲି ହିଂସା କରିବା କଥା କହିବା କଣ ତାଙ୍କର ମୁହବତ୍ ର ଦୋକାନ (ପ୍ରେମର ଦୋକାନ) ର ଅଂଶବିଶେଷ ? କଣ ତାଙ୍କର ମୋହବତର ଦୋକାନରେ ହିନ୍ଦୁ ମାନଙ୍କ ପ୍ରତି ଘୃଣା ଭାବ ରହିଛି ? ଏହି ପ୍ରଶ୍ନର ଉତର ଦେବାକୁ ହିଁ ପଡିବ । ସେ ଏହି ପ୍ରଶ୍ନରୁ ବର୍ତି ପାରିବେ ନାହିଁ ।
ଏହି ପ୍ରସଙ୍ଗକୁ ନେଇ ନୂଆ ମେଂଟ ଆଇଏନଡିଆଇଏ (ଇଣ୍ଡିଆ) ମେଂଟର କଣ ପ୍ରତିକ୍ରିୟା ରହିଛି । ଏହି ଇଣ୍ଡିଆ ମେଂଟରେ ମୁସଲିମ ଲିଗ ଅଂଶବିଶେଷ ରହିଛି । ଏହି ମେଂଟର ପାର୍ଟୀ ଲାଲୁ, ନୀତିଶଙ୍କ ପାର୍ଟି ଅନ୍ୟ କମ୍ୟୁନିଷ୍ଟ ପାର୍ଟି ମାନେ ମଧ୍ୟ ଏହି ହିନ୍ଦୁ ଘୃଣା ବିରୁଦ୍ଧରେ ପାଟି ଖୋଲି ନାହାନ୍ତି । ତା ହେଲେ କଣ ଇଣ୍ଡିଆ ମେଂଟର ରାଜନୈତିକ ଦଳ ଗୁଡିକ ମୁସଲିମ ଲିଗ ଦ୍ୱାରା କେରଳରେ ମୋପଲା ହିନ୍ଦୁ ନରସଂହାରକୁ ଦୋହରାଇବାର ଧମକକୁ ପରୋକ୍ଷରେ ସମର୍ଥନ କରୁଛନ୍ତି ? ଏହା ହିଁ ସବୁଠାରୁ ବଡ ପ୍ରଶ୍ନ ।

Leave a Reply