Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବ୍ୟକ୍ତି,ମାର୍ଗ ଓ ଜୀବନ ଲକ୍ଷ୍ୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବ୍ୟକ୍ତି,ମାର୍ଗ ଓ ଜୀବନ ଲକ୍ଷ୍ୟ

-ରବିନାରାୟଣ ପଣ୍ଡା-

ବ୍ୟକ୍ତି ସଦା ସର୍ବଦା ଲକ୍ଷ୍ୟ କେନ୍ଦ୍ରିତ ଜୀବନ ଜିଁବାର କଳା ଶିଖିବା ଉଚିତ l ମନୁଷ୍ୟ ଲକ୍ଷ୍ୟ ଆଡକୁ ଧାବମାନ ହେଲା ବେଳେ ବାଧା- ବିଘ୍ନ, ସୁଖ – ଦୁଃଖ, ନିନ୍ଦା- ପ୍ରଶଂସା ସମ୍ମୁଖୀନ ହୁଏ l
ବ୍ୟକ୍ତି ନିନ୍ଦାରେ କେବେ କେବେ ପ୍ରତିକ୍ରିୟାଶୀଲ କିମ୍ବା ଭୟଭୀତ ହୋଇ ରାସ୍ତା ଭୁଲି ଯାଏ l ପ୍ରତିଶୋଧ ପରାୟଣ ହୋଇ ନିନ୍ଦାର ସ୍ରୋତ କୁ ବନ୍ଦ କରିବା କାର୍ଯ୍ୟ ରେ ଲାଗିପଡେ l ପୁଣି ମୁଖ୍ୟ ରାସ୍ତାରୁ ନିନ୍ଦା ଏକ ଶାଖା ରାସ୍ତା ନିର୍ମାଣ କରି ମନୁଷ୍ୟ କୁ ନିଜ ବଳୟ ଭିତରକୁ ଟାଣିନିଏ l ନିଜର ଦମ୍ଭ ଅହଂକାର କୁ ଚରିତାର୍ଥ କରିବା ପାଇଁ ବ୍ୟକ୍ତି ମୁଖ୍ୟ ରାସ୍ତା କୁ ନିଜ ଅଗୋଚରରେ ଅଣଦେଖା କରେ l ଦମ୍ଭ ଓ ଅହଂକାର ବ୍ୟକ୍ତି ଭିତରେ ମାୟା ର ଆସ୍ତରଣ ନିର୍ମାଣ କରେ l ବିବେକ ଶକ୍ତି ମାୟାଚ୍ଛନ୍ନ ହୋଇଯାଏ l ମାୟାର ପ୍ରଭାବ କାରଣରୁ ବ୍ୟକ୍ତି ମୁଖ୍ୟରାସ୍ତା ଓ ଶାଖା ଭିତରେ ପ୍ରଭେଦ ଜାଣିପାରେ ନାହଁ l ମାୟା ପ୍ରଭାବିତ ବ୍ୟକ୍ତି ରାସ୍ତା ଥରେ ପରିବର୍ତନ କରିବା ପାରେ ପୁନଃ ମୁଖ୍ୟ ରାସ୍ତା କୁ ଫେରିବା ସମ୍ଭବପର ହୁଏ ନାହଁ l

ଆଉ କିଛି ବ୍ୟକ୍ତି ପ୍ରଶଂସା ର ମୋହରେ ସମ୍ମୋହିତ ହୋଇ ଯାଆନ୍ତି l ରାସ୍ତାରେ ଚାଲୁ ଚାଲୁ ପ୍ରଶଂସା ଗୋଟେଇବା ଆରମ୍ଭ କରନ୍ତି l ପ୍ରଶଂସା ସେମାନଙ୍କ ମନକୁ ଉତଫୁଲ୍ଲିତ କରିବା ଆରମ୍ଭ କରେ l ମୋହରେ ପଡି ମୁଖ୍ୟ ବନ୍ଧୁର ରାସ୍ତା ଛାଡି ପ୍ରଶଂସା ର ମସୃଣ ଓ ଚିକ୍କଣ ରାସ୍ତାରେ ଚାଲିବା ଆରମ୍ଭ କରନ୍ତି l ବ୍ୟକ୍ତି ଭିତରେ ପ୍ରତିଷ୍ଠାକାଂକ୍ଷା ଯେତେ ବଡ଼ିବାରେ ଲାଗେ ବ୍ୟକ୍ତି ସେତିକି ମୁଖ୍ୟ ରାସ୍ତାରୁ ଦୁରେଇ ଦୁରେଇ ଯାଏ l ପ୍ରତିଷ୍ଠା ର ମଧୁର ଅନୁଭବ ବ୍ୟକ୍ତି କୁ ଏତେ ଭାବବିହ୍ୱଳ କରିଦିଏ ଯେ ବ୍ୟକ୍ତି ପ୍ରଶଂସାର ଶାଖା ମାର୍ଗ କୁ ମୁଖ୍ୟ ମାର୍ଗ ଭାବରେ ବିବେଚନା କରିବା ଆରମ୍ଭ କରିଦିଏ l ବିବେକ କୁ ଅଣଦେଖା କରି ବୁଦ୍ଧିରେ ପରିଚାଳିତ ହେବା ଆରମ୍ଭ କରେ l ବିବେକବାନ ହେବା ବଦଳରେ ବୁଦ୍ଧିମାନ ହୋଇ ସାଂସାରିକ ପ୍ରତିଷ୍ଠା ପଛରେ ଦୌଡିବା ଆରମ୍ଭ କରେ l ପ୍ରତିଷ୍ଠା ର ମାୟା ଜାଲରୁ ମୁକୁଳିବା ଅସମ୍ଭବ ହୋଇଯାଏ l ପ୍ରତିଷ୍ଠାକାଂକ୍ଷା ଜୀବନ ଲକ୍ଷ୍ୟ ଠାରୁ ବ୍ୟକ୍ତି କୁ ବହୁତ ଦୁରକୁ ନେଇଯାଏ l

ଜୀବନର ମହାନ କାଳଖଣ୍ଡ ନିନ୍ଦା-ପ୍ରଶଂସାର ଚକ୍ରବ୍ୟୁହ ଭିତରେ ସମାପ୍ତ ହୋଇଯାଏ, ଯେପରି କୃଷ୍ଣ ଗର୍ତ୍ତ (ବ୍ଲାକ ହୋଲ )ଭିତରେ ଉଜ୍ୱଳ ଓ ଶକ୍ତିଶାଳୀ ନକ୍ଷତ୍ରମାନେ ପ୍ରବେଶ କରିବା ପାରେ ସମାପ୍ତ ହୋଇ ଯାନ୍ତି l ନିନ୍ଦା-ପ୍ରଶଂସା ମନୁଷ୍ୟ ଜୀବନ ର କୃଷ୍ଣଗର୍ତ୍ତ l ମନୁଷ୍ୟ ଥରେ ଏହାର ଆକର୍ଷଣ ବଳୟ ଭିତରକୁ ଆସିଗଲେ ତାର ସ୍ବ-ପ୍ରଭାବ ସମାପ୍ତ ହୋଇଯାଏ l କୃଷ୍ଣଗର୍ତ୍ତ ଭିତରେ ଅନ୍ତର୍ଧ୍ୟାନ ହେବାର ସମ୍ଭାବନା ନିଶ୍ଚିତ ହୋଇଯାଏ l ଏହି କାରଣରୁ ସାଧନା ଲବ୍ଧ ନିଜର ସୁନ୍ଦର ପରିଚୟ ନିଜ ହାତରେ ସମାପ୍ତ କରିଦିଅନ୍ତି l ମୋହ ଓ ମାୟାର ପ୍ରଭାବରୁ ଧୀରେ ଧୀରେ ବ୍ୟାକ୍ତି ବ୍ୟବହାର ରେ ପରିବର୍ତ୍ତନ ଆସିଯାଏ l ବ୍ୟବହାର ର ପରିବର୍ତନ କୁ ଦୃଷ୍ଟିରେ ରଖି ଶୁଭାକାଂକ୍ଷୀଙ୍କ ସୁଧାର କରିବାର ପ୍ରୟାସ ଏମାନଂକୁ ଅସହ୍ୟ ଅନୁଭବ ହୋଏ l ଶୁଭାକାଂକ୍ଷୀ ମାନଂକୁ ସ୍ଥଳବିଶେଷ ରେ ଶତ୍ରୁ ଭାବରେ ବିବେଚନା କରନ୍ତି l ଅନୁଗତ ମାନଙ୍କ ସହାଚାର୍ଯ୍ୟ ନିତ୍ୟ ପ୍ରୟୋଜନ ହୋଇପଡେ l ରାଜନେତାମାନଙ୍କ ନିକଟରେ ଏହି ଦୃଷ୍ଟାନ୍ତ ସର୍ବାଧିକ ଦେଖିବାକୁ ମିଳିଥାଏ l

ଜୀବନ ଲକ୍ଷ୍ୟ ନିକଟରେ ପହଂଚିବାକୁ ହେଲେ ନିନ୍ଦା-ପ୍ରଶଂସା ର ଗର୍ତ୍ତ କୁ ସାବଧାନ ହେବାକୁ ପଡିବ l ଯଦିବା କେବେ ଭୁଲବଶତଃ ମନୁଷ୍ୟ ଗର୍ତ୍ତ ର ନିକଟ ବର୍ତ୍ତୀ ହୋଇଯାଏ ତାହେଲେ ସେଠାରୁ ମୁକୁଳିବାର ଶିକ୍ଷା ଆରମ୍ଭରୁ ଗ୍ରହଣ କରିନେଇଥିବା ଉଚିତ l ପ୍ରତିକ୍ରିୟା ଶୀଳ ବୁଦ୍ଧି ସହଜରେ ପଥଭ୍ରଷ୍ଟ ହେବାର ସମ୍ଭାବନା ନିର୍ମାଣ କରିଥାଏ l ସଂସାର ର ସମସ୍ତ କାର୍ଯ୍ୟ ଓ ବ୍ୟବହାର କୁ ଅନ୍ତରଦୃଷ୍ଟି ଓ ବିବେକ ଦ୍ୱାରା ସମ୍ପାଦିତ କଲେ ପତ୍ତନ ସମ୍ଭାବନା କମିଯାଏ l ସମ୍ଭତଃ ଶୂନ୍ୟ ହୋଇଯାଏ l ଜୀବନ ଲକ୍ଷ୍ୟ କୁ ସଦାସ୍ମରଣ ଓ ସର୍ବଦା ପରିସ୍କୃତ କରିବାର ଅଭ୍ୟାସ ପ୍ରତିଷେଧକ ଭାବରେ କାର୍ଯ୍ୟ କରିଥାଏ l ସେଇଥି ପାଇଁ ନିଦିଧ୍ୟାସନ ସର୍ବତ୍କୃଷ୍ଟ ମାର୍ଗ ଭାବରେ ଅନାଦି କାଳରୁ ବିବେଚିତ ହୋଇ ଆସିଛି l

ମଠସାହି, ଭଦ୍ରକ
9437017857

Leave a Reply