Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫ୍ରାନ୍ସରେ ମୋଦିଙ୍କୁ ସମ୍ମାନ ଓ ଅସମ୍ମାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫ୍ରାନ୍ସରେ ମୋଦିଙ୍କୁ ସମ୍ମାନ ଓ ଅସମ୍ମାନ


ସୌମେନ୍ଦ୍ର ଜେନା

ଚଳିତ ବର୍ଷ ଫ୍ରାନ୍ସର ବାର୍ଷିକ ବାସ୍ତିଲ ପରେଡ ଭାରତ ପାଇଁ ବଡ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରେଡି ଉତ୍ସବର ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲା ବେଳେ ପରେଡରେ ଅଂଶଗ୍ରହଣ କରିବାକୁ ଭାରତର ସେନା ବାହିନୀକୁ ନିମନ୍ତ୍ରଣ କରାଯାଇଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ ସେନା ପକ୍ଷରୁ ଫ୍ରାନ୍ସରେ ଯୁଦ୍ଧରେ ସାମିଲ ହୋଇ ଲଢିଥିବା ପଞ୍ଜାବ ବାଟାଲିଅନ ଯବାନମାନଙ୍କର ଏକଦଳ ସହ ତିନିସେନାର ଯବାନମାନେ ଏହି ପରେଡରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ବାୟୁସେନା ପକ୍ଷରୁ ରାଫେଲ ବାହିନୀ ମଧ୍ୟ ଆକାଶରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାସ୍ତିଲ ପରେଡରେ ଅତିଥି ଭାବେ ଯୋଗ ଦେବାଲାଗି ଦୁଇଦିନିଆ ଫ୍ରାନ୍ସଗସ୍ତ (୧୩-୧୪ ଜୁଲାଇ) କରିଥିଲେ । ଏମିତି ଦେଖିବାକୁ ଗଲେ ଫ୍ରାନ୍ସ ଭାରତର ଦ୍ୱିତୀୟ ବଡ ପ୍ରତିରକ୍ଷା ସହଯୋଗୀ । ଅତୀତର ମିରେଜଠାରୁ ଆଜିର ରାଫେଲ ପର୍ଯ୍ୟନ୍ତ ପାଖାପାଖି ପ·ଶବର୍ଷ ଧରି ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ରହିଆସିଛି । କିନ୍ତୁ ପରିବର୍ତ୍ତିତ ବିଶ୍ୱବ୍ୟବସ୍ଥାରେ କେବଳ ୟୁରୋପୀୟ ସଂଘ କିମ୍ବା ନାଟୋ ଦ୍ୱାରା ଫ୍ରାନ୍ସର ବହୁ ଆକାଂକ୍ଷୀତ ସ୍ୱପ୍ନ ସାକାର ହେବା ଅସମ୍ଭବ ଲକ୍ଷ୍ୟ କରି ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବହୁପକ୍ଷ ସ୍ୱାର୍ଥ ଦୃଷ୍ଟିରୁ ଭାରତ ସହ ସହଯୋଗକୁ ଅଧିକ ସୁଦୃଢ କରିବାକୁ ଗୁରୁତ୍ୱ ଦେଇଛନ୍ତି । ହେଲେ ମୋଦିଙ୍କ ଗସ୍ତ କାଳରେ ପ୍ୟାରିସରେ ତାଙ୍କୁ ସମ୍ମାନ ସହ ନିନ୍ଦାଗାନ ମଧ୍ୟ ଶୁଣିବାକୁ ମିଳିଥିଲା ।  ନରେନ୍ଦ୍ର ମୋଦି ଫ୍ରାନ୍ସରେ ପହଞ୍ଚôବା ପରେ ବିମାନ ବନ୍ଦରରେ ହିଁ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିସାବେଥ ବୋର୍ଣ୍ଣ ମୋଦିଙ୍କୁ ସ୍ୱାଗତ କରିଥିଲେ । ଫ୍ରାନ୍ସ ରାଷ୍ଟ୍ରପତି ମୋଦିଙ୍କ ସମ୍ମାନାର୍ଥେ ଲୁଭ୍ରେ ସଂଗ୍ରହାଳୟଠାରେ ଏକ ରାତ୍ରୀ ଭୋଜୀ ଦେଇଥିଲେ । ବ୍ରିଟେନ ରାଣୀ ଏଲିଜାବେଥଙ୍କ ପରେ (୧୯୫୩)ମୋଦିଙ୍କୁ ଏଠାରେ ଭୋଜୀ ଦେବାଲାଗି ସରକାର ପରମ୍ପରା ଭଙ୍ଗ କରିଥିଲେ । ଫ୍ରାନ୍ସର ରାଷ୍ଟ୍ରୀୟ ଦିବସରେ ଏଠାରେ ବହୁ ଭିଡ ହୋଇଥାଏ । କଳାକୃତୀର ବିରଳ ସଂଗ୍ରହ ଏହି ସଂଗ୍ରହାଳୟରେ ରହିଛି । ତେଣୁ ଏହାକୁ ସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଥିଲା । ଏଠାରେ ଶାକାହାରୀ ଭୋଜନ ଦିଆଯାଇଥିଲା । 
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୧୮୦୨ରେ ନେପୋଲିଅନ ବୋନାପାର୍ଟଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଗ୍ରାଣ୍ଡ କ୍ରସ୍ ଅଫ୍ ଲେଜିଅନ’ ସମ୍ମାନ (ସର୍ବୋଚ୍ଚ ନାଗରିକ ସମ୍ମାନ) ପ୍ରଦାନ କରାଯାଇଥିଲା । ବାସ୍ତିଲ ଦୁର୍ଗ ବିଜୟର ସ୍ମୃତିରେ ଆୟୋଜିତ ବାର୍ଷିକ ବାସ୍ତିଲ ପରେଡରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ ଦମ୍ପତ୍ତିଙ୍କ ସହ ଯୋଗ ଦେଇଥିଲେ । ଭାରତୀୟଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମରେ ଯୋଗଦେଇ,  ଶ୍ରୀମୋଦି ଦୁଇଦେଶର ବନ୍ଧୁତ୍ୱ, ରଣନୀତିକ ସଂପର୍କର ଚଉଠ ଶତାବ୍ଦୀର ଅନୁଭବ । ଜି ୨୦ରେ ଭାରତର ଅଧ୍ୟକ୍ଷତା, ଏକ ବିଶ୍ୱ ଏକ ପରିବାର ପରିକଳ୍ପନା, ୪୦ବର୍ଷ ଧରି ଫ୍ରାନ୍ସ ସଂସ୍କୃତି ସହ ନିଜର ଭାବଗତ ସଂପର୍କ, ଗଣତନ୍ତ୍ରର ଜନ୍ମସ୍ଥାନ ଭାରତ, ୧୦ବର୍ଷରେ ବିଶ୍ୱର ୫ମ ଅର୍ଥନୀତି ହୋଇ ୩ୟ ସ୍ଥାନକୁ ଲକ୍ଷ୍ୟ ରଖି ଭାରତର ଯାତ୍ରା, ବିଗତ ୧୫ବର୍ଷରେ ବିଶ୍ୱର ୪୨କୋଟି ଭାରତୀୟଙ୍କ ଦାରିଦ୍ର୍ୟରୁ ମୁକ୍ତି, ବିଶ୍ୱବାସୀଙ୍କ ଭାରତ ପ୍ରତି ଆଶାପୂର୍ଣ୍ଣ ଦୃଷ୍ଟି, ଭାରତର ଜନବଳ ହିଁ ଭାରତର ସମ୍ବଳ ହେବା , ୨୫ ହଜାର ବିଦ୍ୟାଳୟର ୮୦ଲକ୍ଷ ଛାତ୍ରଛାତ୍ରୀଙ୍କ ଅଟଳ ନବସର୍ଜନା ଶିକ୍ଷା, ଦେଶର ମହାକାଶ ଯୋଜନାର ଥୁମ୍ବାରୁ ଆଜିଯାଏଁ ଫ୍ରାନ୍ସ ସହ ସହଯୋଗ, ବିଶ୍ୱର ୪୬% ଡିଜିଟାଲ ଦେଣନେଣ ଭାରତରେ ହେବା, ଚବିଶ ଘଣ୍ଟିଆ ବ୍ୟାଙ୍କ ସେବା ଡିଜିଟାଲ ବ୍ୟବସ୍ଥା ହେତୁ ·ଲୁରହିବା, ଫ୍୍ରାନ୍ସ ସରକାର ଭାରତର ୟୁପିଆଇ ଡିଜିଟାଲ ସେବାକୁ ଗ୍ରହଣ କରିବା, ବିଦେଶରୁ ଭାରତୀୟଙ୍କ ଅର୍ଥ ପଠାଇବାରେ ରେକର୍ଡ କରିବା (୧୦୦ ବିଲିଅନ ଡଲାର) ଫ୍ରାନ୍ସରେ ପିଜି ଛାତ୍ରଛାତ୍ରୀଙ୍କୁ ୫ବର୍ଷ ପାଇଁ ଶିକ୍ଷାପର ଭିସା ପ୍ରଦାନ, ଭାରତ ବାହାରେ ଭାରତୀୟଙ୍କ ସୁରକ୍ଷା ପାଇଁ ସରକାରଙ୍କ ଗୁରୁତ୍ୱ, ବିଦେଶରେ ଭାରତର ସମ୍ମାନ ବୃଦ୍ଧିରେ ଭାରତୀୟଙ୍କ ଭୂମିକା ସଂପର୍କରେ ଉଲ୍ଲେଖ କରିଥିଲେ । ଭାରତବଂଶୀ ଲୋକେ ଅଧିକରୁ ଅଧିକ ବିଦେଶୀଙ୍କୁ ପ୍ରଭାବିତ କରି ଭାରତଗସ୍ତ କରିବାକୁ ପ୍ରୋତ୍ସାହିତ କରିପାରିଲେ ପର୍ଯ୍ୟଟନର ବିକାଶ ହେବ ବୋଲି ବୁଝାଇଥିଲେ । ଭାରତରେ ପୁଞ୍ଜି ବିନିଯୋଗ ପାଇଁ ବିଦେଶରେ ରହୁଥିବା ଭାରତୀୟମାନେ ଅଧିକ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ଏବଂ ନିବେଶ ପାଇଁ ଏହା ସଠିକ୍ ସମୟ ବୋଲି ସେ କହିଥିଲେ । ବିଦେଶରେ ଥିବା ଭାରତୀୟମାନେ ଦେଶର ରାଷ୍ଟ୍ରଦୂତ ସଦୃଶ କାର୍ଯ୍ୟ କରିବା ଦରକାର ବୋଲି ସେ ପରାମର୍ଶ ଦେଇଥିଲେ । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ସିନେଟ ଅଧ୍ୟକ୍ଷ ଜେରାଡ ଲାର୍ଚେରଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ପ୍ୟାରିସଠାରେ ଥିବା ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ଡିଆରଡିଓର ଜଣେ ଅଧିକାରୀଙ୍କ ନିଯୁକ୍ତି ବିଷୟରେ ଘୋଷଣା କରାଯାଇଥିଲା । ଏହାଦ୍ୱାରା ଦୁଇଦେଶର ମହାକାଶ ଗବେଷଣା ସଂସ୍ଥା ମଧ୍ୟରେ ସହଯୋଗ ବୃଦ୍ଧିପାଇବ । ଦୁଇରାଷ୍ଟ୍ର ମଧ୍ୟରେ ରଣନୀତିକ ସହଯୋଗର ୨୫ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ୨୦୪୭ ପର୍ଯ୍ୟନ୍ତ ରୋଡମ୍ୟାପ ପ୍ରସ୍ତୁତି ଲାଗି ଦୁଇଦେଶ ଆଲୋଚନା କରିଥିଲେ । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ସ୍ଥାପନା, ସୁରକ୍ଷା ଓ ଅଖଣ୍ଡତା ପାଇଁ ସହଯୋଗ କରିବାକୁ ଦୁଇଦେଶ ରାଜି ହୋଇଥିଲେ । ସେଥିଲାଗି ପ୍ରତିରକ୍ଷା ସହଯୋଗକୁ ସୁଦୃଢ କରିବାକୁ ନିଷ୍ପତ୍ତି ହୋଇଥିଲା । ଆତ୍ମନିର୍ଭର ପ୍ରତିରକ୍ଷା ଶିଳ୍ପ ଏବଂ ଯାନ୍ତ୍ରିକ ଭିତ୍ତିଭୂମିର ନିର୍ମାଣ ପାଇଁ ସ୍ଥିର ହୋଇଥିଲା ।  ମିଳିତ ଉତ୍ପାଦନ, ଅତ୍ୟାଧୁନିକ ଜ୍ଞାନକୋ÷÷ଶଳର ଉପଯୋଗ, ତୃତୀୟ ରାଷ୍ଟ୍ରର ବିକାଶ ପାଇଁ ଧ୍ୟାନ ଦେବାଲାଗି ଆଲୋଚନା ହୋଇଥିଲା  । ଆଗାମୀ ଦିନରେ ଭାରତରେ ଅଧିକ ଭାରବାହୀ ହେଲିକପ୍ଟର ନିର୍ମାଣଲାଗି ଭାରତ ସରକାରଙ୍କ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ ଏବଂ ଫ୍ରାନ୍ସର ସାଫ୍ରନ ହେଲିକପ୍ଟର ଇଞ୍ଜିନ ମଧ୍ୟରେ ବୁଝାମଣା ହୋଇଥିଲା । ପୂର୍ବରୁ ଭାରତ-ଫ୍ରାନ୍ସ ବୁଡାଜାହାଜ (ସବ୍ମେରିନ୍) ପ୍ରକଳ୍ପ (ପି-୭୫ କାଲଭାରୀ) ସଫଳତାର ସହ ଶେଷ ହେବା ପରେ କୋଲକାତାର ଗାର୍ଡନରିଚ ସିପ୍ ବିଲଡର୍ସ ଏଣ୍ଡ ଇଞ୍ଜିନିୟର୍ସ ଲିମିଟେଡ ଏବଂ ନାଭାଲ ଗ୍ରୁପ୍ ଫ୍ରାନ୍ସ ମଧ୍ୟରେ ଯୁଦ୍ଧପୋତ ନିର୍ମାଣ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ହୋଇଥିଲା । ସନ୍ତ୍ରାସବାଦକୁ ଅର୍ଥ ଯୋଗାଣ  ବନ୍ଦ କରାଯିବା ପାଇଁ ଦୁଇ ଦେଶ ଏକମତ ହୋଇଛନ୍ତି । େ·ରା ମାନବ ·ଲାଣ ରୋକାଯିବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ମଜଭୁତ କରିବା ଉଦେ୍ଦଶ୍ୟରେ ଭାରତର ଏନ୍ଏସ୍ଜି ଏବଂ ଫ୍ରାନ୍ସର ସୁରକ୍ଷା ବାହିନୀ ଗେଣ୍ଡାମାରୀ ନେସ୍ନାଲ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ବି·ର ହୋଇଥିଲା । ସାଇବର ସୁରକ୍ଷା କ୍ଷେତ୍ରରେ ଉଭୟ ରାଷ୍ଟ୍ର ସୂଚନା ଆଦାନପ୍ରଦାନ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କାର୍ଯ୍ୟକାରୀ ମଣ୍ଡଳୀ ବୈ÷ଠକରେ ଦୁଇଦେଶର ପ୍ରତିନିଧି ଏକମତ ହୋଇଛନ୍ତି । ଆଗାମୀ ଦିନରେ ସେପ୍ଟେମ୍ବର ୨୦୨୩ସୁଦ୍ଧା ମୁଦ୍ରା -ଲିରା ଦେଣନେଣ ବ୍ୟବସ୍ଥା ଫ୍ରାନ୍ସର ଇଫେଲ ଟାୱାରରୁ ଆରମ୍ଭ ହେବାକୁ ସ୍ଥିର ହୋଇଥିଲା । ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଏବଂ ୫ଜି / ୬ଜି କ୍ଷେତ୍ରରେ ସହଯୋଗ ପାଇଁ ଦୁଇଦେଶ ରାଜି ହୋଇଥିଲେ । ଜଳବାୟୁ ପରିବର୍ତ୍ତନକୁ ରୋକିବା ଲାଗି ଦୁଇଦେଶ ସୋ÷÷ରମେଣ୍ଟ ଗଠନ କରିଛନ୍ତି । ପ୍ୟାରିସ ଚୁକ୍ତି ଅନୁଯାୟୀ ସ୍ୱଚ୍ଛ ଶକ୍ତିର ବ୍ୟବହାର ଏବଂ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଦୁଇଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି । ଆଗାମୀ ଦିନରେ ଭାରତର ଯୁଦ୍ଧବିମାନବାହୀ ପୋତ ବିକ୍ରମାଦିତ୍ୟ ପାଇଁ ୨୨ଟି ରାଫେଲ ଏମ୍ ଏବଂ ୪ଟି ଟ୍ରେନର ରାଫେଲ କିଣାଯିବା ଲାଗି ସ୍ଥିର ହୋଇଛି । ଏଥିପାଇଁ ଭାରତର କ୍ୟାବିନେଟ୍ କମିଟିର ମଞ୍ଜୁରୀ ମିଳିସାରିଛି ଯାହା କେବଳ ମୂଲ୍ୟକୁ ନେଇ ଆଲୋଚନା ଜାରି ରହିଛି । ଡିଜିଟାଲ ଆଇନ, ଡିଜିଟାଲ ଟେକ୍ନୋଲୋଜି, ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦୁଇଦେଶ ଅଧିକ ସହଯୋଗ କରିବାକୁ ରାଜି ହୋଇଛନ୍ତି । ଆଣବିକ ଶକ୍ତିର ବ୍ୟବହାର, ପରି·ଳନା, ଗବେଷଣା ସହ ଜୈ÷ତାପୁର ଆଣବିକ ଶକ୍ତି ପ୍ରକଳ୍ପ କ୍ଷେତ୍ରରେ ଅଧିକ ସହଯୋଗ ଲାଗି ମଧ୍ୟ ଆଲୋଚନା ହୋଇଥିଲା । ଜଳବିଦୁ୍ୟତ ପ୍ରକଳ୍ପ ଏବଂ କାର୍ବନମୁକ୍ତ ହାଇଡ୍ରୋଜେନ ଉତ୍ପାଦନ କ୍ଷେତ୍ରରେ ଦୁଇଦେଶ ମିଳିତ ଭାବେ କାର୍ଯ୍ୟକରିବାକୁ ସ୍ଥିର ହୋଇଥିଲା । ସହରାଞ୍ଚଳର ବିକାଶ, ବର୍ଜ୍ୟବସ୍ତୁ ପରି·ଳନା, ରେଳ ଯୋଗାଯୋଗ (ସୁରତ-ଅହମ୍ମଦାବାଦ)ର ବିକାଶ, ବାଣିଜ୍ୟରେ ବିକାଶ ପାଇଁ ଆଲୋଚନା ହୋଇଥିଲା । ଅଧିକ ପୁ୍ଞ୍ଜିନିବେଶ ଲାଗି ଇନଭେଷ୍ଟ ଇଣ୍ଡିଆ ଓ ବିଜିନେସ୍ ଫ୍ରାନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।  ଉଚ୍ଚଶିକ୍ଷାରେ ସୁବିଧା ପ୍ରଦାନ ପାଇଁ ୨୦୨୫ ସୁଦ୍ଧା ୨୦,୦୦୦ ଏବଂ ୨୦୩୦ ସୁଦ୍ଧା ୩୦୦୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରିବାକୁ ଫ୍ରାନ୍ସ  ରାଜି ହୋଇଥିଲା । ସଂଗ୍ରହାଳୟର ବିକାଶ, ସିନେମା କ୍ଷେତ୍ରରେ ସହଯୋଗ ବୃଦ୍ଧି, ସାହିତି୍ୟକ ଓ ଶିଳ୍ପୀଙ୍କ ମଧ୍ୟରେ ସହଯୋଗ, ଭାରତରେ ୫୦୦୦୦ ଛାତ୍ରଛାତ୍ରୀଙ୍କୁ ଫ୍ରେଞ୍ଚ ଭାଷାରେ ପ୍ରଶିକ୍ଷଣ ଦେବାଲାଗି ସ୍ଥିର ହୋଇଥିଲା । ୨୦୨୪ରେ ପ୍ୟାରିସରେ ଅଲିମ୍ପିକ ଏବଂ ପାରା ଅଲିମ୍ପିକ କ୍ରୀଡାର ଆୟୋଜନ ହେବାକୁ ଥିବାରୁ ଭାରତର କ୍ରୀଡାବିତ୍ମାନଙ୍କୁ ପ୍ରଶିକ୍ଷଣରେ ସହଯୋଗ ପାଇଁ ଫ୍ରାନ୍ସ ରାଜି ହୋଇଥିଲା । ଲୋକଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ପାଇଁ ଭାରତ ମାର୍ସେଇଲ୍ଲେଠାରେ କନ୍ସୁଲେଟ ଜେନେରାଲ କାର୍ଯ୍ୟାଳୟ ଖୋଲିବାକୁ ଏବଂ ଫ୍ରାନ୍ସ ଭାରତର ହାଇଦ୍ରାବାଦଠାରେ ବ୍ୟୁରୋ ଡେ ଫ୍ରାନ୍ସ କାର୍ଯ୍ୟାଳୟ ଖୋଲିବାକୁ ଘୋଷଣା କରାଯାଇଥିଲା । 
ଏକଥା ମଧ୍ୟ ସତ ଯେ ମୋଦିଙ୍କ ପ୍ୟାରିସ ଗସ୍ତ କାଳରେ ସେଠାକାର ସରକାରୀ ମିଡିଆ ଫ୍ରାନ୍ସ ୨୪ରେ ମୋଦିଙ୍କ ବିରୋଧରେ ପ୍ର·ର ଜାରି ରହିଥିଲା । ୪ଟି ଭାଷା ଫ୍ରେଞ୍ଚ, ଇଂରାଜୀ, ଆରବୀ ଏବଂ ସ୍ପାନିସ ଭାଷାରେ ପ୍୍ରସାରିତ ଏହି ଗଣମାଧ୍ୟମ ଲେଖିଥିଲା, “ବାସ୍ତିଲ ଦେ ପରେଡକୁ ମୋଦିଙ୍କୁ ନିମନ୍ତ୍ରଣ କରିବା ଅର୍ଥ ଅସ୍ତ୍ରଶସ୍ତ୍ର ବିକ୍ରିକୁ ଗୁରୁତ୍ୱ ଦେବା, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନୁହେଁ ।” ଫ୍ରାନ୍ସ ୨୪ ଆହୁରି ମଧ୍ୟ କହିଛି, “ୟୁକ୍ରେନରେ ରୁଷିଆର ଆକ୍ରମଣକୁ ଭାରତ ନିନ୍ଦା ନକରିବା ସତ୍ତ୍ୱେ ମାକ୍ରୋନ ଜାଣିଶୁଣି ମୋଦିଙ୍କୁ କ୍ଷମା ଦେଇଛନ୍ତି , ଯାହାଙ୍କୁ ସେ ବାରମ୍ବାର ‘ମୋ ବନ୍ଧୁ’ କହି ସମ୍ବୋଧନ କରିଛନ୍ତି ।” ଆହୁରି ମଧ୍ୟ ସମାଲୋଚନାକରି କୁହାଗଲା ଯେ ବାସ୍ତିଲ ଡେ ପରେଡ ପାଇଁ ମୋଦିଙ୍କୁ ଲାଲ କାର୍ପେଟରେ ସ୍ୱାଗତ କରାଗଲା । କିନ୍ତୁ ଚୀନ ଏହି ରଣନୀତିକ ପରେଡକୁ ବର୍ଷାରେ ଧୋଇ ଦେଇପାରେ । ସେମିତି ଖ୍ରୀଷ୍ଟୋଫେ ଗଫ୍ରେଲଟ ନାମକ ଜଣେ ରିସର୍ଚ୍ଚ ଫେଲୋ ଫ୍ରେଞ୍ଚ ସମ୍ବାଦପତ୍ର ଲେ ମଣ୍ଡେରେ ଉଲ୍ଲେଖ କରିଛନ୍ତି, “ଫ୍ରାନ୍ସ ପରି ଏକ ଉଚ୍ଚ ସମ୍ମାନସଂପନ୍ନ ରାଷ୍ଟ୍ରର ଭାରତ ସହ ସଂପର୍କ ମେଳ ଖାଉନାହିଁ ।” ଟିଭି ଆଲୋଚନାରେ ସେ ପୁଣି କହିଛନ୍ତି ଭାରତର ୨୫୦୦କିମି ସୀମା ଚୀନ ସହ ରହିଛି ଏବଂ ୧୯୬୨ର ଭାରତ- ଚୀନ ଯୁଦ୍ଧର ପରାଜୟକୁ ଭାରତ ଭୁଲିପାରିନାହିଁ । ବିବିଧ କ୍ଷେତ୍ରରେ ଦୁର୍ବଳତା ଥିବା ହେତୁ ଭାରତ ଚୀନକୁ ଭୟକରୁଛି ଏବଂ ସେଥିପାଇଁ ବିରୋଧ କରିବାକୁ ପ୍ରସ୍ତୁତ ନାହିଁ । 
ଫ୍ରାନ୍ସରେ କିପରି ବର୍ଣ୍ଣବିଦ୍ୱେଷ ଭାବ ଏବଂ ସଂଖ୍ୟାଲଘୁ ଧର୍ମ ଓ ଭାଷାଭାଷୀଙ୍କ ପ୍ରତି ରହିଛି ତାହା ସମସ୍ତେ ଜାଣନ୍ତି । ଫ୍ରାନ୍ସରେ କ୍ୟାଥୋଲିକଙ୍କ ଟାର୍ଗେଟରେ ହିନ୍ଦୁମାନେ ଥିବା ହେତୁ ୧୯୯୫ରେ ସରକାରଙ୍କ ·ପରେ ବାଧ୍ୟ ହୋଇ ଇସକନ୍ ସଂସ୍ଥା ଏର୍ମନଭିଲ୍ଲେ କାଷ୍ଟଲକୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲା । 
ଏକଥା ସତ ଯେ ୧୯୧୪-୧୮ମଧ୍ୟରେ ୯୦,୦୦୦ ଭାରତୀୟ ଯବାନ ବି୍ରଟିସ  ସେନାବାହିନୀ ଅଧିନରେ ଫ୍ରାନ୍ସର ସୁରକ୍ଷା ପାଇଁ ନୁଭେ ·ପେଲ୍ଲେ, ୱାଇପ୍ରେସ, ଫେଷ୍ଟୁବର୍ଟ, ଲୁସଠାରେ ଲଢି ୮୫୦୦ ସହିଦ ହେବା ସହ ୫୦ହଜାର ଆହତ ହୋଇଥିଲେ । ଏକଥା ଫ୍ରାନ୍ସରେ ବଡ କଥା ନୁହେଁ । ଅନ୍ୟ ପକ୍ଷରେ ଏବେବି ପ୍ରତି ୧୦ଜଣ କଳା ଲୋକଙ୍କ ମଧ୍ୟରୁ ୯ଜଣ ଫ୍ରାନ୍ସରେ ବର୍ଣ୍ଣ ବୈ÷ଷମ୍ୟ ଉତ୍ପୀଡନର ଶିକାର ହେଉଛନ୍ତି । ଆଜି ଯାଏ ସଂଖ୍ୟାଲଘୁ ଅଲ୍ସାସେ ଏବଂ ଲୋରେନର ଲୋକଙ୍କୁ (ପ୍ରାୟ ୪୨ଲକ୍ଷ) ଶୋଷଣକରି ଆସିଥିବା ଫ୍ରାନ୍ସର ଗଣମାଧ୍ୟମରେ ଭାରତକୁ ନାଲିବତୀ ଦେଖାଇବା ବିଷୟ ଯେପରି ଅସମ୍ମାନଜନକ ସେମିତି ବିଦ୍ୱେଷରେ ପୂର୍ଣ୍ଣ । 

ଭାରତୀୟ ସମ୍ବାଦ ସେବା (ଭାସ୍)
ଭୁବନେଶ୍ୱର-୭୫୧୦୦୩

Leave a Reply