Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନ’ ବର୍ଷର ସୁଶାସନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନ’ ବର୍ଷର ସୁଶାସନ


-ଭୁବନାନନ୍ଦ ତି୍ରପାଠୀ-

ଏହି ପ୍ରବନ୍ଧରେ ଆମେ ନରେନ୍ଦ୍ର ମୋଦିଙ୍କ ନ’ବର୍ଷର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ୧୩ବର୍ଷ କଟାଇବାପରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ ଆସୀନ ହୋଇଥିଲେ ୨୦୧୪ ମସିହାର ମେ ମାସ ୨୭ ତାରିଖ ଦିନ । ତାଙ୍କୁ ଶପଥ ପାଠ କରାଇଥିଲେ ତତ୍କାଳୀନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀ ଏବଂ ଶପଥପାଠର ପ୍ରଥମ ଉଚ୍ଚାରଣ “ମୈଁ ନରେନ୍ଦ୍ର ଦାମୋଦର ଦାସ ମୋଦି” ସୂଚାଇ ଦେଇଥିଲା ଯେ ଏ ଲୋକ ପାଖରେ ଦମ୍ ଅଛି, ଦେଶ ପାଇଁ କିଛି ନୂଆ କାମ କରିବ । ଶପଥ ପାଠ ପରେ ପରେ ପ୍ରଧାନମନ୍ତ୍ରୀ ଭାବେ ପାର୍ଲିଆମେଣ୍ଟ ଭବନରେ ପ୍ରଥମ ପ୍ରବେଶ ବେଳର ସାଷ୍ଟାଙ୍ଗ ପ୍ରଣିପାତ ଦୃଶ୍ୟ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା । ସେ ଥିଲେ ପାର୍ଲିମେଣ୍ଟରେ ନୂଆ, କେନ୍ଦ୍ର ଶାସନ କଳରେ ନୂଆ ଏବଂ ଦିଲ୍ଲୀର ରାଜନୈତିକ ବାତାବରଣରେ ମଧ୍ୟ ତାଙ୍କର ଏକପ୍ରକାର ନୂତନ ପ୍ରବେଶ ଥିଲା । କେବଳ ଭାରତ ବର୍ଷ ନୁହେଁ, ବିଶ୍ୱ ପଟଳରେ ମଧ୍ୟ ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବା ଘଟଣା ଚମକ ସୃଷ୍ଟି କରିଥିଲା । ଇଂଲଣ୍ଡର ‘ଗାର୍ଡ଼ିଆନ’ ପତି୍ରକା ନିଜ ଅଗ୍ରଲେଖାରେ ପ୍ରକାଶ କରିଥିଲା ‘ଭାରତ ବର୍ଷ ଏବେ ପ୍ରକୃତ ସ୍ୱାଧୀନତା ଲାଭ କରିଛି” । ଅର୍ଥାତ୍ ଇଂରେଜ ନୀତି ନିୟମର ଅନ୍ତ ଘଟିଛି ଏବଂ ଭାରତୀୟ ନୀତି ଲାଗୁ ହେବାର ପ୍ରାରମ୍ଭ ହୋଇଛି । ୨୦୧୪ ମସିହାରୁ ୨୦୧୯ ମସିହାର ପ୍ରଥମ ୫ବର୍ଷ କାର୍ଯ୍ୟକାଳ ପୂରଣ କରିବାପରେ ତାଙ୍କ ପ୍ରତି ଦେଶବାସୀଙ୍କ ସମର୍ଥନ ପୂର୍ବାପେକ୍ଷା ବୃଦ୍ଧି ପାଇଥିଲା । ୨୦୧୪ ମସିହାରେ ଭାଜପା ୨୮୨ଟି ସିଟ୍ ହାସଲ କରିଥିବା ବେଳେ ୨୦୧୯ ମସିହାରେ ଏହା ୩୦୩ ସିଟ୍ରେ ପହଞ୍ଚôଥିଲା । ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ପାଳିରେ ମୋଦିଜୀଙ୍କର ୫ବର୍ଷ ଶାସନ କାଳ ଭିତରୁ ଗତ ମେ ମାସରେ ୪ବର୍ଷ ପୂର୍ଣ୍ଣ ହୋଇଛି ଏବଂ ଏହିପରି ପ୍ରଥମ ପାଳି ଓ ଦ୍ୱିତୀୟ ପାଳି ମିଶି ମୋଟ ୯ବର୍ଷର ଶାସନ କଳ ପୂର୍ଣ୍ଣ କରିବା ଅବସରରେ ଦୁଇପଦ ଲେଖିବା ପାଇଁ ଏହି କ୍ଷୁଦ୍ର ପ୍ରଚେଷ୍ଟା ।
ଆମ ଦେଶରେ ମୋଦିଙ୍କ ପୂର୍ବରୁ ଜବାହରଲାଲ ନେହେରୁ (୧୫ବର୍ଷ) ଲାଲବାହାଦୁର ଶାସ୍ତ୍ରୀ (୩ବର୍ଷ), ଇନ୍ଦିରା ଗାନ୍ଧୀ (ପ୍ରଥମ ପାଳି ୧୧ବର୍ଷ ଏବଂ ୨ୟ ପାଳି ୫ବର୍ଷ), ଚୌଧୁରୀ ଚରଣ ସିଂହ, ଚନ୍ଦ୍ରଶେଖର, ଦେବୀଲାଲ, ଇନ୍ଦ୍ର କୁମାର ଗୁଜୁରାଲ (ପ୍ରତ୍ୟେକ ଏକ ବର୍ଷରୁ କମ୍) ବିଶ୍ୱନାଥ ପ୍ରତାପ ସିଂ (୧ବର୍ଷ), ଅଟଳ ବିହାରୀ ବାଜପେୟୀ (ପ୍ରଥମ ପାଳି ୧୩ ମାସ ଏବଂ ଦ୍ୱିତୀୟ ପାଳି ୪ବର୍ଷ), ମନମୋହନ ସିଂ (୧୦ବର୍ଷ) ପ୍ରଧାନମନ୍ତ୍ରୀ ଦେଶ ଶାସନରେ ନିଜ ନିଜର ବ୍ୟକ୍ତିତ୍ୱ ଏବଂ ନେତୃତ୍ୱର ପ୍ରଦର୍ଶନ କରିଯାଇଛନ୍ତି । ସ୍ୱର୍ଗତ ଗୁଲଜାରିଲାଲ ନନ୍ଦା ମଧ୍ୟ କିଛି ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ । ଉପରୋକ୍ତ ସମସ୍ତ ବ୍ୟକ୍ତି ନିଜ ନିଜ କାର୍ଯ୍ୟକାଳରେ ଦେଶର ଉନ୍ନତି ପାଇଁ ତଥା ଦେଶର ସୁଶାସନ ପ୍ରତିଷ୍ଠା ପାଇଁ ଅନେକ କିଛି ପଦକ୍ଷେପ ଗ୍ରହଣ କରିଥିଲେ । ସେମାନେ ସମସ୍ତେ ଦେଶବାସୀଙ୍କ ନିକଟରେ ନମସ୍ୟ । କିନ୍ତୁ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ କିଛି ନୂତନତା ରହିଛି ଯାହା ଅନ୍ୟମାନଙ୍କ ସମୟରେ ଦେଖିବାକୁ ମିଳିନଥିଲା ।
ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସମୟରେ ଭାରତର ସମସ୍ତ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ସୁଖର କଥା ସବୁଦେଶର ମୁଖ୍ୟମାନେ ଏଥିରେ ଭାଗନେଇଥିଲେ । ପରବର୍ତ୍ତୀ କାଳରେ ସମସ୍ତ ପଡ଼ୋଶୀ ଦେଶ ଯଥା ଭୁଟାନ, ନେପାଳ, ବାଙ୍ଗଲାଦେଶ, ମିଆଁମାର, ସିଂହଳ, ମାଳଦ୍ୱୀପ ତଥା ଆଫଗାନିସ୍ଥାନ ସହିତ ସୁସଂପର୍କ ରହିଆସିଛି । କେବଳ ପାକିସ୍ଥାନ ଏବଂ ଚୀନ ସହିତ ବିଭିନ୍ନ ସମୟରେ ବିବାଦୀୟ ସ୍ଥିତି ଦେଖାଦେଇଛି । ପାକିସ୍ଥାନ ଦ୍ୱାରା ଆତଙ୍କବାଦୀଙ୍କୁ ପ୍ରୋସôାହିତ ଦିଆଯିବା ଏବଂ ଚୀନ ଦ୍ୱାରା ଭାରତର ସୀମା ଅତିକ୍ରମ କରିବା କାରଣରୁ ଏହି ଦୁଇ ଦେଶ ସହିତ ଆମ ଦେଶର ବିବାଦ ସୃଷ୍ଟି ହୋଇଛି ।
ମୋଦି ବିଦେଶରେ ଭାରତର ସମ୍ମାନ ବଢ଼ାଇଛନ୍ତି ଏହା ସର୍ବମାନ୍ୟ । ଇଂଲଣ୍ଡ ହେଉ ଅବା ନୁ୍ୟୟର୍କ, ଅଷ୍ଟ୍ରେଲିଆ ହେଉ ଅବା କାନାଡ଼ା ସବୁଠି ହଜାର ହଜାର ଭାରତୀୟ ମୂଳବାସୀ ଏକତି୍ରତ ହୋଇ ମୋଦିଙ୍କୁ ଭେଟିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛନ୍ତି । ଭାଷଣ ଶୁଣିବାର ଆନନ୍ଦ ଲାଭ କରିଛନ୍ତି । ବିଦେଶ ମାଟିରେ ‘ଭାରତ ମାତା କୀ ଜୟ’ର ନାରା ଗୁଞ୍ଜରିତ ହୋଇଉଠିଛି । ଏସବୁ ଦୃଶ୍ୟ ଦେଖି ସେହି ସବୁ ଦେଶର ନେତୃବୃନ୍ଦ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ଏବଂ ମୋଦିଙ୍କୁ ସ୍ୱାଗତ ସକôାର ସହିତ ଯଥୋଚିତ ସମ୍ମାନ ଦେଖାଇବାରେ ଊଣା କରିନାହାଁନ୍ତି । ବିଦେଶ ମାଟିରେ ଭାରତ ବର୍ଷର ସମ୍ମାନ ବଢ଼ିବା ସହିତ ସେହିସବୁ ଦେଶ ସହିତ ଆନ୍ତଃରାଷ୍ଟ୍ରୀୟ ସ୍ତରରେ ବାଣିଜ୍ୟକାରବାର ବୃଦ୍ଧି ପାଇଛି । ସବୁଠାରୁ ବଡ଼ କଥା ହେଉଛି ସେ ଦେଶରେ ରହୁଥିବା ଭାରତୀୟମାନଙ୍କର ମାନସମ୍ମାନର ବୃଦ୍ଧି । ଭାରତୀୟ ଭାବେ ସେମାନେ ପୂର୍ବାପେକ୍ଷା ଆଜି ଅଧିକ ଗର୍ବିତ ।
ଗରିବ ସାଧାରଣ ନାଗରିକ ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ମୋଦି ଏକ ଅଭିନବ ଅଭିଯାନ ଚଳାଇଥିଲେ । ଫଳସ୍ୱରୂପ ଦେଶରେ ୪୮ କୋଟି ନୂଆ ବ୍ୟାଙ୍କ ଖାତା ଖୋଲିଲା । ବ୍ୟାଙ୍କମାନଙ୍କରେ ଶୂନ୍ୟ ଆକାଉଣ୍ଟ ରଖିବା ପାଇଁ ଅନୁମତି ଦେବା ଦେଶରେ ନୂଆ କଥା ହେଲା । ମାତ୍ର ତା’ର ସୁଫଳ ମିଳିଲା ଯେତେବେଳେ ସରକାରୀ ଅନୁଦାନ, ସରକାରୀ ଭତ୍ତା, ସବ୍ସିଡ଼ି ରାଶି ଜଣେ ଲାଭାର୍ଥୀର ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଜମା ହେଲା । ଏହାଫଳରେ େ•ରୀ, ଠକାମି, ମିଛ ଦେଣନେଣରେ ପୂର୍ଣ୍ଣଛେଦ ପଡ଼ିପାରିଲା । ଜଣେ ସାଧାରଣ ନାଗରିକ ବ୍ୟାଙ୍କ ସହିତ ସଂପର୍କ ବଢ଼ାଇବା ପାଇଁ ସାହସ ପାଇଲା ।
ଦେଶରେ “ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା” ଏବଂ “ଜୀବନ ଜ୍ୟୋତି ବୀମା” ନାମରେ ଦୁଇଟି ଶସ୍ତା ଓ ସରଳ ବୀମା ଯୋଜନା ଲାଗୁ କରାଯାଇ ଯଥାକ୍ରମେ ବାର୍ଷିକ ମାତ୍ର ୧୨ଟଙ୍କା ଏବଂ ୩୩୦ଟଙ୍କା ଜମାଦେଇ ଦୁର୍ଘଟଣା ମୃତୁ୍ୟ ଏବଂ ସାଧାରଣ ମୃତୁ୍ୟ ସମୟରେ ଗୋଟିଏ ଅସହାୟ ପରିବାରକୁ ୨ଲକ୍ଷ ଟଙ୍କା ବୀମାରାଶି ମିଳିବା ପାଇଁ ସୁନ୍ଦର ବ୍ୟବସ୍ଥା କରାଯାଇଛି । ଆଜି ସୁଦ୍ଧା ସୁରକ୍ଷା ବୀମା ଯୋଜନାରେ ୩୦ କୋଟି ଏବଂ ଜୀବନ ଜ୍ୟୋତି ବୀମା ଯୋଜନାରେ ୧୪କୋଟି ଦେଶବାସୀ ଯୋଗଦେଇଥିବା ଜଣାଯାଇଛି । ଯୋଜନାଗୁଡ଼ିକ ସ୍ଥାନୀୟ ବ୍ୟାଙ୍କମାନଙ୍କ ଦ୍ୱାରା ପରି•ଳିତ ହେଉଥିବାରୁ ବାର୍ଷିକ ଦେୟ ଜମା କରିବାରେ କୌଣସି ଅସୁବିଧା ହେଉନାହିଁ । 
ରୋଜଗାରକ୍ଷମ ଥିବା ସମୟରେ ପରିଣତ ବୟସ ପାଇଁ ଚିନ୍ତାକରିବା ଏବଂ ଏଥିପାଇଁ ଉଚିତ ପଦକ୍ଷେପ ନେବାର ଏକ ସୁଚିନ୍ତିତ ପରିକଳ୍ପନା ହେଉଛି “ଅଟଳ ପେନ୍ସନ ଯୋଜନା” । ଏହି ଯୋଜନାରେ ଭାଗନେଇ ମାସିକ ୧ହଜାରରୁ ଆରମ୍ଭ କରି ଜଣେ ବ୍ୟକ୍ତି ମାସିକ ୫ ହଜାର ପର୍ଯ୍ୟନ୍ତ ପେନସନ ପାଇପାରିବ । ଏଥିପାଇଁ ବାର୍ଷିକ କିସ୍ତି ଆକାରରେ ନିଜର ଦେୟ ଜମା ଦେବାକୁ ପଡ଼ିଥାଏ । ଏ ଯୋଜନାରେ ମଧ୍ୟ ଦେଶର ପ୍ରାୟ ୧୨ କୋଟି ଯୁବକ/ଯୁବତୀ ଭାଗ ନେଇଥିବାର ଦେଖାଯାଉଛି ।
ଦେଶସାରା ସମସ୍ତ ରାଜମାର୍ଗର ଉଚିତ୍ ରକ୍ଷଣାବେକ୍ଷଣ ସହିତ ଏହାର ବିସ୍ତାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ •ଲିଛି । ଏହା ସହିତ ଅନେକଗୁଡ଼ିଏ ରାଜ୍ୟ ସଡ଼କକୁ ରାଜପଥରେ ପରିଣତ କରାଯାଇ ଯାନବାହନ ଯାତାୟାତ ପାଇଁ ସୁଗମ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଦୂରଦୃଷ୍ଟି ବେଶ ପ୍ରଶଂସନୀୟ । ଏହା ସହିତ କେତେଗୁଡ଼ିଏ ଜଳପଥର ପୁନରୁଦ୍ଧାର କରାଯାଇ ଏକ ସହଜଲବ୍ଧ ଗମନାଗମନ ମାର୍ଗ ଉନ୍ମୋଚିତ ହୋଇଛି ।
କୃଷିକ୍ଷେତ୍ରରେ ଯେତେ ଯାହା ବିକାଶର ଯୋଜନା କରାଗଲେ ସୁଦ୍ଧା ସାଧାରଣ କୃଷକ ନିକଟରେ ଏହାର ଲାଭ ପହଞ୍ଚô ପାରିନଥାଏ । ଏକଥାକୁ ଉପଲବ୍ଧି କରି ‘କୃଷକ ସମ୍ମାନ ନିଧି’ ନାମକ ଏକ ଯୋଜନା ମାଧ୍ୟମରେ ଦେଶର ୧୨କୋଟି କୃଷକଙ୍କୁ ଜଣ ପିଛା ବାର୍ଷିକ ୬୦୦୦ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି । କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ବଜାର ମୂଲ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । କୃଷି ବୀମା ମାଧ୍ୟମରେ ମଧ୍ୟ ବିଭିନ୍ନ କାରଣରୁ କ୍ଷତିରେ ପଡୁଥିବା କୃଷକ ଭାଇ ଆଜି ନିଜ କ୍ଷତିର ଭରଣା କରିବା ପାଇଁ ସକ୍ଷମ ହୋଇପାରୁଛି । “କୃଷି ଉତ୍ପାଦନ ସଂଘ” ନାମରେ ଏକ ନୂତନ ଯୋଜନା ଲାଗୁ କରାଯାଇ କ୍ଷୁଦ୍ର•ଷୀମାନଙ୍କୁ ସଂଗଠିତ କରିବା ପାଇଁ, ସେମାନଙ୍କ ବାର୍ଷିକ ଆୟକୁ ଦ୍ୱିଗୁଣିତ କରିବା ପାଇଁ କୃଷିକୁ ଏକ ଶିଳ୍ପୋଦ୍ୟୋଗରେ ପରିଣତ କରିବାର ପରିକଳ୍ପନା କରାଯାଇଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ଯୋଜନା ଲାଗୁ ହୋଇ ଏହାର ସୁଫଳ ମିଳିବା ଆରମ୍ଭ ହୋଇଯାଇଛି ।
ଚିକିସôା ସେବା ଆମ ଦେଶରେ ଅବହେଳିତ ଅବସ୍ଥାରେ ରହିଆସିଛି କହିଲେ ଠିକ୍ ହେବ । ଏଦିଗରେ ମୋଦି ସରକାର ପରିବାର ପିଛା ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱସ୍ଥ୍ୟବୀମା ଯୋଗାଇଦେଇ ଏକ ବଡ଼ ଅନୁଦାନର ବ୍ୟବସ୍ଥା କରିଛନ୍ତି । ପ୍ରତି ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲିବାର ପରିକଳ୍ପନା ଏ ସରକାର ଲାଗୁ କରୁଛନ୍ତି । ଓଡ଼ିଶାରେ ପୁରୀ, ବାରିପଦା, ବାଲେଶ୍ୱର ଆଦି ମୋଟ ୭ଟି ନୂତନ ସ୍ଥାନରେ ମେଡ଼ିକାଲ କଲେଜ ଖୋଲିଛି । ନୂଆ ମେଡ଼ିକାଲ କଲେଜ ଖୋଲିବା ଫଳରେ ଦେଶରେ ଡ଼ାକ୍ତର ସଂଖ୍ୟା ବୃଦ୍ଧି ପାଉଛି । ଦେଶରେ ୧୦,୦୦୦ ସଂଖ୍ୟକ ଜନଔଷଧି କେନ୍ଦ୍ର ସ୍ଥାପନ ଫଳରେ ଜଣେ ସାଧାରଣ ନାଗରିକକୁ ଔଷଧ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି । ଏହି ପଦକ୍ଷେପ ଆମ ଦେଶରେ ଜନକଲ୍ୟାଣ କାର୍ଯ୍ୟର ଏକ ମାଇଲଖୁଣ୍ଟ ସଦୃଶ ।
ମୋଦିଙ୍କ ଦ୍ୱାରା ଲାଗୁ କରାଯାଇଥିବା ଯୋଜନାଗୁଡ଼ିକୁ ଏହିପରି ତାଲିକା କଲେ ଦୁଇଶହରୁ ଅଧିକ ହେବ । ଏ ସମସ୍ତ ଏକାଠି କରାଗଲେ ଏକ ପୁସ୍ତିକା ପ୍ରସ୍ତୁତ ହୋଇଯିବ । ଏଣୁ ଆଉ ଦୁଇଟି ମାତ୍ର ଯୋଜନାର ଅବତାରଣା କରି ପ୍ରବନ୍ଧର ସମାପ୍ତି କରିବା ।
ଦେଶର ଅବିଚ୍ଛେଦ୍ୟ ଅଙ୍ଗ ଭାବେ କାଶ୍ମୀର ପ୍ରଦେଶ ରହିଛି । ମାତ୍ର ଏଥିପାଇଁ ରହିଥିବା ସାମ୍ବିଧାନିକ ବ୍ୟବସ୍ଥା (ଧାରା ୩୭୦) ଦ୍ୱାରା କାଶ୍ମୀରବାସୀଙ୍କୁ ଅନେକ ବିଶେଷ ସୁବିଧା ଦିଆଯାଉଥିଲା ଯାହାଫଳରେ ଭାରତର ଅନ୍ୟ ପ୍ରଦେଶର ଲୋକମାନେ କାଶ୍ମୀରକୁ ଆପଣେଇବା ପାଇଁ ବାଧା ରହିଥିଲା । ଦେଶର ଆଇନ କାଶ୍ମୀରରେ ଲାଗୁ ହୋଇପାରୁନଥିଲା ଏବଂ କାଶ୍ମୀରରେ କେତେକ ନିର୍ଦ୍ଧିଷ୍ଟ ପରିବାର ଏହାର ଶାସନକୁ କରାୟତ କରି ରଖିଥିଲେ । ୨୦୧୯ ମସିହା ଅଗଷ୍ଟ ମାସ ୭ ତାରିଖ ଦିନ ପାର୍ଲିମେଣ୍ଟରେ ଦେଶର ଗୃହମନ୍ତ୍ରୀ ଅମିତ ଶାହା ଏ ସଂକ୍ରାନ୍ତରେ ଏକ ବିଲ ପାଶ୍ କରି ଧାରା-୩୭୦କୁ ଉଚ୍ଛେଦ କରିଦେଲେ । କାଶ୍ମୀର ଭାରତର ଅନ୍ୟ ପ୍ରଦେଶ ଗୁଡ଼ିକ ପରି ବର୍ତ୍ତମାନ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଉଭା ହୋଇଛି । ଏହି ନିଷ୍ପତ୍ତିି ଦେଶର ସାମ୍ବିଧାନରେ ଥିବା ୭୫ବର୍ଷର କାଳିମାକୁ ପୋଛି ଦେଇଛି ବୋଲି କୁହାଯିବ ।
ରାମ ଜନ୍ମଭୂମି ପୀଠର ପବିତ୍ର ମନ୍ଦିରକୁ ଭାଙ୍ଗିଦେଇ ଷୋଢ଼ଶ ଶତାବ୍ଦୀର ମୋଗଲ ବାଦଶାହା ବାବର ଗୋଟିଏ ମସଜିଦ ଢ଼ାଞ୍ଚା ତିଆରି କରିଥିଲା । ସେହି ଦିନରୁ ଆଜିସୁଦ୍ଧା ରାମ ଜନ୍ମଭୂମିର ଉଦ୍ଧାର ପାଇଁ ଦୀର୍ଘ ୫୦୦ବର୍ଷର ଆନେ୍ଦାଳନ ଏବେ ସମାପ୍ତ ହୋଇଛି । ସୁପି୍ରମକୋର୍ଟର ସହମତି ଭିତ୍ତିିକ ନିଷ୍ପତ୍ତିି ଫଳରେ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ କରିବା ଏବଂ ସର୍ବୋପରି ଅଯୋଧ୍ୟା ନଗରୀକୁ ବିଶ୍ୱ ପ୍ରସିଦ୍ଧ ନଗରୀର ରୂପ ଦେବା ପାଇଁ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ ଓ ପଦକ୍ଷେପ ବେଶ ପ୍ରଶଂସନୀୟ । ଏହି ଗୋଟିଏ କାର୍ଯ୍ୟ କରି ନରେନ୍ଦ୍ର ମୋଦି ଭାରତବାସୀଙ୍କ ହୃଦୟରେ ଯୁଗ ଯୁଗ ପାଇଁ ଜଣେ ରାଷ୍ଟ୍ରନାୟକର ସ୍ଥାନ ଗ୍ରହଣ କରିପାରିଛନ୍ତି ।
ଆମ ଦେଶରେ ଏହିପରି ଅନେକ ବଡ଼ ବଡ଼ କାମ ଏବେ ମଧ୍ୟ ଅପୂର୍ଣ୍ଣ ଅଛି । ଗୃହଶତ୍ରୁଙ୍କୁ ଦମନ କରିବା, ଦେଶବାସୀଙ୍କ ହୃଦୟରେ ରାଷ୍ଟ୍ରଭକ୍ତିର ଭାବନା ଭରିଦେବା, ଏବଂ ସର୍ବୋପରି ଭାରତ ବର୍ଷକୁ ପରମ ବୈଭବଶାଳୀ ଦେଶ ଭାବେ ଗଢ଼ିବା ପାଇଁ ମୋଦିଙ୍କ ପରି ଜନନେତା ଆମ ଦେଶ ପାଇଁ ଅତିକମ୍ରେ ଆଉ ୧୦ବର୍ଷ ପାଇଁ ଆବଶ୍ୟକ ।     

                            ୦୨, ଜ୍ୟୋତି ଏନ୍କ୍ଳେଭ
                            ଲକ୍ଷ୍ମୀ ବିହାର, ସୈନିକ ସ୍କୁଲ
                            ଭୁବନେଶ୍ୱର-୭୫୧୦୦୫
                            ମୋ.-୮୮୯୫୫୨୩୫୬୧

Leave a Reply