Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାନପତ୍ର ଚୋବାଇ ଖାଆନ୍ତୁ, ମିଳିବ ଅନେକ ଫାଇଦା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାନପତ୍ର ଚୋବାଇ ଖାଆନ୍ତୁ, ମିଳିବ ଅନେକ ଫାଇଦା

ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ଏକ ସାଧାରଣ ସମସ୍ୟା ହୋଇଗଲାଣି, ଆଜିକାଲି ଅନେକ ଲୋକ ଉଚ୍ଚ ୟୁରିକ୍ ଏସିଡ୍ ଦ୍ୱାରା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ୟୁରିକ୍ ଏସିଡ୍ ରକ୍ତରେ ମିଳୁଥିବା ଏକ ମଇଳା ଉପାଦାନ । ଏହାର ପରିମାଣ ବୃଦ୍ଧି ପାଇଁ ଡାକ୍ତରୀ ଭାଷାରେ ‘ହାଇପରୟୁରିସେମିଆ’ କୁହାଯାଏ । ଏହା ଏକ ଅବସ୍ଥା ଯେଉଁଥିରେ ପ୍ଲାଜ୍ମା ୟୁରିକ୍ ଏସିଡ୍ ବୃଦ୍ଧି ପାଇଥାଏ । ୟୁରିକ୍ ଏସିଡ୍ ବୃଦ୍ଧି ଦ୍ୱାରା କେବଳ ଗଣ୍ଠି ବଥା ବଢିଥାଏ ତା ନୁହେଁ ବରଂ କିଡନୀରେ ପଥୁରୀ ଓ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ମଧ୍ୟ ବଢିଥାଏ । ୟୁରିକ୍ ଏସିଡ୍ ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମା ହୋଇ କଠିନ ରୂପ ନେଇଥାଏ, ଯାହା ପଥରର ରୂପ ନେଇପାରେ । ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ଘରୋଇ ଉପଚାର ଅଛି, କିନ୍ତୁ ଲୋକମାନେ ସେଗୁଡିକ ବିଷୟରେ ଅବଗତ ନାହାନ୍ତି । ପାନ ପତ୍ର ୟୁରିକ୍ ଏସିଡ୍ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ରୋଗୀମାନଙ୍କୁ ପ୍ରତିଦିନ ପାନ ପତ୍ର ଚୋବାଇବାକୁ ପରାମର୍ଶ ଦିଆଯାଏ । ଏହା ୟୁରିକ୍ ଏସିଡ୍ ସ୍ତରକୁ ହ୍ରାସ କରିଥାଏ । କିନ୍ତୁ ମନେରଖନ୍ତୁ ଏହି ସମୟ ମଧ୍ୟରେ କୌଣସି ପ୍ରକାରର ତମାଖୁ ସେବନ କରନ୍ତୁ ନାହିଁ । ଅନ୍ୟପକ୍ଷରେ ପାନ ପତ୍ରରେ ଅନେକ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ପାଟିରେ ରହୁଥିବା ଅନେକ ଜୀବାଣୁ ସହିତ ଲଢ଼ିଥାନ୍ତି । ଖାଇବା ପରେ ଅଳ୍ପ ପରିମାଣର ପାନ ପତ୍ର ପେଷ୍ଟ ଚୋବାଇବା କେବଳ ପେଟକୁ ସୁସ୍ଥ ରଖେ ନାହିଁ, ବରଂ ଖରାପ ନିଶ୍ୱାସ, ଦାନ୍ତ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ । ସେହିପରି ମଧୁମେହ ରୋଗୁକୁ ନିୟନ୍ତ୍ରଣ କରିଥାଏ ପାନ ପତର । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ପାନ ପତ୍ର ଗୁଣ୍ଡରେ ଟାଇପ୍-୨ ମଧୁମେହ ରୋଗୀଙ୍କଠାରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି । ପାନ ପତ୍ର ହେଉଛି ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଯାହା ଅକ୍ସିଡେଟିଭ୍ ଚାପକୁ ମୁକାବିଲା କରିବାରେ ସାହାଯ୍ୟ କରେ ।

Leave a Reply