Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଳକୃଷ୍ଣ ଆୟୋଗର ଆବଶ୍ୟକତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଳକୃଷ୍ଣ ଆୟୋଗର ଆବଶ୍ୟକତା

-ସର୍ବେଶ୍ୱର ବେହେରା-

ଭାରତରତ୍ନ ଡ. ବାବାସାହେବ ଆମ୍ବେଦକର ସମ୍ବିଧାନରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ଆରକ୍ଷଣର ବ୍ୟବସ୍ଥା କରିଥିଲେ । କିନ୍ତୁ ଆଜି ଦେଶର ମୂଳ ଅନୁସୂଚିତ ଜାତି ଓ ଜନଜାତିର ବ୍ୟକ୍ତିମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ମୂଳ ଜାତିରୁ ଧର୍ମାନ୍ତରିତ ହୋଇ ମୁସ୍ଲମାନ ଓ ଖ୍ରୀଷ୍ଟିଆନମାନେ ଏହାର ହିତାଧିକାରୀ ହୋଇଛନ୍ତି । ମୂଳ ଅନୁସୂଚିତ ଜାତି ଓ ଜନଜାତିରୁ ଧର୍ମାନ୍ତରିତ ହୋଇଥିବା ଖ୍ରୀଷ୍ଟିଆନମାନେ ଆରକ୍ଷଣର ଲାଭ ନେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଜନହିତ ଆବେଦନପତ୍ର ଦାଖଲ କରିଥେôଲ । ନେସ୍ନାଲ କାଉନସିଲ୍ ଅଫ ଦଳିତ ଖ୍ରୀଷ୍ଟିଆନ’ ପକ୍ଷରୁ ଦାଖଲ କରାଯାଇଥିବା ଏକ ଆବେଦନ ପତ୍ରକୁ ଗ୍ରହଣ କରି ଗତ ୨୦୨୨ ଅଗଷ୍ଟ ୩୧ ତାରିଖରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କ ଠାରୁ ଏହାର ସ୍ପଷ୍ଟୀକରଣ ଚାହିଁଥେôଲ । ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଗତ ୨୦୨୨, ଅକ୍ଟୋବର ୬ ତାରିଖରେ ଏକ ଆୟୋଗ ଗଠନ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ପୂବର୍ତନ ମୁଖ୍ୟବିଚାରପତି ମାନ୍ୟବର ଜଷ୍ଟିସ କେ.ଜି.ବାଳକୃଷ୍ଣଙ୍କ ନେତୃତ୍ୱରେ ତିନିଜଣିଆ ଆୟୋଗ ଗଠିତ ହୋଇଛି । ଏହି ଆୟୋଗରେ ପୂବର୍ତନ ଭାରତୀୟ ପ୍ରଶାସନିକ ସେବାର ସଦସ୍ୟ ଡ. ରବୀନ୍ଦ୍ର କୁମାର ଜୈନ ଓ ୟୁଜିସିର ସଦସ୍ୟ ପ୍ରଫେସର ସୁଷମା ଯାଦବ ରହିଛନ୍ତି । ଏହି ଆୟୋଗ ଧର୍ମାନ୍ତରିତ ମୁସ୍ଲମାନ ଓ ଖ୍ରୀଷ୍ଟିଆନମାନେ ଅନୁସୂଚିତ ଜାତି ଓ ଜନଜାତି ସହିତ ଆରକ୍ଷଣ ସୁବିଧା ପାଇବେ କି ନାହିଁ, ସେ ସମ୍ବନ୍ଧରେ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ । ଡ. ଆମ୍ବେଦକରଙ୍କ ସ୍ୱପ୍ନ, ବିଚାର ଓ କାର୍ଯ୍ୟ ଯଥାର୍ଥ ଧରାତଳରେ କାର୍ଯ୍ୟକାରୀ କରିବାକୁ ହେଲେ ତାଙ୍କର ମୂଳ ତତ୍ତ୍ୱକୁ ହୃଦୟଙ୍ଗମ କରିବାକୁ ହେବ । ଡ. ଆମ୍ବେଦକର ଆରକ୍ଷଣରେ ବୈଜ୍ଞାନିକୀକରଣ, ଯୁକ୍ତିଯୁକ୍ତକରଣ ଓ ସାମ୍ପ୍ରତିକୀକରଣ ଚାହୁଁଥିଲେ । ସମାଜର ପଛୁଆ, ଦଳିତ, ନିଷ୍ପେସିତ ବ୍ୟକ୍ତିମାନେ ପ୍ରକୃତରେ ଆରକ୍ଷଣର ସୁବିଧା ହାସଲ କରି ସମାଜର ମୁଖ୍ୟ ଧାରାରେ ସାମିଲ କରିବା ତାଙ୍କର ଲକ୍ଷ୍ୟ ଥିଲା । କିନ୍ତୁ ବଡ଼ ବିଡମ୍ବନାର ବିଷୟ ଯେ ଆଜି ଆରକ୍ଷଣରେ ଶତକଡା ୮୦ ଭାଗ ସୁବିଧା ମାତ୍ର ୨୦ ଭାଗ ଧର୍ମାନ୍ତରିତ ଖ୍ରୀଷ୍ଟିଆନ ମୁସଲମାନମାନେ ପାଉଛନ୍ତି । ଏମାନେ କଳେ ବଳେ କୌଶଳେ ଦରିଦ୍ର ଗ୍ରାମବାସୀ, ବନବାସୀ, ପଛୁଆ ବଗର୍ମାନଙ୍କୁ ଧର୍ମାନ୍ତରିତ କରି ସେମାନଙ୍କୁ ସମସ୍ତ ସୁଖ ସୁବିଧା ପ୍ରଦାନ କରିବା ପରେ ପୁଣି ଆରକ୍ଷଣର ସୁବିଧା ଉପଭୋଗ କରୁଛନ୍ତି । କେବଳ ୨୦ ଭାଗ ଖ୍ରୀଷ୍ଟିଆନ ଓ ମୁସଲମାନ ଧର୍ମାନ୍ତରିତ କରାଇ ପଛୁଆ ଦଳିତ ସମାଜର ସୁଖସୁବିଧାକୁ ଶୋଷଣ କରୁଛନ୍ତି । ଧର୍ମାନ୍ତରିତ ଅନ୍ୟ ଧମର୍ର ବ୍ୟକ୍ତିମାନେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କୁ ଘୃଣା କରନ୍ତି ଓ ସେମାନଙ୍କୁ ଉପହାସ କରନ୍ତି । ବିଦେଶୀ ଧମର୍କୁ ସ୍ୱୀକାର କରିଥିବା ଧର୍ମାନ୍ତରିତ ଛଦ୍ମବେଶୀମାନେ ଚତୁରତାର ସହ, ଧନ ବଳରେ ସ୍ଥାନୀୟ ରାଜନୈତିକ ପୃଷ୍ଠପୋଷକତା ହାସଲ କରି ଏହି ସୁଖ ସୁବିଧା ହାସଲ କରୁଛନ୍ତି । ସବର୍ଦା କୁହାଯାଉଛି ଯେ ଇସ୍ଲାମରେ ଧର୍ମ ଓ ଜାତି ବ୍ୟବସ୍ଥା ନାହିଁ । ସମସ୍ତ ମୁସଲମାନ ଏକ ଓ ସମାନ ବୋଲି ସେମାନେ କୁହନ୍ତି । ଯଦି ସେମାନଙ୍କ ମଧ୍ୟରେ ଜାତି ବ୍ୟବସ୍ଥା ନାହିଁ, ତେବେ ପଛୁଆ ଜାତିକୁ ମିଳୁଥିବା ଆରକ୍ଷଣ ସେମାନଙ୍କୁ କାହିଁକି ମିଳିବ ? ସେହିପରି ଖ୍ରୀଷ୍ଟିଆନମାନେ କହନ୍ତି ସେମାନଙ୍କ ମଧ୍ୟରେ କୌଣସି ଜାତି ବ୍ୟବସ୍ଥା ନାହିଁ, ସେମାନେ ସମସ୍ତେ ସମାନ । ତେବେ ସମାନଙ୍କୁ ପଛୁଆ ଜାତିର ସୁଖ ସୁବିଧା କାହିଁକି ମିଳିବ ? ଯଦି ଜାତି ନାହିଁ, ତେବେ ଜାତିଗତ ସୁଖସୁବିଧା ଏମାନେ କିପରି ଉପଭୋଗ କରୁଛନ୍ତି ? କେତେକ ରାଜ୍ୟ ସରକାର ତୁଷ୍ଟୀକରଣ ନ୍ୟାୟରେ ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କୁ ଅନ୍ୟ ପଛୁଆ ବର୍ଗ(ଓବିସି)ରେ ସାମିଲ କରିବା ପାଇଁ ବିଧେୟକ ସ୍ୱୀକୃତ କରିଛନ୍ତି । କେଂଗ୍ରସ ସରକାର ଗତ ୨୦୦୭-୦୮ରେ ହିନ୍ଦୁ ଧମର୍ରୁ ଧର୍ମାନ୍ତରିତ ହୋଇଥିବା ମୁସଲମାନ ଓ ଖ୍ରୀଷ୍ଟିଆନମାନେ ଆରକ୍ଷଣର ସୁଖ ସୁବିଧା ହାସଲ କରିବେ ବୋଲି ଏକ ବିଶେଷ ବିଧେୟକ ସ୍ୱୀକୃତ କରିଛନ୍ତି । ଏହାଦ୍ୱାରା ଧର୍ମାନ୍ତରିତ ଖ୍ରୀଷ୍ଟିଆନ ଓ ମୁସଲମାନମାନେ ଆରକ୍ଷଣର ସୁବିଧା ଉପଭୋଗ କରୁଛନ୍ତି । ପ୍ରକୃତପକ୍ଷେ ଆରକ୍ଷଣର ହିତାଧିକାରୀମାନେ ଘୋର ଅବେହଳାର ଶିକାର ହେଉଛନ୍ତି । ସେମାନଙ୍କ ସୁଖ ସୁବିଧାକୁ ଧର୍ମାନ୍ତରିତମାନେ ଶୋଷଣ କରୁଛନ୍ତି । ଏହାଦ୍ୱାରା ସମ୍ବିଧାନର ୩୪୧ ଧାରାର ଉଲ୍ଲଙ୍ଘନ ହେଉଛି । ଏବେ କେତେକ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟରେ ଏହିପରି ସମାନ ବିଷୟ ସମ୍ବନ୍ଧୀୟ ଆବେଦନପତ୍ର ଉପରେ ଶୁଣାଣି ଚାଲିଛି । ସମ୍ବିଧାନର ଧାରା ୨୫ ଅନ୍ତଗର୍ତ ହିନ୍ଦୁ ଧର୍ମରେ ଶିଖ୍, ଜୈନ ଓ ବୌଦ୍ଧମାନଙ୍କୁ ସାମିଲ କରାଯାଇଛି । ଧର୍ମାନ୍ତରିତ ଦଳିତ ଓ ପଛୁଆ ବର୍ଗଙ୍କୁ ଆରକ୍ଷଣର ସୁବିଧା ପ୍ରଦାନ ଉପରେ ବୈଚାରିକ ମତଭେଦ ଦେଖାଦେଇଛି । ଭାରତରେ ଧର୍ମ ଆଧାରରେ ସିଭିଲ ଆଇନ ଅଛି । ମୁସଲମାନ ଧର୍ମରେ ‘ପର୍ସନାଲ ଲ’ ଅଛି । ସର୍ବୋଚ୍ଚ ନ୍ୟାୟାଳୟର ବହୁବାର ନିଦେ୍ର୍ଦଶ ସତ୍ତ୍ୱେ ଦେଶରେ ସମାନ ନାଗରିକ ଆଇନ ପ୍ରଣୟନ ହୋଇପାରିନାହିଁ । ଦେଶରେ ଧର୍ମାନ୍ତରଣ ତୀବ୍ର ଗତିରେ ଚାଲୁଛି । ସରଳ ନିରୀହ ଗ୍ରାମବାସୀ ଓ ବନବାସୀମାନଙ୍କୁ କଳେ ବଳେ କୌଶଳେ ଧର୍ମାନ୍ତରିତ କରାଯାଉଛି । ଓଡ଼ିଶା ଓ ମଧ୍ୟପ୍ରଦେଶର ଧର୍ମାନ୍ତରିତ ନିରୋଧ ଆଇନ ପ୍ରଣୟନ ହୋଇଛି । କିନ୍ତୁ ଏପରି ଆଇନ ଦେଶରେ ବହୁ ରାଜ୍ୟରେ ନାହିଁ । ଓଡ଼ିଶାରେ ମଧ୍ୟ ଏହି ଆଇନକୁ କଠୋର ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ଫଳରେ ଦେଶରେ ଜନସଂଖ୍ୟା ଅସନ୍ତୁଳନ ଦେଖାଦେଉଛି । ଧର୍ମାନ୍ତରଣ ପରେ ଯଦି ସେମାନେ ଆରକ୍ଷଣର ସୁଖ ସୁବିଧା ପାଇବେ, ତେବେ ଧର୍ମାନ୍ତରଣ କାର୍ଯ୍ୟ ତୀବ୍ର ଗତିରେ ବୃଦ୍ଧି ପାଇବ । ଧର୍ମାନ୍ତରିତ ହୋଇ ନିଜର ନାମ ପରିବର୍ତ୍ତନ ନକରି ଆରକ୍ଷଣର ସୁବିଧା ଅନେକ ପାଉଛନ୍ତି । ଦେଶ, ସମାଜ ଓ ଆଇନ କିଛି କରିପାରୁନାହିଁ । ସମ୍ବିଧାନର ଧାରା ୨୫ ଅନ୍ତର୍ଗତ ଦେଶରେ ଧର୍ମ ପ୍ରଚାର କରିବାର ଅଧିକାର ପ୍ରଦାନ କରାଯାଇଛି । ଧର୍ମାନ୍ତରଣ ପାଇଁ କୌଣସି ଅଧିକାର ନାହିଁ । ତା’ସତ୍ତ୍ୱେ ଧର୍ମାନ୍ତରଣ ତୀବ୍ର ଗତିରେ ଚାଲିଛି । ଜଷ୍ଟିସ୍ କେ.ଜି.ବାଳକୃଷ୍ଣ ଆୟୋଗ ଡ. ଆମ୍ବେଦକରଙ୍କ ବିଚାର ଅନୁରୂପ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଆବଶ୍ୟକ । ଏହି ଆୟୋଗ ଦେଖିବ ଯେ ଧର୍ମାନ୍ତରିତ ହେଲା ପରେ ସମାଜର ରୀତିନୀତି, ପରମ୍ପରା ଓ ସାମାଜିକ ଭେଦଭାବରେ ପରିବତ୍ତର୍ନ ଆସୁଛି କି ନାହିଁ । ଦୀଘର୍ଦିନ ଧରି ଅସମାନତା, ଅବହେଳା ଓ ଭେଦଭାବର ଘୋର ଶିକାର ହୋଇଥିବା ଦଳିତ, ନିଷ୍ପେସିତ, ପଛୁଆ ବଗର୍ର ଅନୁସୂଚିତ ଜାତି ଓ ଜନଜାତିର ବ୍ୟକ୍ତିମାନେ ସମ୍ବିଧାନର ଧାରା ୩୪୧ ଅନ୍ତଗର୍ତ ସୁବିଧା ପାଇବା ଉଚିତ । ଯଦି ଏଥିରେ ଧର୍ମାନ୍ତରିତ ବ୍ୟକ୍ତିମାନଙ୍କୁ ସାମିଲ କରାଯାଏ ତେବେ ଏହା ଡ. ଆମ୍ବେଦକରଙ୍କ ବିଚାର ଉଲ୍ଲଙ୍ଘନ ହେବା ସହିତ ସମ୍ବିଧାନର ବିରୁଦ୍ଧାଚରଣ ହେବ । ଜଷ୍ଟିସ କେ.ଜି.ବାଳକୃଷ୍ଣ ଆୟୋଗ ସମାଜରେ ବୃଦ୍ଧି ପାଉଥିବା ଏହି ବୈଚାରିକ ବିଭେଦକୁ ଦୂର କରିବ, ତା’ ସହିତ ଡ. ଆମ୍ବେଦକରଙ୍କ ବିଚାର ଓ ସମ୍ବିଧାନକୁ ସମୁଚିତ ସମ୍ମାନ ପ୍ରଦାନ କରିବ । ଡ. ଆମ୍ବେଦକରଙ୍କ ବିଚାରରେ ଅନୁପ୍ରାଣିତ ସମସ୍ତ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସାମାଜିକ ସଙ୍ଗଠନଗୁଡ଼ିକ ଏହି ବାଳକୃଷ୍ଣ ଆୟୋଗକୁ ପୂର୍ଣ୍ଣ ମାତ୍ରାରେ ସହଯୋଗ ପ୍ରଦାନ କରିବା ଆବଶ୍ୟକ । ଫଳରେ ତଦନ୍ତର ସୁଫଳ ମିଳିବ ।

ଆଡଭୋକେଟ ଖଟବିନସାହି, କଟକ ମୋ-୯୪୩୭୦୧୬୩୮୪

Leave a Reply