Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନ୍ୟାୟ ଅପେକ୍ଷାରେ ଜାତିଗତ ଲଢେଇ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନ୍ୟାୟ ଅପେକ୍ଷାରେ ଜାତିଗତ ଲଢେଇ

-ରବିନାରାୟଣ ପଣ୍ଡା-
ମଣିପୁର ହିଂସା ଦେଶର ଜାତିଗତ ଓ ସାମାଜିକ ସମାସ୍ୟା କୁ ଉଜାଗର କରିଛି l ମୁଖ୍ୟତଃ କୁକୀ ସମ୍ପ୍ରଦାୟ ଓ ମୈତେଇ ସମ୍ପ୍ରଦାୟ ଲୋକଙ୍କ ଭିତରେ ସଂଘର୍ଷ ବହୁ ବର୍ଷ ପୂର୍ବରୁ ଲଗାଯାଇଥିବା ଏକ ବିଷ ବୃକ୍ଷ ର ଫଳ l ଭାରତ ସରକାର ନାଢୁକି ପାରୁଛନ୍ତି ନା କାଢି ପାରୁଛନ୍ତି l ମଣିପୁର ସ୍ଥିତି ସେଇଥି ପାଇଁ ମହା ବିଷମ ପରିସ୍ଥିତି ସୃଷ୍ଟି କରିଛି l

ମଣିପୁର ରେ ମୈତେଇ ଙ୍କୁ ଛାଡି 33ଟି ଜନଜାତି ର ସମୁଦାୟ ବସବାସ କରନ୍ତି l ସେଥି ମଧ୍ୟରୁ ଈସାଈ ବହୁଳ କୁକୀ ଓ ନାଗା ମୁଖ୍ୟ ସମୁଦାୟ l 2011 ତଥ୍ୟ ଅନୁସାରେ ମଣିପୁର ର ମୋଟ ଜନସଂଖ୍ୟl ରେ ହିନ୍ଦୁଙ୍କ ସଂଖ୍ୟା 41.39%ଓ ଈସାଈ ଙ୍କ ସଂଖ୍ୟା 41.29% ଓ ମୁସଲିମଙ୍କ ସଂଖ୍ୟା 8% l ମୈତେଇ ସମାଜ ଅଧିକାଂଶ ହିନ୍ଦୁ ହୋଇଥିବା ବେଳେ ନାଗା ଓ କୁକି ମାନେ ସର୍ବାଧିକ ଖ୍ରୀଷ୍ଟିଆନ ଅଟନ୍ତି l
ଏସବୁ ସତ୍ୱେ ଧର୍ମ ଆଧାରରେ ଲଢେଇ କମ ଦେଖିବାକୁ ମିଳେ l ଲଢେଇ ର ସବୁଠାରୁ ବଡ କାରଣ ଜନଜାତି ମାନ୍ୟତା l ମୈତେଇ ଲୋକଙ୍କୁ 1949 ପର୍ଯ୍ୟନ୍ତ ଜନଜାତି ମାନ୍ୟତା ମିଳୁଥିଲା l ରାଜ୍ୟରେ ସମସ୍ତେ ସ୍ୱାଭାବିକ ଭାବରେ ରହୁଥିଲେ l 1949 ରେ ଭାରତ ସହ ମଣିପୁର ବିଲୟ ହେଲା l ହିନ୍ଦୁବହୁଳ ମୈତେଇ ସମୁଦାୟ ଷଡଯନ୍ତ୍ର ରେ ଶିକାର ହେଲେ l ଭାରତ ସରକାର ଷଡଯନ୍ତ୍ର କୁ ବୁଝି ନପାରି ମୈତେଇ ଙ୍କ ଜନଜାତି ମାନ୍ୟତା ସମାପ୍ତ କରିଦେଲେ l ଖାଲି ସେତିକି ନୁହେଁ ସେମାନଂକୁ ଅଘୋଷିତ ଭାବରେ ଦ୍ଵିତୀୟ ଶ୍ରେଣୀର ନାଗରିକ କରିଦେଲେ l 1949 ରେ ଜନଜାତି ମାନ୍ୟତା ସମାପ୍ତ ହେବାପରେ ସେମାନଂକୁ ପାହାଡ଼ ଠାରୁ ଦୁରେଇ ଦିଆଗଲା l ସରକାରୀ ନିୟମ କରିଦିଆଗଲା ମୈତେଇ ସମୁଦାୟ ମଣିପୁର ର ପାହାଡି ଅଂଚଳ (90% ଅଞ୍ଚଳ )ରେ ଜମି କିଣି ପାରିବେନି l ଆର୍ଥିକ, ସାମାଜିକ ଓ ରୋଜଗାର କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିଲା l ନିଜର ରାଜ୍ୟ ଭିତରେ ନିଜ ମାଟି ଠାରୁ ଅଲଗା ହେବାର ଷଡଯନ୍ତ୍ର ମୈତେଇ ସମୁଦାୟ କେବେବି ଗ୍ରହଣ କରିପାରିଲାନି l ମୈତେଇ ସମୁଦାୟ ନିଜର ପୂର୍ବଜ, ପୂର୍ବ ସାଂସ୍କୃତିକ ପରମ୍ପରା କୁ ରକ୍ଷା କରିବା ପାଇଁ ଅନବରତ ସଂଘର୍ଷ କରି ଆସିଛି l ନିଜର ପୂର୍ବ ପରିଚୟ ପାଇବା ପାଇଁ ସାମାଜିକ, ରାଜନୈତିକ ଓ ନ୍ୟାୟିକ ଲଢେଇ ଜାରି ରଖିଛି l1949 ରୁ ଆଜି ପର୍ଯ୍ୟନ୍ତ ଏହି ଅନ୍ୟାୟ ଅପମାନ ବିରୋଧ ରେ ସେମାନେ ଲଢେଇ କରି ଆସୁଛି l

ସମ୍ବିଧାନ ର ଧାରା 371c ଅନୁସାରେ ପାହାଡି ଜନଜାତି ବିଶେଷ କରି କୁକୀ ମାନଂକୁ ବିଶେଷ ଅଧିକାର ମିଳିଛି l ସେମାନେ ଆଧୁନିକ ଅସ୍ତ୍ର ଶସ୍ତ୍ର ରେ ସୁସଜ୍ଜିତ l ମ୍ୟାନମାର ଦେଇ ସେମାନେ ଭାରତ ବିରୋଧୀ ଗତିବିଧି ଚଳେଇ ଆସୁଛନ୍ତି l 2005 ରେ ଭାରତୀୟ ସେନା ସହ ଲଢେଇ କରୁଥିବା ଈସାଈ ଧର୍ମବଲମ୍ବୀ କୁକୀ ଓ ନାଗାଙ୍କ ସହ ଅନେକ ଜନଜାତି ସଂଗଠନ ଭାରତ ସରକାର ସହ ସନ୍ଧି କରିବା ପାଇଁ ରାଜି ହେଲେ l 2008 ରେ ସମସ୍ତ ବିଦ୍ରୋହୀ ସଂଗଠନ ଭାରତ ସରକାର ସହ sos ସନ୍ଧି କଲେ l ଅସ୍ତ୍ରବିରତି ପରେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ହେଲା l କିନ୍ତୁ ଦୀର୍ଘ ଦିନର ଆତଙ୍କବାଦୀ ଆକ୍ରମଣ ଫଳରେ କାଶ୍ମୀର ପଣ୍ଡିତ ଙ୍କ ଭଳି ମୈତେଇ ସମୁଦାୟ ମଣିପୁର ପାହାଡିଆ ଅଂଚଳ ରୁ ଅନେକ ମାତ୍ରାରେ ପଳାୟନ କରିସାରିଥିଲା l ତାଙ୍କ ସ୍ଥାନ ରେ ବାଙ୍ଗଲାଦେଶୀ ଓ ମିଆଁମାର ଲୋକ ଆସି ଜନବସତି ତିଆରି କରିନେଇଥିଲେ l ମଣିପୁର ର ପାଖାପାଖି 90% ଅଞ୍ଚଳ ରୁ ମୈତେଇ ମାନେ ପଳେଇ ଆସି କେବଳ ଇମ୍ଫାଲ ଅଞ୍ଚଳ ରେ ସୀମିତ ହୋଇଗଲେ l ରାଜ୍ୟରେ ମୋଟ ଜନସଂଖ୍ୟା ର ପାଖାପାଖି 53% ମୈତେଇ ଇମ୍ଫାଲ ଘାଟୀ ଭିତରେ ନିଜକୁ ସୀମିତ କରିନେଇଥିଲେ l ଇମ୍ଫାଲ ର କ୍ଷେତ୍ରଫଳ ମଣିପୁର ର ମାତ୍ର 10% l ଏମାନେ ଆର୍ଥିକ ଓ ଶିକ୍ଷା ଦୃଷ୍ଟିରୁ କୁକୀ ମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି l

ମୈତେଇ ସମୁଦାୟ ଲୋକ ଉଚ୍ଚ ନୟାଳୟ ରେ ଲମ୍ବା ସମୟ ଲଢେଇ କରିବା ପରେ 2023 ଏପ୍ରିଲ 19 ରେ ଐତିହାସିକ ବିଜୟ ପ୍ରାପ୍ତ କଲେ l ମଣିପୁର ଉଚ୍ଚ ନ୍ୟାଳୟ ସେମାନଙ୍କ ଠାରୁ ଛଡେଇ ନିଆଯାଇଥିବା ଜନଜାତି ମାନ୍ୟତା ଫେରେଇ ଦେବା ପାଇଁ ଆଦେଶ ଦେଲେ l ଜନଜାତି ମନ୍ତ୍ରଣାଳୟକୁ ମଧ୍ୟ କେନ୍ଦ୍ର କୁ ସୁପାରିଶ ପାଇଁ ନିର୍ଦେଶ ଦେଲେ l

ଉଚ୍ଚ ନ୍ୟାୟାଳୟ ର ଆଦେଶ ପରେ କୁକୀ ମାନେ ମୈତେଇ ସମୁଦାୟ ବିରୋଧ ରେ ଜନ ଆନ୍ଦୋଳନ ଆରମ୍ଭ କଲେ l ସେମାନଙ୍କ ଭୂମିଗତ ଏକାଧିକାର ସମାପ୍ତ ହେବାର ସମ୍ବlବନା ତିଆରି ହେଲା l କାରଣ ଜନଜାତି ମାନ୍ୟତା ଫେରି ପାଇଲେ ମୈତେଇ ମାନେ ପାହାଡ଼ ଅଞ୍ଚଳ ରେ ଜମି କିଣିବା ଆରମ୍ଭ କରିଦେବେ l ସ୍ୱାର୍ଥ ରେ ଆଘାତ ଆସିବାରୁ କୁକି ଓ ନାଗାମାନେ ଅଧିକ ଉଗ୍ର ହୋଇ 28 ଏପ୍ରିଲରେ ଚୁରଚାନ୍ଦପୁର ଠାରେ 8ଘଣ୍ଟା ବନ୍ଦ ପାଳନ କଲେ l 3 ମେ ରେ ଆଦିବାସୀ ଏକତା ମୋର୍ଚ୍ଚା ଶୋଭାଯାତ୍ରା ବାହାରିଲା l ସଶସ୍ତ୍ର କୁକି ଓ ନାଗା ମାନେ ମୈତେଇ ମାନଙ୍କ ଉପରେ ଆକ୍ରମଣ କରିଦେଲେ lମୈତେଇ ସମୁଦାୟ ଏଥର ମାଡ ଖାଇଚୁପ ରହିଯିବା ଅବସ୍ଥାରେ ନଥିଲା ସେମାନେ ପ୍ରତି ଆକ୍ରମଣ କରିଦେଲେ l ମଣିପୁରରେ ସାମାଜିକ ସଂଘର୍ଷ ତୀବ୍ର ରୂପ ନେଲା l 50 ରୁ ଅଧିକ ଲୋକ ହତ୍ୟା ର ଶିକାର ହେଲେ l

ମଣିପୁର ଉଚ୍ଚ ନ୍ୟାୟାଳୟ ରାୟ ସହିତ ବୀରେନ୍ଦ୍ର ସିଂ ସରକାର ଉଛେଦ କାର୍ଯ୍ୟ ନାଗା ଓ କୁକି ମାନଙ୍କୁ ହିଂସ୍ର ହେବା ପାଇଁ ଅଧିକ ଖୋରାକ ଯୋଗେଇଲା l ପାହାଡି ଅଞ୍ଚଳ ରେ ଆତଙ୍କବାଦୀ ଗତିବିଧି ପାଇଁ ଗଂଜେଇ ଚାଷ ଅବାଧ ରୂପରେ ଚାଲି ଆସୁଥିଲା l ସରକାର ଠିକ ସେହି ସମୟ ରେ ଅବୈଧ କବ୍ଜା ହଟେଇବା ସହ ଗଂଜେଇ ଚାଷ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଲେ l ମଣିପୁର ବିଧାନସଭା ରେ 60 ବିଧାୟକ ଙ୍କ ଭିତରୁ ପାଖାପାଖି 40ଜଣ ମୈତେଇ ସମୁଦାୟ ର l ନାଗା ଓ କୁକି ମାନଙ୍କର ବିଶ୍ୱାସ ସରକାର ଉପରେ
କମ କରିବାରେ ଏହି ସଂଖ୍ୟା ଗଣିତ ସହାୟକ ହେଲା l ହିଂସା ଅଧିକ ତୀବ୍ର ରୂପ ନେଇନେଲା l

ବାସ୍ତବ ରେ ଏହି ଲଢେଇ ଜନଜାତି ମାନ୍ୟତା ହରେଇ ଥିବା ଲୋକଙ୍କ ର ନ୍ୟାୟ ପାଇଁ ଲଢେଇ ବୋଲି କୁହାଯାଇପାରେ l ନିଜର ଅଧିକାର ପାଇଁ ଲଢେଇ ବୋଲି କୁହାଯିବ l ଅନ୍ୟ ଦୃଷ୍ଟି ରୁ ଦେଖିଲେ ଏହା ଭାରତ ବିରୋଧୀ ଓ ଭାରତ ସପକ୍ଷ ବାଦୀ ଙ୍କ ଭିତରେ ଲଢେଇ ବୋଲି କୁହାଯାଇ ପରେ l ପ୍ରଥମ ଥର ଭାରତ କୁ ଭଲ ପାଉଥିବା ଲୋକଙ୍କର ନ୍ୟାୟିକ ବିଜୟ ହୋଇଛି l କିନ୍ତୁ କୁକୀ ମାନେ ହିଂସା ବଦଳରେ ଆନନ୍ଦ ମନରେ ଏହାକୁ ସ୍ୱୀକାର କରିଥିଲେ ସମ୍ଭତଃ ଏପରି ସମସ୍ୟା ଉପୁଜି ନଥାନ୍ତା l ଯେଉଁ ମାନେ ଜନଜାତି ମାନ୍ୟତା ପାଉଥିଲେ ଯଦି ନ୍ୟାୟାଳୟ ସେମାନଂକୁ ପୂର୍ବ ଅଧିକାର ଫେରେଇ ଦେଲା ସେଥିରେ କୌଣସି ସମସ୍ୟା ହେବା କଥା ନୁହେଁ l ମୈତେଇ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନୁସୂଚିତ ଜାତି, ପଛୁଆ ବର୍ଗ, ଅତି ପଛୁଆ ବର୍ଗ ରେ ସାମିଲ କରାଯାଇଛି ସତ୍ୟ କିନ୍ତୁ ସେମାନଙ୍କ ର ମୂଳ ଅଧିକାର ସେମାନଂକୁ ମିଳିବା ଉଚିତ l ନିଜ ରାଜ୍ୟ ରେ ଭୂମିଗତ ଅଧିକାର ସମସ୍ତଙ୍କ ର ସମାନ ହେବା ଉଚିତ l ସପ୍ତମ ଶତାବ୍ଦୀ ରୁ ଚାଲିଆସୁଥିବା ମୈତେଇମାନଙ୍କ ପରମ୍ପରା କୁ ଉଛେଦ କରିବା କେବେବି ଠିକ ବୋଲି କୁହାଯାଇ ପାରିବନାହିଁ l

ଭାରତ ସରକାର ସଂଯମତା ର ସହ ଅଶାନ୍ତିର ନିଆଁ ଲିଭେଇ ଲଢେଇ କୁ କିଛି ଦିନ ପାଇଁ ଟାଲିଦେଇପାରିଛନ୍ତି l କିନ୍ତୁ ସମସ୍ୟା ର ସ୍ଥାୟୀ ସମାଧାନ ପାଇଁ ନ୍ୟାୟାଳୟ ର ନିର୍ଦେଶ କୁ କାର୍ଯ୍ୟକାରୀ କରିବା ଉଚିତ l ମୈତେଇ ଙ୍କୁ ନ୍ୟାୟ ପ୍ରଦାନ କରି 75ବର୍ଷର ସଂଘର୍ଷ କୁ ସମାପ୍ତ କରିବା ଉଚିତ ହେବ l ମଣିପୁର ଭାରତର ସୀମାନ୍ତ ରାଜ୍ୟ l ତେଣୁ ରାଜ୍ୟ ଶାନ୍ତି ଦେଶ ପାଇଁ ଅପରିହାର୍ଯ୍ୟ l ବିଦେଶୀ ଚକ୍ରାନ୍ତରେ ଶିକାର ହୋଇ ଭାରତ ବିରୋଧ ରେ ଅସ୍ତ୍ର ଉଠାଉ ଥିବା ନାଗା ଓ କୁକି ମାନଙ୍କୁ ଅନୁକମ୍ପା ପ୍ରଦାନ କରିବାର କୌଣସି ଆବଶ୍ୟକତା ନାହିଁ l କିନ୍ତୁ କୁକି ମାନଙ୍କୁ ମୈତେଇ ମାନଙ୍କ ଠାରୁ ବିପଦର ସଂଦେହ କୁ ଦୂରୀଭୂତ କରି ବିଶ୍ୱାସର ବାତାବରଣ ନିର୍ମାଣ କରିବା ଉଚିତ l କାହାରି ଅଧିକାର ଛଡେଇ ନେବା ଉଚିତ ନୁହେଁ l

ମଠସାହି, ଭଦ୍ରକ
9437017857

Leave a Reply