Deprecated: Return type of Wslm_ProductLicense::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 97

Deprecated: Return type of Wslm_ProductLicense::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 101

Deprecated: Return type of Wslm_ProductLicense::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 105

Deprecated: Return type of Wslm_ProductLicense::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/license-manager/ProductLicense.php on line 109

Deprecated: Return type of ameMetaBoxSettings::offsetExists($offset) should either be compatible with ArrayAccess::offsetExists(mixed $offset): bool, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 88

Deprecated: Return type of ameMetaBoxSettings::offsetGet($offset) should either be compatible with ArrayAccess::offsetGet(mixed $offset): mixed, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 102

Deprecated: Return type of ameMetaBoxSettings::offsetSet($offset, $value) should either be compatible with ArrayAccess::offsetSet(mixed $offset, mixed $value): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 119

Deprecated: Return type of ameMetaBoxSettings::offsetUnset($offset) should either be compatible with ArrayAccess::offsetUnset(mixed $offset): void, or the #[\ReturnTypeWillChange] attribute should be used to temporarily suppress the notice in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/extras/modules/metaboxes/ameMetaBoxSettings.php on line 133
ସୀମା ରଖ ମୁକୁଳା, ଆଇନ କର ହୁଗୁଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୀମା ରଖ ମୁକୁଳା, ଆଇନ କର ହୁଗୁଳା

ସୀମା ରଖ ମୁକୁଳା, ଆଇନ କର ହୁଗୁଳା
-ସୌମେନ୍ଦ୍ର ଜେନା-

ଭାରତ, ପାକ୍ -ବଙ୍ଗଳାଦେଶ ସୀମାନ୍ତରେ କେବଳ ତାରବାଡ ବସିଥିବା ବେଳେ ଅନ୍ୟସବୁ ପଡୋଶୀ ରାଷ୍ଟ୍ର ନେପାଳ, ଭୁଟାନ ଏବଂ ମ୍ୟାନମାରର ସୀମା ଆଜିଯାଏଁ ମୁକୁଳା ପଡିଥିବା ହେତୁ ପଡୋଶୀ ରାଷ୍ଟ୍ରଗୁଡିକରୁ କେବଳ ଅନୁପ୍ରବେଶ ଯେ ବଢୁଛି ତା ନୁହେଁ, ଚୋରା କାରବାର, ଧର୍ମାନ୍ତରଣ , ସନ୍ତ୍ରାସବାଦ ମଧ୍ୟ ବଢିଛି । ସୀମାନ୍ତ ରାଜ୍ୟଗୁଡିକରେ ବ୍ୟାପକ ଧର୍ମାନ୍ତରଣକୁ ବିଦେଶୀ ଶକ୍ତିଗୁଡିକ ପ୍ରୋତ୍ସାହିତ କରୁଥିଲା ବେଳେ ପଡୋଶୀ ରାଷ୍ଟ୍ରଗୁଡିକରେ ସନ୍ତ୍ରାସବାଦୀମାନେ ନିଜର ଘାଟୀ ପ୍ରତିଷ୍ଠା କରି ଭାରତ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହି କ୍ରମରେ ଯଦି ଉତ୍ତର -ପୂର୍ବାଚାଳକୁ ଦେଖିବା ତେବେ ଜାଣିବାକୁ ପାଇବା ଯେ ସଂଖ୍ୟାଧିକ ଛୋଟ ଛୋଟ ସନ୍ତ୍ରାସୀ ସଂଗଠନ ଦୀର୍ଘଦିନ ହେବ ଧାର୍ମିକ, ରାଜନୀତିକ ଏବଂ ଆର୍ôଥକ ସହଯୋଗ ଲାଭକରି ଆଜିଯାଏଁ ସେଠାରେ କେବଳ ଯେ ଅସ୍ଥିରତା ସୃଷ୍ଟି କରି ଆସିଛନ୍ତି ତା ନୁହେଁ ,ସେମାନେ ସେଠାକାର ପ୍ରଗତିରେ ମଧ୍ୟ ପ୍ରତିବନ୍ଧକ ସାଜିଛନ୍ତି । ବ୍ରିଟିସ ଶାସନ ସମୟରୁ ଉତ୍ତର- ପୂର୍ବାଚାଳରେ ଧର୍ମାନ୍ତରଣ, ଅସ୍ଥିରତା ସୃଷ୍ଟି ପାଇଁ ବିଦେଶୀ ଧାର୍ମିକ ସଂଗଠନଗୁଡିକ କାର୍ଯ୍ୟ କରୁଥିଲେ । ସ୍ୱାଧୀନତା ପରବର୍ତ୍ତୀ କାଳରେ ମଧ୍ୟ କେନ୍ଦ୍ର ସରକାର ସେମାନଙ୍କ ବିରୁଦ୍ଧରେ କୈାଣସି ଦୃଢ ପଦକ୍ଷେପ ଗ୍ରହଣ ନକରିବା ହେତୁ ସେମାନେ ବିଦେଶୀ ଧନ ମାଧ୍ୟମରେ ଭାରତୀୟ ଲୋକମାନଙ୍କ ମନ କିଣାରେ ଲାଗିପଡିଲେ । ଯେଉଁମାନେ ମନ ବିକ୍ରି ନକଲେ ସେମାନଙ୍କୁ ବନ୍ଧୁକ ମୁନର ଭୟ ଦେଖାଇଲେ , ପ୍ରଶାସନର ଭୟ ଦେଖାଇଲେ । ରାଜ୍ୟର ସରକାରଗୁଡିକ ମଧ୍ୟରେ ସେମାନଙ୍କ ପ୍ରବେଶ ଉତ୍ତର -ପୂର୍ବକୁ ଭାରତଠାରୁ ବିଚ୍ଛିନ୍ନ କରି ରଖିଲା । ବନବାସୀ, ସହରବାସୀ ମଧ୍ୟରେ ତଫାତ୍ ସୃଷ୍ଟି କରାଇଲା । ସ୍ୱତନ୍ତ୍ର ସୁରକ୍ଷା ଆଇନ ନାମରେ ସେଠାରେ ବାହାର ରାଜ୍ୟର ଲୋକମାନଙ୍କ ପ୍ରବେଶକୁ ବାରଣ କରାଗଲା । ଯେମିତି ସେହିସବୁ ରାଜ୍ୟ ସ୍ୱାଧୀନ ଭାରତର ସ୍ୱାଧୀନ ଭୂଖଣ୍ଡ । ଏହି ଜାଲିଆତି ବ୍ୟବସ୍ଥାକୁ କାଏମ ରଖିବାକୁ ଯୁକ୍ତି ବାଢି ଆସିଥିବା ଲୋକେ ସ୍ଥାନୀୟ ଲୋକଙ୍କ ମନରେ ରାଷ୍ଟ୍ରଦ୍ରୋହ, ଘୃଣା ଏବଂ ଅବିଶ୍ୱାସର ମଞ୍ଜି ବୁଣି ଚାଲିଲେ । କିନ୍ତୁ ୨୦୧୪ରେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ସେମାନଙ୍କ ଅର୍ଥ ବଳ, ବାହୁବଳ ଉପରେ କଟକଣା ଲାଗିଲା । ସ୍ୱେଚ୍ଛାସେବୀ ସଂଗଠନ ଆଳରେ ସନ୍ତ୍ରାସବାଦ, ଧର୍ମାନ୍ତରଣ ଓ ରାଷ୍ଟ୍ରଦ୍ରୋହ ପାଇଁ ମିଳୁଥିବା ଅର୍ଥର ଉତ୍ସଗୁଡିକୁ ବନ୍ଦ କରାଗଲା । ପର୍ଯ୍ୟଟନ ଭିସାରେ ବିଦେଶୀ ଲୋକେ ଭାରତରେ ପ୍ରବେଶ କରି ଧର୍ମାନ୍ତରଣ କାର୍ଯ୍ୟ କରୁଥିବାବେଳେ ଆସାମ ଏବଂ ଅନ୍ୟାନ୍ୟ ରାଜ୍ୟରୁ ସେମାନଙ୍କୁ ଦେଶ ଛାଡିବା ଲାଗି ନିର୍ଦ୍ଦେଶ ଦିଆଗଲା । ବିଦେଶୀଙ୍କ ଅର୍ଥରେ ଚାଲୁଥିବା ସଂସ୍ଥାଗୁଡିକୁ ବନ୍ଦ କରାଗଲା । ଫଳରେ ଶତାବ୍ଦୀରୁ ଅଧିକକାଳ ଧରି ସକ୍ରିୟତାର ସହ ବିଷମଞ୍ଜି ବୁଣୁଥିବା ଲୋକେ ସରକାରଙ୍କ ଗୁଇନ୍ଦା ସଂସ୍ଥାର ଟାର୍ଗେଟରେ ରହିଲେ । ତେଣୁ ସେମାନେ ବେପାର ବନ୍ଦ କଲେ କିମ୍ବା ଆନ୍ତର୍ଜାତିକ ସ୍ତରରେ ଭାରତ ଓ ଭାରତ ସରକାରଙ୍କ ବିରୁଦ୍ଧରେ ବିଷୋଦ୍‌ଗାର କଲେ । ମଣିପୁର ଝାମେଲା ସମୟରେ ଆମେରିକାର ଖ୍ରୀଷ୍ଟିଆନ ଧାର୍ମିକ ସମ୍ମଳନୀରେ ଯୋଗଦେଇଥିବା ଲୋକେ ଯେଉଁ ଭାଷାରେ ଭାରତ ବିରୁଦ୍ଧରେ ବିଷୋଦଗାର କରିଥିଲେ ତାହା ସମସ୍ତଙ୍କୁ ଜଣାଅଛି । କିନ୍ତୁ କୌଣସି ପ୍ରକାର ବିଦେଶୀଚାପକୁ ସ୍ୱୀକାର କରୁନଥିବା ବର୍ତ୍ତମାନର କେନ୍ଦ୍ର ସରକାର ସେମାନଙ୍କ ଷଡଯନ୍ତ୍ର ନିକଟରେ ମଥାନତ ନକରିବା ଯୋଗୁ ସେମାନେ ସେମାନଙ୍କ ଧର୍ମର ଲୋକଙ୍କୁ ମ୍ୟାନମାରରୁ ଭାରତରେ ପ୍ରବେଶ କରାଇ ହିଂସାକାଣ୍ଡକୁ କାଏମ୍ ରଖିଛନ୍ତି । ଏଥିରେ ମୁକୁଳାସୀମା ସେମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି । ତେଣୁ ନିକଟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପାକ୍ ବଙ୍ଗଳାଦେଶ ସୀମାପରି ଭାରତ-ମ୍ୟାନମାର ସୀମାରେ ତାରବାଡ ପକାଇ ଅନୁପ୍ରବେଶକୁ ବନ୍ଦ କରିବାକୁ ଘୋଷଣା କରିବା ପରେ ଏବେ ଯେଉଁ ଶକ୍ତିର ଗାତ୍ରଦାହ ହୋଇଛି ଆମର ଆଲୋଚନାର କେନ୍ଦ୍ର ବିନ୍ଦୁ ହିଁ ସେଇଠି । ମଣିପୁର, ନାଗାଲାଣ୍ଡ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶ-ମ୍ୟାନମାର ସୀମାକୁ ଲାଗି ୧୬୪୩କିମି ଅଚାଳ ମୁକୁଳା ପଡିଥିବାରୁ କେନ୍ଦ୍ର ସରକାର ସୀମାବନ୍ଦ କରିବାକୁ ଘୋଷଣା କରିବା ପରେ ଅରୁଣାଚଳ ପ୍ରଦେଶ ଓ ମଣିପୁର ସରକାର ଏହାକୁ ଗ୍ରହଣ କରିଛନ୍ତି । କିନ୍ତୁ ନାଗାଲାଣ୍ଡ ଏବଂ ମିଜୋରାମର ସରକାର କେନ୍ଦ୍ରର ପ୍ରସ୍ତାବକୁ ବିରୋଧ କରୁଛନ୍ତି । ଏପରିକି ଦେଶ ବିରୋଧୀ ପ୍ରଚାରରେ ଲାଗିଥିବା ତଥାକଥିତ ଗଣମାଧ୍ୟମଗୁଡିକୁ ନିୟନ୍ତ୍ରଣ କରିବାକୁ ସେମାନଙ୍କ ବିଦେଶୀ ଆର୍ôଥକ ସ୍ରୋତ ଏବଂ ଜର୍ଜ ସାରୋସ ପରି ଭାରତ ବିରୋଧୀ ଶକ୍ତିର ବାଟ ବନ୍ଦ କରିବାକୁ ପ୍ରୟାସ କରିବା ସମୟରେ ‘ୟୁନିଅନ ଅଫ୍ କ୍ୟାଥୋଲିକ୍ ଏସିଆନ ନିଉଜ’ ସଂସ୍ଥା ଭାରତ ବିରୋଧୀ ପ୍ରଚାରରେ ବ୍ୟସ୍ତ ରହିଛି । ୨୫ ଡିସେମ୍ବର ୨୦୨୩ ବଡ ଦିନ ଅବସରରେ ନୂଆଦିଲ୍ଲୀସ୍ଥିତ ସାକ୍ରିଡ ହାର୍ଟ କ୍ୟାଥେଡ୍ରାଲ ନାମକ ଚର୍ଚ୍ଚକୁ ପ୍ରଧାନମନ୍ତ୍ରୀ ଯାଇ କ୍ୟାଣ୍ଡେଲ ଜାଳିବା ଏବଂ ଖ୍ରୀଷ୍ଟିଆନ ଲୋକଙ୍କୁ ଭୋଜୀ ଦେବା ଘଟଣାକୁ ବେନ ଜୋସେଫ ନାମକ ଲେଖକ ୨୧ ଫେବୃଆରୀ ୨୦୨୪ଦିନ ୧୧.୨୯ ମିନିଟ୍‌ରେ ୟୁସିଏ ନିଉଜ ମାଧ୍ୟମରେ ନିଜର ଅସନ୍ତୋଷକୁ ବ୍ୟକ୍ତ କରିବା ସହ ଭାରତପରି ଗଣତନ୍ତ୍ରରେ ଖ୍ରୀଷ୍ଟିଆନମାନେ ଏକ ନୀତିବାଦୀ ଶକ୍ତି ହୋଇପାରୁନାହାନ୍ତି ବୋଲି ଲେଖିଛନ୍ତି । ହିନ୍ଦୁବାଦୀ ଦଳ ଭାରତୀୟ ଜନତାପାର୍ଟି ନିର୍ବାଚନ ପୂର୍ବରୁ ଖ୍ରୀଷ୍ଟିଆନଙ୍କୁ ଉସକାଉଥିବା ଉଲ୍ଲେଖ କରିଛନ୍ତି । ୧୨ଅଗଷ୍ଟ ୨୦୨୩ରେ କେନ୍ଦ୍ର ସରକାରଙ୍କ ‘ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକସନ ଆକ୍ଟ’କୁ ବିରୋଧ କରି କ୍ୟାଥୋଲିକ ଚର୍ଚ୍ଚଗୁଡିକ ସରକାରଙ୍କ ବିରୁଦ୍ଧରେ କିଛି କରିନଥିବା କହିଛନ୍ତି । ସେମିତି ଅନ୍ୟ ଜଣେ ଖ୍ରୀଷ୍ଟିଆନ ଲେଖକ ନରେନ୍ଦ୍ର ଦେବ ନିଜ ଲେଖାରେ ମୁସଲିମ ବ୍ରଦରହୁଡ ସଦୃଶ ଖ୍ରୀଷ୍ଟିଆନ ବ୍ରଦରହୁଡ ସ୍ଥାପନ ପାଇଁ ଭାରତ ସରକାର ଭାରତର ସୀମାରେ ଥିବା ଏବଂ ମ୍ୟାନମାର ମଧ୍ୟରେ ଥିବା ଖ୍ରୀଷ୍ଟିଆନମାନଙ୍କୁ ଅଲଗା ନକରିବା ଲାଗି ଖ୍ରୀଷ୍ଟିଆନ ଗୋଷ୍ଠୀ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚେତାବନୀ ଶୁଣାଇଛନ୍ତି । ଫେବୃଆରୀ ୧୯,୨୦୨୪ ଦିନ ୧୧ଟା ୫୦ ମିନିଟରେ ୟୁସିଏ ନିଉଜରେ ପ୍ରସାରିତ ଏକ ଲେଖାରେ ସେ ଭାରତ ସରକାରଙ୍କ ସୀମାକୁ ବନ୍ଦ କରିବା କାର୍ଯ୍ୟ ଏକ ରାଜନୈତିକ ପଦକ୍ଷେପ କହି ଏହା ଦୁଇଦେଶର ଖ୍ରୀଷ୍ଟିଆନଙ୍କୁ ଅଲଗା କରିବ ବୋଲି କୁହାଯାଇଛି । ନାଗାଲାଣ୍ଡର ଦିମାପୁରଠାରେ ୧୬ଫେବୃଆରୀ ୨୦୨୪ ଦିନ ଖ୍ରୀଷ୍ଟିଆନ ଆଦିବାସୀ ଗୋଷ୍ଠୀ ଏବଂ ଏନ୍‌ଜିଓ ଗୋଷ୍ଠୀ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ସୀମାବନ୍ଦ ନୀତିର ନିନ୍ଦା କରିବା ସହ ସୀମାକୁ ମୁକୁଳାରଖି ମୁକ୍ତ ଚଳାଚଳ ପାଇଁ ଦାବି କରିଥିବା ବିଷୟ ଉଲ୍ଲେଖ କରିଛନ୍ତି । ଏକଥା ସତ ଯେ ୧୯୫୦ରେ ଏକ ବୁଝାମଣାରେ ଭାରତ-ମ୍ୟାନମାର ସେମାନଙ୍କ ୧୬୪୩ କିମି ସୀମା ମୁକ୍ତ ଚଳାଚଳ ଅଚାଳ ଭାବେ ଘୋଷଣା କରିଥିଲେ । ୨୦୦୪ରେ ଏହି ସୁବିଧାକୁ ସୀମାଠାରୁ ଉଭୟ ଦେଶର ୧୬କିମି ପର୍ଯ୍ୟନ୍ତ ସୀମିତ କରାଯାଇଥିଲା । ୨୦୧୮ରେ ଉଭୟଦେଶ ଚଳାଚଳ ପାଇଁ ସୀମାରେ ପ୍ରବେଶ ପଥ ବ୍ୟବସ୍ଥା କରିଥିଲେ । କିନ୍ତୁ ଏହାର ସୁଯୋଗ ନେଇ ଯେଉଁମାନେ ମ୍ୟାନମାରରେ ଜମିକିଣି ଚାଷବାସ କରିଆସୁଥିଲେ, ନିଶାଦ୍ରବ୍ୟ ତ୍ରିକୋଣଭୂମି ଲାଓସ୍‌-ଥାଇଲାଣ୍ଡ -ମ୍ୟାନମାରରୁ ଭାରତକୁ ଆଣୁଥିଲେ ଏବେ ସେମାନେ ଅସୁବିଧାରେ ପଡିବେ । ଭାରତୀୟଙ୍କୁ ବିଦେଶୀ ନିଶାରେ ଆସକ୍ତ କରିବାକୁ ଯେଉଁ ଦୀର୍ଘଦିନରୁ ବେଧଡକ କାର୍ଯ୍ୟ ଚାଲିଆସିଛି, ଏବେ ତାହା ନିୟନ୍ତ୍ରିତ ହେଲେ ଚର୍ଚ୍ଚଗୁଡିକୁ ନିଶାରୁ ମିଳୁଥିବା ଅର୍ଥ ହ୍ରାସ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । କେବଳ ସେତିକି ନୁହେଁ, ଏହି ରିପୋର୍ଟରେ ମଣିପୁରର ହିନ୍ଦୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକ୍ରମେ କେନ୍ଦ୍ର ସରକାର ୮୭ ପ୍ରତିଶତ ନାଗାଲାଣ୍ଡ ଓ ମିଜୋରାମର ଖ୍ରୀଷ୍ଟିଆନ,ମଣିପୁରର ୪୧ପ୍ରତିଶତ ଏବଂ ଅରୁଣାଚଳର ୩୦ ପ୍ରତିଶତ ଖ୍ରୀଷ୍ଟିଆନଙ୍କ ବିରୁଦ୍ଧରେ ପଦକ୍ଷେପ ନେଉଥିବା କଥା କୁହାଯାଇଛି । ୩ ମଇ ୨୦୨୩ରୁ ମଣିପୁରର ହିନ୍ଦୁ ମେଇତେଇ ଏବଂ ଖ୍ରୀଷ୍ଟିଆନ କୁକୀ -ଜୋ ଗୋଷ୍ଠୀଙ୍କ ମଧ୍ୟରେ ଯେଉଁ ପ୍ରଭୁତ୍ୱର ହିଂସାତ୍ମକ ସଂଘର୍ଷ ଚାଲିଛି ସେଥିପାଇଁ ମ୍ୟାନମାରର ଖ୍ରୀଷ୍ଟିଆନ ଗୋଷ୍ଠୀ ଓ ସନ୍ତ୍ରାସବାଦୀଙ୍କ ହାତ ରହିଥିବା ବିଷୟ କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା ୯ ଅଗଷ୍ଟ ୨୦୨୩ରେ ପାର୍ଲିଆମେଚାରେ ପ୍ରକାଶ କରିଥିଲେ । ନରେନ୍ଦ୍ର ଦେବଙ୍କ ଲେଖାରେ କୁହାଯାଇଛି ଯେ ଦୀର୍ଘ ବର୍ଷ ଧରି ନାଗାଲାଣ୍ଡର ଖ୍ରୀଷ୍ଟିଆନମାନେ ଭାରତ-ମ୍ୟାନମାରର ଖ୍ରୀଷ୍ଟିଆନ ଅଧ୍ୟୁଷିତ ଅଚାଳକୁ “ବିଶାଳ ନାଗାଚାଳ ଗଠନ” କରିବା ଏବଂ ମିଜୋ ଖ୍ରୀଷ୍ଟିଆନମାନେ “ବିଶାଳ ମିଜୋ ଅଚାଳ” ପ୍ରତିଷ୍ଠା କରିବାକୁ ୧୯୮୦ରୁ ଦାବି କରିଆସୁଛନ୍ତି । ଏକଥା ସତ ଯେ ମ୍ୟାନମାରର ରାଜନୈତିକ ଅସ୍ଥିରତା ଫେବୃଆରୀ ୨୦୨୨ରେ ଆରମ୍ବ ହେବାଠାରୁ ଆଜି ମଧ୍ୟରେ ମ୍ୟନମାରର ଚୀନ ରାଜ୍ୟରୁ ୩୧ହଜାର ଲୋକ ମିଜୋରାମରେ ପ୍ରବେଶ କରି ରହିଛନ୍ତି । ମିଜୋରାମର ଚମ୍ପାଇ ଜିଲ୍ଲାକୁ ଲାଗିଥିବା ମ୍ୟାନମାରର ଚୀନ ରାଜ୍ୟର ହାଇମୁଆଲ ଏବଂ ଖାୱମାୱି ପଟୁ ୨୫୦୦ ଥର ଅନୁପ୍ରବେଶ ହୋଇଛି । କିନ୍ତୁ ‘ବସୁଧୈବ କୁଟୁମ୍ବକମ୍‌’ କଥା କହୁଥିବା କେନ୍ଦ୍ର ସରକାର ଏହାକୁ ପ୍ରମାଣିତ କରିବାକୁ ସୀମାକୁ ମୁକୁଳା ରଖିବା ସପକ୍ଷରେ ଖ୍ରୀଷ୍ଟିଆନ ଗୋଷ୍ଠୀଗୁଡିକ କହୁଛନ୍ତି । ଏସିଆର ଜନଜାତିଙ୍କୁ କ୍ରୀତଦାସ ଭାବେ ବର୍ଣ୍ଣନା କରି ସେମାନଙ୍କୁ ଭିନ୍ନ ଭିନ୍ନ ରାଷ୍ଟ୍ରର ସରକାରଗୁଡିକ ବିରୁଦ୍ଧରେ ଉସକାଇବା ଲାଗି “ସ୍ଲେଭସ ଅଫ୍ ଏସିଆ” ଶୀର୍ଷକରେ “ୟୁସିଏ ନିଉଜ” ଲେଖା ପ୍ରକାଶ କରୁଛି । ବେନ ଜୋସେଫ,ବିଜୟ କୁମାର ମିଞ୍ଜ, ଜନ୍ ଦୟାଲଙ୍କ ପରି ଖ୍ରୀଷ୍ଟିଆନ ସାମ୍ବାଦିକ ଓ ଲେଖକ ଅନେକ ଲେଖାରେ ଦେଶର ସରକାର ବିରୋଧୀ, ହିନ୍ଦୁ ବିରୋଧୀ, ବିଦେଶୀଙ୍କୁ ସମର୍ଥନ, ଧର୍ମାନ୍ତରଣର ଜୟଗାନ ବିଷୟକ ଲେଖା, ଫଟୋ ଆଦି ପ୍ରକାଶନରେ ଲାଗିଛନ୍ତି ।ମଣିପୁରର ହିନ୍ଦୁ ମୁଖମନ୍ତ୍ରୀ ବୀରେନ୍ ସିଂହ ନିଶା ବିରୋଧୀ ପଦକ୍ଷେପ ଗ୍ରହଣ କରି ଚଢାଉ କରିବା ପରେ ଖ୍ରୀଷ୍ଟିଆନ ନିଶା ବ୍ୟବସାୟୀ ଏବଂ ଚର୍ଚ୍ଚଗୋଷ୍ଠୀ ତାଙ୍କ ବିରୋଧରେ ଏକ ହେଲେ । ବୀରେନ ସିଂହଙ୍କୁ କ୍ଷମତାରୁ ହଟାଇବାକୁ ଯାଇ ସେମାନେ ଶୋଭାଯାତ୍ରା ଆଳରେ ମେଇତେଇ ହିନ୍ଦୁଙ୍କ ୧୫୦୦ଘରକୁ ପୋଡି ପାଉଁଶ କରିଦେଲେ । ସେମାନଙ୍କ ମଧ୍ୟରେ ମ୍ୟାନମାରରୁ ଆସିଥିବା ଅନୁପ୍ରବେଶକାରୀ ଶରଣାର୍ଥୀ ମଧ୍ୟ ରହିଥିଲେ । ସେହି ଜଳାପୋଡାରେ ଖ୍ରୀଷ୍ଟିଆନ ସନ୍ତ୍ରାସବାଦୀ ଗୋଷ୍ଠୀ ସାମିଲ ଥିଲେ । କେନ୍ଦ୍ର ସରକାରଙ୍କ କଠୋର ନୀତି ଯୋଗୁ ସନ୍ତ୍ରାସୀଙ୍କ ସମ୍ମୁଖରେ ବୀରେନ ସିଂହ ଦୁର୍ବଳ ହୋଇନାହାନ୍ତି କିମ୍ବା କେନ୍ଦ୍ର ସରକାର ପଛକୁ ଯାଇନାହାନ୍ତି । ଦୀର୍ଘଦିନ ଧରି ଉତ୍ତର- ପୂର୍ବାଚାଳରେ ନିଜର ହାକିମିତି ଚଳାଇ ଆସିଥିବା ଏନ୍‌ଜିଓ ,ଚର୍ଚ୍ଚ ଏବଂ ନିଶାବେପାରୀ ମେଚା ଅନେକଦିନ ଧରି ଜଳାପୋଡା, ହିଂସାକାଣ୍ଡ, ହତ୍ୟାର ଆତଙ୍କ ଚଳାଇ ଆସିଛନ୍ତି । ମ୍ୟାନମାର ଲୋକେ ଭାରତରେ ହିଂସାକାଣ୍ଡ ଘଟାଇ ମୁକୁଳା ସୀମା ଅତିକ୍ରମ କରି ମ୍ୟାନମାରକୁ ଚାଲିଯାଉଛନ୍ତି । ଯଦି ଭାରତର ସୀମାକୁ ବନ୍ଦ କରିଦିଆଯାଏ ,ତେବେ ମ୍ୟାନମାର ପଟୁ ଭାରତକୁ ଅସ୍ତ୍ରଶସ୍ତ୍ର, ନିଶାଦ୍ରବ୍ୟ, ଚୋରାକାରବାର ବନ୍ଦ ହୋଇଯିବା ସହ ସେମାନଙ୍କ ରୋଜଗାରରେ ତାଲା ପଡିଯିବ, ଯେଉଁଥିପାଇଁ ସେମାନେ ଏବେ ଚିନ୍ତାରେ ।

May be an image of 5 people, road and text that says "WELCOMES TO INDIA 61 WELCOM INDIA"

See insights and ads

Leave a Reply