ବହୁବିଷୟକ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଗବେଷଣାରେ ଉନ୍ନତି ପାଇଁ ବଜେଟ୍‌ ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି

ବହୁବିଷୟକ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଗବେଷଣାରେ ଉନ୍ନତି ପାଇଁ ବଜେଟ୍‌ ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ…

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀରାଷ୍ଟ୍ରପତିପୁଟିନଙ୍କୁବାର୍ଷିକଦ୍ୱିପାକ୍ଷିକଶିଖରସମ୍ମିଳନୀପାଇଁଚଳିତବର୍ଷଶେଷଭାଗରେଭାରତଗସ୍ତକରିବାକୁଆମନ୍ତ୍ରିତକଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି । ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନ ସମ୍ବନ୍ଧୀୟ ସଦ୍ୟତମ ଘଟଣାକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ବିସ୍ତୃତ ଆକଳନ ପାଇଁ ଧନ୍ୟବାଦ ଜଣାଇବା ସହିତ, ପ୍ରଧାନମନ୍ତ୍ରୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଭାବନା ସମ୍ପର୍କରେ ପୁନରାବୃତ୍ତି କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ପ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ଚଳିତ ବର୍ଷ ଶେଷରେ ୨୩ତମ ଭାରତ – ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବା ପାଇଁ ଆମନ୍ତ୍ରିତ କରିଥିଲେ।

ଜନସେବା ଅଭିମୁଖୀ ଦୃଷ୍ଟିକୋଣ ସହିତ, ୱେଭ୍‌ସ ଓଟିଟି ଭାରତର ଭାଷାଗତ ଏବଂ ସାଂସ୍କୃତିକ ବିବିଧତାକୁ ବୃଦ୍ଧି କରୁଛି

ୱେଭ୍‌ସ ଓଟିଟି ଭାଷାଗତ ଏବଂ ସାଂସ୍କୃତିକ ବିବିଧତାକୁ ବୃଦ୍ଧି କରିବା ପାଇଁ ଅନେକ ସହଭାଗୀତା କରିଛି। ପ୍ଲାଟଫର୍ମ ଏକ ବିସ୍ତୃତ ନେଟୱାର୍କ ସହିତ…

୧୫ତମ ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ଗଠନ ପ୍ରକ୍ରିୟା ଚାଲୁରହିଛି;

ପ୍ରେସ୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ପ୍ରେସ୍ କାଉନସିଲ ଆକ୍ଟ, ୧୯୭୮ ର ବ୍ୟବସ୍ଥା ଅନୁଯାୟୀ ଗଠିତ ହୁଏ । ୧୫ତମ ପ୍ରେସ୍ କାଉନ୍‌ସିଲର…

ବାଂଲାଦେଶର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି

ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହର ଓ ଉପକଣ୍ଠରେ ଥିବା ଆପାର୍ଟମେଣ୍ଟରେ ଅନେକ ଲୋକ ଲୁଚି ରହିଛନ୍ତି, କାରଣ…

ଆବର୍ଜନା ତଳେ ପୋତି ହୋଇ ରହିଥିବା ଲୋକଙ୍କ ସନ୍ଧାନ ପାଇଁ ୨୦ରୁ ଅଧିକ ଟିମ୍‌ ଅହରହ ପ୍ରୟାସ ଜାରି ରଖିଛନ୍ତି

ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ପରେ ଉଦ୍ଧାର ଅପରେସନ୍‌ ଜାରି ରହିଛି।  ପାଗରେ ସୁଧାର ଆସିଥିବାରୁ…

ପଶ୍ଚିମବଙ୍ଗ ଭୋଟର ତାଲିକାରେ ଜାଲିଆତି 

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଭୋଟର ତାଲିକାରେ ଜାଲିଆତି କରିଥିବା ଅଭିଯୋଗରେ ନିର୍ବାଚନ ଆୟୋଗ (ଇସି) ଏହାର ୪ଜଣ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ପଶ୍ଚିମବଙ୍ଗ…

ଜଷ୍ଟିସ ବର୍ମାଙ୍କ ଆଚରଣ ବିଶ୍ଵାସଯୋଗ୍ୟ ନୁହେଁ, ତେଣୁ ତାଙ୍କ ପିଟିସନ ଶୁଣାଣି କରାଯାଇପାରିବ ନାହିଁ

ଘରୁ ଟଙ୍କା ମିଳିବା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟର ବିଚାରପତି ଯଶଓ୍ବନ୍ତ ବର୍ମାଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ତାଙ୍କୁ ଦୋଷୀ…

ମହିଳା ନେତୃତ୍ୱ କେବଳ ପ୍ରତିନିଧିତ୍ୱ ନୁହେଁ ବରଂ ଏକ ବିକଶିତ ଭାରତ ପାଇଁ ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନ୍ୱିତ କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଆଜି ନୂଆଦିଲ୍ଲୀରେ ‘ୟୁଏନ ଓମେନ୍ସ’ର ପ୍ରମୁଖ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମ – ‘ସି ଲିଡ୍ସ-୨: ନେତୃତ୍ୱ ନେଉଥିବା ମହିଳାମାନଙ୍କ ପାଇଁ କର୍ମଶାଳା’ର ଦ୍ୱିତୀୟ ସଂସ୍କରଣକୁ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ତୃଣମୂଳ ସ୍ତରର ମହିଳା ନେତ୍ରୀ, ନିର୍ବାଚିତ ପ୍ରତିନିଧି ଏବଂ ପ୍ରଶାସକମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିଥିଲା ଏବଂ ବିଚାରବିମର୍ଷ, ସମ୍ଭାବ୍ୟ ନେତୃତ୍ବ ଦକ୍ଷତା ବିକାଶ ତଥା ପ୍ରଶାସନରେ ମହିଳାଙ୍କ ଭାଗିଦାରୀକୁ ପ୍ରେତ୍ସାହିତ କରିଥିଲା । ଜାତିସଂଘ ମହିଳା ଭାରତ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ କର୍ମଶାଳା ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆୟୋଜନ କରାଯାଇଛି, ଯେତେବେଳେ କି ଦେଶରେ ଐତିହାସିକ ମହିଳା ସଂରକ୍ଷଣ ଆଇନ, ୨୦୨୩ର ପାସ ହୋଇଛି, ଯାହାକି ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରେ। ତେବେ ବର୍ତ୍ତମାନର ୧୮ତମ ଲୋକସଭାରେ ମହିଳାମାନଙ୍କ ପ୍ରତିନିଧିତ୍ୱ ମାତ୍ର ୧୪ ପ୍ରତିଶତ ଥିବାବେଳେ ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ‘ସି ଲିଡ୍ସ‘ ଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ତାଙ୍କ ମୁଖ୍ୟ ଭାଷଣରେ ଗୁରୁତ୍ୱାରୋପ କରିଥିଲେ ଯେ ମହିଳା ନେତୃତ୍ୱ କେବଳ ପ୍ରତିନିଧିତ୍ୱ ନୁହେଁ ବରଂ ଏକ ବିକଶିତ ଭାରତ ପାଇଁ ମହିଳା ନେତୃତ୍ୱାଧୀନ ବିକାଶକୁ ତ୍ୱରାନ୍ୱିତ କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ। ‘ସି ଲିଡ୍ସ’ ଭଳି ପଦକ୍ଷେପ ମହିଳାମାନଙ୍କୁ ନେତୃତ୍ୱ ଭୂମିକା ଗ୍ରହଣ କରିବା ପାଇଁ ଆବଶ୍ୟକୀୟ ଦକ୍ଷତା ଏବଂ ନେଟୱାର୍କ ସହିତ ସଜ୍ଜିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ସୁନିଶ୍ଚିତ କରେ ଯେ ଆମର ବିକାଶ ଏଜେଣ୍ଡା, ତାହା ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ୨୦୩୦ ହେଉ କିମ୍ବା ଭାରତର ଏଜେଣ୍ଡା ୨୦୪୦, ପ୍ରକୃତରେ ସମାବେଶୀ ହେବ ଓ ସେଥିରେ ସମସ୍ତଙ୍କ ପ୍ରତିନିଧିତ୍ୱ ରହିବ । ଭାରତ, ଶ୍ରୀଲଙ୍କା ଏବଂ ଭୁଟାନରେ ନରୱେର ରାଷ୍ଟ୍ରଦୂତ ସୁଶ୍ରୀ ମେ-ଏଲିନ୍ ଷ୍ଟେନର ତାଙ୍କ ଅଭିଭାଷଣରେ କହିଥିଲେ ଯେ ନରୱେ ନେତୃତ୍ୱ ସ୍ଥାନରେ ଥିବା ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଅନ୍ତର୍ଭୁକ୍ତ ଶାସନକୁ ପ୍ରୋତ୍ସାହିତ କରୁଥିବା ପଦକ୍ଷେପଗୁଡ଼ିକୁ ସମର୍ଥନ କରିବାକୁ ନେଇ ଗର୍ବିତ। ନୀତିଗତ ପ୍ରତିବଦ୍ଧତାକୁ ବାସ୍ତବିକ ପ୍ରଭାବରେ ପରିଣତ କରିବା ପାଇଁ ‘ସି ଲିଡ୍ସ‘ ଭଳି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚଳିତ ବର୍ଷ, ଏହି କର୍ମଶାଳା ଲାଗି ୨୨ଟି ରାଜ୍ୟରୁ ୨୬୦ରୁ ଅଧିକ ଆବେଦନ ମିଳିଛି, ଯାହା ଫେବୃଆରୀରେ ଏହାର ଉଦଘାଟନୀ ଅଧିବେଶନ ତୁଳନାରେ ଦୁଇଗୁଣ ଅଧିକ। ଏକ ପୁଙ୍ଖାନୁପୁଙ୍ଖ ଚୟନ ପ୍ରକ୍ରିୟା ପରେ, ୩୬ ଜଣ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ଅଭିଜ୍ଞତା, ପ୍ରେରଣା ଏବଂ ଭବିଷ୍ୟତ ଯୋଜନା ଆଧାରରେ ଚୟନ କରାଯାଇଥିଲା। ଦୁଇ ଦିନ ଧରି, ଅଂଶଗ୍ରହଣକାରୀମାନେ ସଂସଦୀୟ, ନୀତି ବିଶେଷଜ୍ଞ ଏବଂ ଗଣମାଧ୍ୟମ ରଣନୀତିଜ୍ଞଙ୍କ ସହିତ ପାରସ୍ପରିକ ଆଲୋଚନା ଅଧିବେଶନରେ ସାମିଲ ହେବେ ଏବଂ ନିର୍ବାଚନ ପ୍ରଚାର, ଶାସନ ଗଠନ, ବର୍ଣ୍ଣନାତ୍ମକ ଗଠନ ଏବଂ ପ୍ରଭାବଶାଳୀ ଗଣମାଧ୍ୟମ କାର୍ଯ୍ୟ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ୟୁଏନ ଓମେନ ଇଣ୍ଡିଆର ପ୍ରତିନିଧି ସୁଶ୍ରୀ କାନ୍ତା ସିଂହ ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ଯେ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ରାଜନୀତିରେ ମହିଳାମାନଙ୍କର ପ୍ରତିନିଧିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନେତୃତ୍ବ କରୁଥିବା ମହିଳା ମାନେ କେବଳ ସେମାନଙ୍କ ସମ୍ପ୍ରଦାୟରେ ପରିବର୍ତ୍ତନ ଆଣନ୍ତି ନାହିଁ, ବରଂ ସମସ୍ତ ନାଗରିକଙ୍କ ଆକାଂକ୍ଷାକୁ ପ୍ରତିଫଳିତ କରୁଥିବା ନୀତି ଏବଂ ଶାସନ ଗଠନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସି ଲିଡ୍ସ ମହିଳାମାନଙ୍କୁ ଏହି ଭୂମିକାରେ ଆତ୍ମବିଶ୍ୱାସର ସହିତ ପାଦ ଦେବା ପାଇଁ ପ୍ଲାଟଫର୍ମ, ଦକ୍ଷତା ଏବଂ ନେଟୱାର୍କ ପ୍ରଦାନ କରିବାକୁ ଉଦ୍ୟମ କରେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ‘ସି ଲିଡ୍ସ’ ହେଉଛି ୟୁଏନ ଓମେନ ଇଣ୍ଡିଆର ଅଫିସର ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହାର ଲକ୍ଷ୍ୟ ହେଉଛି ସାର୍ବଜନୀନ ଏବଂ ରାଜନୈତିକ ନେତୃତ୍ୱ କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଆଗାମୀ / ଆଗାମୀ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନରେ ମହିଳା ନେତ୍ରୀମାନଙ୍କୁ ସମର୍ଥନ କରିବା।

ବୟନ ଶିଳ୍ପ କ୍ଷେତ୍ର ଏବେ ଦେଶର ଦ୍ୱିତୀୟ ସର୍ବବୃହତ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ଭାବରେ ଉଭା ହୋଇଛି

ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ନିମୁବେନ ଜୟନ୍ତୀଭାଇ ବାମ୍ଭାନିଆ, ସାଂସଦ ଶ୍ରୀମତୀ କଙ୍ଗନା ରାଣାୱତ, ବୟନ ସଚିବ…