ସମୃଦ୍ଧ କୃଷି ମଡେଲ’ ପାଇଁ ମାର୍ଗଦର୍ଶିକା ପ୍ରଦାନ

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଆଜି ନୂଆଦିଲ୍ଲୀରେ ଏକ…

ଖାଦ୍ୟ ପଦ୍ଧତିରେ ପୋଷକ ବୃଦ୍ଧି ପାଇଁ ବାଜରା ସଂଗ୍ରହ ଉପରେ ଧ୍ୟାନ

୦୧.୦୯.୨୦୨୫: ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ, ଆଜି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଖାଦ୍ୟ ସଚିବଙ୍କ ସହିତ ଏକ ବୈଠକ ଡାକିଛନ୍ତି ଯାହାର ଅଧ୍ୟକ୍ଷତା ଶ୍ରୀ ସଞ୍ଜୀବ ଚୋପ୍ରା, ସଚିବ, ଡିଏଫପିଡି, ଭାରତ ସରକାର କରିଥିଲେ। ଏଥିରେ ଆଗାମୀ ଖରିଫ ମାର୍କେଟିଂ ଋତୁ (କେଏମଏସ) ୨୦୨୫-୨୬ ରେ ଫସଲ କ୍ରୟ ପାଇଁ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ବୈଠକ ସମୟରେ, ଧାନ ସଂଗ୍ରହ (ଖରିଫ ଫସଲ) ପାଇଁ ଆକଳନ ଦୃଷ୍ଟିରୁ ୪୬୩.୫୦ ଲକ୍ଷ ମେଟ୍ରିକ୍ ଟନ୍ (ଏଲଏମଟି) ସ୍ଥିର କରାଯିବା ସହ ଆଗାମୀ କେଏମଏସ ୨୦୨୫-୨୬ ସମୟରେ ମୋଟା ଶସ୍ୟ ଓ ବାଜରା (ଶ୍ରୀ ଅନ୍ନ) ପାଇଁ ସଂଗ୍ରହ ଆକଳନ ୧୯.୧୯ ଏଲଏମଟି ସ୍ଥିର କରାଯାଇଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଫସଲର ବିବିଧତା ଏବଂ ଖାଦ୍ୟ ପଦ୍ଧତିରେ ପୋଷକ ବୃଦ୍ଧି ପାଇଁ ବାଜରା ସଂଗ୍ରହ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। ବୈଠକରେ, ବିଭାଗର ଅନେକ ଚାଲୁଥିବା ପଦକ୍ଷେପ, ଯେଉଁଥିରେ ମିଲିଂ ଅବଧି ପାଇଁ ଅନୁରୋଧର ୱେବ୍-ଆଧାରିତ ପ୍ରକ୍ରିୟାକରଣ, ଧାନର ମୋବାଇଲ୍ ଆପ୍ ଆଧାରିତ ଯୁଗ୍ମ ଭୌତିକ ଯାଞ୍ଚ, ସ୍ମାର୍ଟ ପିଡିଏସ୍, ଅନ୍ନ ମିତ୍ର, ଝୋଟ ବ୍ୟାଗ କ୍ରୟ ପାଇଁ ନଗଦ କ୍ରେଡିଟ୍ ସୀମା କାର୍ଯ୍ୟକାରୀ କରିବା, ଡିପୋ ଦର୍ପଣ, କ୍ରୟ କେନ୍ଦ୍ରଗୁଡ଼ିକରେ ଭିତ୍ତିଭୂମି ଉନ୍ନତି, ଖାଦ୍ୟ ସବସିଡି ବିଲ୍ ପ୍ରକ୍ରିୟାକରଣ ପାଇଁ ସ୍କାନ ପୋର୍ଟାଲ, ସଂରକ୍ଷଣ ନୀତି ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା। ବୈଠକ ସମୟରେ, ଚାଉଳ ମିଲିଂ ରୂପାନ୍ତର ଯୋଜନା ସମ୍ପର୍କରେ ବିବରଣୀ ସେୟାର କରାଯାଇଥିଲା ଯେଉଁଥିରେ କେବଳ ୧୦% ଭଙ୍ଗା ଚାଉଳର କଷ୍ଟମ୍ ମିଲିଂ କରାଯିବ। ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ପ୍ରମୁଖ ସଚିବ/ସଚିବ (ଖାଦ୍ୟ), ସିଏମଡି, ଏବଂ ଏଫସିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ଉପରେ ପୁସ୍ତକ – ‘ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ’ ଉନ୍ମୋଚିତ

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୦୧ – ଏନସିଇଆରଟି ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟର ଏକ ମୂଜଭୂତ୍ ସ୍ତମ୍ଭ । ପ୍ରତିବଦ୍ଧତା ଏବଂ ସମର୍ପଣ ସହିତ ଲମ୍ବା ସମୟ ଧରି…

ଜାମ୍ମୁ ଗସ୍ତ କରି ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ସୃଷ୍ଟ କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଜାମ୍ମୁ ଗସ୍ତ କରି, ଜାମ୍ମୁ ଡିଭିଜନର ବର୍ଷା, ବନ୍ୟା, ଭୂସ୍ଖଳନ…

ଏସବିଆଇରେ ବେତନ ଖାତା ଥିବା ରେଳ କର୍ମଚାରୀଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ମିଳିବ ୧ କୋଟି ଟଙ୍କାର ବର୍ଦ୍ଧିତ ବୀମା ସୁରକ୍ଷା

ଭାରତର ଦୁଇଟି ପ୍ରତିଷ୍ଠାନ, ବିଶ୍ୱର ସବୁଠୁ ବଡ଼ ରେଳ ନେଟୱର୍କ ମଧ୍ୟରୁ ଅନ୍ୟତମ ଭାରତୀୟ ରେଳବାଇ ଏବଂ ଦେଶର ସବୁଠୁ ବଡ଼…

ଅଧିକ ଆସନ, ଅଧିକ ସୁବିଧା: ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସ ରେ ନୂଆ ସୁବିଧା

ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ 12892/12891 ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ…

ଭାରତ ଏବଂ ଜାପାନ ମଧ୍ୟରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ, ନିବେଶ ଏବଂ ମାନବ ସମ୍ବଳ ଆଦାନପ୍ରଦାନ କ୍ଷେତ୍ରରେ ସହଯୋଗର ସମ୍ଭାବନା ଉପରେ ଗୁରୁତ୍ୱାରୋପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଶିଗେରୁ ଇଶିବା,  ଆଜି ଜାପାନର ରାଜଧାନୀ ଟୋକିଓଠାରେ ଭାରତୀୟ ଶିଳ୍ପ…

ମୂଲ୍ୟବାନ ନୀତିଗତ ବିଚାର ପ୍ରଦାନ କରି ସମାନତା, ସ୍ୱଚ୍ଛତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିଥାନ୍ତି ସଂସଦୀୟ ସମିତି

ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଆଜି ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ସମିତି ଅଧ୍ୟକ୍ଷମାନଙ୍କ…

“ରାଜନୀତି ବିଭାଜନ କରେ, ଧର୍ମ ଏକତ୍ର କରେ, ଦଳିତଙ୍କ ସେବା କରିବା ହେଉଛି ପ୍ରକୃତ ପୂଜା’’ 

୨୯.୦୮.୨୫: କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଆଜି କର୍ଣ୍ଣାଟକ ମୈସୁରୁସ୍ଥିତ ଶ୍ରୀ ସୁତ୍ତୁର ମଠରେ ଯୋଗ ଦେଇ ଜଗଦଗୁରୁ ଡ. ଶ୍ରୀ ଶିବରାତ୍ରୀ ରାଜେନ୍ଦ୍ର ମହାସ୍ୱାମୀଜୀଙ୍କ ୧୧୦ତମ ଜନ୍ମବାର୍ଷିକୀ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ସନ୍ଥ ଏବଂ ଭକ୍ତମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ ଯେ ଦଳିତଙ୍କ ସେବା କରିବା ହେଉଛି ପ୍ରକୃତ ପୂଜା। “ରାଜନୀତି ବିଭାଜନ କରେ, କିନ୍ତୁ ଧର୍ମ ଏକତ୍ର କରେ, ଏବଂ ଆଜି ଧର୍ମ ଆମ ସମସ୍ତଙ୍କୁ ମାନବତାର ସେବା ପାଇଁ ଏକତ୍ର କରିଛି”, ବୋଲି ସେ କହିଥିଲେ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ମଠ ବହୁ ବର୍ଷ ଧରି ସମାଜ କଲ୍ୟାଣ ଏବଂ ମାନବତାର ସେବାରେ ଏକ ଅତୁଳନୀୟ ଭୂମିକା ଗ୍ରହଣ କରିଆସୁଛି। ଶିକ୍ଷା ଠାରୁ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ମଠର କାର୍ଯ୍ୟକଳାପ ପରିବର୍ତ୍ତନର ଦିଗ ନିର୍ଦ୍ଧାରଣ କରିଛି। ଯେଉଁ ସେବା ମନୋଭାବ ସହିତ କାର୍ଯ୍ୟ କରାଯାଉଛି ତାହା ଏଠାରେ ପରିବେଶକୁ ଅନନ୍ୟ କରିଥାଏ। ସେ କହିଥିଲେ ଯେ “ରାଜନୀତି ବିଭାଜନ କରେ, ଧର୍ମ ଏକତ୍ର କରେ ଏବଂ ଦଳିତଙ୍କ ସେବା କରିବା ହେଉଛି ପ୍ରକୃତ ପୂଜା”। ସେ ଆହୁରି ମଧ୍ୟ କହିଥିଲେ ଯେ, ଆମ ଧର୍ମକୁ ସଠିକ୍ ପଥରେ ନେବା ସହିତ, ମଠ ସାମାଜିକ କାର୍ଯ୍ୟରେ ନିୟୋଜିତ ଅଛି ଏବଂ ଯଥାସମ୍ଭବ ଲୋକଙ୍କ ସେବା କରିବାକୁ ଚେଷ୍ଟା କରୁଛି। ଶ୍ରୀ ଚୌହାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କୃଷି ମନ୍ତ୍ରୀ ହେବାର ସମ୍ମାନ ଦେଇଛନ୍ତି, ଏବଂ ମନ୍ତ୍ରୀ ଭାବରେ ସେ ବିଶ୍ୱାସ କରନ୍ତି ଯେ କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକମାନେ ଏହାର ଆତ୍ମା। “କୃଷକ ହେଉଛନ୍ତି ଆମର ଜୀବନ, ​​ଖାଦ୍ୟ ଯୋଗାଣକାରୀ, ଜୀବନଦାତା, ଏବଂ କୃଷକମାନଙ୍କର ସେବା କରିବା ମୋ ପାଇଁ ପ୍ରକୃତ ସମର୍ପଣ,” ବୋଲି ସେ କହିଛନ୍ତି। ଆମର କୃଷକ ଭାଇଭଉଣୀମାନଙ୍କ କଲ୍ୟାଣ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି ବୋଲି ପ୍ରକାଶ କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୋଟିଏ ନୁହେଁ ବରଂ ଅନେକ ଯୋଜନା ଆରମ୍ଭ ହୋଇଛି। “ଆମର ଧ୍ୟାନ ହେଉଛି କୃଷିରେ ଉତ୍ପାଦନ ବୃଦ୍ଧି ଏବଂ ଖର୍ଚ୍ଚ ହ୍ରାସ ନିଶ୍ଚିତ କରିବା । କୃଷି ଉତ୍ପାଦକୁ ଉଚିତ ମୂଲ୍ୟ ମିଳିବା ଉଚିତ, ଯଦି ଫସଲ ନଷ୍ଟ ହୁଏ ତେବେ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ଉଚିତ, ଏବଂ କୃଷି ବିବିଧତା ମଧ୍ୟ ଅତ୍ୟାନ୍ତ ଆବଶ୍ୟକ। ସମନ୍ୱିତ କୃଷିର ଅନେକ ଲାଭ ଅଛି, ଯାହାକୁ ଆମକୁ ଗ୍ରହଣ କରିବାକୁ ପଡିବ,” ବୋଲି ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିଦେଶ ତୁଳନାରେ ଭାରତରେ କୃଷି ଜମିର ପରିମାଣ ଛୋଟ। ଯେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରାଜିଲ ଭଳି ଦେଶର କୃଷକମାନଙ୍କ ପାଖରେ ବଡ଼ ଜମି ଅଛି, ଆମ ଦେଶର କୃଷକମାନଙ୍କ ପାଖରେ କେବଳ ଏକ କିମ୍ବା ଦୁଇ ହେକ୍ଟର, ଏକ କିମ୍ବା ଦୁଇ ଏକର କିମ୍ବା ଅଢ଼େଇ ଏକର କୃଷି ଜମି ଅଛି। ତେଣୁ, କୃଷିକୁ ଲାଭଦାୟକ କରିବା ପାଇଁ ଆମକୁ ନୂତନ ପ୍ରୟାସ ସହିତ ପଦକ୍ଷେପ ନେବାକୁ ପଡିବ। କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଶୁଳ୍କ ଉପରେ ଏକ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଶ୍ରୀ ଚୌହାନ କହିଛନ୍ତି ଯେ, ଆଜି ସମସ୍ତେ ରାଜନୈତିକ ଏବଂ ଆଦର୍ଶଗତ ମତଭେଦକୁ ଭୁଲି ଜାତିର ବୃହତ୍ତର ସ୍ୱାର୍ଥ ପାଇଁ ଏକଜୁଟ ହେବା ଉଚିତ। ସେ କହିଛନ୍ତି ଯେ କିଛି ଦେଶ ଏକଛତ୍ରବାଦୀ ପରି ଆଚରଣ କରୁଛନ୍ତି, ଯାହା ବିଶ୍ୱର ଅନ୍ୟ ଦେଶ ପାଇଁ ଏକ ସଙ୍କଟ ପାଲଟିଯାଉଛି। ବିଶ୍ୱକୁ ରକ୍ଷା କରିବା ପାଇଁ ଆମକୁ ଏକଜୁଟ ହେବାକୁ ପଡିବ। ସେ କହିଛନ୍ତି ଯେ ପୁଞ୍ଜିବାଦର ଶିକାର ହେଉଥିବା ବିଶ୍ୱ ମାନବତାକୁ କେବଳ ଭାରତ ଦ୍ୱାରା ଚିରସ୍ଥାୟୀ ଶାନ୍ତି ପଥରେ ମାର୍ଗଦର୍ଶନ କରାଯିବ। ଶ୍ରୀ ଚୌହାନ ଆହୁରି କହିଛନ୍ତି ଯେ ଶୁଳ୍କ ଲାଗୁ ହେଉଥିବାରୁ ଭାରତ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। କିନ୍ତୁ ଭାରତର ଦୃଢ଼ ଆଭିମୁଖ୍ୟ ବିଶ୍ୱ ସମ୍ମୁଖରେ ସ୍ପଷ୍ଟ। ଏପରି ପରିବେଶରେ ଦେଶରେ ଦେଶପ୍ରେମର ଭାବନା ପୁନର୍ବାର ଜାଗ୍ରତ ହେବା ଉଚିତ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ, ପ୍ରତ୍ୟେକ ନାଗରିକଙ୍କୁ ଏହି ପ୍ରତିଜ୍ଞା ନେବା ଉଚିତ ଯେ ସେମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ କେବଳ ଆମ ଦେଶରେ ନିର୍ମିତ ଉତ୍ପାଦ (ସ୍ୱଦେଶୀ) ବ୍ୟବହାର କରିବେ। ଏହା ଅତ୍ୟନ୍ତ ଆବଶ୍ୟକ, କାରଣ ସ୍ୱଦେଶୀ ଉତ୍ପାଦ ଗ୍ରହଣ କରିବା ଦ୍ୱାରା ଆମ ଦେଶର ଅର୍ଥନୀତି ମଜବୁତ ହେବ। କେନ୍ଦ୍ର ମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ନାଗରିକମାନେ ସ୍ୱଦେଶୀ ଗ୍ରହଣ ଦିଗରେ ଏକ ନୂତନ ଇତିହାସ ସୃଷ୍ଟି କରିବେ।

ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କ ପ୍ରାୟ ୪୦% ବୃଦ୍ଧି କଲେ କେନ୍ଦ୍ର ସରକାର

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି ଯେ କେନ୍ଦ୍ର ସରକାର ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କକୁ ପ୍ରାୟ ୪୦% ବୃଦ୍ଧି କରିଛନ୍ତି, ଯାହା ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ। ସେ କହିଛନ୍ତି ଯେ ଖାଦ୍ୟଶସ୍ୟ କ୍ରୟ ଏବଂ ବଣ୍ଟନରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ସହିତ କ୍ରୟ କାର୍ଯ୍ୟକୁ ସୁଗମ କରିବା, ସ୍ଥାୟୀ ପ୍ୟାକେଜିଂ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସଂଶୋଧନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଅନୁରୋଧ ପାଇଥିଲେ ଯାହା ପରେ ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଏକ କମିଟି ଗଠନ କରିଥିଲା। ପ୍ୟାକେଜିଂ ଶୁଳ୍କର ଏକ ବ୍ୟାପକ ସମୀକ୍ଷା କରିବା ପାଇଁ ଗଠିତ ଏହି କମିଟିରେ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ର ସଦସ୍ୟମାନେ ସାମିଲ ଥିଲେ। ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ହରିୟାଣା ରାଜ୍ୟ ସରକାରମାନେ କମିଟିକୁ ସେମାନଙ୍କର ପରାମର୍ଶ ପ୍ରଦାନ କରିଥିଲେ। କମିଟିର ସୁପାରିଶ ଆଧାରରେ, ଭାରତ ସରକାର ବ୍ୟବହୃତ ବ୍ୟାଗ ପାଇଁ ବ୍ୟବହାର ଶୁଳ୍କ ବ୍ୟାଗ ପ୍ରତି ୭ ଟଙ୍କା ୩୨ ପଇସାରୁ ୧୦ ଟଙ୍କା ୨୨ ପଇସା କିମ୍ବା ରାଜ୍ୟ ସରକାର/କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ବହନ କରାଯାଇଥିବା ପ୍ରକୃତ ଖର୍ଚ୍ଚ, ଯାହା କମ୍ ତାହା ସଂଶୋଧନ କରିଛନ୍ତି। ୨୦୧୭-୧୮ ଖରିଫ ମାର୍କେଟିଂ ଋତୁରୁ ୨୦୨୪-୨୫ ଖରିଫ ମାର୍କେଟିଂ ଋତୁରୁ ପର୍ଯ୍ୟନ୍ତ ନୂତନ ବ୍ୟାଗର ମୂଲ୍ୟ ବୃଦ୍ଧି ଅନୁପାତରେ ପୁରୁଣା ବ୍ୟାଗ ପାଇଁ ବ୍ୟବହାର ଶୁଳ୍କ ବୃଦ୍ଧି କରାଯାଇଛି। ସଂଶୋଧିତ ହାର କେଏମଏସ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରୁ ଲାଗୁ ହେବ। ୨୦୧୮-୧୯ ରୁ ୨୦୨୪-୨୫ ଖରିଫ ମାର୍କେଟିଂ ଋତୁ ଓ ୨୦୨୫-୨୬ ରବି ମାର୍କେଟିଂ ଋତୁ ପର୍ଯ୍ୟନ୍ତ ବସ୍ତା ପିଛା ବ୍ୟବହାର ଦେୟ ୭ ଟଙ୍କା ୩୨ ପଇସା ଥିବାବେଳେ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରୁ ତାହା ୩୯.୬୦ ପ୍ରତିଶତ ବୃଦ୍ଧି କରି ୧୦ ଟଙ୍କା ୨୨ ପଇସା କରାଯାଇଛି ।