ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଚେନାବ ନଦୀ ଉପରେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦ୍ଘାଟନ କରିଛନ୍ତି। ଏହି ଇଞ୍ଜିନିୟରିଂ…
Author: Contributor
ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ
ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ…
ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି
ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ୧୪ଟି ଜିଲ୍ଲାର ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଏବେ…
ମଣିପୁରର ୫ ଜିଲାରେ ସରକାର ଇଣ୍ଟରନେଟ ଏବଂ ମୋବାଇଲ ଡାଟା ସେବା ବନ୍ଦ
ମଣିପୁରର ୫ ଜିଲାରେ ସରକାର ଇଣ୍ଟରନେଟ ଏବଂ ମୋବାଇଲ ଡାଟା ସେବା ବନ୍ଦ କରିଦେଇଛନ୍ତି। ୫ ଦିନ ପାଇଁ ଏହି କଟକଣା…
ଚିକେନ୍ ନେକ୍ ନିକଟରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ
କିଶନଗଞ୍ଜ: ବାଂଲାଦେଶ ସୀମା ନିକଟବର୍ତ୍ତୀ ଭାରତର ଏକ ଅତି ସଂବେଦନଶୀନ ଅଂଚଳ ଚିକେନ୍ ନେକ୍ ନିକଟରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ…
ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମ
ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମ ରାଜନାଥ ସିଂହ, ପ୍ରତିରକ୍ଷା ମନ୍ତ୍ରୀ, ଭାରତ ସରକାର ଆତଙ୍କବାଦ ମାନବ ସମାଜ ଉପରେ ଏକ ଅଭିଶାପ…
ରାଜନୈତିକ ଦଳ ଗଡିବେ ଏଲନ ମସ୍କ!
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଆହୁରି ଘନେଇବାରେ ଲାଗିଛି…
ରଥଯାତ୍ରା ସୁପରିଚାଳନା ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠିତ
ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରାର ସୁପରିଚାଳନା ପାଇଁ ରାଜ୍ୟ ସରକାର ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ…
ନୂତନ ଶିକ୍ଷା ନୀତି ଏବଂ ଦକ୍ଷତା ବିକାଶ ଏବଂ ଷ୍ଟାର୍ଟ-ଅପ୍ ଉପରେ ଧ୍ୟାନ ଦେଇ ଆମର ଯୁବ ପିଢ଼ି ‘ବିକଶିତ ଭାରତ’ ସଂକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଛନ୍ତି : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଯୁବ ପିଢ଼ିଙ୍କ ବିଶ୍ୱସ୍ତରୀୟ ସଫଳତା ଉପରେ ଆଲୋକପାତ କରି କହିଛନ୍ତି ଯେ, ଭାରତର ଯୁବ ପିଢ଼ି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି। ସେମାନଙ୍କୁ ଗତିଶୀଳତା, ନବସୃଜନ ଏବଂ ଦୃଢ଼ତାର ପ୍ରତୀକ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ଗତ ୧୧ ବର୍ଷ ମଧ୍ୟରେ ଦେଶର ଅଭିବୃଦ୍ଧି ଯୁବ ଶକ୍ତିର ଅତୁଳନୀୟ ଶକ୍ତି ଏବଂ ଦୃଢ଼ ବିଶ୍ୱାସ ଦ୍ୱାରା ପରିଚାଳିତ ହୋଇ ଆସୁଛି।ଷ୍ଟାର୍ଟ- ଅପ୍ ସମୂହ , ବିଜ୍ଞାନ, କ୍ରୀଡ଼ା, ସମାଜ ସେବା ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ଯୁବ ଭାରତୀୟମାନେ ଅସାଧାରଣ ଅବଦାନ ରଖିଛନ୍ତି। “ଗତ ୧୧ ବର୍ଷ ମଧ୍ୟରେ, ଆମେ ଯୁବ ପିଢ଼ିଙ୍କର ଏପରି ଅନେକ ଉଲ୍ଲେଖନୀୟ ଉଦାହରଣ ଦେଖିଛୁ, ଯେଉଁମାନେ କି ଅବିଶ୍ୱସନୀୟ କାର୍ଯ୍ୟ କରିଛନ୍ତି,’ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୧ ବର୍ଷ ମଧ୍ୟରେ ଯୁବ ସଶକ୍ତୀକରଣ ପାଇଁ ସରକାରୀ ନୀତିର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଭଳି ସରକାରୀ ପଦକ୍ଷେପଗୁଡ଼ିକ ଏହି ଦୃଢ଼ ବିଶ୍ୱାସରେ ନିହିତ ଯେ, ଯୁବ ପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଏକ ରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୧ ବର୍ଷ ମଧ୍ୟରେ ସରକାର ଯୁବ ପିଢ଼ିଙ୍କୁ ସଶକ୍ତ କରିବା ପାଇଁ ନିରନ୍ତର ପ୍ରୟାସ କରିଛନ୍ତି। ନୂତନ ଶିକ୍ଷା ନୀତି ଏବଂ ଦକ୍ଷତା ବିକାଶ ଏବଂ ଷ୍ଟାର୍ଟ-ଅପ୍ ଉପରେ ଧ୍ୟାନ ଦେଇ, ଯୁବ ପିଢ଼ି ‘ବିକଶିତ ଭାରତ’ ସଂକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଛନ୍ତି। ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ସରକାର ସର୍ବଦା ଯୁବ ଶକ୍ତିକୁ ସେମାନଙ୍କର ଉଜ୍ଜ୍ୱଳତାର ବିକିରଣ କରିବା ପାଇଁ ସମସ୍ତ ପ୍ରକାରର ସୁଯୋଗ ପ୍ରଦାନ କରିବେ।ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଥିଲେ ;“ଭାରତର ଯୁବ ପିଢ଼ି ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛନ୍ତି। ଆମର ଯୁବଶକ୍ତି ଗତିଶୀଳତା, ନବସୃଜନ ଏବଂ ଦୃଢ଼ ନିଷ୍ପତ୍ତି ସହିତ ଜଡ଼ିତ। ଆମର ଯୁବ ପିଢ଼ି ଅତୁଳନୀୟ ଶକ୍ତି ଏବଂ ଦୃଢ଼ ବିଶ୍ୱାସ ସହିତ ଭାରତର ଅଭିବୃଦ୍ଧିକୁ ଆଗେଇ ନେଇଛନ୍ତି।’ ଆମେ ଷ୍ଟାର୍ଟଅପ୍ ସମୂହ , ବିଜ୍ଞାନ, କ୍ରୀଡ଼ା, ସମାଜ ସେବା, ସଂସ୍କୃତି ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଅକଳ୍ପନୀୟ କାର୍ଯ୍ୟ କରିଥିବା ଯୁବ ପିଢ଼ିଙ୍କ ଉଲ୍ଲେଖନୀୟ ଉଦାହରଣ ଦେଖିଛୁ।ଗତ ୧୧ ବର୍ଷ ମଧ୍ୟରେ, ଯୁବ ପିଢ଼ିଙ୍କ ସଶକ୍ତୀକରଣ ପାଇଁ ନୀତି ଏବଂ କାର୍ଯ୍ୟକ୍ରମରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଭଳି ସରକାରୀ ପଦକ୍ଷେପଗୁଡ଼ିକ ଏହି ଦୃଢ଼ ବିଶ୍ୱାସରେ ନିହିତ ଯେ ଯୁବ ପିଢ଼ିଙ୍କୁ ସଶକ୍ତ କରିବା ହେଉଛି ଏକ ରାଷ୍ଟ୍ରର ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟ। ମୋର ବିଶ୍ୱାସ ଯେ ଆମର ଯୁବ ପିଢ଼ି ଏକ ବିକଶିତ ଭାରତ ଗଠନ ପାଇଁ ପ୍ରୟାସକୁ ଆହୁରି ମଜଭୁତ କରିବେ।
ଦୃଢ଼, ସମୟବଦ୍ଧ ପରିଣାମ ଏବଂ ବୈଷୟିକ ସହାୟତା ତଥା ଜ୍ଞାନ ବିନିମୟରେ ସହାୟକ ପାଣ୍ଠି ଯୋଗାଣ ନିମନ୍ତେ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ନିର୍ମାଣ ପାଇଁ ଆହ୍ୱାନ ଦେଲା ଭାରତ
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ବୁଧବାର ଜେନେଭାରେ ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ପାଣ୍ଠି ଯୋଗାଣ ଉପରେ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକରେ ଉଦବୋଧନ…