ହିଞ୍ଜିଳିକାଟୁ ଖଣ୍ଡର ବାତ୍ୟା ପ୍ରଭାବିତ ଗ୍ରାମଗୁଡ଼ିକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ସେବା ଭାରତୀ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ
ହିଞ୍ଜିଳିକାଟୁ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଏବଂ ସେବା ଭାରତୀ, ଗଞ୍ଜାମ ଜିଲ୍ଲାର ମିଳିତ ସଂଯୋଜନାରେ ହିଞ୍ଜିଳିକାଟୁ ଖଣ୍ଡର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳରେ ମାନବୀୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଖଣ୍ଡର ବାତ୍ୟା କ୍ଷତିଗ୍ରସ୍ତ ଖଣ୍ଡରା, ନୂଆ ବୁରୁପଡ଼ା ଏବଂ ଶ୍ୟାମଳାଇ ଗ୍ରାମର ପ୍ରଭାବିତ ପରିବାରମାନଙ୍କୁ ଶୀତ ଓ ମଶା ଦାଉରୁ ସୁରକ୍ଷା ଦେବା ନିମନ୍ତେ କମ୍ବଳ, ଚାଦର ଏବଂ ମଶାରୀ ବଣ୍ଟନ କରାଯାଇଛି।
ସମାଜର ଯେକୌଣସି ବିପତ୍ତି ସମୟରେ ନିଃସ୍ୱାର୍ଥପର ଭାବେ ଛିଡ଼ା ହେବା ସଂଘର ମୂଳ ସଂସ୍କାର ହୋଇଥିବା ବେଳେ, ଖଣ୍ଡର ବିଭିନ୍ନ ଶାଖାର ସ୍ୱୟଂସେବକମାନେ ପ୍ରତ୍ୟେକ ବିପନ୍ନ ପରିବାର ନିକଟରେ ପହଞ୍ଚି ସେମାନଙ୍କ ଦୁଃଖ-ସୁଖ ବୁଝିବା ସହ ଏହି ସହାୟତା ପ୍ରଦାନ କରିଥିଲେ। ଏହି ମହାନ ସେବା କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା, ହିଞ୍ଜିଳିକାଟୁ ଖଣ୍ଡ ସ୍ତରୀୟ ଦାୟିତ୍ୱବାନ କାର୍ଯ୍ୟକର୍ତ୍ତାଙ୍କ ସମେତ ଖଣ୍ଡର ବିଭିନ୍ନ ଶାଖାର ବହୁ ସ୍ୱୟଂସେବକ ବନ୍ଧୁ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।