ବିପନ୍ନଙ୍କ ସାହାରା ସାଜିଲା ଆରଏସଏସ ଓ ସେବା ଭାରତୀ: ଭେଟସିଙ୍ଗି ଗ୍ରାମରେ ବାତ୍ୟା ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ

ବିପନ୍ନଙ୍କ ସାହାରା ସାଜିଲା ଆରଏସଏସ ଓ ସେବା ଭାରତୀ: ଭେଟସିଙ୍ଗି ଗ୍ରାମରେ ବାତ୍ୟା ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ
ହିଞ୍ଜିଳିକାଟୁ ତା: ୨୫/୧୧/୨୦୨୬: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମାଜର ଅସହାୟ ଓ ବିପନ୍ନ ପରିବାରଙ୍କ ନିକଟରେ ତ୍ୱରିତ ସହାୟତା ପହଞ୍ଚାଇ ପୁଣିଥରେ ନିଜର ନିଃସ୍ୱାର୍ଥପର ସେବା ମନୋଭାବର ପରିଚୟ ଦେଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଏବଂ ସେବା ଭାରତୀ, ଗଞ୍ଜାମ ଜିଲ୍ଲା। ଉଭୟ ସଂଗଠନର ମିଳିତ ସଂଯୋଜନାରେ ହିଞ୍ଜିଳିକାଟୁ ଖଣ୍ଡ ଅନ୍ତର୍ଗତ ବାତ୍ୟା ପ୍ରଭାବିତ ଭେଟସିଙ୍ଗି ଗ୍ରାମରେ ଏକ ବ୍ୟାପକ ମାନବୀୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବାତ୍ୟା ପରବର୍ତ୍ତୀ ସମୟରେ ଶୀତ ଓ ମଶାଜନିତ ରୋଗରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ଲକ୍ଷ୍ୟରେ ପ୍ରଭାବିତ ପରିବାରମାନଙ୍କୁ କମ୍ବଳ, ଚାଦର ଏବଂ ମଶାରୀ ବଣ୍ଟନ କରାଯାଇଛି। କୌଣସି ପ୍ରଚାର ବା ଭେଦଭାବ ନ ରଖି, ସମାଜର ପ୍ରତ୍ୟେକଟି ଦୁଃଖରେ ପ୍ରଥମେ ଛିଡ଼ା ହେବା ସଂଘର ମୂଳ ସଂସ୍କାର ବୋଲି କାର୍ଯ୍ୟକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ସେବା ଯଜ୍ଞରେ ଗଞ୍ଜାମ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା, ହିଞ୍ଜିଳିକାଟୁ ଖଣ୍ଡ ସ୍ତରୀୟ ଦାୟିତ୍ୱବାନ କାର୍ଯ୍ୟକର୍ତ୍ତାଙ୍କ ସମେତ ଖଣ୍ଡର ବିଭିନ୍ନ ଶାଖାର ବହୁ ସ୍ୱୟଂସେବକ ବନ୍ଧୁ ସକ୍ରିୟ ଭାବେ ଯୋଗଦେଇ ପ୍ରତ୍ୟେକ ବିପନ୍ନ ପରିବାରର ଦୁଆରେ ପହଞ୍ଚି ସାମଗ୍ରୀ ପ୍ରଦାନ କରିଥିଲେ।
ବିପଦ ସମୟରେ ସଂଗଠନର ଏହି ଦାୟିତ୍ୱବୋଧ ଏବଂ ସମର୍ପିତ ସେବା କାର୍ଯ୍ୟକୁ ଭେଟସିଙ୍ଗି ଗ୍ରାମବାସୀ ତଥା ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯିବା ସହ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଦୃଢ଼ ବିଶ୍ୱାସ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *