ବିର୍ସା ମୁଣ୍ଡା ଜଣେ ବନବାସୀ ଲୋକ ନାୟକ ଥିଲେ। ବର୍ତ୍ତମାନର ଝାରଖଣ୍ଡର ଜନଜାତୀୟ ସମାଜ ବିର୍ସା ମୁଣ୍ଡାଙ୍କୁ ‘ବିର୍ସା ଭଗବାନ’ କହି ସ୍ମରଣ କରେ। କ୍ରାନ୍ତି ବୀର ବିର୍ସା ମୁଣ୍ଡା ବ୍ରିଟିଶ ସତ୍ତା ବିରୁଦ୍ଧରେ ଜନଜାତୀୟ ସମାଜରେ ଏକ ବଡ଼ ଆନ୍ଦୋଳନ ଠିଆ କରିଥିଲେ। ଜଣେ ସମାଜ ସଂସ୍କାରକ ଭାବରେ ସେ ସମାଜରେ ବ୍ୟାପ୍ତ ଅନ୍ଧବିଶ୍ୱାସର ଖଣ୍ଡନ କରିଥିଲେ ଏବଂ ଲୋକମାନଙ୍କୁ ହିଂସା ଓ ମାଦକ ଦ୍ରବ୍ୟରୁ ଦୂରେଇ ରହିବା ପାଇଁ ଶିକ୍ଷା ଦେଇଥିଲେ।
ସେ ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଦ୍ୱାରା କରାଯାଉଥିବା ଧର୍ମାନ୍ତରୀକରଣକୁ ଦୃଢ଼ ବିରୋଧ କରିଥିଲେ। ଧର୍ମାନ୍ତରିତ ହୋଇଥିବା ବନବାସୀ ସମାଜର ଲୋକଙ୍କୁ ଘରକୁ ଫେରାଇ ଆଣିଥିଲେ ଏବଂ ସେମାନଙ୍କୁ ସେମାନଙ୍କର ସନାତନ ଚେର ସହିତ ଯୋଡ଼ିଥିଲେ। ସେ ଛୋଟନାଗୁପୁର ଅଞ୍ଚଳର ବନବାସୀ ସମାଜର ଆଧ୍ୟାତ୍ମିକ ଏବଂ ରାଜନୈତିକ ନେତୃତ୍ୱ ନେଇଥିଲେ। ଇଂରେଜମାନେ ତାଙ୍କର ବର୍ଦ୍ଧିତ ପ୍ରଭାବକୁ ଦେଖି ଭୟଭୀତ ହୋଇପଡ଼ିଥିଲେ ଏବଂ ତାଙ୍କୁ ନିଜ ପାଇଁ ଏକ ଚାଲେଞ୍ଜ ବୋଲି ମାନୁଥିଲେ। ଏକ ଯୋଜନା କରି ଇଂରେଜମାନେ ତାଙ୍କୁ ଛଳନା କରି ଧରିଥିଲେ ଏବଂ ଜେଲରେ ବିଷ ପ୍ରୟୋଗ କରି ତାଙ୍କୁ ହତ୍ୟା କରିଥିଲେ। ଭାରତୀୟ ଜନଜାତୀୟ ଏବଂ ସାଂସ୍କୃତିକ ଚେତନାର ପ୍ରହରୀ ଭାବରେ ତାଙ୍କର ଅବଦାନ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି।