ସ୍ୱାମୀ ପ୍ରଭୁପାଦ

ଆଜି ଆମେ ସ୍ମରଣ କରିବା ସେହି ମହାପୁରୁଷଙ୍କୁ, ଯିଏ ଭାରତୀୟ ବୈଷ୍ଣବ ପରମ୍ପରା ତଥା ଶ୍ରୀକୃଷ୍ଣ ଭକ୍ତିକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବାରେ ଏକ ଐତିହାସିକ ଅବଦାନ ରଖିଛନ୍ତି—ସେ ହେଉଛନ୍ତି ଜଗତଗୁରୁ ସ୍ୱାମୀ ପ୍ରଭୁପାଦ।

ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ସନାତନ ବୈଦିକ ଜ୍ଞାନର ପ୍ରଚାର ଏବଂ ପ୍ରସାର ପାଇଁ ସମର୍ପଣ କରିଦେଇଥିଲେ। ୧୯୬୫ ମସିହାରେ ଅତ୍ୟନ୍ତ ସୀମିତ ସାଧନ ସହିତ ସମୁଦ୍ର ଯାତ୍ରା କରି ସେ ଆମେରିକା ପହଞ୍ଚିଥିଲେ ଏବଂ ୧୯୬୬ ମସିହାରେ ସେ ‘ଇଣ୍ଟରନ୍ୟାସନାଲ୍ ସୋସାଇଟି ଫର୍ କ୍ରିଷ୍ଣା କନସସନେସ୍’ ଅର୍ଥାତ୍ ‘ଇସ୍କନ୍’ ପ୍ରତିଷ୍ଠା କରିଥିଲେ।

ସେ ଶ୍ରୀମଦ୍ଭଗବଦ୍‌ଗୀତା, ଶ୍ରୀମଦ୍ଭଗବତମ୍ ତଥା ଶ୍ରୀ ଚୈତନ୍ୟ ଚରିତାମୃତ ସମେତ ୭୦ରୁ ଅଧିକ ଗ୍ରନ୍ଥର ପ୍ରାମାଣିକ ଭାଷ୍ୟ ଏବଂ ଅନୁବାଦ କରିଥିଲେ। ତାଙ୍କର ଏହି ଗ୍ରନ୍ଥଗୁଡ଼ିକ ଅନେକ ଭାଷାରେ ଅନୁବାଦିତ ହୋଇ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନର ଏକ ପ୍ରମୁଖ ବିଷୟ ପାଲଟିଛି।

ତାଙ୍କର ଅକ୍ଳାନ୍ତ ପ୍ରୟାସ ଦ୍ୱାରା ବିଶ୍ୱବ୍ୟାପୀ କୀର୍ତ୍ତନ, ଭକ୍ତିଯୋଗ, ବୈଦିକ ସଂସ୍କୃତି, ଶାକାହାର ତଥା ଭାରତୀୟ ଆଧ୍ୟାତ୍ମିକ ପରମ୍ପରାର ବ୍ୟାପକ ପ୍ରଚାର ହୋଇପାରିଥିଲା। ବୃନ୍ଦାବନ ଏବଂ ମାୟାପୁର ସମେତ ଅନେକ ସାଂସ୍କୃତିକ ଓ ଆଧ୍ୟାତ୍ମିକ କେନ୍ଦ୍ର ପ୍ରତିଷ୍ଠା କରି ସେ ଭାରତୀୟ ସଂସ୍କୃତିକୁ ବିଶ୍ୱସ୍ତରରେ ଏକ ନିଆରା ପରିଚୟ ଦେବାରେ ଅମୂଲ୍ୟ ଅବଦାନ ରଖିଛନ୍ତି।

Leave a Reply

Your email address will not be published. Required fields are marked *