
ସଂଘ ଅନୁଭବଶାଳାର ଶୁଭାରମ୍ଭ
ସରସଂଘଚାଳକ ଡା. ମୋହନ ଭାଗବତଙ୍କ କରକମଳରେ ସୁଦର୍ଶନ ଭବନରେ ସଂଘ ଅନୁଭବଶାଳାର ଲୋକାର୍ପଣ ।
ସେ ଅନୁଭବଶାଳାକୁ ‘ଗାଗରରେ ସାଗର’ ବୋଲି ବର୍ଣ୍ଣନା କରି, ଏହାକୁ ସାଧାରଣ ଜନତା ଏବଂ ସ୍ୱୟଂସେବକମାନଙ୍କ ପାଇଁ ସଂଘକୁ ଜାଣିବାରେ ସହାୟକ ହେବ ବୋଲି କହିଛନ୍ତି। ଏହା ସଂଘର ପ୍ରତ୍ୟକ୍ଷ ଦର୍ଶନ କରାଉଥିବା ଏକ ଅନୁଭବଶାଳା ଅଟେ।
ମୋହନ ଭାଗବତ ଜୀ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପ୍ରଦର୍ଶନୀର ଅବଲୋକନ କରିଥିଲେ। କାର୍ଯ୍ୟକ୍ରମରେ ସଂଘ ଅନୁଭବଶାଳାର ସୃଜନକର୍ତ୍ତାମାନଙ୍କୁ ସମ୍ମାନିତ କରାଯାଇଥିଲା।
ଗାଗରରେ ସାଗର’ ସଦୃଶ ଏହି ଅନୁଭବଶାଳା – ସରସଂଘଚାଳକ ମୋହନ ଭାଗବତ ଜୀ
ଇନ୍ଦୋର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତାବ୍ଦୀ ବର୍ଷ ଅବସରରେ ଆୟୋଜିତ ଅନେକ କାର୍ଯ୍ୟକ୍ରମ ଏବଂ ସମ୍ପର୍କ-ସଂବାଦ ମାଧ୍ୟମରେ ସଂଘର ଶହେ ବର୍ଷର ତପସ୍ୟା ଯାତ୍ରା ସହିତ ସମାଜର ଏକ ବଡ଼ ବର୍ଗ ପରିଚିତ ହୋଇଛନ୍ତି। ଏହି ଭାବକୁ ନେଇ ଡା. ହେଡ୍ଗେୱାର ସ୍ମାରକ ସମିତିର ସୁଦର୍ଶନ ଭବନରେ ‘ସଂଘ ଅନୁଭବଶାଳା’ ନିର୍ମାଣ କରାଯାଇଛି।
ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ଡା. ମୋହନ ଭାଗବତ ସଂଘ ଅନୁଭବଶାଳାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସମାଜର ପ୍ରବୁଦ୍ଧ ନାଗରିକ ଏବଂ ସ୍ବୟଂସେବକମାନେ ଉପସ୍ଥିତ ଥିଲେ। ମୋହନ ଭାଗବତ ଜୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଲୋକାର୍ପଣ କାର୍ଯ୍ୟକ୍ରମରେ ସଂଘ ଅନୁଭବଶାଳାର ନିର୍ମାତାମାନଙ୍କୁ ସମ୍ମାନିତ କରାଯାଇଥିଲା।
ସରସଂଘଚାଳକ ଜୀ କହିଛନ୍ତି ଯେ ‘ଅନୁଭବଶାଳା’ ନାମଟି ସାର୍ଥକ ଅଟେ। ସଂଘକୁ କୌଣସି ପ୍ରଦର୍ଶନ କରିବାର ନାହିଁ। ସଂଘ ଏକ ଅନନ୍ୟ ସଂଗଠନ, ଏହାପରି ଅନ୍ୟ କେହି ନାହିଁ, ତେଣୁ ସଂଘକୁ ଜାଣିବା ପାଇଁ ଅନୁଭବଶାଳା ଏକ ଉତ୍ତମ ପ୍ରୟୋଗ। ସମଗ୍ର ବିଶ୍ୱ ଏବଂ ନିକଟ ଅତୀତରେ ସଂଘ ଭଳି କୌଣସି ସଂଗଠନ କିମ୍ବା କାର୍ଯ୍ୟ ହୋଇନାହିଁ।
ପରିସ୍ଥିତି ଅନୁଯାୟୀ ପରିବର୍ତ୍ତନ ହେବାର ସାମଥ୍ୟ ଥିବା ସଂଘରେ କେତେକ କଥା ଅପରିବର୍ତ୍ତନୀୟ ଅଟେ। ଏହାକୁ ବୁଝିବା ପାଇଁ ମଧ୍ୟ ଅନୁଭବର ଆବଶ୍ୟକତା ରହିଛି। ସଂଘର ଅନୁଭବ, ସଂଘର କୌଣସି କାର୍ଯ୍ୟକ୍ରମରେ ତିନି-ଚାରି ଦିନ ସାଥୀରେ ରହି ପ୍ରାପ୍ତ କରାଯାଇପାରିବ। ସଂଘ ଜାଣିବା ଏବଂ ବୁଝିବା ଯୋଗ୍ୟ, ଏହି କଥା ଅନୁଭବଶାଳାରୁ ବୁଝି ହୋଇଥାଏ।
ସେ କହିଛନ୍ତି ଯେ ସଂଘକୁ ବୁଝିବା ପାଇଁ ଲୋକମାନେ କାର୍ଯ୍ୟାଳୟକୁ ଆସିଥାଆନ୍ତି, ସେଠାରେ କାର୍ଯ୍ୟର ପରିବେଶ ବୁଝାପଡ଼େ। ‘ଗାଗରରେ ସାଗର’ ଭରିବା ଭଳି ଏହି ପ୍ରଦର୍ଶନୀ ହେଉଛି ଅନୁଭବଶାଳା। ସଂଘର ପ୍ରତ୍ୟକ୍ଷ ଦର୍ଶନ କରାଉଥିବା ଏହି ଅନୁଭବଶାଳା ଅଟେ।
ମୋହିତ ଜୈନ କହିଛନ୍ତି ଯେ ‘ଗୋଟିଏ ବିଚାର, ଗୋଟିଏ ଯାତ୍ରା — ରାଷ୍ଟ୍ର ପ୍ରଥମ’ ଭାବନା ଉପରେ ଆଧାରିତ ଏହି ଅନୁଭବଶାଳା, ସଂଘର ଶହେ ବର୍ଷର ଯାତ୍ରା, ସଂଘର ବିଚାର, କାର୍ଯ୍ୟପଦ୍ଧତି ଏବଂ ସମାଜ ଜୀବନରେ ଅବଦାନକୁ ସରଳ ଏବଂ ରୋଚକ ରୂପରେ ଉପସ୍ଥାପନ କରେ। ଅନୁଭବଶାଳାରେ ଆଗନ୍ତୁକମାନଙ୍କୁ ତିନୋଟି ମୂଳ ପ୍ରଶ୍ନର ଉତ୍ତର ବିଭିନ୍ନ ପ୍ରଦର୍ଶନୀ ମାଧ୍ୟମରେ ମିଳିଥାଏ:
- ‘ସଂଘ କ’ଣ?’
- ‘ଏହାର ପ୍ରତିଷ୍ଠା କାହିଁକି ହେଲା?’
- ‘ସଂଘ କିପରି କାର୍ଯ୍ୟ କରେ?’
ଭାରତର ଜ୍ଞାନ-ପରମ୍ପରାଠାରୁ ସଂଘର ଶତାବ୍ଦୀ ଯାତ୍ରା ପର୍ଯ୍ୟନ୍ତ ପ୍ରଦର୍ଶନୀର ଏହି ଯାତ୍ରା ଭାରତର ପ୍ରାଚୀନ ସଭ୍ୟତା ଏବଂ ଜ୍ଞାନ-ପରମ୍ପରାରୁ ଆରମ୍ଭ ହୋଇଥାଏ।
ପଞ୍ଚ ପରିବର୍ତ୍ତନର ଆୟାମ
ଏହି ପ୍ରଦର୍ଶନୀରେ ‘ପଞ୍ଚ ପରିବର୍ତ୍ତନ’ ର ପାଞ୍ଚୋଟି ଆୟାମକୁ ଦୈନନ୍ଦିନ ଜୀବନ ସହିତ ଯୋଡ଼ି ବୁଝାଯାଇଛି:
- ସାମାଜିକ ସମରସତା
- କୁଟୁମ୍ବ ପ୍ରବୋଧନ
- ପରିବେଶ ସଂରକ୍ଷଣ
- ସ୍ବଦେଶୀ ଜୀବନଶୈଳୀ
- ନାଗରିକ କର୍ତ୍ତବ୍ୟ
ସଂଘ ଅନୁଭବଶାଳାର ଉଦ୍ଦେଶ୍ୟ ହେଉଛି ନୂତନ ପିଢ଼ିକୁ ଭାରତର ସଂସ୍କୃତି ସହିତ ପରିଚିତ କରାଇବା, ସେବା ଏବଂ ସାମାଜିକ ଦାୟିତ୍ୱବୋଧର ଭାବ ଜାଗ୍ରତ କରିବା ତଥା ‘ରାଷ୍ଟ୍ର ପ୍ରଥମ’ର ବିଚାରକୁ ବ୍ୟବହାରରେ ଆପଣାଇବା ପାଇଁ ପ୍ରେରିତ କରିବା।
କାର୍ଯ୍ୟକ୍ରମର ପରିଚାଳନା ଡା. ହେଡ୍ଗେୱାର ସ୍ମାରକ ସମିତିର ଉମେଶ ବର୍ମା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ ସମିତିର ସଚିବ ରାକେଶ ଯାଦବ କରିଥିଲେ। କାର୍ଯ୍ୟକ୍ରମ ପରେ ଉପସ୍ଥିତ ସମାଜଜନ ଏବଂ ସ୍ବୟଂସେବକମାନେ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଉଚ୍ଚ ପ୍ରଯୁକ୍ତିବିଦ୍ୟା ଏବଂ ଉତ୍କୃଷ୍ଟ କଳା ମାଧ୍ୟମରେ ଏହି ପ୍ରଦର୍ଶନୀର ନିର୍ମାଣ କରାଯାଇଛି। ଭିଡିଓ ଗ୍ୟାଲେରୀ, ଚିତ୍ର ଏବଂ ଲେଖାଗୁଡ଼ିକ ମାଧ୍ୟମରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରତିଷ୍ଠାର ପୃଷ୍ଠଭୂମି, କ୍ରମିକ ବିସ୍ତାର ଏବଂ ସମାଜ କାର୍ଯ୍ୟ ଦୃଢ଼ୀକରଣର ପ୍ରତ୍ୟକ୍ଷ ଦର୍ଶନ ଏହି ପ୍ରଦର୍ଶନୀରେ ଅନୁଭୂତ ହୋଇଥାଏ।
ଏହି ପ୍ରଦର୍ଶନୀ ସମାଜର ମାଗଣା ପରିଦର୍ଶନ ପାଇଁ ସେପ୍ଟେମ୍ବର ୨୭ ତାରିଖରୁ ପ୍ରତିଦିନ ପ୍ରାତଃ ୯:୦୦ ଟାରୁ ରାତ୍ରି ୮:୦୦ ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ। ପ୍ରଦର୍ଶନୀ ସ୍ଥଳରେ ଆଗନ୍ତୁକମାନଙ୍କୁ ସଂଘ ସାହିତ୍ୟ ତଥା ଭାରତୀୟ ସଂସ୍କୃତିର ଅନୁଭବ କରାଉଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ରହିବ।