ବୈଶିଙ୍ଗା ଥାନା ଅଧୀନ ଜାତୀୟ ରାଜପଥ-୧୮ର ହାତୀଝୁରି ନିକଟରେ ଗୋରୁ ଚାଲାଣ ସନ୍ଦେହରେ ଏକ କଣ୍ଟେନରକୁ ଅଟକାଇ ୪୦ରୁ ଅଧିକ ଗୋରୁ ଉଦ୍ଧାର କରାଯାଇଛି। ରାତି ପ୍ରାୟ ୧୧ଟାରେ ବିଆର୍-୦୬-ଜିବି-୪୬୦୩ ନମ୍ବର କଣ୍ଟେନରଟି ଯାଉଥିବା ବେଳେ ସନ୍ଦେହ ହେବାରୁ ବେତନଟୀ ମଣ୍ଡଳ ବିଜେପି ସଭାପତିଙ୍କ ନେତୃତ୍ୱରେ ୨୦ରୁ ଅଧିକ ଯୁବକ ଏହାକୁ ପିଛା କରିଥିଲେ।
ପରେ ହାତୀଝୁରି ନିକଟରେ କଣ୍ଟେନରଟିକୁ ଅଟକାଯାଇଥିଲା। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନରରୁ ୪୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଥିଲା। ବାରିପଦାରୁ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, କଣ୍ଟେନରଟି ବିହାରରୁ ବିଶାଖାପାଟଣା ଯାଉଥିଲା। ଘଟଣା ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।