ଭୁବନେଶ୍ୱର, ୨୮ ଜୁଲାଇ: ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିଅମ ଠାରେ ବିଶ୍ଵ ସମ୍ବାଦ କେନ୍ଦ୍ର ଆନୁକୂଲ୍ୟରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସ୍ମୃତି ନ୍ୟାସ ପକ୍ଷରୁ ମଙ୍ଗଳବାର ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜୀବନୀ ଆଧାରିତ ପୁସ୍ତକ ‘ କୃତି ଓ ବ୍ୟକ୍ତିତ୍ଵ’ ଉନ୍ମୋଚିତ ହୋଇଯାଇଅଛି। ଏହି କାର୍ଯ୍ଯକ୍ରମରେ ସ୍ୱାମୀ ପରମହଂସ ପ୍ରଜ୍ଞାନାନନ୍ଦ ଆଶୀର୍ବଚନ ପ୍ରଦାନ କରି ଶ୍ରୀ ଗୁରୁପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପୂଜ୍ୟ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ରଚିତ ଗ୍ରନ୍ଥ ଉନ୍ମୋଚନ ଅବସରରେ ମଞ୍ଚାସିନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସ୍ୱାମୀଜୀଙ୍କ ୩ ଟି ଲକ୍ଷ୍ୟ ଥିଲା ବୋଲି ସେ କହିଥିଲେ। ଗୋହତ୍ୟା କଳଙ୍କ ଲୋପ ହୋଉ, ଭାରତର ଭୂମିରେ ଗୋ ରକ୍ତ ନ ପଡୁ ଆଦି କହିଥିଲେ । ଓଡ଼ିଶାରେ ୧୯୬୦ ମସିହାରେ ଗୋହତ୍ୟା ନିରୋଧ କରାଯାଇଥିଲା । ଭୂପେନ ବାବୁ ସ୍ୱାମୀଜୀଙ୍କୁ ଓଡ଼ିଶାରେ ଧର୍ମ ଜାଗରଣ ପାଇଁ ଅଟକାଇଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ଧର୍ମାନ୍ତରୀକରଣ ଉପରେ ଆଇନ ଆସିଥିଲା । ଓଡ଼ିଶାରେ ହେଉଥିବା ଧର୍ମାନ୍ତରୀକରଣ ଉପରେ ବିରୋଧ କରି ସ୍ୱାମୀଜୀ ବଳିଦାନ ଦେଇଥିଲେ। ସମସ୍ତଙ୍କୁ ତଥା ମୁଖ୍ୟମନ୍ତ୍ରୀଙ୍କୁ ଗୋରକ୍ଷା ପାଇଁ କଠୋର ଆଇନ ଆଣିବାକୁ ସେ ଆହ୍ୱାନ ଦେଇଥିଲେ । ତାହା ସ୍ୱାମୀଜୀଙ୍କ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ ।