ଦାଭାଙ୍ଗେରେରୁ ସନ୍ଦିଗ୍ଧ ଆତଙ୍କବାଦୀ ସୁହେଲ ଗିରଫ
ଅଯୋଧ୍ୟାର ରାମ ମନ୍ଦିରରେ ବୋମା ବିସ୍ଫୋରଣ ପାଇଁ ଏକ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। କର୍ଣ୍ଣାଟକ ପୋଲିସ ସହାୟତାରେ NIA ଏବଂ ATS, ଦାଭାଙ୍ଗେରେରୁ ସନ୍ଦିଗ୍ଧ ଆତଙ୍କବାଦୀ ସୁହେଲକୁ ଗିରଫ କରିଛି। ସୁହେଲର ମୋବାଇଲ ଫୋନ୍ ଯାଞ୍ଚରୁ ପାକିସ୍ତାନୀ ନମ୍ବର ସହିତ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଥିଲା।
ଅଯୋଧ୍ୟାର ରାମ ମନ୍ଦିରରେ ବୋମା ବିସ୍ଫୋରଣ ପାଇଁ ଏକ ଷଡ଼ଯନ୍ତ୍ରର ହୋଇଥିଲା। ଏନ୍ଆଇଏ ଏବଂ ଏଟିଏସ୍ ଦ୍ବାରା ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫସା କରାଯାଇଛି ଏବଂ ଉତ୍ତରପ୍ରଦେଶର ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଏହି ମାମଲାରେ କର୍ଣ୍ଣାଟକର ଦବଙ୍ଗେରେରୁ ଗିରଫ କରାଯାଇଛି। ଅଯୋଧ୍ୟା ରାମ ମନ୍ଦିରକୁ ଟାର୍ଗେଟ୍ କରିବାପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ଉକ୍ତ ସନ୍ଦିଗ୍ଧ ଆତଙ୍କବାଦୀ ସ୍ବୀକାର କରିଛି। ଅଭିଯୁକ୍ତର ମୋବାଇଲ ଫୋନ୍ରୁ ପାକିସ୍ତାନୀ ନମ୍ବର, କିଛି ସନ୍ଦେହଜନକ ହ୍ବାଟ୍ସଆପ୍ ଗ୍ରୁପ୍ ଏବଂ କିଛି ଅସ୍ତ୍ରଶସ୍ତ୍ର ସହ ଉଠାଯାଇଥିବା ଫଟୋ ମିଳିଛି। ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତ ସଂକ୍ରାନ୍ତରେ ସୂଚନା ମଧ୍ୟ ଉତ୍ତରପ୍ରଦେଶ ସରକାରକୁ ପଠାଯାଇଛି। ଅଭିଯୁକ୍ତ ଶାହଜହନପୁର ବାସିନ୍ଦା ବୋଲି ପ୍ରଥମେ ଆଲୋଚନା ହେବାପରେ ଏକାଧିକ ଟିମ୍ ଏଠାରେ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲେ।
ଅନ୍ୟପକ୍ଷେ କର୍ଣ୍ଣାଟକର ଦବଙ୍ଗେରେ ଅଧୀନସ୍ଥ ହରିହରରୁ ଏନଆଇଏ, ଏଟିଏସ୍ ଏବଂ ପୁଲିସ ଟିମ୍ ସୁହେଲକୁ ଗିରଫ କରିଛନ୍ତି। ସେ ଉତ୍ତରପ୍ରଦେଶ ଶାହରନପୁର୍ ଗଙ୍ଗା ଥାନା ଅଞ୍ଚଳର ଲକ୍ଷ୍ନୌତି ଗ୍ରାମ ବାସିନ୍ଦା। ସୁହେଲ ହରିହରର ଏକ ଶିଳ୍ପାଞ୍ଚଳରେ ଜଣେ ପେଣ୍ଟର ଭାବେ କାମ କରୁଥିଲା। ସେ ଜଣେ ସାଧାରଣ ଶ୍ରମିକ ବେଶରେ ରହିଥିଲା। ଏଟିଏସ୍ ଏବଂ ପୁଲିସ ତାକୁ ଜେରା କରିବାପରେ ସେ ସ୍ବୀକାର କରିଛି ଯେ ଯେ ଅଯୋଧ୍ୟା ରାମ ମନ୍ଦିରରେ ବୋମା ଖଞ୍ଜିବାକୁ ଯୋଜନା କରିଥିଲା। ୨୦ ବର୍ଷୀୟ ସୁହେଲର ମୋବାଇଲ ଫୋନ୍ ଯାଞ୍ଚ୍ କରିବା ସମୟରେ ଏକ ପାକିସ୍ତାନୀ ନମ୍ବର ମିଳିଥିଲା ଏବଂ ଏହା ରାଣା ବୟ ନାମରେ ସେଭ୍ ହୋଇଥିଲା। ଏହି ନମ୍ବରକୁ ହ୍ବାଟ୍ସଆପ୍ କଲ୍ ମଧ୍ୟ କରାଯାଇଥିଲା। ସୁହେଲ କହିଛି ଏହି ଷଡ଼ଯନ୍ତ୍ରରେ ଆହୁରି ଅନେକ ଲୋକ ସମ୍ପୃକ୍ତ ଥିଲେ।
ସମସ୍ତେ ପାକିସ୍ତାନ ନିର୍ଦ୍ଦେଶରେ କାମ କରୁଥିଲେ। ତେବେ ସୁହେଲ ସହ ଅନ୍ୟ କେଉଁମାନେ ଅଛନ୍ତି ତାହା ଜାଣିବାପାଇଁ ତଦନ୍ତ ତ୍ବରାନ୍ବିତ ହୋଇଛି। ଶାହରନପୁର ଏସ୍ପି ରୁରାଲ ମୟଙ୍କ ପାଠକ ଉକ୍ତ ଘଟଣା ସଂକ୍ରାନ୍ତରେ ଟିପ୍ପଣୀ ରଖି କହିଛନ୍ତି, ଗଙ୍ଗୋ ଥାନାକୁ ବୁଧବାର ସନ୍ଧ୍ୟାରେ କର୍ଣ୍ଣାଟକରୁ ଏକ ଫୋନ୍ କଲ୍ ଆସିଥିଲା। କର୍ଣ୍ଣାଟକରୁ ଗିରଫ ହୋଇଥିବା ଶାହରନପୁର ବାସିନ୍ଦା ସୁହେଲ ସଂକ୍ରାନ୍ତରେ ଏକ ଇମେଲ୍ ପଠାଯାଇଛି ବୋଲି କଲ୍ କରିଥିବା ବ୍ୟକ୍ତି ଦର୍ଶାଇଥିଲେ। ପରବର୍ତ୍ତୀ ସୂଚନା ପାଇବାପରେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହେବ। ଶାହରନପୁର ରେଞ୍ଜ ଡିଆଇଜି ଅଭିଷେକ ସିଂହ କହିଛନ୍ତି, ଯଦି କୌଣସି ଏଜେନ୍ସି ସହଯୋଗ ପାଇଁ ଅନୁରୋଧ କରିବ ତେବେ ସ୍ଥାନୀୟ ପୁଲିସ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବ। ଦବଙ୍ଗେରେ ଏସ୍ପି ଶେଖର ଏଚ୍ ଟେକ୍କନୱର କହିଛନ୍ତି ଯେ ସୁହେଲ ପାକିସ୍ତାନୀ ନମ୍ବରକୁ ବାରମ୍ବାର ଯୋଗାଯୋଗ କରିଥିଲେ। ଜୁନ୍ ୪ରେ ମଧ୍ୟ ୨ ଜଣ ସନ୍ଦିଗ୍ଧ ଗିରଫ ହୋଇଥିଲେ ବୋଲି ସେ କହିଛନ୍ତି।