ବାଂଶପାଳ:ଅଲେଖ ବାବାଙ୍କୁ ହତ୍ୟା । ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ । ପ୍ରାଣ ହରାଇଥିବା ଅଲେଖ ବାବା ହେଲେ ଶ୍ରୀକାନ୍ତ ମହାକୁଡ ।
ସୂଚନାନୁସାରେ,ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅନ୍ତର୍ଗତ ଆମୁଣି ଗାଁରେ । ଶ୍ରୀକାନ୍ତ ଶୁକ୍ରବାର ଭୋର୍ ସମୟରେ .ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ହତ୍ୟା କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।
ଅଲେଖ ଦୀକ୍ଷା ନେଇଥିବା ଶ୍ରୀକାନ୍ତ ଗାଁ ପାଖ ବିନିଦାରେ ଥିବା ମହିମା ମଠରେ ପୂଜା ପାଠ କରନ୍ତି । ପ୍ରତିଦିନ ପରି ଶୁକ୍ରବାର ମଧ୍ୟ ତାଙ୍କ ଘର ଠାରୁ କିଛି ଦୂରରେ ଥିବା ପୋଖରୀକୁ ସେ ଗାଧୋଇବାକୁ ଯାଇଥିଲେ । ହେଲେ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି ।
ସବୁଠାରୁ ବଡ କଥା ହେଲା ଯେ, ହତ୍ୟାକାଣ୍ଡର କାରଣ ଜଣା ପଡିନାହିଁ । ଘଟଣାକୁ ଲୋକେ ନିନ୍ଦା କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରୁଛନ୍ତି । ସଦର ଥାନା ପୋଲିସ, ଶୁଆକାଟି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।