ନାଇଜରର ରାଜଧାନୀ ନିଆମେସ୍ଥିତ ଡିଓରି ହାମାନି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଗୁରୁବାର ସକାଳେ ସଶସ୍ତ୍ର ଆକ୍ରମଣକାରୀ ଆକ୍ରମଣ କରିଛନ୍ତି। ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ଏହି ଆକ୍ରମଣରେ ୧୧ ସୈନିକ ଏବଂ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଗତ ଜାନୁଆରିରେ ଏକ ବଡ଼ ଆକ୍ରମଣର ପାଞ୍ଚ ମାସ ପରେ ଏହି ଆକ୍ରମଣ ହୋଇଛି। ଏକ ଇସଲାମିକ୍ ଷ୍ଟେଟ୍ ସହଯୋଗୀ ବିମାନବନ୍ଦର କମ୍ପ୍ଲେକ୍ସ ଉପରେ ଆକ୍ରମଣ କରିଥିଲା। ନିଆମେ ବିମାନବନ୍ଦର ନାଇଜରର ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି। ଜି୫ ସାହେଲ ଆତଙ୍କବାଦ ବିରୋଧୀ ବାହିନୀ, ରୁଷିଆ ସୈନ୍ୟ ଏବଂ ଏକ ଡ୍ରୋନ୍ ୟୁନିଟ୍ ସେଠାରେ ମୁତୟନ ଅଛନ୍ତି। ବିମାନବନ୍ଦରରେ ୟୁରାନିୟମ୍ ମଧ୍ୟ ସଂରକ୍ଷଣ କରାଯାଇଛି। ସମ୍ପ୍ରତି, କର୍ତ୍ତୃପକ୍ଷ ଆତଙ୍କବାଦୀ ଅନୁପ୍ରବେଶର ସମ୍ଭାବନାକୁ ଦର୍ଶାଇ ବିମାନବନ୍ଦର ଚାରିପାଖରେ ଥିବା ଅବୈଧ ବସତିକୁ ଭାଙ୍ଗିବା ଆରମ୍ଭ କରିଛନ୍ତି। ବିମାନବନ୍ଦର ସୁରକ୍ଷାକୁ ବୃଦ୍ଧି କରିବା ପାଇଁ, ପରିଧି ପ୍ରାଚୀରକୁ ବିସ୍ତାର କରାଯାଇଥିଲା ଏବଂ ୩୫୦ରୁ ଅଧିକ ସୁରକ୍ଷା କ୍ୟାମେରା ଲଗାଯାଇଥିଲା।
ସୂଚନାଯୋଗ୍ୟ ଯେ,ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଟେଲିଭିଜନରେ ପଢ଼ାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ସ୍ଥାନୀୟ ଜୁନ 18 ତାରିଖ ଦିନ ସମୟ ପ୍ରାୟ ସକାଳ ୬ଟାରେ ଏହି ଆକ୍ରମଣ ଘଟିଥିଲା। ଆକ୍ରମଣକାରୀମାନେ ଏକ ଟ୍ୟାକ୍ସିରେ ସୁରକ୍ଷା ଚୌକି ନିକଟରେ ପହଞ୍ଚିଥିଲେ ଏବଂ ତା’ପରେ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରିଥିଲେ। କିଛି ଘଣ୍ଟା ଧରି ଅଞ୍ଚଳରେ ପ୍ରବଳ ଗୁଳିବର୍ଷା ହୋଇଥିଲା।