ଯାହାଙ୍କ କାନ୍ଧରେ ଭାରତର ଭବିଷ୍ୟତ ରହିଛି, ସେହି ହିନ୍ଦୁ ସମାଜ ଏବେ ସଂଗଠିତ ଏବଂ ଜାଗ୍ରତ ହେଉଛି

ନାଗପୁର,୪/୬:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-(ଦ୍ୱିତୀୟର) ସମାପନ ସମାରୋହ ୪ ଜୁନ ୨୦୨୬ ଗୁରୁବାର ଦିନ ରେଶିମବାଗ ମୈଦାନରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଖିଳ ଭାରତୀୟ ବର୍ଗର ସମାପନ ଉତ୍ସବରେ ପ୍ରଖ୍ୟାତ ଶିଳ୍ପପତି ପଦ୍ମଭୂଷଣ କୁମାର ମଙ୍ଗଳମ୍ ବିର୍ଲା ମୁଖ୍ୟ ଅତିଥି ଥିଲେ ଏବଂ ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଜୀ ଙ୍କ ଉଦ୍‌ବୋଧନ ହୋଇଥିଲା। ସାରା ଦେଶରୁ ନିମନ୍ତ୍ରିତ ବିଶେଷ ଅତିଥିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଭାରତ ଭୂଷଣ ତ୍ୟାଗୀ, ପୂଜ୍ୟ ଶ୍ରୀ ଯୋଗୀ ଭବନନାଥ ଜୀ ମହାରାଜ, ମହାରାଜା ଗଜ ସିଂହ ଜୀ, ଗୋପାଳଭାଇ ମାଭଜୀ ଗୋରସିଆ, ଦିବ୍ୟମ୍ ଜୀ ତ୍ରିପାଠି ଏବଂ ଭାର୍ଗବଭାଇ ସୁଥାର ଉପସ୍ଥିତ ଥିଲେ।

ସମାପନ ଉତ୍ସବରେ ସରସଂଘଚାଳକ ଡକ୍ଟର ମୋହନ ଭାଗବତଙ୍କ ଅଭିଭାଷଣର ମୁଖ୍ୟ ବିନ୍ଦୁ…

-ଆମେ ବାଧା ସୃଷ୍ଟିକାରୀ ଶକ୍ତିକୁ ସଫଳ ହେବାକୁ ଦେବା ନାହିଁ । ଯଶସ୍ୱୀ ହୋଇ ଦୁନିଆକୁ ଏକ ନୂତନ ମାର୍ଗ ଦେଖାଉଥିବା ଭାରତ ନିର୍ମାଣ କରିବା ।
-ଭାରତର ସମୟ ଆସିଯାଇଛି; ଆମକୁ ଆମର ପ୍ରସ୍ତୁତି ତ୍ୱରାନ୍ୱିତ କରିବାକୁ ପଡିବ।
-ଯାହା କାନ୍ଧରେ ଭାରତର ଭବିଷ୍ୟତ ରହିଛି, ସେହି ହିନ୍ଦୁ ସମାଜ ଏବେ ସଂଗଠିତ ଏବଂ ଜାଗ୍ରତ ହେଉଛି।
-ସଂଘ ଶତାବ୍ଦୀ ବର୍ଷର ଦୁଇ-ତୃତୀୟାଂଶ ସମୟରେ ଏହି କାର୍ଯ୍ୟକର୍ତ୍ତା ବର୍ଗ ଅନୁଷ୍ଠିତ ହେଉଛି। ଏହି ସମୟରେ ସମାଜ ସଂପର୍କ ଅଭିଯାନର ବହୁତ ଭଲ ଅନୁଭବ ପ୍ରାପ୍ତ କରିଛୁ।
-ଭାରତ ନିମନ୍ତେ ପ୍ରଗତି ପାଇଁ ସ୍ଥିତି ଅନୁକୂଳ। ପରିସ୍ଥିତିଗୁଡ଼ିକ ମଧ୍ୟ ସେହି ଅନୁସାରେ ବିକଶିତ ହେଉଛି। ମୁଖ୍ୟ ଅତିଥି ବିର୍ଲା ଜୀ ମଧ୍ୟ ଏହା ଅନୁଭବ କରିଛନ୍ତି।
-ପରିସ୍ଥିତିକୁ ନିୟନ୍ତ୍ରଣ କରିବା କେବଳ ସେମାନଙ୍କ ପାଇଁ ସମ୍ଭବ ଯେଉଁମାନେ ଏହାକୁ ନିୟନ୍ତ୍ରଣ କରିବାର ବିଚାର ନେଇ ଆଗେଇ ଆସନ୍ତି।

-ବ୍ୟକ୍ତିଗତ ସ୍ୱାଧୀନତା, ସାମାଜିକ ସ୍ୱାଧୀନତା ଏବଂ ସଂସାରର ପାଳନପୋଷଣକୁ ବିଶ୍ୱ ପୃଥକ ଭାବରେ ବୁଝିଥାଏ , କିନ୍ତୁ ଏଗୁଡ଼ିକ ଏକାଠି କିପରି ପାଳନ କରାଯିବ ତାହା ଜାଣେ ନାହିଁ।

-ବିଶ୍ୱକୁ ଭାରତର ଆବଶ୍ୟକତା ରହିଛି କାରଣ କେବଳ ଭାରତ ହିଁ ବିଶ୍ୱକୁ ଏକତ୍ର କରି ବିକାଶର କଳ୍ପନା କରିପାରେ।

-ଅର୍ଥ ଏବଂ କାମ ଜୀବନ ପାଇଁ ଅତ୍ୟାବଶ୍ୟକ; ବିରକ୍ତି ମୁକ୍ତି ପାଇଁ ପରିସ୍ଥିତି ସୃଷ୍ଟି କରେ, କିନ୍ତୁ ବିଶ୍ୱ ଜାଣିନାହିଁ ଯେ ଏହି ସବୁକୁ ଏକକାଳୀନ କିପରି ହାସଲ କରିହେବ।

-ଭାରତର ସମୟ ଆସିଛି। ଦ୍ୱନ୍ଦ୍ୱ , ସ୍ୱାର୍ଥପରତାରେ ଫସି ରହିଥିବା, ନିଜର ବିକାଶ ଏବଂ ବ୍ରହ୍ମାଣ୍ଡର ବିନାଶ ମଧ୍ୟରେ ଏକ ମଧ୍ୟମ ପଥ ଖୋଜି ପାରୁନ ଥିବା – ଏହି ବିଶ୍ୱକୁ ଭାରତ ଏବଂ କେବଳ ଭାରତ ହିଁ ଆବଶ୍ୟକତା ରହିଛି।

-ଏ ସମସ୍ତ ଜ୍ଞାନ ପୁସ୍ତକରେ ଅଛି, ଏପରିକି ବକ୍ତୃତାରେ ମଧ୍ୟ ଏହା ଶିକ୍ଷା ଦିଆଯାଏ, କିନ୍ତୁ ଏହା ଅନ୍ତର୍ନିହିତ ନୁହେଁ। ଫଳାଫଳ ଅଭ୍ୟାସ (ପ୍ରକୃତି)ରୁ ଆସିଥାଏ।
ସଂସ୍କୃତି, ସଭ୍ୟତା, ଜ୍ଞାନ ଏବଂ ବିଜ୍ଞାନ ଥିବା ସତ୍ତ୍ୱେ, ଆମେ କାହିଁକି ୧,୦୦୦ ବର୍ଷର ଦାସତ୍ୱ ସହ୍ୟ କରିଥିଲୁ?
-ସଂଘ ଏକ ପଦ୍ଧତି ବିକଶିତ କରିଥିଲା ଯାହାଦ୍ୱାରା ହିନ୍ଦୁ ସମାଜ ତାର ସମସ୍ତ ପାର୍ଥକ୍ୟ ସତ୍ତ୍ୱେ ଏକାଠି ହେଲେ।

-ଆମେ ପରମ୍ପରାରୁ ବ୍ରହ୍ମାଣ୍ଡ ସହିତ ସମନ୍ୱୟ ସ୍ଥାପନ କରିବାର ପ୍ରକୃତି ଉତ୍ତରାଧିକାରୀ ଭାବରେ ପାଇଛୁ, ପିଢ଼ି ପରେ ପିଢ଼ି ଏହା ଚାଲିଆସିଛି।
-ଆମେ ହଜାର ବର୍ଷର ଦାସତ୍ୱ ସହ୍ୟ କରିଥିଲୁ। ଯେଉଁମାନେ ଆମକୁ ଦାସ କରିଥିଲେ ସେମାନେ ଆମଠାରୁ ଭଲ ନଥିଲେ। ସେମାନେ ଅଧିକ ନଥିଲେ। ସେମାନେ ଦୂରରୁ ଆସିଥିଲେ ଏବଂ ଆମକୁ ଜୟ କରିଥିଲେ। କୌଣସି ପ୍ରକାରେ ସେମାନେ ଆମଠାରୁ ଭଲ ନଥିଲେ, ସେମାନେ ଆମଠାରୁ ଖରାପ ଥିଲେ। ଆମର ଏଭଳି କିଛି କଥା ଥିଲା, ଯାହାକୁ ଆମେ ସଂରକ୍ଷଣ କରିନଥିଲୁ; ଆମେ ସେଗୁଡ଼ିକୁ ଭୁଲିଗଲୁ। ଆମେ ଆମର ପ୍ରସ୍ତୁତି ହରାଇଥିଲୁ। ଆମକୁ ସେହି ପ୍ରସ୍ତୁତିକୁ ପୁନଃ ଆବିଷ୍କାର କରିବାକୁ ପଡିବ।
-ଭାରତ ପାଇଁ ହିନ୍ଦୁମାନେ ଦାୟୀତ୍ବବାନ।
-ଆମେ ଦେଖୁଛୁ ଯେ ଶକ୍ତିଶାଳୀ ଦେଶମାନେ ମନଇଚ୍ଛା କାର୍ଯ୍ୟ କରନ୍ତି। ଆପଣ ଏକ ଦେଶକୁ କବଜା କରିପାରିବେ, ଏକ ଦେଶକୁ ବୋମା ପକାଇ ପାରିବେ, କିମ୍ବା ବିଶ୍ୱର ତୈଳ ଯୋଗାଣକୁ କାଟି ପାରିବେ। …ଭାରତକୁ ନେଇ ଏଭଳି ଧାରଣା ହେଉ ଯେ ଏହା କେବଳ ଶକ୍ତିଶାଳୀ ହୋଇଥିବାରୁ ଭାରତ ଏହା କରିବ ନାହିଁ, ବରଂ ସମସ୍ତଙ୍କୁ ସାଙ୍ଗରେ ନେଇଚାଲିବ।
-ସମଗ୍ର ବିଶ୍ୱକୁ ଦେଖୁ ଯେ ଯେଉଁ ମୂଳଦୁଆ ଉପରେ ଭାରତ ନିର୍ମିତ ହୋଇଥିଲା ତାହା ବିଶ୍ୱ ଭ୍ରାତୃତ୍ୱ ଏବଂ ବସୁଧୈବ କୁଟୁମ୍ବକମ୍ ଉପରେ ଆଧାରିତ। ତା’ପରେ ଯାଇ ନିଜ ନିଜ ସ୍ୱଭାବ ଅନୁସାରେ, ସେହି ଦେଶଗୁଡ଼ିକ ପାରସ୍ପରିକ ବନ୍ଧୁତାର ଆଧାରରେ ସେମାନଙ୍କର ଦେଶଗୁଡ଼ିକୁ ନିର୍ମାଣ କରିବେ।
ସଂଘ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚାହୁଁଛି ଏବଂ ଏପରି ଏକ କାର୍ଯ୍ୟକର୍ତ୍ତା ଗୋଷ୍ଠୀକୁ ନିର୍ମାଣ କରିବାକୁ ଚାହୁଁଛି ଯେଉଁମାନେ ଏପରି ଏକ ପରିବେଶ ସୃଷ୍ଟି କରିବେ।

-ଆମ ଦେଶ ଏକ ଧାର୍ମିକ ଦେଶ। ଆମକୁ ଆମ ଧର୍ମ ବଜାୟ ରଖି ଆମ ଦେଶକୁ ସର୍ବୋଚ୍ଚ ସମୃଦ୍ଧ ପରମ ବୈଭବଶାଳୀ କରିବାକୁ ହେବ।
-ଏପରି କାର୍ଯ୍ୟକର୍ତ୍ତା ସୃଷ୍ଟି କରିବାର ପ୍ରୟାସ ହେଉଛି ଯେଉଁମାନେ ସ୍ବ ବୋଧ ଉପରେ ଆଧାରିତ ହୋଇ ସ୍ୱାର୍ଥପରତା ଏବଂ ଭେଦଭାବକୁ ପରିତ୍ୟାଗ କରିବେ।
-ଏପରି କାମ କରାଯାଉ ଯଦ୍ୱାରା ପ୍ରତ୍ୟେକ ଦେଶର ଲୋକମାନେ ଭାବନ୍ତୁ ଯେ ଆମ ଦେଶରେ ନିଜସ୍ବ ଆର ଏସ ଏସ ରହିବା ଉଚିତ।
-ସଂଘର ଶାଖାକୁ ସିଧାସଳଖ ଆସନ୍ତୁ, ସ୍ୱଯଂସେବକମାନଙ୍କୁ ସହଯୋଗ କରନ୍ତୁ, କିମ୍ବା ସ୍ୱେଚ୍ଛାକୃତ ଭାବରେ ସମାଜ ଏବଂ ରାଷ୍ଟ୍ରର ହିତ ପାଇଁ କୌଣସି କାର୍ଯ୍ୟ କରନ୍ତୁ; ଆମେ ଆପଣଙ୍କ ପାଖରେ ପହଞ୍ଚିବୁ।

-ଆମେ ଖୁବ୍ ଶୀଘ୍ର ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନ ସାକାର ହେବାର ଦେଖିବୁ, ସେ କହିଥିଲେ ଯେ ଭାରତ ମାତା ପୂର୍ବ ଅପେକ୍ଷା ଅଧିକ ଗୌରବ ସହିତ ଏକ ଉଚ୍ଚ ସିଂହାସନରେ ପ୍ରତିଷ୍ଠିତ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *