ସମସ୍ତ ଭାରତୀୟ ପନ୍ଥ “ଧର୍ମ ମୂଲ୍ୟବୋଧ” ରେ ବିଶ୍ୱାସ କରନ୍ତି – ଅରୁଣ ଜୈନ
ସଂଘର ଶତାବ୍ଦୀ ବର୍ଷ ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଅଜୟମେରୁ ମହାନଗର ତରଫରୁ ସୂଚନା କେନ୍ଦ୍ର ସଭାଗୃହରେ ଆଜମେରର କଳାକାରମାନଙ୍କ ପାଇଁ ଏକ “ପ୍ରମୁଖ ଜନ ସଂଗୋଷ୍ଠୀ” ଅନୁଷ୍ଠିତ ହୋଇଥିଲା । ଆଜମେରରେ ରହୁଥିବା ପ୍ରସିଦ୍ଧ କଳାକାର ଏବଂ କଳା ଜଗତର ପ୍ରମୁଖ ବ୍ୟକ୍ତିତ୍ୱ ସମ୍ମିଳନୀରେ ଯୋଗ ଦେଇଥିଲେ।
ଏହି କାର୍ଯ୍ଯକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ସହ-ପ୍ରଚାରକ ପ୍ରମୁଖ ଅରୁଣ ଜୈନ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଥିଲେ। ସେ ସମାଜରେ ସଂଘର ଗଠନମୂଳକ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସଂଗଠନର ଅଭାବ, ଆଚରଣରେ ଧର୍ମର ପରିତ୍ୟାଗ, ପରାଧୀନତା ସମୟରେ ସାଂସ୍କୃତିକ ଆତ୍ମ-ହିନତା ଏବଂ ସ୍ବାର୍ଥ କେନ୍ଦ୍ରିତ ଲାଳସା
ଯୋଗୁଁ ସମାଜ ପତନ ଦିଗରେ ଅଗ୍ରସର ହେବା ସହିତ ପରାଧୀନ ହୋଇଗଲା। ତେଣୁ ଡକ୍ଟର ହେଡଗେୱାର ବ୍ୟକ୍ତିଗତ ଏବଂ ରାଷ୍ଟ୍ରୀୟ ଚରିତ୍ର ଯୁକ୍ତ ସମାଜ ନିର୍ମାଣ ପାଇଁ ସଂଘ ପ୍ରତିଷ୍ଠା କରିଥିଲେ। ଏହି ଉଦ୍ଦେଶ୍ୟରେ ସେ ଶାଖା ପଦ୍ଧତିର ବିକଶିତ କରିଥିଲେ। ପ୍ରଶିକ୍ଷିତ କାର୍ଯ୍ୟକର୍ତ୍ତାମାନେ ସାମାଜିକ ଜୀବନରେ ଭାରତ-କୈନ୍ଦ୍ରିକ ବିଚାର ଉପରେ ଆଧାରିତ ସଂଗଠନ ପ୍ରତିଷ୍ଠା କରିଥିଲେ। ଶ୍ରୀ ଗୁରୁଜୀ ସଂଘର ଆଦର୍ଶଗତ ଭିତ୍ତିଭୂମିକୁ ମଜବୁତ କରିଥିଲେ ଏବଂ ଏହାର କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରେରଣାଦାୟକ ନେତୃତ୍ୱ ପ୍ରଦାନ କରିଥିଲେ। ତାଙ୍କର ଅଲୌକିକ ନେତୃତ୍ୱ ମାଧ୍ୟମରେ ସେ ସମାଜର ପ୍ରମୁଖ ଲୋକମାନଙ୍କ ସହିତ ସଂବାଦ କରିଥିଲେ ଏବଂ ସଂଘର କାର୍ଯ୍ୟକୁ ଆଗକୁ ବଢାଇଥିଲେ।
ସେ କହିଥିଲେ ଯେ ସଂଘର କାର୍ଯ୍ୟକର୍ତ୍ତାମାନେ ସର୍ବଦା ବିପର୍ଯ୍ୟୟ ସମୟରେ ଆଗରେ ରହିଆସିଛନ୍ତି। ଜରୁରୀକାଳୀନ ପରିସ୍ଥିତି ସମୟରେ ସ୍ବୟଂସେବକମାନେ ଗଣତନ୍ତ୍ର ପୁନରୁଦ୍ଧାର ପାଇଁ ଅପାର କଷ୍ଟ ସହିଥିଲେ। ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ଏବଂ ସ୍ୱଦେଶୀର ଭାବନାର ଜାଗରଣରେ ସଂଘର କାର୍ଯ୍ୟ ସର୍ବବିଦିତ । ସଂଗଠନର ବିସ୍ତାର ସହିତ ସମାଜ ପରିବର୍ତ୍ତନ ପାଇଁ ବିଭିନ୍ନ କାର୍ଯ୍ୟ ଏକଲ ବିଦ୍ୟାଳୟ ଏବଂ ଏକ ଲକ୍ଷରୁ ଅଧିକ ସେବା ପ୍ରକଳ୍ପ ଭଳି ବିଭିନ୍ନ କାର୍ଯ୍ୟ ସମାଜର ସମର୍ଥନରେ ଚାଲିଛି। ସମାଜକୁ ସଂଗଠିତ କରିବା ହେଉଛି ସଂଘର ଲକ୍ଷ୍ୟ । ଆମକୁ ସମାଜରେ ସମାଧାନ ଖୋଜିବା ପାଇଁ କାମ କରିବାକୁ ପଡିବ, ଆମ ଜୀବନରେ ଏକ ଉଦାହରଣ ସ୍ଥାପନ କରିବାକୁ ପଡିବ।
ଅରୁଣ ଜୀ କହିଥିଲେ ଯେ ଭାରତରେ ବିବିଧତାରେ ଏକତା ଅଛି ବୋଲି କୁହାଯାଏ। ତଥାପି ଆମ ଦେଶରେ ଏକରୁ ଅନେକ ସୃଷ୍ଟି ହୋଇଛି। ଏକର ଅଭିବ୍ୟକ୍ତି ବିଭିନ୍ନ ରୂପରେ ପ୍ରକାଶ ପାଇଛି। ତେଣୁ ଏଥିପାଇଁ କୁହାଯାଇଛି ଯେ “ଏକତାରେ ବିବିଧତା”। ବର୍ଷା ପ୍ରତିପଦ, ଚତୁର୍ମାସ ଏବଂ ମକର ସଂକ୍ରାନ୍ତି ଭଳି ସାଂସ୍କୃତିକ ଉତ୍ସବ ଗୁଡିକର ସମଗ୍ର ଭାରତରେ ବିଶେଷ ମହତ୍ବ ରହିଛି । ଏହା ଏକତ୍ମତାର ପ୍ରତୀକ।
ସେ କହିଥିଲେ ଯେ ସମସ୍ତ ଭାରତୀୟ ପନ୍ଥ “ଧର୍ମ ମୂଲ୍ୟବୋଧ” ରେ ବିଶ୍ୱାସ କରନ୍ତି, ଯାହା ସତ୍ୟ, କରୁଣା, ପବିତ୍ରତା ଏବଂ ତପସ ଉପରେ ଆଧାରିତ। ଧର୍ମର ଅର୍ଥ “ଧାରୟତେ ଇତି ଧର୍ମାଃ”। ମାନବ କଲ୍ୟାଣ ପାଇଁ ଧର୍ମର ସଂକଳ୍ପନା ହେଉଛି ହିନ୍ଦୁମାନଙ୍କର ସର୍ବୋତ୍ତମ ଅବଦାନ। ଏହାକୁ ପାଳନ କରୁଥିବା ସମସ୍ତ ମତ ପନ୍ଥ ହିନ୍ଦୁତ୍ବର ଅଂଶ। ଶୈବ, ଶାକ୍ତ, ବୈଷ୍ଣବ, କବୀରପନ୍ଥୀ, ଜୈନ, ଶିଖ ଏବଂ ବୌଦ୍ଧ ମାନଙ୍କର ସମ୍ବାଦ, ସମନ୍ୱୟ ଏବଂ ଏକତାର ଭାବନା ରହିଛି ।
ସେ ପଞ୍ଚ ପରିବର୍ତ୍ତନର ଗୁରୁତ୍ୱ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ – ସାମାଜିକ ସମରସତା, କୁଟୁମ୍ଭ ପ୍ରବୋଧନ, ନାଗରିକ କର୍ତ୍ତବ୍ୟ,ସ୍ବ-ବୋଧ ଏବଂ ପରିବେଶ ସୁରକ୍ଷା। ସେ କହିଥିଲେ ଯେ ପ୍ରତ୍ୟେକ ଭାରତୀୟ ପରିବାର ସେମାନଙ୍କର ପୂର୍ବପୁରୁଷଙ୍କ କାହାଣୀଗୁଡ଼ିକୁ ମନେ ରଖିବା ଉଚିତ ଏବଂ ନୂତନ ପିଢ଼ିରେ ସାମାଜିକ ଏବଂ ରାଷ୍ଟ୍ରୀୟ ଦାୟିତ୍ୱର ଭାବନା ସୃଷ୍ଟି କରିବା ଉଚିତ। ସେ ମହାରାଣା ପ୍ରତାପ ଏବଂ ଶିବାଜୀ ମହାରାଜଙ୍କ ସହିତ ମୀରା ବାଈ ଏବଂ ପାନ୍ନା ଧାୟଙ୍କ ଭଳି ମାତାମାନଙ୍କୁ ସ୍ମରଣ କରିଥିଲେ, ଯେଉଁମାନେ ଆମ ରାଷ୍ଟ୍ର ପାଇଁ ପ୍ରେରଣାର ଉତ୍ସ।