ଚନ୍ଦ୍ରଶେଖରପୁରରେ ପାଳିତ ହେଲା ନବ ବର୍ଷ
ଭୁବନେଶ୍ବର: ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ହାଉସିଂବୋର୍ଡ ଦୁର୍ଗା ପୂଜା ପଡ଼ିଆରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଚନ୍ଦ୍ରଶେଖର ଭାଗ, ଭୁବନେଶ୍ୱର ଦ୍ୱାରା ପାଳିତ ହୋଇଯାଇଛି ରାଷ୍ଟ୍ରୀୟ ନବ ବର୍ଷ। ଏହି ଅବସରରେ ପ୍ରଭାତରୁ ଏକ ପଥ ସଞ୍ଚାଳନ ସ୍ଥାନୀୟ ଅଞ୍ଚଳରେ ଘୋଷ ବାଦ୍ୟ ସହ ଭ୍ରମଣ କରିଥିଲା । ଏହି ସଂଚଳନରେ ଥିବା ଗୈରିକ ଧ୍ୱଜକୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରିଥିଲେ ମାତୃଶକ୍ତି। ସଂଖଳନ ପରେ ଦଣ୍ଡ(ଲାଠି), ନ୍ୟୁଦ୍ଧ (କରାଟେ), ଯୋଗାସନ ପରି ଶାରୀରିକ ପ୍ରଦର୍ଶନ ହୋଇଥିଲା। ପରେ ପରେ ସାମୂହିକ ଗୀତ ସମସ୍ତ ସ୍ୱୟଂସେବକ ମାନେ ଗାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ ଆଦରଣୀୟ ଶ୍ରୀ ବିଦ୍ୟୁତ୍ ମୁଖାର୍ଜି , କ୍ଷେତ୍ର ସମ୍ପର୍କ ପ୍ରମୁଖ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ । ଭାରତୀୟ ବୈଜ୍ଞାନିକ ସମ୍ମତ କାଳଗଣନା ସମ୍ବଦ୍ଧରେ ବିସ୍ତୃତ ଭାବରେ ବୁଝାଇବା ସହ ସ୍ୱ ନବ ବର୍ଷ ପାଳନ ଉପରେ ଯୁକ୍ତି ବାଢ଼ି ଥିଲେ । ନବ ବର୍ଷ ତିଥିର ମହତ୍ୱ ମହତ୍ତ୍ଵ: ଭଗବାନ ବ୍ରହ୍ମାଙ୍କ ଦ୍ଵାରା କଲଗଣନା ଆରମ୍ଭ, ସୃଷ୍ଟିର ପ୍ରଥମ ଦିବସ, ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ସମ୍ରାଟ ବିକ୍ରମାଦିତ୍ୟଙ୍କ ଦ୍ଵାରା ବିକ୍ରମ ସମ୍ବତ ପ୍ରଚଳନ, ଶକାବ୍ଦ ଗଣନା ପ୍ରାରମ୍ଭ,ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ଵାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା ପରି ଅନେକ ବିନ୍ଦୁ ଉପସ୍ଥାପିତ କରିଥିଲେ। ସଂଘ ସଂସ୍ଥାପକ ଡକ୍ଟର ହେଡଗେୱାରଙ୍କର ଆଜି ଜନ୍ମ ଦିବସ। ତାଙ୍କ ଜୀବନୀକୁ ମଧ୍ୟ ସ୍ମରଣ କରାଇ ଥିଲେ। ମଞ୍ଚରେ ତାଙ୍କ ସହ ଓଡ଼ିଶା ପୂର୍ବ ପ୍ରାନ୍ତର କାର୍ଯ୍ୟବାହ ଡକ୍ଟର ଅନିଲ ମିଶ୍ର ଓ ଚନ୍ଦ୍ରଶେଖର ଭାଗ ସଂଘଚାଳକ ଶ୍ରୀ ସୁକାନ୍ତ କୁମାର ଦାଶ। କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଚନ୍ଦ୍ରଶେଖର ଭାଗ କାର୍ଯ୍ୟବାହ ଈଂ ଦେବୀପ୍ରସାଦ ମହାପାତ୍ର । ଶାରୀରିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଶ୍ରୀ ହରେକୃଷ୍ଣ ବେହେରା ଓ ଟୁଲୁ ଗୁମାନସିଂହ । ଶ୍ରୀ ଦିବ୍ୟଜ୍ୟୋତି ବିଶ୍ଵାଳ, ଶ୍ରୀ ପ୍ରଣୟ ପ୍ରୀୟଙ୍କର ମିଶ୍ର, ଶ୍ରୀ ସୁରେଶ ବେହେରା, ଶ୍ରୀ ଆନନ୍ଦ କୁମାର ପୃଷ୍ଟି, ଶ୍ରୀ ସତ୍ୟ ନାରାୟଣ ଓଝା, ଶ୍ରୀ ଦେବେଶ ଦାସ, ଶ୍ରୀ ସିଦ୍ଧାର୍ଥ ସତ୍ୟପ୍ରକାଶ ସାମଲ, ଶ୍ରୀ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ , ଶ୍ରୀ ପ୍ରସନ୍ନ ମହାନ୍ତି ପ୍ରମୁଖ ବ୍ୟବସ୍ଥା ଦେଖିଥିଲେ।ଚନ୍ଦ୍ରଶେଖରପୂର୍ ଅଞ୍ଚଳର ପ୍ରାୟ ୨୫୦ରୁ ଅଧିକ ସ୍ୱୟଂସେବକ ଗଣବେଶରେ ଉପସ୍ଥିତ ଥିଲେ। ଆସନ୍ତୁ ଆମ ପୁର୍ବଜ ମାନଙ୍କ ଦ୍ଵାରା ପ୍ରସ୍ତୁତ କାଳ ଗଣନା ପଦ୍ଧତିକୁ ସ୍ମରଣ କରି ରାଷ୍ଟ୍ରୀୟ ନବବର୍ଷକୁ ପାଳନ କରିବା ।