ଖଣ୍ଡଗିରି ଅଞ୍ଚଳରେ ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ

ଖଣ୍ଡଗିରି ଅଞ୍ଚଳରେ ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ

ଗତ ୧୪ ଫେବୃଆରୀ ସନ୍ଧ୍ୟାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଖଣ୍ଡଗିରି ବସତି ଓ ଖଣ୍ଡଗିରି ହିନ୍ଦୁ ବୁଦ୍ଧିଜୀବୀ ମିଳନ ତରଫରୁ ଏକ ଭବ୍ୟ ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ ସତ୍ୟ ସାଇ ଏ ନ୍ କ୍ଲେଭ୍ ରେ ପାଳିତ ହୋଇ ଯାଇଛି ।

କାର୍ଯ୍ୟକ୍ରମ ର ଆରମ୍ଭରେ କାଶ୍ମୀରର ପୁଲଓ୍ବାମା ଠାରେ ୧୪ ଫେବୃଆରୀ ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଆମ ଦେଶର ଯେଉଁ ୪୦ ଜଣ ବୀର ସୈନିକ ସହିଦ ହୋଇଥିଲେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
ସଂଘ ର କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ଅମରେନ୍ଦ୍ର ସାହୁ ଙ୍କ ଦ୍ଵାରା ଭାରତ ମାତା ପୂଜନ ଓ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ଦ୍ଵାରା ମାତୃ ବନ୍ଦନା ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏହି ମାତୃ ପିତୃ ପୂଜନ କାର୍ଯ୍ୟକ୍ରମ ରେ ଶତାଧିକ ସନ୍ତାନ ମାନଙ୍କ ସମେତ ସମାଜର ବିଭିନ୍ନ ବର୍ଗର ୪୦୦ ରୁ ଉର୍ଦ୍ଧ୍ବ ଲୋକ ଅଂଶ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଆଦରଣୀୟ ଶ୍ରୀଯୁକ୍ତ ସଚ୍ଚିକାନ୍ତ ଆଚାର୍ଯ୍ୟ ମହୋଦୟ ବର୍ତ୍ତମାନ ଆଧୁନିକ ସମାଜରେ ବାପା ମା ଓ ସନ୍ତାନ ମାନଙ୍କର ପରସ୍ପର ପ୍ରତି କର୍ତ୍ତବ୍ୟ ବୋଧ ଉପରେ ଆଲୋକପାତ କରିବା ସହିତ ଆମ ଭାରତୀୟ ସଂସ୍କୃତି ଆଧାରରେ ଆମ ପାରିବାରିକ ସମ୍ପର୍କ କିପରି ଅତୁଟ ରହୁ ସେ ବିଷୟରେ ଆଲୋକ ପାତ କରିଥିଲେ ।
ଶ୍ରୀଯୁକ୍ତ ଗଣେଶ୍ୱର ପ୍ରଧାନଙ୍କ ମାର୍ଗଦର୍ଶନ ରେ ସଂଘ ର ଭୁବନେଶ୍ବର ମହାନଗର କୁଟୁମ୍ବ ପ୍ରବୋଧନ ପ୍ରମୁଖ ଓ ଉକ୍ତ କାର୍ଯ୍ୟକ୍ରମ ର ପରିଚାଳକ ଶ୍ରୀଯୁକ୍ତ ରମେଶ ଜେନା ପିଲା ମାନଙ୍କୁ ବାପା ମା ଙ୍କ ଚରଣ ତଳେ ବସାଇ ବିଧି ବଧ ଭାବେ ପୂଜନ କରାଇ ଥିଲେ ଓ ଜୀବନରେ କେବେ ବି ବାପା ମା ଙ୍କ ମନରେ କଷ୍ଟ ନଦେବା ପାଇଁ ସଂକଳ୍ପ କରାଇ ଥିଲେ ।
ପୂଜନ ସମୟରେ ଅନେକ ବାପା ମା ଓ ସନ୍ତାନ ମାନଙ୍କର ଭାବପ୍ରବଣତା ସେମାନଙ୍କ ଆଖିରୁ ଲୁହ ଆକାରରେ ଝରିପଡ଼ିଥିଲା ଓ ତତ୍ପଶ୍ଚାତ୍ ସେମାନକ ର ପ୍ରତିକ୍ରିୟା ଉପସ୍ଥିତ ସଜ୍ଜନ ମାନଙ୍କ ହୃଦୟ କୁ ଛୁଇପାରିଥିଲା ।

ସମାଜପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ୧୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା ।
ଆୟୋଜନ ସମିତି ର ମୁଖ୍ୟ ଶ୍ରୀ ଯୁକ୍ତ ଆନନ୍ଦ ଚରଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ ରେ ଶ୍ରୀମତୀ ଭାରତୀ ମହାରଣା, ଶ୍ରୀଯୁକ୍ତ ପ୍ରଭାତ ସେଠୀ, ଶ୍ରୀମାନ ଅମୁଲ୍ୟ ବଡଜେନା, ଶ୍ରୀଯୁକ୍ତ ମାନସ ରଞ୍ଜନ ରାଉତ, ଶ୍ରୀଯୁକ୍ତ ମନ୍ମଥ ପଟ୍ଟନାୟକ ଆଦି କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ ।

Leave a Reply