ରାୟଗଡ଼ରେ ବିଶାଳ ହିନ୍ଦୁ ସମ୍ମିଳନୀ

ରାୟଗଡ଼ରେ ବିଶାଳ ହିନ୍ଦୁ ସମ୍ମିଳନୀ

ରାୟଗଡ଼(ଗଜପତି)30/1:- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷରେ ସାରା ଭାରତବର୍ଷରେ ହେଉଥିବା ସପ୍ତସୂତ୍ରୀ କାର୍ଯ୍ୟକ୍ରମ ମଧ୍ୟରୁ ଚତୁର୍ଥ କାର୍ଯ୍ୟକ୍ରମର ସ୍ୱରୂପ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦରସ୍ଥ ରେ ବିଶାଳ ହିନ୍ଦୁ ସମ୍ମିଳନୀ ଶୁକ୍ରବାର ବହୁ ଆଡମ୍ବର ସହକାରେ ସମସ୍ତ ହିନ୍ଦୁ ଭାଇ, ଭଉଣୀ ମାନଙ୍କ ସହଯୋଗରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ହିନ୍ଦୁ ମାନଙ୍କ ସମାଗମରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳୁ ବିଭିନ୍ନ ଗ୍ରାମର ଶତାଧିକ ମହିଳା ଗଙ୍ଗା ଆବାହନ କରି ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଏକ ବିରାଟ ପଟୁଆରରେ କଳସ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲେ l ଏଥିରେ ନାମ ସଙ୍କୀର୍ତ୍ତନ, ବିଶ୍ଵଶାନ୍ତି ମହାଯଜ୍ଞ, ସାମୁହିକ ହନୁମାନ ଚାଳିଶା, ଧର୍ମସଭା ଓ ପ୍ରବଚନ ସହ ସାମୁହିକ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବୁଦ୍ଧିଜିବୀ ଏସ୍. ତେଜେଶ୍ୱର ରାଓ, ମୁଖ୍ୟ ବକ୍ତାଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ ମାଝୀ ଯୋଗ ଦେଇ ସମଗ୍ର ହିନ୍ଦୁ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖିବା ସହିତ ହିନ୍ଦୁ ପରିବାର ମଧ୍ୟରେ ସଂସ୍କୃତି ଅନୁରୂପ ସମରସତା ପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ହିନ୍ଦୁ ସମାଜକୁ ମାର୍ଗଦର୍ଶନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଘ ଚାଳକ ରାଧାକୃଷ୍ଣ ଜାନି, ଗଞ୍ଜାମ ସହ ବିଭାଗ କାର୍ଯ୍ୟବାହ ଜୁରୀଆ ଜାନି, ଦେବୀ ମଠ ମହନ୍ତ ରାମାନନ୍ଦଜି ଦାସ ମହାରାଜ, ଖଣ୍ଡ ସଂଘ ଚାଳକ ନରେଶ ଶବର ପ୍ରମୂଖ ମଞ୍ଚାସୀନ ଥିଲେ I ଅନ୍ୟତମ ଅତିଥି ଭାବେ ଖଣ୍ଡ କାର୍ଯ୍ୟବାହ ଭୀମ ଶବର, ଖଣ୍ଡ ଜାଗରଣ ପ୍ରମୂଖ ସୁବାଷ ଭୂୟା, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ପଞ୍ଚାୟତ ପ୍ରତିନିଧି ଗଣ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ବି. କୃଷ୍ଣ ଚନ୍ଦ୍ର ପାତ୍ର ମଂଚ ପରିଚାଳନା କରିଥିବା ବେଳେ ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ପ୍ରସାଦ ଘଡାଇ,ଶିବ ଶଙ୍କର ଭୂୟାଁ, ସୁରେନ୍ଦ୍ର ଦଳାଇ, ସୌମ୍ଯ ରଂଜନ ପଟ୍ଟନାୟକ, କାସୀ ଆଚାରୀ, ମନୁ ସାହୁ, ଚିତ୍ର ଲେଙ୍କା, ରାଜୁ ଆଚାରୀ, ମନୋଜ ବେହେରା, ବାପି ପାଇକ, ବାପି ଦଳପତି ଙ୍କ ସମେତ ଅଞ୍ଚଳବାସୀ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା, ବିଭିନ୍ନ ଜାତି ମୁଖ୍ୟ, ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀ ପ୍ରମୁଖ ଅଞ୍ଚଳବାସୀ ଯୋଗଦେଇଥିଲେ l

Leave a Reply