ଗଜପତି ଜିଲ୍ଲା ମୋହନାରେ ଖଣ୍ଡ ସ୍ତରୀୟ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷ ଅବସରରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ମୁଖ୍ୟବକ୍ତା ଅଖିଳ ଭାରତୀୟ ସଦଭାବନା ପ୍ରମୁଖ ଡ. ଗୋପାଳ ପ୍ରସାଦ ମହାପାତ୍ର ଯୋଗଦେଇ ମାର୍ଗଦର୍ଶନ କରିଛନ୍ତି l ମୁଖ୍ୟଅତିଥି ସ୍ଥାନୀୟ ମୁଠା ପ୍ରମୁଖ ପ୍ରତାପ ପାତ୍ର ଯୋଗଦେଇଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ ପ୍ରାନ୍ତ ସାମାଜିକ ସମରସତl ପ୍ରମୁଖ ତରଣୀସେନ ଦାସ, ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା, ବିଭିନ୍ନ ଜାତି ମୁଖିଆ, ବୁଦ୍ଧିଜୀବୀ ଓ ହଜାର ହଜାର ସାଧାରଣ ଜନତା ଯୋଗଦେଇଥିଲେ