ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଶତାବ୍ଦୀ ବର୍ଷ ଅବସରରେ ଗଜପତି ଜିଲ୍ଲା ରା.ଉଦୟଗିରି ଖଣ୍ଡ ମହେନ୍ଦ୍ରଗଡ଼ ରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସମ୍ମିଳନୀ ରେ ହଜାର ହଜାର ସାଧାରଣ ଜନତା ଯୋଗଦେଇଥିଲେ l ଅଞ୍ଚଳର ମାନ୍ୟଗଣ୍ୟ ବୁଦ୍ଧିଜୀବୀ, ସଂଘର ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ମୁଖ୍ୟବକ୍ତା ଆରଏସଏସ ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ଶ୍ରୀ ପ୍ରସାଦ ଘଡ଼ାଇ ଯୋଗଦେଇ ମାର୍ଗଦର୍ଶନ କରିଛନ୍ତି l