ବାଲଂଦେଶୀଙ୍କୁ ତଡ଼, ହିନ୍ଦୁଙ୍କୁ ସୁରକ୍ଷା ଦିଅ-ଦାବି କଲା ଭଦ୍ରକ ରାଷ୍ଟ୍ରବାଦୀ ଯୁବକ ସଂଘ

ବାଲଂଦେଶୀଙ୍କୁ ତଡ଼, ହିନ୍ଦୁଙ୍କୁ ସୁରକ୍ଷା ଦିଅ-ଦାବି କଲା ଭଦ୍ରକ ରାଷ୍ଟ୍ରବାଦୀ ଯୁବକ ସଂଘ
ଭଦ୍ରକ: ବାରମ୍ବାର ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଥିବାବେଳେ ସବୁ ସୀମା ଲଂଘି ଜନୈକ ହିନ୍ଦୁ ଗରିବ ଯୁବକକୁ ହତ୍ୟା କରି ଜାଳି ଦିଆ ଯାଇଛି । ଯାହାକୁ ନେଇ ସମଗ୍ର ଭାରତ ସହିତ ଅନ୍ୟାନ୍ୟ ଦେଶରେ ବାଂଲାଦେଶକୁ ଘୋର ନିନ୍ଦା କରାଯାଇଛି। ଭାରତରୁ ବାଲାଦେଶୀଙ୍କୁ ତଡ଼। ସେଠାରେ ଥିବା ହିନ୍ଦୁଙ୍କୁ ସୁରକ୍ଷା ଦାବି କରି ମଙ୍ଗଳବାର ରାଷ୍ଟ୍ରବାଦୀ ଯୁବକ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ପ୍ରସଙ୍ଗକୁ ନେଇ ଯୁବକ ସଂଘ ଘୋର ନିନ୍ଦା କରିଛି। ଭଦ୍ରକ ଜିଲ୍ଲାରେ ଥିବା ବାଂଲାଦେଶୀଙ୍କୁ ଏକ ସ୍କାର୍ଡ଼ ଗଠନ କରାଯାଇ ଖୋଜି ଦେଶପାର କରିବାକୁ ଦାବି କରାଯାଇଛି। ଦାବି

କରାଯାଇଛି ଯେ, ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ସୁରକ୍ଷା ସହିତ ଭାରତରୁ ରୋହିଜ୍ଞା ବାଂଲାଦେଶୀଙ୍କୁ ତଡ଼ିବା ଜୋରଦାର କରାଯାଉ। ଏକ ଦଣ୍ଡ ବ୍ୟବଧାନର ବ୍ୟବସ୍ଥା କରାଯିବାନେଇ ମଧ୍ୟ ଦାବି କରାଯାଇଛି। ଏନେଇ ଭାରତ ସରକାର ମଧ୍ୟ ଆକ୍ସନ ମୁଡ଼ରେ ଆସି ଭାରତରୁ ବାଲଂଦେଶୀଙ୍କୁ ତଡିବାକୁ ଦାବି କରାଯାଇଛି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ପ୍ରସଙ୍ଗକୁ ନେଇ ଯୁବକ ସଂଘ ଘୋର ନିନ୍ଦା କରିଛି। ସଂଘ ପକ୍ଷରୁ ଜ୍ଞାନ ପ୍ରକାଶ ପାଣି, ରବୀନ୍ଦ୍ର ସାହୁ ଓ ଆଶିଷ ବାରିକଙ୍କ ନେତୃତ୍ଵରେ ଜୟ ପ୍ରକାଶ ଦାସ, ମାନସ ପଣ୍ଡା, ଜୟ ଜଗନ୍ନାଥ ମଲିକ, ପ୍ରମୋଦ କୁମାର ଦାସ, ସଞ୍ଜୟ ଦାସ ପ୍ରମୁଖ ଶତାଧିକ ସଦସ୍ୟ ସାମିଲ ହୋଇ ୟୁନୁସଙ୍କ ଫଟୋକୁ ଜାଳିଥିଲେ।

Leave a Reply

Your email address will not be published. Required fields are marked *