କୃଷ୍ଣାନନ୍ଦପୁରରୁ ଗୋମାଂସ ଜବତ
ତିର୍ତ୍ତୋଲ|ରାହାମା: ଡିସେମ୍ବର ୩ ତାରିଖ ଦିନ ଭୋର ପ୍ରାୟ ଚାରିଟାବେଳେ
କୃଷ୍ଣନନ୍ଦପୁର ଅଂଚଳ ମିରମହାଲା ଠାରେ ଚଢ଼ଉ କରି ଦେଢ଼ କୁଇଣ୍ଟାଲ ଗୋମାଂସ ଜବତ କରିଛି । ଘଟଣାରେ ପୁଲିସ ସ୍ଥାନୀୟ ଅଂଚଳର ଶେଖ ଜାଫର ଅଲ୍ଲୀଙ୍କ ପୁଅ ସାହିଲ ଅଲ୍ଲି (୨୫) କୁ ଗିରଫ କରିଥିବାବେଳେ ଅନ୍ୟ ୩ଜଣ ଫେରାର ହୋଇଯାଇଥିବା ଥାନା ଅଧିକାରୀ ସୁବ୍ରତ ଦାସ ପ୍ରକାଶ କରିଛନ୍ତି। କୃଷ୍ଣାନନ୍ଦପୁର ପୁଲିସ କେସ ନମ୍ବର ୧୬୩/୨୫ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ ବି ଏନ ଏସ ୩୦୩(୨)୩୧୭(୨)୩(୫) ଓଡ଼ିଶା ପଶୁ ହତ୍ୟା ଆଇନ ୭(୧) ଲାଗୁ କରିଛନ୍ତି । ଘଟଣାସ୍ଥଳରେ ତିର୍ତ୍ତୋଲ ପ୍ରାଣୀ ସମ୍ପଦ ଅଧିକାରୀ ନମସ୍ୟା ପ୍ରିୟଦର୍ଶିନୀ ପହଞ୍ଚି ମାଂସର ନମୁନା ପରୀକ୍ଷା ନିମନ୍ତେ କଟକ ପଠାଇଛନ୍ତି। ଏହାସହିତ ସେହି ସ୍ଥାନରୁ ୭ଟି ଗୋରୁଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ନିକଟସ୍ଥ ସୂର୍ଯ୍ୟାବଂଶୀ ଗୋସେବା, ଗୋରେଖନାଥ ଗୋଶାଳାକୁ ପଠା ଯାଇଛି।