ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଭୁବନେଶ୍ବର ମହାନଗର ଲିଙ୍ଗରାଜ ଭାଗ ତରଫରୁ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଭୁବନେଶ୍ବର ମହାନଗର ଲିଙ୍ଗରାଜ ଭାଗ ତରଫରୁ ଯୁବ ସମ୍ମିଳନୀ

ଭୁବନେଶ୍ବର : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଭୁବନେଶ୍ବର ମହାନଗର ଲିଙ୍ଗରାଜ ଭାଗ ତରଫରୁ ଯୁବ ସମ୍ମିଳନୀ ବଡଗଡ ବ୍ରିଟ କଲୋନୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀର ଉଦ୍ସଘାଟନୀ ସତ୍ରରେ ମୁଖ୍ୟ ଅତିଥ ଭାବେ ଡ. ଅମୀୟ ରଞ୍ଜନ ନାୟକ ଉପସ୍ଥିତ ରହି କହି ଥିଲେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ୧୦୫ ବର୍ଷ ପାଳନ ଅବସରରେ ସଂଘ ତାର ଲକ୍ଷ୍ୟରେ ଅଗ୍ରଗତି କରୁଛି।

ସଂଘର ପୁରୀ ବିଭାଗ ପ୍ରଚାର ପ୍ରମୁଖ ଶ୍ରୀଯୁକ୍ତ ଜୟକୃଷ୍ଣ ପୃଷ୍ଟି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦେଶ ର ମହାନ୍ ସଂସ୍କୃତି, ଶିକ୍ଷା, ଐତିହ୍ୟ, ସ୍ବାସ୍ଥ୍ୟ ତଥା ବିଦେଶରେ ଭାରତର ସୁନାମ ଗାଥା ବିଷୟରେ ପରିଚିତ କରିଥିଲେ । ଦେଶ ଗଠନରେ ଯୁବକ ମାନଙ୍କ ଭୂମିକା ତଥା ସ୍ବାଧୀନତା ସମୟରେ ଯୁବକ ମାନଙ୍କ ଅବଦାନ ଭୂଲିହେବ ନାହିଁ । ଭାରତୀୟ ଜ୍ଞାନ ପରମ୍ପରା ବିଜ୍ଞାନ ସମ୍ମତ ଥିଲା । ସାରା ବିଶ୍ବ ଯେତେବେଳେ ଅନ୍ଧକାର ରେ ପରିପୂର୍ଣ ଥିଲା ଭାରତର ଜ୍ଞାନ ବିଜ୍ଞାନ ବିଶ୍ବକୁ ନୂଆ ମାର୍ଗ ଦେଖାଇଥିଲା । ଏହି ସତ୍ରରେ ଭୁବନେଶ୍ୱର ମହାନଗର କାର୍ଯ୍ୟବାହ ଶ୍ରୀ କ୍ଷୀରୋଦ ବିହାରୀ ଉପସ୍ଥିତ ଥିଲେ ।

ଦ୍ବିତୀୟ ସତ୍ରରେ ଉପସ୍ଥିତ ଯୁବକ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନାଟକ, ଭଜନ ଓ ଦେଶାତ୍ମବୋଧକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ପଞ୍ଚ ପରିବର୍ତ୍ତନ ଆଧାରିତ ପ୍ରଶ୍ନ ମଞ୍ଚ କରାଯାଇଥିଲା ଓ ସ୍ବଚ୍ଛତା ଓ ପର୍ଯ୍ୟାବରଣ ଆଧାରିତ ନାଟକ ଯୁବକ ମାନଙ୍କ ଦ୍ବାରା ମଞ୍ଚସ୍ତ କରାଯାଇଥିଲା ।

ଉଦ୍ ଯାପନୀ ସତ୍ରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ, ଓଡ଼ିଶା ପୂର୍ବ ପ୍ରାନ୍ତର ସହ ପ୍ରାନ୍ତ କାର୍ଯ୍ୟବାହ, ଶ୍ରୀଯୁକ୍ତ ରବି ନାରାୟଣ ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗ ଦେଇ କହିଥିଲେ ଯେ, ଭାରତ ର ସ୍ଵପ୍ନ ହେଉଛନ୍ତି ଯୁବକ, ସ୍ବାମୀ ବିବେକାନନ୍ଦ ଭାରତ ର ଯୁବକ ମାନଙ୍କୁ ଆହ୍ୱାନ କରୁଥୁଲେ ଭାରତର ପରିବର୍ତ୍ତନ ପାଇଁ । ଆଜିର ଯୁବକ ସମୟ ଦେଲେ ଭାରତ ପରିବର୍ତ୍ତନ ହେବ । ଦେଶର ସ୍ବାଧୀନତାରେ ଯୁବକ ମାନଙ୍କ କର୍ଭବ୍ୟ , ଆଜିର ସ୍ବତନ୍ତ୍ରତା ରେ ଯୁବକ ମାନଙ୍କ କର୍ଭବ୍ୟ ଓ ଦାୟିତ୍ବ ବୋଧ ସଚେତନତା ଉପରେ ଗୁରୁତ୍ବାରୋପ କରିଥିଲେ ।

ଏହି ସମ୍ମିଳନୀ ରେ ୧୨୦୦ ରୁ ଅଧିକ ଯୁବକ ଯୋଗ ଦେଇଥିଲେ । ମୁଖ୍ୟ ଆକର୍ଷଣ ଥିଲା ଶିବ ପ୍ରସାଦ ଙ୍କ କାନଭାସ ଆର୍ଟ । ତାସହିତ ଦେଶାତ୍ମବୋଧ ନାଚଗୀତ ରେ ଯୁବକମାନେ ଝୁମିଥିଲେ ଏବଂ ଉପଭୋଗ କରିଥିଲେ । ସର୍ବଶେଷ ରେ ବନ୍ଦେମାତରଂ ଗାନ କରାଯାଇ ସମାରୋପ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଲିଙ୍ଗରାଜ ଭାଗ ର କାର୍ଯ୍ୟବାହ ଶ୍ରୀଯୁକ୍ତ ତାପସ କୁମାର ଜେନା ଓ ତଜ୍ଞ ତ୍ରିବେଦୀ ମିଶ୍ର । ରଜନୀକାନ୍ତ ରାଉତ, ଚିନ୍ମୟ ବେହେରା ତଥା ଅନ୍ୟମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *