ଖୋର୍ଦ୍ଧା ଜିଲ୍ଲାର ବାଣପୁର-ଚିଲିକା ଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ

ଖୋର୍ଦ୍ଧା ଜିଲ୍ଲାର ବାଣପୁର-ଚିଲିକା ଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ

ବାଲୁଗାଁ: ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ ) ଖୋର୍ଦ୍ଧା ଜିଲ୍ଲାର ବାଣପୁର-ଚିଲିକା ଖଣ୍ଡ ପକ୍ଷରୁ ଯୁବ ସମ୍ମିଳନୀ ବାଲୁଗାଁ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଶତାଧିକ ଯୁବକମାନେ ଯୋଗଦାନ କରିଥିଲେ। ଯୋଗଦାନ କରିଥିବା ଯୁବକମାନଙ୍କୁ ସ୍ୱୟଂସେବକ ମାନେ ଚନ୍ଦନ ପୁଷ୍ପ ଦେଇ ସ୍ୱାଗତ କରିବା ସହ ଭାରତ ମାତାଙ୍କ ବନ୍ଦନା କରାଇଥିଲେ। ଏହା ପରେ ସମସ୍ତଙ୍କର ପଞ୍ଜିକରଣ କରାଯାଇ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

ସଂଘର ଶତାବ୍ଦୀ ବର୍ଷ ଅବସରରେ ଆୟୋଜିତ ଉକ୍ତ ଯୁବ ସମ୍ମିଳନୀରେ ଅତିଥି ଭାବେ ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ବାଣପୁରର ଯୁବ ପ୍ରତିଭା ସସ୍ମିତା ସାହୁ ଯୋଗ ଦେଇ ଉପସ୍ଥିତ ଯୁବମାନଙ୍କୁ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିବା ସହ ନିଜର ସଂଘର୍ଷ ବିଷୟରେ ଉପସ୍ଥାପନ କରିଥିଲେ। ଅନ୍ୟ ଅତିଥି ଭାବେ ସଂଘର ବରିଷ୍ଠ ଅଧିକାରୀ ବେଲେଶ୍ୱର ସାହୁ, ଟୁନା ସାହୁ, ହୃଷିକେଶ ମଲ୍ଲିକ ଆଦି ମଞ୍ଚରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *