ଫୁଲବାଣୀ : ତା ୦୯-୧୧-୨୦୨୫ ରିଖ ରବିବାର ଦିନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ,କନ୍ଧମାଳ ଜିଲ୍ଲା, ତରଫରୁ ଫୁଲବାଣୀ ନଗରରେ ଏକ ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୩ ଟି ବ୍ଲକ୍, ଫିରିଙ୍ଗିଆ,ଖଜୁରୀପଡା,ଫୁଲବାଣୀ ଓ ଫୁଲବାଣୀ ନଗରର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଫ୍ ସି ଆଇ ଛକ ସ୍ତିତ ଦେବ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର (ଓଡିଶା ପୂର୍ବ) ମାନନୀୟ ପ୍ରାନ୍ତ ସଂଘଚାଳକ ସମୀର୍ କୁମାର ମହାନ୍ତି ଯୋଗ ଦେଇଥିଲେ | ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗଞ୍ଜାମ ବିଭାଗର ମାନନୀୟ ସହ ବିଭାଗ ସଂଘଚାଳକ ଗୌରାଙ୍ଗ ଚରଣ ପାଣିଗ୍ରାହୀ ବକ୍ତା ଭାବେ ଯୋଗ ଦେଇ ଥିଲେ | ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମାନନୀୟ ଜିଲ୍ଲା ସଂଘଚାଳକ ରମେଶ ଚନ୍ଦ୍ର ସାହୁଙ୍କ ସମେତ ନଗରର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ମାନନୀୟ ପ୍ରାନ୍ତ ସଂଘଚାଳକ ସମୀର୍ ମହାନ୍ତି ସୁସଂଗଠିତ ହିନ୍ଦୁ ସମାଜ, ସାମାଜିକ ସମରସତା ଓ ରାଷ୍ଟ୍ରଭକ୍ତି ଉପରେ ମତ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପଞ୍ଚ ପରିବର୍ତ୍ତନ ମାଧ୍ୟମରେ ସମାଜ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ, ସେ ନିଜ ବକ୍ତବ୍ୟ ମାଧ୍ୟମରେ ପର୍ଯ୍ୟାବରଣର ସୁରକ୍ଷା, ବୃକ୍ଷରୋପଣ, ଜଳର ସଂରକ୍ଷଣ, ପଲିଥିନ୍ ମୁକ୍ତ ଗାଁ ବିଷୟରେ ଆଲୋକପାତ କରିଥିଲେ, ପଞ୍ଚ ପରିବର୍ତ୍ତନର ଦ୍ୱିତୀୟ ବିନ୍ଦୁ ବିଷୟରେ ସେ କହିଥିଲେ,ସମାଜରେ ସବୁ ବର୍ଗର ଲୋକ ସମାନ ଅଧିକାର ଓ ସମ୍ମାନ ପାଈବା ଆବଶ୍ୟକ | ଦୀର୍ଘଦିନରୁ ଚାଲି ଆସୁଥିବା ଜାତି ପ୍ରଥା କାରଣରୁ ହିନ୍ଦୁ ସମାଜ ଅସଂଗଠିତ ହୋଇଛି ଏବଂ ରାଷ୍ଟ୍ରବିରୋଧି ତତ୍ତ୍ୱ ଏହାର ସୁଯୋଗ ନେଇ ସମାଜକୁ ବିଭାଜନ କରୁଛନ୍ତି | ଏହାଦ୍ୱାରା ଆଗାମୀ ଦିନରେ ସମାଜ ବିଘଟନ ଶକ୍ତି ଅଧିକ ସକ୍ରିୟ ହେବେ ଏବଂ ଏହା ହିନ୍ଦୁ ସମାଜ ପାଇଁ ବିପଦର କାରଣ ହୋଇପାରେ, ଏଣୁ ଏ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ । ନିଜର ବକ୍ତବ୍ୟ ମାଧ୍ୟମରେ ସେ ଯୁବଶକ୍ତି ଓ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରି କହିଥିଲେ କି ରାଷ୍ଟ୍ରର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ, ଏଣୁ ପ୍ରତ୍ୟେକ ପରିବାରରୁ ନିଶ୍ଚିତ ଭାବରେ ପ୍ରତିଦିନ ଏକ ଘଣ୍ଟା ସମାଜ ପାଇଁ ସାମୁହିକ ଭାବରେ କିଛି କାମ କରିବା ଆବଶ୍ୟକ | ଏହି କାର୍ଯ୍ୟକ୍ରମରେ ଏକ ଫୋଟ ଚିତ୍ର ପ୍ରଦର୍ଶନୀ ମଧ୍ୟ ଆୟୋଜନ ହୋଇଥିଲା | ଏହି ପ୍ରଦର୍ଶନୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷର ସଙ୍ଘର୍ଷମୟ ଯାତ୍ରାବିଗତ ଦିନ ମାନଙ୍କରେ ହୋଇଥିବା ସେବାମୂଳକ୍ କାର୍ଯ୍ୟ,ଦେଶର ମହାନ ସ୍ୱାଧିନତା ସଂଗ୍ରାମୀଙ୍କ ବିଷୟରେ ତଥା ଓଡିଶାର ପଞ୍ଚସଖାଙ୍କ ଅବଦାନକୁ ସ୍ମରଣରେ କରିବା ତଥା ଯୁବ ପିଢିକୁ ଏ ସମସ୍ତ ବିଷୟରେ ଅପଗତ କରାଇବା ପାଇଁ ଆୟୋଜନ ହୋଇଥିଲା | ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତ ସଂଯୋଜକ ଶ୍ରୀଯୁକ୍ତ ପବିତ୍ର କହଁର,ସହ ବିଭାଗ ପ୍ରଚାରକ ଶ୍ରୀମାନ ମୁନିନ୍ଦ୍ର କୁମାର ଶବର, କନ୍ଧମାଳ ଜିଲ୍ଲାର ସଂଘର ସହ ଜିଲ୍ଲା କାର୍ଯ୍ୟବାହ ଶ୍ରୀମାନ ନରେଶ ମହାନ୍ତି, ମାନନୀୟ ସହ-ଜିଲ୍ଲା ସଂଘଚାଳକ ଶ୍ରୀଯୁକ୍ତ କୁବେର କହଁର, ମାନନୀୟ ନଗର ସଂଘଚାଳକ ଗୋବିନ୍ଦ ନାୟକ,ନଗର୍ କାର୍ଯ୍ୟବାହ,ଜିଲ୍ଲା ସେବା ପ୍ରମୁଖ,ଜିଲ୍ଲା ବୌଦ୍ଧିକ ପ୍ରମୁଖ,ନଗରର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ,ମାନସ ପଣ୍ଡା, ଅଜିତ ପଟ୍ଟନାୟକ ଏବଂ ୩ ଟି ଖଣ୍ଡ ତଥା ଫୁଲବାଣୀ ନଗରର ୬୦୦ରୁ ଅଧିକ ଯୁବକଙ୍କ ସମେତ ସମୁଦାୟ ୮୦୦ ଜଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |