ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ,ଭୁବନେଶ୍ୱର ମହାନଗର ବାସନ୍ତୀ ଦୁର୍ଗ ଓ ଚନ୍ଦ୍ରଶେଖର ଭାଗ ତରଫରୁ ଯୁବ ସମ୍ମିଳନୀ
ଆଜି ତା ୯.୧୧.୨୦୨୫ ରିଖ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭୁବନେଶ୍ୱର ମହାନଗର ବାସନ୍ତୀ ଦୁର୍ଗ ଭାଗ ଓ ଚନ୍ଦ୍ରଶେଖର ଭାଗ ତରଫ ରୁ ଯୁବ ସମ୍ମିଳନୀ ଉତ୍କଳ ବିଶ୍ଵବିଦ୍ୟାଳୟ ଦିକ୍ଷାନ୍ତ ପ୍ରେଖ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀ ର ଉଦ୍ଘାଟନୀ ସତ୍ର ରେ ମୁଖ୍ୟ ଅତିଥି ଡ଼. ଶ୍ରୀକାନ୍ତ ମିଶ୍ର କହିଥଲେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ୧୦୦ ବର୍ଷ ପାଳନ କରୁଛି,
ସଂଘ ତାର ଲକ୍ଷ୍ୟ ରେ ଅଗ୍ରଗତି କରୁଛି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ବୌଦ୍ଧିକ ପ୍ରମୁଖ ଶ୍ରୀ ତନ୍ମୟ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥଲେ ଯେ,
ଦେଶ ର ମହାନ୍ ସଂସ୍କୃତି ,ଶିକ୍ଷା , ଐତିହ , ସ୍ବାସ୍ଥ୍ୟ ତଥା ବିଦେଶ ରେ ଭାରତ ର ସୁନାମ ଥିଲା । ଦେଶ ଗଠନ ରେ ଯୁବକ ମାନଙ୍କ ଭୂମିକା ତଥା ସ୍ଵାଧିନତା ସମୟ ରେ ଯୁବକ ମାନଙ୍କ ଅବଦାନ ଭୁଲିହେବ ନାହିଁ । ଭାରତୀୟ ଜ୍ଞାନ ପରମ୍ପରା ବିଜ୍ଞାନ ସମ୍ମତ ଥିଲା । ସାରା ବିଶ୍ଵ ଯେତେବେଳେ ଅନ୍ଧକାର ରେ ପରିପୂର୍ଣ ଥିଲା ଭାରତର ଜ୍ଞାନ ବିଜ୍ଞାନ ବିଶ୍ଵ କୁ ନୂଆ ରାସ୍ତା ଦେଖାଇଥିଲା। ତତ୍ ସହିତ ଉଦ୍ଘାଟନୀ ସତ୍ର ରେ ପୁରୀ ବିଭାଗ ସଂଘ ଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ଏବଂ ଭୁବନେଶ୍ବର ମହାନଗର କାର୍ଯ୍ୟବାହ ଶ୍ରୀ କ୍ଷୀରୋଦ ବିହାରୀ ଉପସ୍ଥିତ ଥିଲେ ।
ଦ୍ଵିତୀୟ ସତ୍ର ରେ ଉପସ୍ଥିତ ଯୁବକ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ନାଟକ , ଭଜନ ଓ ଦେଶାତ୍ମବୋଧକ ପ୍ରତିଯୋଗିତା କରାଯାଇଥିଲା । ପଞ୍ଚ ପରିବର୍ତ୍ତନ ଆଧାରିତ ପ୍ରଶ୍ନ ମଞ୍ଚ କରାଯାଇଥିଲା ଓ ସ୍ୱଚ୍ଛତା ଓ ପର୍ଯ୍ୟାବରଣ ଆଧାରିତ ନାଟକ ଯୁବକ ମାନଙ୍କ ଦ୍ଵାରା ମଞ୍ଚସ୍ଥ କରାଯାଇଥିଲା ।
ଉଦଯାପନୀ ସତ୍ର ରେ ମୁଖ୍ୟ ଅତିଥି ଉତ୍କଳ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଯଜ୍ଞେଶ୍ଵର ଦଣ୍ଡପାଟ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ଅଖିଳ ଭାରତୀୟ ସେବା ପ୍ରମୁଖ ଶ୍ରୀ ପରଗ ଅଭୟଙ୍କର ଯୋଗ ଦେଇ କହିଥିଲେ ଯେ,ଭାରତ ର ସ୍ବପ୍ନ ହେଉଛନ୍ତି ଯୁବକ , ସ୍ବାମୀ ବିବେକାନନ୍ଦ ଭାରତ ର ଯୁବକ ମାନଙ୍କୁ ଆହ୍ବାନ କରୁଥିଲେ ଭାରତର ପରିବର୍ତ୍ତନ ପାଇଁ । ଆଜିର ଯୁବକ ସମୟ ଦେଲେ ଭାରତ ପରିବର୍ତ୍ତନ ହେବ ।
ସେ ଦେଶ ର ସ୍ଵାଧିନତା ରେ ଯୁବକ ମାନଙ୍କ କର୍ତ୍ତବ୍ୟ ଓ ଆଜିର ସ୍ୱତନ୍ତ୍ରତା ରେ ଯୁବକ ମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ବୋଧ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ସମ୍ମିଳନୀ ରେ ୧୭୦୦ ରୁ ଅଧିକ ଯୁବକ ଯୋଗ ଦେଇଥିଲେ । ମୁଖ୍ୟ ଆକର୍ଷଣ ଥିଲା ମନୋଜ ସାହୁ ଙ୍କ sand ଆର୍ଟ ତା ସହିତ ଦେଶାତ୍ମବୋଧ ନାଚଗୀତ ରେ ଯୁବକମାନେ ଝୁମିଥିଲେ ଏବଂ ଉପଭୋଗ କରିଥିଲେ । ସର୍ବଶେଷ ରେ ବନ୍ଦେମାତରଂ ଗାନ କରାଯାଇ ସମାରୋପ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ଚନ୍ଦ୍ରଶେଖର ଭାଗ ର ଭାଗ କାର୍ଯ୍ୟବାହ ଦେବୀ ପ୍ରସାଦ ମହାପାତ୍ର ଓ ବାସନ୍ତୀ ଦୁର୍ଗା ଭାଗ ର କାର୍ଯ୍ୟବାହ ପ୍ରତାପ ଦ୍ବିବେଦୀ ଓ ଅନ୍ୟ ମାନଙ୍କ ମଧ୍ୟ ରେ ଦିବ୍ୟଜ୍ୟୋତି ବିଶ୍ଵାଳ, ସିନ୍ଧୁ ସାଗର ମହାନ୍ତି, ମନୋଜ ପୁହାନ, ସୁଭାସିସ ମହାପାତ୍ର ସମେତ ଅନ୍ୟମାନେ ସହଯୋଗ କରିଥିଲେ ।