ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନୟାଗଡ଼ ଜିଲ୍ଲା ନୂଆଗାଁ ଖଣ୍ଡ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନୟାଗଡ଼ ଜିଲ୍ଲା ନୂଆଗାଁ ଖଣ୍ଡ ଯୁବ ସମ୍ମିଳନୀ

ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ଖଣ୍ଡ ଅନ୍ତର୍ଗତ ୫ଟି ମଣ୍ଡଳର ୨୨ଟି ପଞ୍ଚାୟତରୁ ୨୦୦ରୁ ଊର୍ଦ୍ଧ୍ବ ଯୁବକ ବିଦ୍ୟାର୍ଥୀ କର୍ମକର୍ତ୍ତାଙ୍କୁ ନେଇ ଯୁବ ସମ୍ମିଳନୀ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଉଦ୍ ଘାଟନୀ ଉତ୍ସବରେ ନୟାଗଡ଼ ଜିଲ୍ଲା କାର୍ଯ୍ୟବାହ ପ୍ରକାଶ ଚନ୍ଦ୍ର ପ୍ରଧାନ, ସହ ବିଭାଗ ପ୍ରମୁଖ ଭଗବାନ ଦେହୁରୀ ଓ ପ୍ରାନ୍ତପ୍ରଜ୍ଞା ପ୍ରବାହ ପ୍ରମୁଖ ରବିନାରାୟଣ ପଣ୍ଡା ଉପସ୍ଥିତ ରହିଥିଲେ। ଯୁବକମାନଙ୍କ ମଧ୍ୟରେ ଭାରତର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ମହାନ ବାର୍ତ୍ତା ପ୍ରଦାନ ଏବଂ ବିଭିନ୍ନ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ଯୁବ ଉଦ୍ୟୋଗୀଙ୍କୁ ସମ୍ମାନୀତ କରାଯାଇଥିଲା। ଏଥି ସହିତ ଚନ୍ଦ୍ରବିଜୟୀ ମିଶ୍ରଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ ପ୍ରଶ୍ନବଳି କାର୍ଯ୍ୟକ୍ରମ ଯୁବକମାନଙ୍କୁ ମୁଗ୍ଧ କରିଥିଲା।

ସମାପନ ପର୍ବରେ ଅଧିକାରୀ ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବକ୍ତବ୍ୟରେ ଆଗାମୀ ଯୁବ ଭାରତ ପାଇଁ ଯୁବକମାନଙ୍କୁ ଅନେକ ସ୍ବପ୍ନ ଦେଖାଇଥିଲେ। ଭାରତ ବିଶ୍ଵର ଗୁରୁ ହେବାପାଇଁ ଉପସ୍ଥିତ ଯୁବକମାନଙ୍କୁ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରାଇବାରେ ବିଭିନ୍ନ ଅତିଥି ଅଧିକାରୀ ଉତ୍ସାହପୂର୍ଣ୍ଣ ଭାବେ ଲାଗିଥିଲେ। ଏହି କାର୍ଯ୍ୟକ୍ରମକୁ ଖଣ୍ଡ କାର୍ଯ୍ୟବାହ ସଞ୍ଜୟ କୁମାର ବେହେରା ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *